Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Romance

3  

Neelima Nivedita Behera

Romance

ପ୍ରେମ 1

ପ୍ରେମ 1

3 mins
7.2K


 ସମସ୍ୟା ଅଛି ମାନେ ସମାଧାନ ବି ଥିବ । ସଂସାର ଅଛି ମାନେ ତା’ର କିଛି ଗୋଟେ ସାର ତ ଥିବ ! ସ’ରୁ ଆରମ୍ଭ ହେଇ ସରସିନୀ ପହଞ୍ଚିଥିଲା, ସଞ୍ଜୁଆ ତୁଠରେ । ସମସ୍ୟାକୁ କାନ୍ଧରେ ବୋହି ନେଇଥିଲା ଢେର୍ ବାଟ ଯାଏଁ, ସହରରୁ ଶିବପୁର ଗାଁ ଯାଏଁ । ଯଉଁଠି ସେ ଆଉ ସଞ୍ଜ ଛଡ଼ା ଆଉ କେହି ବି ନଥିଲେ । ଖାଁଖାଁ ନଈ ତୁଠର ସେ ଶିଉଳିଲଗା ପଥରକୁ ନିରିଖେଇ ଦେଖିଲା, ଅନେକ ସମୟ ଯାଏଁ । ପତା ଉଠେଇ ଚାହିଁଲା ତୁଠ ଆରପାରିରେ ଥିବା ବରଗଛକୁ । ବରଗଛ ବୁଢା ହେଇ ଯାଇଥିଲା । ବରଗଛ ଆଡ଼କୁ ଡେଣା ଝାଡ଼ି ଉଡ଼ି ଯାଉଥିଲେ ଦୋ’ଟି ପକ୍ଷୀ । ନାଲିଆ ଆକାଶରେ ସେମାନେ କିଏ ଥିଲେ ? କାଉ ନା କଜଳପାତି, କେଜାଣି ? ଏଣେ ସଞ୍ଜ ଗଡୁଥିଲା, ରାତି ମାଡୁଥିଲା । ସେମାନଙ୍କ ଆଡୁ ଆଖି ଫେରଉଫେରଉ ଆଖି ଜକେଇ ସାରିଥିଲା, ଅଳସ ଭାଙ୍ଗି ସାରିଥିଲା ସିନୀର କ୍ଳାନ୍ତ ଚାହାଣୀ ।

ମନେ ପଡେ ପିଲାଦିନ । ପିଙ୍କି, ରାନୀ, ଜୁଲି, ହେମ ସାଙ୍ଗରେ ସିନୀ ବି ସ୍କୁଲ ଯାଏ ନଈ ସେପାଖ ଠିକ୍ ସେଇ ବରଗଛ ପାଖ ଦେଇ । ଗଲାବେଳେ ବ୍ୟାଗରେ ବରଛାଲିରୁ ଖଣ୍ଡିଏ ପୂରେଇବାକୁ କେବେ ଭୁଲେନା । ବାଆ ତା’ର କହେ, “ବରଗଛ ମୂଳେ କାଳେ ଦେବତା ରୁହନ୍ତି । ଗାଁକୁ ସବୁପ୍ରକାର ବିପଦ ଆପଦରୁ ରକ୍ଷା କରନ୍ତି ।“ ସାର୍ ଦେଇଥିବା ପାଠ ଯଦି ସମୟ ଅଭାବରୁ କରି ନ ପାରିଥାଏ, ସେତେବେଳେ ସେଇ ବରଛାଲି ହିଁ ପଡିବ ସିନୀର ପିଠିରେ । ଏଇଟା ବିଶ୍ଵାସ ଥିଲା ନା ଭଲପାଇବା, କେଜାଣି ?

