Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଶୁଆ ଶାରୀ କଥା - ୧୯

ଶୁଆ ଶାରୀ କଥା - ୧୯

6 mins
7.5K


ବୁଢୀଟି କାନ୍ଦୁଥିଲା କାହିଁକି?

ରାଜା ଝିଅ କହିଲା ତମେ ତ ଏ ଯାବତ୍ ବିବାହ କରିନାହଁ । ମୋ ପରି ସୁନ୍ଦରୀ ଝିଅକୁ ତମେ ଯେତେ ବେଳେ ଏତେ ବଡ ବିପଦରୁ ବଁଚାଇ ଆଣି ଏଠାରେ ପହଁଚାଇଲ । ଏହି କଥା ଯେବେ ମୁଁ ମୋର ପିତାଙ୍କ ଆଗରେ କହିବିନା, ପିତା ମୋର ତୁମ ଉପରେ ବହୁତ ଖୁସି ହୋଇଯିବେ । ମୁଁ ଯଦି ପିତାଙ୍କୁ କହିବି ୟାଙ୍କ ସାଙ୍ଗରେ ମୋର ବିବାହ କରିଦିଅ, ପିତା ମୋର ସଙ୍ଗେ ସଙ୍ଗେ ରାଜ ନଅରରେ ବିଭାଘରର ଆୟୋଜନ କରାଇ ଦେବେ ।

ରାଜା ଝିଅ ଏହା କହି ଜଗୁଆଳି ପୁଅକୁ ଟାଣି ନେଇ ପଲଙ୍କ ଉପରେ ପକାଇ ଦେଇ ନିଜ ଆଡକୁ ଭିଡି ନେଇ କହିଲା – ଭାଗ୍ୟରେ ଥିଲେ ତୁମ ପରି ଯୁବକର ସ୍ତ୍ରୀ ହୁଅନ୍ତି ଏହି ରାଜ ଜେମା ମାନେ । ଆଉ ମଧ୍ୟ ଯେଉଁ ଫୁଲଟିକୁ ତୁମେ ଦଳା ଚକଟାରୁ ସାଉଁଟି ଆଣି ତା’କୁ ଉପଯୁକ୍ତ ସମ୍ମାନ ଦେଇ ପୂର୍ବୋକ୍ତ ସ୍ଥାନରେ ପହଁଚାଇ ଦେଲ ସେ ଫୁଲ ଯଦି ଚାହେଁ ତୁମରି ଗଳାରେ ଗଳା ମାଳି ପରି ମରିବା ଯାଏଁ ଲାଗି ରହିବ, ତମେ କ’ଣ ରାଜା ଝିଅର ଏପରି ଅନୁରୋଧକୁ ସମ୍ମାନ ଦେଇ ରକ୍ଷା କରି ପାରିବ ନାହିଁ ।

ଜଗୁଆଳି ପୁଅ କହିଲା ନାଁ ରାଜଜେମା ନା, ଏଭଳି ଅପ୍ରାସଙ୍ଗିକ କଥା ମୋତେ ଆଦୌ ଭଲ ଲାଗେ ନାହିଁ । ମୁଁ ମୋର ଧର୍ମକୁ ସାକ୍ଷୀ ଦେଇ ତୁମକୁ ରକ୍ଷା କରିଛି । ଜଣେ ପୁରୁଷ ହିସାବରେ ମୁଁ ମୋର କର୍ତବ୍ୟ କରିଛି, ଏବେ ମୋତେ ଯିବାକୁ ଦିଅ ।

