Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIPRA NAMTA

Others

3  

SIPRA NAMTA

Others

ପାଣ୍ଡୁର ପୃଥିବୀ

ପାଣ୍ଡୁର ପୃଥିବୀ

5 mins
570


ପାଣ୍ଡୁର ପୃଥିବୀ

***********

ସବୁଜିମା ରେ ଭରିଥିବା ପୃଥିବୀ ଟା ହଠାତ ଏମିତି ବିବର୍ଣ୍ଣ ଦେଖାଯିବ ଭାବି ହେଉନି । ମନ ଟା ସରିଯାଉଛି ଆକଣ୍ଠ ଲଜ୍ଜା ରେ ।ଖୁବ୍ ଗ୍ଲାନି ଆଉ ଘୃଣା ବୋଧ ରେ ଜୀବନ କେମିତି କଟିବ କିଛି ଚିନ୍ତା କରି ହେଉନି । ଏଇ ତ ଆରମ୍ଭ ମାତ୍ର ଏ ଝଡ ର ...। ଆହୁରି କେତେ ରଙ୍ଗ ତା'ର ବାକି ଅଛି ଦେଖିବାକୁ ,

,ଭୋଗିବାକୁ ।

ତା ପୌରୁଷତ୍ୱ କୁ ଖୁବ୍ ଧିକାରୁଛି ଆଜି ସେ ।କାହା ଆଗେ କହିବାକୁ ଲାଜ ,ତା ସ୍ତ୍ରୀ ସ୍ୱାମୀ କୁ ମାନେନା ।କାହାକୁ କହିବ ?ଏ ଅନ୍ତର୍ବେଦନା ? ସେଦିନ ତା ଅଫିସ ର କିରାଣୀ କହିଲେ

--ବହୁତ ଭାଗ୍ୟବାନ ତୁମେ ଅନୁପ ।ଚାକିରୀଆ ସ୍ତ୍ରୀ ଟିଏ ପାଇଛ ।ଯାହା ହେଲେ ବି ସଂସାର ର ବୋଝ ଟା ଏକା ଉଠାଇବାକୁ ପଡିବନି ।

ଦାନ୍ତ ନେଫେଡେଇ ସହମତି ପ୍ରକାଶ କରେ ଅନୁପ । ହୃଦୟ ଟା ବିଦାରି ହୋଇଯାଏ । ନ ହେଇଥିଲେ ନ ହେଇଥାନ୍ତା ପଛେ ,,କୋଉ ଅଖ୍ୟାତ ପଲ୍ଲୀ ର ଗୋବର ଗୋଟାଳିଆ ଝିଅକୁ ବାହା ହେଇଥାନ୍ତା ,ଅନ୍ତତଃ ସେ ତ ତାକୁ ଜଗିବସନ୍ତା ,,ଅପେକ୍ଷା କରନ୍ତା ,,ଦେହ ଦହନ କୁ ବୁଝନ୍ତା ।

---କଣ ଗୋଟାଏ ସବୁବେଳେ ପୁଅ ..ପୁଅ ..ହଉଛ ? ଏତେ ଯଦି ସୁଆଗ ଉଛୁଳୁଛି ଯାଉନ ନେଇଆଣିବ କାହାକୁ ଗୋଟେ

ପୁଅ ଜନ୍ମ କରିବ ।କେତେ ମୋତେ ଦେଖିଛ ....ମନେ ଅଛି ?

