Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maitreyee Kamila

Thriller Others

0.4  

Maitreyee Kamila

Thriller Others

ପ୍ରେମ ବନ୍ଧନ

ପ୍ରେମ ବନ୍ଧନ

3 mins
514


ପ୍ରେମ ବନ୍ଧନରୁ କେବେ ମୁକ୍ତ ନୁହେଁ ଭାଉଜ, ଆକାଶର ପକ୍ଷୀ ଯେତେ ଉପେରକୁ ଉଡିଲେ ମଧ୍ୟ ନିଜ ବସାକୁ ଫେରିବାର ବାଟ ଜାଣିଥାଏ । ସ୍ବପ୍ନ ସବୁ ନିଜ ଭିତରେ ବସା ବାନ୍ଧିବାକୁ ଦିଅ ତା ବୋଲି ରଙ୍ଗିନ ପର ଲଗେଇ ଉଡିବାକୁ ଚେଷ୍ଟା କଲେ ଆପେ ଆପେ ଛନ୍ଦି ହେବ ନିଜ ସୂତାରେ । ଏମିତି କଥା କହି ହିମାନି ବୁଝାଉଥିଲା ଯାନୀକୁ । ଯାନୀ ସହରରେ ରହିଆସିଛି ବାହାଘର ପରଠୁ । ଗାଁର ଅଦବ କାଇଦା ଜଣା ନାହିଁ, ଏଇ କେତେ ଦିନ ହେଲା ସ୍ୱାମୀ ନୀରଜ ଆଉ ପୁଅ ଅଂଶ ସହ ଶାଶୁ ଘର ଗାଁକୁ ଆସିଛି ଖରା ଛୁଟିରେ। ହେଲେ ମନ ଭାରି ଖୁସି ହୋଇ ପାରୁନି । ସହରରେ ଡ୍ରେସ ପିନ୍ଧୁଥିବା ଝିଅ ଗାଁକୁ ଆସି ଶାଢୀରେ ଦିନ ସାରା ରହିବାଟା ତା ପାଖରେ କଷ୍ଟ ହୋଇ ପଡ଼ିଥିଲା । ସେଥି ପାଇଁ ହିମାନି ବୁଝାଉ ଥିଲା ଭାଇଙ୍କୁ ଭଲ ପାଇବାକୁ ହେଲେ ସେ ଗାଁକୁ ଆସିବାକୁ ଭଲ ପାଆନ୍ତି । ତୁମେ ସେଥିରେ ଖୁସି ହେବା ଦରକାର । ଅଂଶର ସକାଳୁ ଉଠିଲା ପରଠୁ ଖାଲି ବିଲେଇ ଛୁଆ ପଛରେ ଖେଳ ଚାଲିଛି । କେମିତି ହଉ ଟିକେ ଛୁଇଁ ଦେବ କି? ବେଙ୍ଗକୁ ଦେଖି ତାରି ଭଳି ଡେଇଁବାକୁ ଚେଷ୍ଟା କରୁଛି, ଚାଲୁ ଚାଲୁ ଝୁଣ୍ଟି ପଡୁଛି ପୁଣି ହସି ହସି ଦୌଡୁଛି । ଏମିତି ଖୁସି ହଉଛି ଗାଁକୁ ଆସି ଆଉ ଗାଁ ପିଲାଙ୍କ ସହ ମିଶି ସତେ କି ବହୁ ଦିନରୁ ସାଙ୍ଗ । ଯାନୀ ଟିକେ ଡରୁଛି କାଳେ ଗାଁର ପାଣି ଅଡୁଆ କରିବନି ତ । ସଂଜରେ ଦନା କକେଇ ଆସିଥିଲେ ବାପା କହୁଥିଲେ ସକାଳୁ ମାଛ ଧରା ହେବ , ସେ ଯାହାହେଉ ଅଂଶକୁ ଟିକେ ଜଲଦି ଖୁଏଇବାକୁ ପଡିବ ନହେଲେ ପିଲାଟା ଖେଳରେ ମାତିଲେ ଜମା ଶୁଣିବ ନି । ତିନି ବର୍ଷ ପୁରିଲା ତାକୁ । କଥା ହେବ ବଡ ଲୋକ ପରି । ସକାଳୁ ପୋଖରୀ ତୁଠରେ ସବୁ ଜମା ହେଲେଣି । ନିରାଜ ପୁଅକୁ ନେଇ ଯିବାକୁ ବାହାରିଲେ,କେତେ କଷ୍ଟରେ ଯାନୀକୁ ଖୁଆଇବାକୁ ପଡିଲା। ଛୁଆ ସବୁ ମାଛ ଦେଖି ଡିଆଁ ମାରୁଛନ୍ତି ଅଂଶ ତଳକୁ ଓଲହେଇ ବା ପାଇଁ ଜିଦ କଲା । କ'ଣ ଗୋଟେ କାମୁଡି ଦେଇଛି ତା ପାଦରେ ଲାଲ ପଡ଼ି ଗଲାଣି, ବୋଉ ତାକୁ କାଖେଉ ଘରକୁ ନେଇ ଆସିଲେ, ରାତିରେ ଛୁଆକୁ ଜ୍ୱର ,ଗାଁରେ ଡାକ୍ତର ମିଳିବେନି । ଏତେ ରାତିରେ ସହରକୁ ଯାଇ ଡାକ୍ତର ଦେଖେଇବା ସମ୍ଭବ ନୁହେଁ। ଘର ସାରା ସମସ୍ତେ ବ୍ୟସ୍ତ । କେହି ଜଣେ ମନେ ପକେଇଲେ ହମ୍ପା ଅଜା କଥା, ସେ ଜଡି ବୁଟିରେ ରୋଗ ଭଲ କରିଦିଅନ୍ତି । ତାଙ୍କଠୁ ପାନେ ଔଷଧ ଖାଇ ଅଂଶ ଭଲ ହଇ ଗଲା । ୟା' ପରଠୁ ଯାନୀ ଗାଁକୁ ଆସିବାକୁ ଡରିଲା । ତା ମାତୃତ୍ଵର ବନ୍ଧନ ଗୋଡ଼ରେ ଶିକୁଳି ଲଗେଇ ଅଡ଼ି ଧରିଲା ଗାଁକୁ ନ ଯିବା ପାଇଁ।