ରାଜା ଝିଅ କହିଲା ନାଁ, ମୁଁ ତୁମକୁ ପାଇଛି ଯେତେ ବେଳେ କଦାପି ଛାଡି ଦେଇ ପାରିବି ନାହିଁ । ତୁମକୁ ମୋ ରାଣ, ତୁମେ ମୋତେ ତୁମର କୋଳକୁ ନେଇ ଗୋଟିଏ ଚୁମ୍ବନ ଦିଅ । ତୁମର ଅଙ୍ଗ ସହିତ ମୋ ଅଙ୍ଗର ଯେତେ ବେଳେ ମିଳନ ହୋଇଛି ସେତେ ବେଳ ଠାରୁ ମୁଁ ତୁମର ସ୍ତ୍ରୀ ସେବାର ପଣବି କରି ସାରିଛି, ଦିଅନା, ମୋ ମୁଣ୍ଡରେ ଗୋଟିଏ ଚୁମ୍ବନ ଦିଅନା ।

ରାଜା ଝିଅ ଏପରି ଅଳି କରି ଜଗୁଆଳି ପୁଅକୁ ପୁଣି ଥରେ ପଲଙ୍କ ଉପରକୁ ଭିଡି ନେଇ ମୁଣ୍ଡରେ ତା’ର ଚୁମା ଦେବାକୁ ଲାଗିଲା । ଯୋର୍ କରି ଭିଡି ନେଇ ପଲଙ୍କ ଉପରେ ଶୋଇବାକୁ ଚେଷ୍ଟା କରିବା ସମୟରେ ଜଗୁଆଳି ପୁଅ ଖୁବ୍ ବିରକ୍ତ ହୋଇ ଯାଇ ରାଜା ଝିଅକୁ ଠେଲି ଦେଇ ପୁଣି ସେହି ନିଶୁଣି ଦେଇ ପଳାଇ ଯିବାକୁ ନିଶୁଣିରେ ଓହ୍ଲାଇ ଯିବାକୁ ଲାଗିଲା । ଅଧା ନିଶୁଣିରେ ପହଁଚିବା ବେଳକୁ ରାଜା ଝିଅ ସେପରି ଅନ୍ୟାୟକୁ ସହ୍ୟ କରି ନପାରି ସଙ୍ଗେ ସଙ୍ଗେ ଚିତ୍କାର କରିଲା, ଚୋର ଚୋର । ମୋ ଉଆସକୁ ଏହି ଚୋର ଆସିଥିଲା । ତାକୁ ଧର ଧର ।

ରାଜା ଝିଅର ଚିତ୍କାର ଶୁଣି ସଙ୍ଗେ ସଙ୍ଗେ ନଅରରେ ଯେତେ କଟୁଆଳ ଥିଲେ ସମସ୍ତେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଧାଇଁ ଆସିଲେ । ସେତେ ବେଳକୁ ଜଗୁଆଳି ପୁଅ ଭାବୁଛି ଯେ ଏ ସଂସାରରେ ଆଉ ଧର୍ମ ନାହିଁ । ଭଲ କରୁ କରୁ ମୋର ଅପରାଧ ହେଲା । ଏବେ ଏହି ରାଜା ଝିଅ ଲାଗି ମୋତେ ମନ୍ଦ ଫଳ ଭୋଗିବାକୁ ହେବ ।

ଏମିତି ଭାବି ଭାବି ଯେତେ ବେଳେ ନିଶୁଣିର ଶେଷ ଫଳିରେ ଓହ୍ଲାଇ ପଳାଇ ଯିବାକୁ ଚେଷ୍ଟା କରେ ସେତେ ବେଳେ କଟୁଆଳ ମାନେ ଜଗୁଆଳି ପୁଅକୁ ଘେରି ଯାଇ ବାନ୍ଧି ପକାଇଲେ । କଟୁଆଳ ମାନଙ୍କୁ ଚିତ୍କାର କରି ଯେତେ ସତ କଥା କହିଲେ ମଧ୍ୟ କଟୁଆଳ ମାନେ ତା’ କଥା ଶୁଣିଲେ ନାହିଁ । ଜଗୁଆଳି ପୁଅକୁ ନେଇ ହାଜତରେ ପୂରାଇ ଦେଲେ ।