ରୂପା ଜନ୍ମ ବେଳେ ଯୋଉ କଷ୍ଟ .....ଦୁଇ ମାସ ରୁ ପା ଗୋଡ ଫୁଲିଲା ଯେ ଚାରିମାସ ହେଲାବେଳକୁ ଚଲାବୁଲା ବନ୍ଦ ।

ଆରମ୍ଭ ରୁ ଜନ୍ମ ପର୍ଯ୍ୟନ୍ତ ନା ଖାଇ ପାରିଲି ନା ଶୋଇ ପାରିଲି ?କୋଉଥିରେ ମୋତେ ସାଥ ଦେଇଥିଲ..... ହୁଁ.....ସିଜାର ହେଲା ... ସେଥିରେ ବି କେତେ ବୁଝିଥିଲ ?ମୋ ବାପ ଘର ଥିଲା ବୋଲି ନା ...! ସେତକ ରେ ଯାହା ମନ ବୁଝିଲାନି ଯେ

ଆହୁରି ଯୋଉ କଥା କହିଛ ହୁଁ ।ସେଇ ଝିଅଟି କୁ ବଡ କରି ଆଗେ ଥଇଥାନ କରିବା ଯାଏ ଯାଉ ,ପୁଅ ଖୋଜା ଚାଲିଛି ..।

ପତ୍ନୀ ସୁଦୀପା ର କଥା ଚରର ଚରର କରି ଛାତି ଚିରି ପକାଏ ।କିନ୍ତୁ ସେ ଯାହା କହେ ଠିକ୍ ଠିକ୍ କହିନେଇ ଯାଏ ।

ରୂପା ଜନ୍ମ ହେବା ବେଳକୁ ସେ ବହୁତ କଷ୍ଟ ପାଇଥିଲା । ତାକୁ ବାପ ଘରେ ଆଣି ଛାଡ଼ିଦେଇଥିଲା ସେ ।ସେତେବେଳର ଅବସ୍ଥା କୁ ବୁଝିପାରିନଥିଲା ଅନୁପ । ସେଥିପାଇଁ ତିନିମାସ ସୁଦୀପା ପାଖକୁ ଯାଇ ନ ଥିଲା ସେ । ତା ପରେ ମନ କୁ ବୁଝେଇ ଯଦିଓ କେତେବେଳେ କେମିତି ଯାଉଥିଲା ସିନା କିନ୍ତୁ ଉପଯୁକ୍ତ ତତ୍ତ୍ୱବାଧାନ ସେ ନେଇପାରିନାହିଁ । ଡାକ୍ତରଖାନା ଆଉ ଡାକ୍ତର

କଥା କହିଲେ ଦେହ ଟା କେମିତି ଶିରିଶିରି କରେ । ସେତେବେଳେ ଗାଁ ରେ ରହୁଥିଲା ଅନୁପ ।କିଛି କରୁ ନ ଥିଲା ନୁହେଁ । ମାମୁଁ ଙ୍କ ର ଫାର୍ମ ଦେଖା ଚାହାଁ କରୁଥିଲା ଆଉ ସେ ବାବଦ କୁ ଦରମା ଆକାର ରେ କିଛି ପଇସା ପାଉଥିଲା ।

ସ୍ୱଳ୍ପ ପଇସା ରେ ସେ କାହା କଥା କିଛି ବୁଝିପାରୁ ନ ଥିଲା ।କିନ୍ତୁ ସେ କଥା ସେ କାହାକୁ କହିପାରୁ ନ ଥିଲା ।ସୁଦୀପା ସହିତ ବାହାଘର ପରେ ଅଶାନ୍ତି ବହୁତ ବଢିଯାଇଥିଲା ।