ହାତ ମାରି ଚହଲା ପାଣିକୁ ସ୍ଥିର କରିବାକୁ ଚେଷ୍ଟା କରୁଥାଏ ସିନୀ ଆଉ ମନେମନେ କହୁଥାଏ,

- ଅଟକି ଯାଇ ନଥାନ୍ତା ସମୟ ! ସେ ଘୋଘା ଶବ୍ଦ ଭିତରେ ମୁଁ ହଜିଯାଇ ନଥାନ୍ତି ! ଦିଶି ନଥାନ୍ତା ମୋତେ ମୋ ଲକ୍ଷ୍ୟସ୍ଥଳ, ଯଉଠି ମୋତେ ଓହ୍ଲାଇବାକୁ ପଡିବ, ଫେରିବାକୁ ପଡ଼ିବ ନିଜ ଗୋଡକୁ, ହିସାବିବାକୁ ହେବ କେତେ ହେଲା ଭଡ଼ା ଆଉ ଗଣିଦେବାକୁ ହେବ ଚାଳକକୁ ତା’ ପ୍ରାପ୍ୟ । ପୁଣିଥରେ ଫେରିବାକୁ ହେବ ଏ ରକ୍ତ-ମାଂସ-ହାଡର ପାଞ୍ଚ ଫୁଟ ଶରୀରକୁ । ପୁଣିଥରେ ଆକଳନ କରିବାକୁ ହେବ କର୍ତ୍ତବ୍ୟର ତାଲିକା । ସତରେ ! ଅଟକି ଯାଇ ନଥାନ୍ତା ସମୟ ! ହଜିଯାଇ ନଥାନ୍ତି ସେ ଘୋଘା ଶବ୍ଦ ଭିତରେ ମୁଁ...

ସହର ପିଛା ଛାଡି ନଥିଲା ନା ସେ ସେନାପତିର ସ୍ମୃତି ? ହଁ ହଁ ସେନାପତି । ସେଇ ଶ୍ରୀନିବାସ ସେନାପତି । ଯାହାକୁ ସିନୀ ପିଲାଟିବେଳୁ ଶ୍ରୀନି ବୋଲି ଡାକେ । କେବଳ ର’ ଫଳାର ତଫାତ୍ ଯେ ଦିନେ ଗୋଟିଏ ରାତିର ଦୀର୍ଘତା ହେବ ସେକଥା କ’ଣ ଆଗରୁ ମାଲୁମ ଥିଲା ସିନୀକୁ ?

ନାଲିଆ ଆକାଶ ଧିରେଧିରେ କଳା ରଙ୍ଗ ଧଇଲାଣି, ପବନରେ ଥଣ୍ଡା ମିଶି ପାଗଟା ବି କୋହଲିଆ କୋହଲିଆ ହେଲାଣି, ଚହଲା ପାଣିରେ ଆଙ୍ଗୁଠି ଗାର ବାଜି ବାଜି ଆହୁରି ଆହୁରି ଅସ୍ଥିର ସିନା ହେଲାଣି, ହେଲେ ସିନୀ ? ସିନୀ ସେଇମିତି ମାପୁଥାଏ ଅନ୍ଧାରର ଲମ୍ବ...

ଗୁଣୁଗୁଣୁ ହେଉଥାଏ ନିଜ ସହ...

- ଗୁଡ଼ି ଭଳି ଉଡିବିନି ଆକାଶରେ ଜମା । ମୋ ସୂତାକୁ ଧରି ମୋତେ କେହି ନିୟନ୍ତ୍ରଣ କରିବ ? ଇଛା ମୁତାବକ ନଟେଇକୁ ଟାଣୁଥିବ, ପୁଣି ମଝିରେମଝିରେ ଢିଲା ଛାଡିବ ? ନା । ହେଇପାରିବନି କଦାପି । ମୁଁ ତ ଉଡ଼ିଯିବି ଦିନେ, ବିଲହାଟରେ ମିଳୁଥିବା ସେ ବେଲୁନ୍ ଭଳି । ବହୁତ ଦୂରକୁ... ବହୁତ ଦୂରକୁ ।