ରାତି ପାହିଲାରୁ ତା’ପରଦିନ ଜଗୁଆଳି ପୁଅକୁ ଘୋଷାରି ଘୋଷାରି ରାଜାଙ୍କର କଚେରୀକୁ ନେଇ ଗଲେ ।

ଏହା ପରେ ଶୁଆ କହିଲା, ଶାରୀଲୋ ଏକଥା ଏହି ଠାରେ ରହିଲା, ଜଗୁଆଳି ପୁଅ କଚେରୀ ଗଲା । ସେଠାରେ ରାଜା ତା’ପାଇଁ କି ଦଣ୍ଡ ଭିଆଇବେ ତାହା ପଛରେ ଦେଖିବା । ଆମେ ଏଥର ଯିବା ରାଜା ପୁଅ ପାଖକୁ । ରାଜା ପୁଅ ରାତି ସାରା ବେଶ୍ୟା ପାଖରେ ଥିଲା । ସେ ସେଠାରେ କ’ଣ କଲା?

ଶାରୀ କହିଲା, କହୁନ । ଏବେ ତ ତମେ ତମର ପୁରୁଷ ଜାତିକୁ ବାଉଁଶ ଲଗାଇ ଟେକିବାରେ ଲାଗିଛ । କୁହ ଏଥର ରାଜା ପୁଅ ସେହି ରାତିରେ ବେଶ୍ୟା ପାଖରେ ଥାଇ କ’ଣ କଲା । ଶୁଆ କହିଲା, ରାଜା ପୁଅ ବେଶ୍ୟା ପାଖରେ ରାତ୍ରିଟି ମଜାରେ ବିତାଇ ଦେବ ବୋଲି ଶୋଇଥିଲା । ବେଶ୍ୟା ସହିତ ରଙ୍ଗ କରୁ କରୁ ରାଜା ପୁଅକୁ ନିଦ ହୋଇ ଯାଇଥିଲା । ସକାଳୁ ରାଜା ପୁଅର ନିଦ ଭାଙ୍ଗି ଗଲା । ଆଖି ମଳି ମଳି କରି ସେ ଭାବିଲା, ଦେଖିଲା ରାତ୍ରିଟା ସାରା ମୁଁ ଏଠାରେ ରହି ଗଲି । ତେଣେ ସାଙ୍ଗ ଜଗୁଆଳି ପୁଅ ମୋତେ ଚାହିଁ ଚାହିଁ କ’ଣ କରୁଥିବ?

ଏହି କଥା ଭାବି ରାଜା ପୁଅ ଚାହିଁଲା । ବେଶ୍ୟାକୁ କିଛି ପୁରସ୍କାର ଦେଇ ତା’ଠାରୁ ବିଦାୟ ନେବ । ତେଣୁ ବେଶ୍ୟାକୁ ଡାକିବା ବେଳକୁ ରାଜା ପୁଅ ଦେଖିଲା ବେଶ୍ୟା ବି ରାତ୍ରି ଅନିଦ୍ରା ହେବା ଯୋଗରୁ ଘୋର ନିଦରେ ଶୋଇ ଯାଇଛି । ଯାହା ହେଲେ ଭଦ୍ରତା ଦୃଷ୍ଟିରୁ ତ ତା’ଠାରୁ ବିଦାୟ ନେବାକୁ ହେବ ।

ସେଥିଲାଗି ରାଜା ପୁଅ ବେଶ୍ୟାର ଦେହରେ ହାତ ମାରି ଉଠାଇ ଦେବାକୁ ଚେଷ୍ଟା କରିବା ବେଳକୁ ସେ ଜାଣି ପାରିଲା ଯେ ବେଶ୍ୟା ମରି କାଠ ହୋଇ ଯାଇଛି ।

