Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ସଚ୍ଚୋଟ କିଏ

ସଚ୍ଚୋଟ କିଏ

2 mins
7.0K


ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ସେଥର ବିକ୍ରମାଦିତ୍ୟ ବେତାଳକୁ ଧରି ଗଲାବେଳେ ବେତାଳ ତାଙ୍କୁ ଆଉ ଏକ କାହାଣୀ କହିଲା l ଥରେ ମଗଧ ଦେଶର ରାଜା ଶୂରସେନ ଶିକାର କରିବା ପାଇଁ ବନକୁ ଗଲେ l ଏପରିକି ନିଜର ସାଙ୍ଗସାଥିମାନେ କେଉଁଆଡେ ଗଲେ, ତାହା ସେ ଜାଣିପାରିଲେ ନାହିଁ l ଶୋଷରେ ଆତୁର ହୋଇ ସେ ପାଣି ଖୋଜିଲେ l ମାତ୍ର କିଛି ପାଇଲେ ନାହିଁ l ରାତି ହୋଇଯିବାରୁ ସେ ନିଜର ଘୋଡାକୁ ବାନ୍ଧି ଘୋଡ଼ାର ଜିନ୍ ଉପରେ ସଶୋଇଗଲେ l

ଏତିକି ବେଳେ ଜଣେ ଅଜଣା ଯୁବକ ତାଙ୍କ ପାଖରେ ପହଞ୍ଚିଲା l ତା’ର ନାଁ ଗୁଣାଧୀଶ l ସେ ନିଜ ପାଖରେ ଥିବା ରୁଟି ତରକାରୀ ରାଜାଙ୍କୁ ଖାଇବାକୁ ଦେଲା l ସକାଳ ହେବାରୁ ସେ ରାଜାଙ୍କୁ ଧରି ତାଙ୍କ ରାଜଧାନୀରେ ପହଞ୍ଚାଇ ଦେଲା l ରାଜା ଗୁଣାଧୀଶଙ୍କୁ ନିଜ ପାଖରେ ପରାମର୍ଶ ଦାତା ଭାବରେ ଚାକିରି ଦେଲେ l

ଗୁଣାଧୀଶର ଭାଗ୍ୟ ପରିବର୍ତ୍ତନ ହୋଇଗଲା l ଦିନେ ସେ ବୁଲି ବାହାରିଲାବେଳେ ଗୋଟିଏ ପୋଖରୀରେ ସୁନ୍ଦରୀ ଯୁବତୀ ଟିଏ ଦେଖିଲା l ଦୁହେଁ ପରସ୍ପରକୁ ଦେଖି ପସନ୍ଦ କାଲେ l ପରଦିନ ଠିକ୍ ଏହି ସମୟରେ ସେହି ସ୍ଥାନକୁ ଆସିବାକୁ ଯୁବତୀଟି ଗୁଣାଧୀଶକୁ କହିଲା l

ଗୁଣାଧୀଶ ରାଜ ନଅରକୁ ଆସି ରାଜାଙ୍କୁ ସବୁ କଥା ଜଣାଇଲ l ପରଦିନ ରାଜା ଓ ଗୁଣାଧୀଶ ସେହି ଯୁବତୀ ପାଖରେ ପହଞ୍ଚିଲେ l ରାଜାଙ୍କର ପରିଚୟ ପାଇ ସେ ରାଜାଙ୍କୁ ବିବାହ କରିବାକୁ କହିଲା l ଏକଥା ଶୁଣି ଗୁଣାଧୀଶ କହିଲା, ମହା ରାଜ ! ଆପଣ ଏହାକୁ ବିବାହ କରନ୍ତୁ l

ରାଜା ସେହି ଯୁବତୀଟିକୁ ପଚାରିଲେ, ‘’ ତୁମେ ତ କାଲୀ ଗୁଣାଧୀଶକୁ ବିବାହ କରିବାକୁ କହୁଥିଲ l ଆଜି ନିଜର ବିଚାର ଧାରା ବଦଳାଇବାର କାରଣ କ’ଣ ?

ସୁନ୍ଦରୀ ଯୁବତୀ କହିଲା – ମୁଁ ରାଜ ମହଲରେ ରହିବାକୁ ଚାହୁଁଛି l

ଶୁରେସେନ କହିଲେ –ତୁମକୁ ତ ରାଜ ମହଲ ମିଳିବ l ଗୁଣାଧୀଶକୁ ତ ମୁଁ ରାଜମହଲ ଦେଇଛି l ତା’ପରେ ସେ ରାଜି ହୋଇଗଲା l ଗୁଣାଧୀଶ ଓ ସେହି ସୁନ୍ଦରୀ ଯୁବତୀର ବିବାହ କାର୍ଯ୍ୟ ସମାପ୍ତ ହେଲା l ଗୁଣାଧୀଶ ଅତି ଖୁସିରେ ନିଜର ଜୀବନ ବିତାଇବାରେ ଲାଗିଲେ l ରାଜାଙ୍କ ପାଖରେ ଗିନାଧୀଶ ନିଜର କୃତଜ୍ଞତା ଜଣାଇ ଖୁସିରେ ସମୟ କାଟିଲା l

ବେତାଳ କହିଲା – ରାଜା ! ଏବେ କୁହ, ଏଥିରେ ସଚ୍ଚୋଟ ପଣିଆଁ କାହାର ଅଧିକ ? ରାଜାର ନା ଗୁଣାଧୀଶର ? କାରଣ ଉଭୟେ ଉଭୟଙ୍କ ପାଇଁ ବହୁତ ତ୍ୟାଗ କରିଛନ୍ତି lରାଜା କହିଲେ – ଗୁଣାଧୀଶର ସଚ୍ଚୋଟ ପଣିଆ ସର୍ବାଧିକ l କାରଣ ସେ ରାଜାଙ୍କର ସେବକ ଥିଲା l ତେଣୁ ଶୂରସେନଙ୍କ ପାଇଁ ଯାହା କଲା, ସେଥିପାଇଁ ସେ ପ୍ରଶଂସା ପାଇବାକୁ ଯୋଗ୍ୟ l ଏହା ଶୁଣି ବେତାଳ ପୁଣି ଅଟ୍ଟହାସ୍ୟ କରିବା ସହିତ ରାଜଙ୍କର କାନ୍ଧରୁ ଖସି ଚାଲିଗଲା ଓ ପୂର୍ବପରି ସେହି ଗଛର ଡ଼ାଳରେ ଓହଳି ପଡ଼ିଲା l ରାଜା ଟିକେ ରାଗିଜାଇ ବେତାଳକୁ ଆଣିବାକୁ ତରତର ହୋଇ ଚାଲିଲେ l


Rate this content
Log in

Similar oriya story from Children