ସମୟ ତା ବାଟରେ ଚାଲିଥାଏ । ଗାଁରେ ବାପା ବୋଉଙ୍କର ଶୂନ୍ୟ ସ୍ଥାନ, ଘର ବାଡ଼ି ସବୁ ଅସଜଡ଼ା ହୋଇ ପଡିଛି । ଅଂଶ ଏବେ ଦ୍ୱାଦଶ ଶ୍ରେଣୀର ଛାତ୍ର, ଆଜି କାହିଁ ଯାନୀର ଭାରି ଗାଁ କଥା ମନେ ପଡୁଛି । ସେଇ ଧାନ ଜମି ନଇଁ ପଠା ପୋଖରୀ ଶାଗ ପଟା ଗୁହାଳ ସବୁ ଯେମିତି ଏକାଥରେ ହାତ ହଲେଇ ଡାକୁଛନ୍ତି । କହିବ କହିବ ଭାବୁଛି ନୀରଜଙ୍କୁ ଗାଁ କଥା ମନେ ପଡୁଛି । ଠିକ ଏହି ସମୟରେ ମୋବାଇଲ ହାତରେ ଧରି ନୀରଜ କହିଲେ ମୁଁ ପନ୍ଦର ଦିନ ପାଇଁ ଦିଲ୍ଲୀ ଯାଉଛି ଟୁରରେ । ତୁମେ ମାନେ ଆସି ପାରିବ ମୋ ସହ । ଅଂଶ କହିଲା ପାପା ସାର କହିଛନ୍ତି ଛୁଟିରେ ଯେଉଁମାନେ ଚାହିଁବ ଦୁଇ ସପ୍ତାହ ପାଇଁ ଗାଁକୁ ଯାଇ ପାରିବ। ଇଛା ହେଉଛି ସବୁ ବନ୍ଧନର ଶିକୁଳିରୁ ମୁକ୍ତ ହୋଇ ଆକାଶର ପକ୍ଷୀଟିଏ ପରି ଉଡି ଯାଆନ୍ତା କି ଗାଁକୁ । ହେଲେ ବସା ଆଜି ଶୂନ୍ୟ କେହି ନାହିଁ ହାତ ଠାରି ଡାକିବାକୁ ଆସିବୁକିରେ --ଏ ପରା ତୋ ଗାଁ ତୋ ମାଟି ଥରେ ଶାଶୁ ଘରେ ପାଦ ଥାପିବା ପରେ ସବୁ ସମୟ ପାଇଁ ଏ ନିଜର । 


ଆଜି ମନେ ପଡ଼ିଲା ହିମାନି କଥା।ସେ ତା ଶାଶୁ ଘର ପଡିଶା ନଣଦ । ନୂଆ ନୂଆ ଗାଁକୁ ଆସିବା ସମୟରେ କହିଥିଲା ପ୍ରେମ ବନ୍ଧନରୁ ମୁକ୍ତ ନୁହେଁ ଭାଉଜ । ସେ ସେଇ ସିକୁଳି ରେ ନିଜକୁ ପରିପୂର୍ଣ୍ଣ ହେବାକୁ ଚାହେଁ । ସତରେ କ'ଣ ସେ ଗାଁ ଘର ଏବେ ସ୍ମୃତିରେ ରହିଯିବ।ଆଉ ସେଇଠି ବିତେଇଥିବା ସମୟ ସେ ସବୁ ଆଉ ଥରେ ପଛକୁ ଫେରି ଯାଆନ୍ତା କି ଆଉ ଜାବୁଡି ଧରି ଥା'ନ୍ତା ବିତଉଥିବା ମୁହୂର୍ତ୍ତ ମାନଙ୍କୁ ।


Rate this content
Log in

Similar oriya story from Thriller