ସେତେବେଳେ ରାଜା ପୁଅ କରିବ କ’ଣ? ମୁଣ୍ଡକୁ ତା’ର ବୁଦ୍ଧି ଆସୁ ନାହିଁ । ବୋକା ପରି ଠିଆ ହୋଇଛି ।

ସେହି ବେଶ୍ୟାର ଆଉ ଜଣେ ଧରା ବନ୍ଧା ପୁରୁଷ ଥିଲା । ସକାଳ ହେଲାରୁ ସେ ପୁରୁଷ ବେଶ୍ୟା ପାଖକୁ ଆସିଲା । ସିଏ ଆସି ଦେଖେ ତ ରାଜା ପୁଅ ଠିଆ ହୋଇଛି । ଖଟ ଉପରେ ବେଶ୍ୟା ମରି ପଡିଛି । ବେଶ୍ୟାର ଗୋଡ ହାତ ଫୁଲି ଗଲାଣି । ତା’ ଦେଖି ତା’ ପୁରୁଷ ଖୁବ୍ ଜୋର୍ରେ କାନ୍ଦିବାକୁ ଆରମ୍ଭ କରି ଦେଲା । ସେ ପୁରୁଷ କାନ୍ଦିବାରୁ ବେଶ୍ୟାର ମରିଥିବା କଥା ପ୍ରଘଟ ହୋଇଗଲା । ସଙ୍ଗେ ସଙ୍ଗେ ବେଶ୍ୟା ଘରେ ଲାଗି ଗଲା ମେଳା । ସହର ସାରା ଲୋକ ସେଠାକୁ ଧାଇଁ ଆସିଲେ । ସତେ ଯେପରି ଗୋଟାଏ ମେଳାର ଲୋକ ସେଠାରେ ଜମି ଗଲେ । କାହିଁକିନା ସହରଟା ସାରା ଲୋକଙ୍କ ସହିତ ସେ ବେଶ୍ୟାର ଜଣା ଶୁଣା ଥିଲା । ସେମାନେ ଆରକ୍ଷୀକୁ ଖବର ଦେଲେ । ଆରକ୍ଷୀ ସଦଳବଳେ ଆସି ସେଠାରେ ପହଁଚି ଯାଇ ବେଶ୍ୟା ମରିବାର ତଦନ୍ତ ଆରମ୍ଭ କରି ଦେଲା ।

ଆରକ୍ଷୀ ଆଗ ରାଜା ପୁଅକୁ ପଚାରିଲା – ରାଜା ପୁଅ ଠାରୁ ଜମାନ ବନ୍ଦୀ ନେଲା । ରାଜା ପୁଅ ଥରି ଥରି କହିଲା ମୋର ଏଥିରେ କିଛି ହେଲେ ଦୋଷ ନାହିଁ । କେବଳ ଏତିକି କହିବି ରାତିରେ ଦୁହେଁ ମଜ୍ଜା କଲୁ । ତା’ପରେ ସାଥୀ ହୋଇ ଶୋଇ ପଡିଲୁ । ସକାଳ ହେଲାରୁ ମୁଁ ଉଠି ବସିଲି । ମୁଁ ଯେତେ ବେଳେ ବେଶ୍ୟାକୁ ଉଠାଏ, ଦେଖିଲି ବେଶ୍ୟା ମରି ପଡିଛି । ଏହା ବ୍ୟତୀତ ମୋତେ ଆଉ କିଛି ଜଣା ନାହିଁ ।

ଆରକ୍ଷୀ ରାଜା ପୁଅ ଠାରୁ ଜମାନ ବନ୍ଦୀ ନେଇ ସାରିବା ପରେ ଆଉ କିଛି ଚାରା ନଥିଲା । ରାତିରେ ବେଶ୍ୟା ପାଖରେ ରାଜା ପୁଅ ହିଁ ଥିଲା । ରାଜା ପୁଅ ସତ କହିଲା କି ମିଛ କହିଲା ସେକଥା କିପରି ବିଶ୍ୱାସ କରିବ । ତେଣୁ ନ୍ୟାୟ ଦୃଷ୍ଟିରୁ ଆରକ୍ଷୀ ରାଜା ପୁଅ ହସ୍ତରେ କଡି ପକାଇ ହାଜତକୁ ନେଇ ଗଲା ।