_ _ _

ସୁଦୀପା ଦେଖିବାକୁ ସୁନ୍ଦର ।ବେଶ ଶିକ୍ଷିତା ।

କିନ୍ତୁ ମାଆ ର ଅକାଳ ମୃତ୍ୟୁ ପରେ ପରେ ଅନେକ ଅସମ୍ପୂର୍ଣ୍ଣ କାମ ସହିତ ସମୟ ଅନୁସାରେ ଭାଇ ମାନଙ୍କ ର ଘର ସଂସାର ର ଜଞ୍ଜାଳ ଏତେ ବଢିଯାଇଥିଲା ଯେ ନିଜ କଥା କୁ ବୁଝିବା ପାଇଁ ଆଉ ବେଳ ନ ଥିଲା । ସମୟ ଚକ୍ର ଗଡିଯାଉଥିବା ବେଳେ ବାହାଘର ପାଇଁ ବ୍ୟସ୍ତତା ବି ବଢ଼ିଯାଉଥାଏ ଲୋକଙ୍କ କଥା ,ଜ୍ଞାତି କୁଟୁମ୍ବ ଙ୍କ ଆଗ୍ରହ ,ଘର ପରିଵାର ଙ୍କ ଉତ୍କଣ୍ଠା କେମିତି ସହଳ ସହଳ ସୁଦୀପା ର ବାହାଘର ସରିବା ପାଇଁ ସମସ୍ତେ କେମିତି ବ୍ୟଗ୍ର ଦେଖାଯାଉଥିଲେ ।ସେତେବେଳକୁ ସୁଦୀପା ଠିକା ଚାକିରୀଟିଏ କରିଥାଏ । କେତେ ଭଲ ଭଲ ପ୍ରସ୍ତାବ ବୟସ ପାଇଁ କଟିଯାଉଥାନ୍ତି ,ଆଉ କୋଉଠି ବୟସ

ପ୍ରତିବନ୍ଧକ ନ ଥିଲେ ବି ପାତ୍ର ର ରୂପ ଗୁଣ ପ୍ରତିବନ୍ଧକ ସାଜୁଥିଲା ।କିନ୍ତୁ ଚାକିରୀଆ ବର ଗୋଟେ ଭଲ କରି ମିଳୁ ନ ଥାଏ ।ସେହି ଅବସ୍ଥାରେ ଅନୁପ ଘର ପ୍ରସ୍ତାବ ରେ ରାଜି ହୋଇଯାଆନ୍ତି ସୁଦୀପା ଘର ।କିନ୍ତୁ ସୁଦୀପା ର ମନୋମତ ହେଉ ନ ଥାଏ ।କିନ୍ତୁ ଆଉ ଅନ୍ୟ ଉପାୟ ନ ଥିଲା ।ବାଧ୍ୟ ହୋଇ ବିବାହ ବନ୍ଧନ ରେ ଆବଦ୍ଧ ହେଲେ ଦୁହେଁ ।ମାତ୍ର ଅଳ୍ପ ଦିନ ଭିତରେ ଅନୁପ ଘର ଲୋକେ ଯେ ଭୀଷଣ ସ୍ୱାର୍ଥପର ସେକଥା ଜାଣିସାରିଥିଲା ସୁଦୀପା ।ଅନୁପ ଙ୍କ ର ଭଲପାଇବାର କୌଣସି ଲକ୍ଷଣ ନ ଥିଲା ଖାଲି ଥିଲା ଆଦେଶ ଜାହିର କରିବାର ଉଦ୍ଦେଶ୍ୟ ।କିନ୍ତୁ ଏତେ କଥା କହିବ କାହାକୁ ?ଯାହା ପାଖରେ କହି ହାଲକା ହେଇଥାନ୍ତା ସେ ତ ନାହିଁ ।ବାପ ,ଭାଇ ଆଗରେ କହି କେବଳ ଦୋଷୀ ରେ ପରିଣତ ହୋଇସାରିଛି ।

---- ----- -------

ରୂପା ଜନ୍ମ ବେଳେ ଅନେକ କଷ୍ଟ ପାଇ ଆଉ ପରବର୍ତ୍ତୀ ସନ୍ତାନ ପାଇଁ ମନ ଦେଇ ନ ଥିଲା ।ସେଇ ଗୋଟିକୁ ମଣିଷ କରିବା କେତେ ଯେ ଆୟସ ସାଧ୍ୟ ତାହା ଚିନ୍ତା କରିବା ବେଳେ ମୁଣ୍ଡ ଘୁରାଇଦେଉଛି । ତା ଉପରେ ଅନୁପ ର ଜୁଲୁମ ସହି ପାରୁ ନ ଥାଏ ସେ ।କିନ୍ତୁ ଅନୁପ ଯେ ନାରୀ ମନ ର ସୂକ୍ଷ୍ମ ଭାବନା କୁ କଳ୍ପନା ବି କରି ପାରେନା ।ବୁଝିବା ତ ଦୂରର