‘ଡବ୍’ କରି ଶବ୍ଦରେ ଚହଲା ପାଣିର ତରଙ୍ଗ ନଈର ସେକୂଳ ଛୁଇଁଲା । ଠିକ୍ ସେତିକିବେଳେ ପିଛା କରୁଥିବା ସେନାପତି ଓରଫ୍ ସିନୀର ଶ୍ରୀନି ବି ପହଞ୍ଚି ସାରିଥିଲା ତୁଠରେ । ବୋଧେ ସେନାପତିର ସ୍ମୃତିଟା ଅଧିକ ବେଗବାନ ଥିଲା ବାସ୍ତବ ଶ୍ରୀନି ଅପେକ୍ଷା ।

ଶ୍ରୀନିର ମନେ ପଡୁଥିଲା ସିନୀ କହିଥିବା କେଇପଦ କଥା,

- କଢରୁ ଫୁଲ ହେବା ଯାଏଁ ମୁଁ ତୁମର ଥିଲି ଶ୍ରୀନି । ଏ ମହକକୁ ତୁମ ଭିତରେ ଚହଟିବାକୁ ଦିଅ । ନିଅ । ଆବୋରି ନିଅ ମୋତେ । ଶୋଷ ପାଣିକୁ ଆକଣ୍ଠ କଲା ପରି ମୋତେ ତୁମ ଝାଳରେ ଭେଦେଇ ଦିଅ, ତୁମ ରକ୍ତରେ ମିଶେଇ, ତୁମ ଶ୍ଵାସରେ ହଜିଯିବାକୁ ଦିଅ ।

ପାଣିକୁ ଡରି ପହଁରା ଶିଖି ନଥିବା ଶ୍ରୀନି ପାଖରେ ଉପାୟବା କ’ଣ ଥିଲା, କେବଳ ଚିତ୍କାର କରିବା ଛଡା ?

- କେମିତି ? କେମିତି ମତୁଆଲା ଭ୍ରମର ସାଜି ଚୁଚୁମି ଥାନ୍ତି ତା’ ମଧୁକୁ ? ତୃପିତ ପରି ଆଘ୍ରାଣ କରିଥାନ୍ତି ତା’ ସୁବାସକୁ? ମନତଳ ଅରମାନ୍ କୁ ହିଁ କହିବାକୁ ଧାଇଁ ଯାଇଥିଲି ଆଠ ଫୁଟିଆ ତମର ସେ ଏକ ବଖରିଆ ରୁମକୁ । ପିଲାଦିନରୁ ସାଇତା ସବୁ ଆବେଗକୁ ତ ଅଜାଡ଼ିବାକୁ ପହଞ୍ଚିଥିଲି ମୁହଁ ସଞ୍ଜରେ, ତୁମ କବାଟ ପାଖରେ । ହେଲେ...? ହେଲେ, ତମେ ଧରିଥିଲ ସଞ୍ଜବତୀ, ସିନୀ ! ମୋ ଭିତରର ପୁରୁଷକାର ଓ ଉତ୍ତେଜନା ସବୁ ଆଣ୍ଠେଇ ପଡ଼ିଲେ ତୁମ ଦେବୀପଣ ନିକଟରେ । ତୁମ ନିବେଦନରେ ଶୁଭୁଥିଲା ଖାଲି ଓଁକାର ନାଦ ଓ ପବିତ୍ର ଶଙ୍ଖ ଧ୍ୱନି । ପ୍ରତ୍ୟାଖ୍ୟାନ ନୁହେଁ ସିନୀ.... ତା’ ଥିଲା ମୋର ନତମସ୍ତକ ସମର୍ପଣ କେବଳ... ସମର୍ପଣ କେବଳ

ନିବେଦିତା

...

ନୀଳିମା


Rate this content
Log in

Similar oriya story from Romance