ଏହା ପରେ ଶୁଆ କହିଲା ଶାରୀ ଲୋ ରାଜା ପୁଅ କଥା ଏଇଠି ଥାଉ ଏହା ପରେ କହୁଛି ବଣିଆ ପୁଅ କଥା, ବଣିଆ ପୁଅ ତ ତା’ ଶ୍ୱଶୁର ଘରକୁ ଯାଇଥିଲା । ସେଠାରେ ସେ କ’ଣ କଲା ସେ କଥା କ’ଣ ତୁ ଜାଣିବୁ ନାହିଁ । ଶାରୀ କହିଲା – କହୁନୁ । ଏଯାବତ ତୁ ସମସ୍ତଙ୍କ କଥା କହି ଚାଲିଛୁ ହେଲେ ବଣିଆ ପୁଅର କଥା ତ କିଛି କହିଲୁ ନାହିଁ । ଶୁଆ କହିଲା ତାହା ହେଲେ ଶୁଣ – ବହୁତ ଦିନ ପରେ ଶ୍ୱଶୁର ଘରକୁ ଯାଇଛି ବଣିଆ ପୁଅ । ମନରେ ବି ମସୁଧା କରିଛି ରାତି ପାହିଲେ ନିଜ ସ୍ତ୍ରୀକୁ ସାଥିରେ ଧରି ଗ୍ରାମକୁ ଚାଲିଯିବ ।

ଜୋଇଁ ଶ୍ୱଶୁର ଘରେ ଯେତେବେଳେ ପହଁଚି ଗଲା । ଏକଥା ଶାଶୁ ଶ୍ୱଶୁରଙ୍କୁ ଅପୂର୍ବ ଲାଗିଲା । ଦିନେ ନାହିଁ କାଳେ ନାହିଁ, ଗହ୍ମା ପୁନେଇଁ ଦିନ ମାଇଁ ।

ଅକାଳ ବାବାଜୀ ସକାଳେ ଦେଖା ପରି କଥାଟା ଲାଗିଲା ଆଗରୁ କେତେ ଡକେଇ ଡକେଇ ଜୋଇଁ ପୁଣି ଆସିବାକୁ ତର ପାଉ ନଥିଲେ । କେଜାଣି ଅନେକ ଦିନ ପରେ ଜୋଇଁଙ୍କର ଶ୍ୱଶୁର ଘର ଆଉ ନିଜର ତିରିଲା କଥା ମନେ ପଡିଲା ।

ଯାହା ହେଉ ବହୁତ ଦିନ ପରେ ଜୋଇଁ ଆସିଛନ୍ତି । ଶାଶୁ ଶ୍ୱଶୁରଙ୍କ ମନରେ ଯେ କି ଆନନ୍ଦ ସେକଥା ସେହି ମାଆ ଗଙ୍ଗେ ଜାଣନ୍ତି । ସେଥି ଲାଗି ଜୋଇଁ ଲାଗି ନଅ ତିଅଣ, ଛଅ ଭଜା କରାଗଲା । ଜୋଇଁଙ୍କୁ ଆଗ ଖାଇବା ପିଇବାକୁ ଦେଇ ସାରିବା ପରେ ପରିବାରର ଅନ୍ୟ ସମସ୍ତେ ଖାଇଲେ । ଖିଆ, ପିଆ ସରିଲା । ଶାଶୁ ଶ୍ୱଶୁର ଖିଆ, ପିଆ ସାରି ଶୋଇଲେ । ବଣିଆ ଝିଅ ବି ଖାଇ ସାରି ସ୍ୱାମୀଙ୍କ ଶୋଇବା ଘରକୁ ଗଲା । ଏମିତି ଏମିତି ରାତି ପାହିଲା । ବେଳକୁ ବେଳ ଖରା ବଢିଲା । ଝିଅ ଜୋଇଁ ସେ ଘରେ ଏତେ ବେଳ ଯାଏଁ ଗୋଟାଏ ଘରେ କବାଟ ଦେଇ ଶୋଇ ଛନ୍ତି । ଉଠୁ ନାହାଁନ୍ତି କାହିଁକି?