କଥା । ହେଲେ ସେ ଭାବେ ସ୍ତ୍ରୀ ଟିଏ ସବୁବେଳେ ସ୍ୱାମୀ ର ପ୍ରତ୍ୟେକ କଥା ମାନିବ ଏବଂ ସେ ଅନୁସାରେ କାର୍ଯ୍ୟ କରିବ ।

ସ୍ତ୍ରୀ ଯେ ତା ଅଧୀନତା କୁ ସ୍ୱୀକାର କରୁନାହିଁ ସେ କଥା କହିବ କାହାକୁ ? ସତ ରେ ସମସ୍ୟା ଯାହା ହେଉନା କାହିଁକି କିନ୍ତୁ ତା

ନିଜ ସ୍ତ୍ରୀ ତା କଥା ମାନୁନାହିଁ ବୋଲି ଭାବିବା ବେଳକୁ ଦେହ ମନ ଗୋଟେ କେମିତି ଅସହିଷ୍ଣୁତା ରେ ଜଳିଉଠୁଛି ।

ସେଦିନ ତା ପିଲାଦିନ ର ବନ୍ଧୁ ଦେଖାହୋଇଗଲା ବଜାର ରେ । ଚାରିଆଡ଼ ର କଥା ପଡୁ ପଡୁ ସେ ଅନୁପ କୁ ପଚାରିଲା

---ଆଉ ଭାଇ ଘରଣୀ ଙ୍କ ବିଷୟରେ କିଛି କହ ।

ମୁହଁ ଶୁଖିଗଲା ଅନୁପ ର ।ସେ କଥା ଲକ୍ଷ୍ୟ କରି ବନ୍ଧୁ ବୀରେନ କହିଲା --କଣ ହେଲା ?କିଛି ଅସୁବିଧା ଅଛି ? ଥାଉ ତା

ହେଲେ ।

--ଆରେ ନା ...ନା ସେମିତି କିଛି ନୁହଁ ।କଣ ଆଉ କହିବି ?

କହିଲେ କୁଳ କୁଟୁମ୍ବ କୁ ଲାଜ ,ନ କହିଲେ କୁଳ ଭାସି ଯାଉଛି ।

----ଏମିତି କଣ କଥା ଆଉ ଘଟଣା ଘଟିଛି ଯେ ଏ କଥା

କହୁଛୁ ।

----ହଉ ଛାଡ ସେସବୁ ।ଯାହା ହେଉ ଜାଣି ଖୁସି ଲାଗିଲା ,ତୋ ସଂସାର କଥା ।ସୁଖୀ ଜୀବନ ।ପୁଅ ,ଝିଅ ,ଆଉ ସୁନ୍ଦର ଘରଣୀ କୁ ନେଇ ସୁସ୍ଥ ସମ୍ପୂର୍ଣ୍ଣ ଜୀବନ ।ଭଗବାନ ଙ୍କ ଦରବାର ରେ ଯେତେବେଳେ ଯାହା ବରାଦ ଥିବ ।

----- ------- ---------

କିଛି ଭାବି ପାରୁ ନ ଥାଏ ଅନୁପ ।ଏମିତି ଉତ୍ତରାଧିକାରୀ ଶୁନ୍ୟ ହୋଇ ଜୀବନ ଚାଲିଯିବ ।ପୁଅ ଟିଏ ର ମୁହଁ ଦେଖିବା ସାତସପନ ହୋଇଗଲା ।ଏତେ ବଡ ବଂଶ ରେ ଯାହକୁ ଦେଖିଲେ ବି ତା'ର କୋଳ ପୁତ୍ର ରତ୍ନ ରେ ପୂର୍ଣ୍ଣ କେବଳ ଅନୁପ କୁ ଛାଡିଦେଇ । ମନ ଟା ପାଉଁଶିଆ ହୋଇଯାଏ ।ସେ ବୁଝିପାରେନା ଯେ ଏଇଟା କେବଳ ତା ଭାଗ୍ୟ ର ବିଡମ୍ବନା ନା

ଆଉ କେହି ତାଆରି ପରି ଅଛନ୍ତି ? ସ୍ତ୍ରୀ ଚାକିରୀ କରିଛି ବୋଲି ତା 'ର ପୌରୁଷ ଆହତ ପକ୍ଷୀ ର ପକ୍ଷ ପରି ଛଟପଟ ।କାହାକୁ କହିବ ସ୍ତ୍ରୀ ତା'ର କଥା ମାନେନି ।କି ଲଜ୍ଜା ଆଉ ଗ୍ଲାନି !!!

ଆଘାତ ମନ ର ......!!!!ଆଘାତ ଦେହ ର ......!!!! ଆଘାତ

ହୃଦୟ ର ....!!!!ଆଘାତ ପିତୃତ୍ତ୍ୱ..... ର ,!!!!ଆଘାତ ପୁତ୍ରପ୍ରାପ୍ତି ର ....!!!!ଆହତ ପୌରୁଷ ଅଭିମାନ ରେ ଅନ୍ତର୍ମନ

କୁହୁଳି କୁହୁଳି ଉଠେ ।ଗୁମୁରି ଗୁମୁରି ଆଖିକୋଣ ଜକେଇ

ଯାଏ ।ସେତେବେଳେ ଏତେ ବଡ ପୃଥୀବି ଟା ରଙ୍ଗହୀନ ପାଣ୍ଡୁରିଆ ଦେଖାଯାଏ ।ପୁଅ ଟିଏ କୁ ଛାତିରେ ଜଡେଇ ପୁତ୍ର ମୋହ ରେ ଭାସିଯିବାର ସ୍ବପ୍ନ ସବୁ ଅଧୁରା ରହିଯାଏ ।

ପ୍ରତ୍ୟେକ ଙ୍କ ତାତ୍ସଲ୍ୟ କଥା ଛାତିରେ ବାଡେଇ ବାଡେଇ ଭାଙ୍ଗିଦିଏ ସବୁ ଅହମିକା । ତେଣୁ ପୁରୁଷ ଟିଏ ହେବାର ଇଛା ଓ ଗୌରବ ପ୍ରତି ମୁହୂର୍ତ୍ତରେ ଚୁରମାର ହୋଇ ଭାଙ୍ଗିଯାଏ ।ସ୍ତ୍ରୀ

ଜଣେ ନାରୀ ।ଏ ସୃଷ୍ଟି ନାରୀ ପାଇଁ ଯେତିକି ସହାନୁଭୁତି ଶୀଳ

ସେତିକି ପୁରୁଷ ପାଇଁ ନୁହେଁ କାହିଁକି ବୁଝିପାରେନି ସେ ।ଜୀବନର ଏଇ ଅଧା ଅଧୁରା ଯୁଗ୍ମ ଜୀବନ ରେ ସେ କେମିତି ସ୍ୱୟଂସମ୍ପୂର୍ଣ୍ଣ ହେଇପାରିବ ?ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଉଥିବା ପୁତ୍ର ମୋହ ,,ଜରାଜୀର୍ଣ୍ଣ ହୋଇ ପଡୁଥିବା ମାନସିକତା ତା ଚାରିପଟେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି କରୁଥାଏ ଏକ ପାଣ୍ଡୁର ପୃଥିବୀ ।ଏ ପୃଥିବୀର ସେ ଏକ ଅବାଂଛିତ ଜୀବ । ଏକ ତତଲା ଦୀର୍ଘଶ୍ଵାସ ଟିଏ ବାହାରି ଆସୁଥାଏ ।କେତେ ଅସହାୟ ସତରେ ଏ ପୁରୁଷ ନାମକ ପ୍ରାଣୀ ଟି ।!!!!!!!!! ।

--- --- --- --- --- ----

ସିପ୍ରା ନାମତା

ବାରିପଦା

8249850168


Rate this content
Log in