ଏହାର କାରଣ ହେଉଛି ବଣିଆ ଝିଅ ଲାଜ ସରମରେ ବିଛଣା ଛାଡି ଆସି ପାରୁ ନାହିଁ । ତହିଁକି ଜୋଇଁ, ସେ ଗଧ ପରି ଶୋଇଛନ୍ତି ସେ ବି ଉଠି ପାରୁ ନାହାଁନ୍ତି । ରାତି ସାରା ବଣିଆ ଝିଅର ଆଖିକୁ ନିଦ ନାହିଁ । କେବଳ ଯନ୍ତ୍ରଣାରେ ସେ ଛଟପଟ ହେଉଛି । ନାକଟା ବିନ୍ଧା ଛିଟିକା କରୁଛି । ଦରଜା ଖୋଲିବା ମାତ୍ରେ ତ ବାପ ମାଆଙ୍କ ଆଖିରେ ଆଗ ଏହି କଥା ପଡିବ । ସେମାନେ ମୋତେ ପଚାରିବେ ଏବେ କ’ଣ କରିବି । କ’ଣ କହିବି, ନାଁ ମୋତେ ଏଥି ଲାଗି କିଛି ଗୋଟାଏ କରିବାକୁ ହେବ ।

ଆଜି ସ୍ୱାମୀ ଆସିଥିଲେ ବୋଲି ବାବାଜୀଙ୍କ ପାଖକୁ ଯିବାରେ ବିଳମ୍ବ ହେଲା । ସବୁ କାମ ସାରୁ ସାରୁ ଉଚ୍ଛୁର ହେଲା । ପୁଣି କାଲି ସକାଳୁ ୟେ ମୋତେ ତାଙ୍କ ଘରକୁ ସାଙ୍ଗରେ ନେଇ ଯିବେ । ଏକଥା ଯଦି ବାବାଜୀଙ୍କ ପାଖରେ ନ କହିବି ସେ କେତେ ଯେ ମନ ଦୁଃଖ କରିବେ ।

ଏତେ କଥା ଭାବିଲା ପରେ ବାବାଜୀଙ୍କ ପାଖକୁ ଗଲି ଯେ ମୋ ବିଳମ୍ବ ହେବା ଦେଖି ସେ ମୋ ନାକରୁ ପୁଳାଏ କାମୁଡି ଛିଣ୍ଡାଇ ଦେଲେ । ଏ ଅଲକ୍ଷଣା ଆସିଲା ବୋଲି ଏତେ କଥା ହେଲା । ଏହି ସ୍ୱାମୀଙ୍କ ଲାଗି ମୋର ନାକ ଗଲା । ୟେ ଯଦି ଆସି ନଥାଆନ୍ତା ତାହା ହେଲେ ମୋ ନାକ ବା କାହିଁକି ଯାଇ ଥାଆନ୍ତା । ୟେ ହେଉଛି ସବୁ କଥାର ମୂଳ । ଏ ଯୋଗିନୀଖିଆକୁ ମୁଁ ସହଜରେ ଛାଡିବି ନାହିଁ । ବାବାଜୀ ପାଖକୁ ଯିବା କଥା ଶୁଣି ମୋ ନାମରେ ଲୋକ ଅପବାଦ ଦେବେ । ତା’ଠାରୁ ଭଲ ହେବ ଏ ଅଲକ୍ଷଣାକୁ ସେହି କଥାରେ ଫସେଇ ଦେବା ସବୁ କଥା ୟାରି ମୁଣ୍ଡରେ ଯିବ ।


Rate this content
Log in

Similar oriya story from Children