Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କଳିଯୁଗ
କଳିଯୁଗ
★★★★★

© Shibashis Padhee

Inspirational Tragedy

4 Minutes   208    28


Content Ranking

ଶିବାଶିଷ ପାଢ଼ୀ

ବହୁତ ଦିନରୁ ଗାଁକୁ ଯାଇ ପାରି ନ ଥିଲି ମୁଁ !ସହର ରେ ରହିଲେ ବି ଗାଁ ମୋହ ଏ ପର୍ଯ୍ୟନ୍ତ ତୁଟାଇ ପାରି ନାହିଁ ମୁଁ !ଜଂଜାଳ ବଢିବା ସହ ଆଗପରି ପ୍ରତି ପ୍ରତି ଶନିବାର ଯାଇ ନ ପାରିଲେ ବି ମାସ କୁ ଦୁଇ ଥର ଯେମିତି ହେଲେ ଯାଉଥିଲି ! ବାପା ଙ୍କୁ ହରାଇଲା ପରେ ଗାଁରେ ବଡ଼ବାପା ଙ୍କ ସହ ବସି ଖୁସି ଗପ ହେବା ଭାରି ବଢିଆ ଲାଗେ !ବଡ଼ବାପା ଙ୍କୁ ଛାଡିଦେଲେ ନଦୀ ମୋର ଆଉ ଗୋଟିଏ ବଡ଼ ଆକର୍ଷଣ !ନଦୀ ରେ ଘଣ୍ଟା ଘଣ୍ଟା ଗାଧୋଇବାକୁ ଏଇ ବାଥରୁମ ଗାଧୁଆ କେବେ ସରି ନୁହେଁ !

ଆମ ଘରୁ ନଦୀ ଯିବା ବାଟ ରେ ପଡ଼େ ବସନ୍ତ ମାଉସୀ ଙ୍କ ଘର !ଛୋଟ ବେଳୁ ମାଉସୀ ଙ୍କ ସହ ଟିକିଏ ବେଶି ଭାବ ମୋର !ମୋତେ ଦେଖିଲେ ଭାରି ଖୁସି ହୁଅନ୍ତି ସେ !ନଟ ମଉସା ତ ଥରେ ଥରେ କୁହନ୍ତି- "ମାଉସୀ ତିନି ପୁଅ ରେ ଯେତିକି ଖୁସି ହୁଏ ତୋ ଏକା ରେ ସେତିକି ଖୁସି ହୁଏ ତୁ ତାର ବଡ଼ ପୁଅ "ମାଉସୀଙ୍କ ତିନି ପୁଅ ମୋ ଠୁ ସାନ ସେମାନେ ବି ବଡ଼ଭାଇ ସମ୍ମାନ ଦିଅନ୍ତି ମୋତେ !

ନୂଆ ଘର ତୋଳା ଯୋଗୁଁ ମୁଁ ବହୁତ ଦିନ ହେଲା ଗାଁକୁ ଯାଇ ପାରି ନ ଥାଏ !ଗାଁ ରେ ଏକ ବିବାହ ଉତ୍ସବ ରେ ଯୋଗ ଦେବା ପାଇଁ ରେଣୁ ଓ ପୁଅ ପ୍ରଜ୍ଞାନ ଯାଇଥିଲେ !ତିନିଦିନ ର ରହଣି ପରେ ଫେରି କି ମୋତେ ଗାଁ କଥା କହୁଥିଲେ !ରେଣୁ ଗାଁ ପ୍ରତି ମୋର ମୋହ ଜାଣିଛନ୍ତି ଏଣୁ ବିଷଦ ଭାବେ ସମସ୍ତ ଙ୍କ କଥା କହୁ କହୁ ଦୁଃଖୀ ହୋଇ କହିଲେ- "ଜାଣିଛ ନଟ ମଉସା ଙ୍କ ଅଣ୍ଟା ଭାଙ୍ଗି ଯାଇଛି !ବିଲ ରୁ ଫେରୁଥିବା ବେଳେ କେଉଁ ଗାଡି ଧକ୍କା ଦେଲା ପରା !କଟକ ରୁ ଫେରେଇ ଛନ୍ତି !ଡାକ୍ତର ପରା କହିଛନ୍ତି ସେ ଆଉ ଚଲାବୁଲା କରି ପାରିବେ ନାହିଁ !ଆମେ ତ ଯାଇ ପାରିଲୁନି କିନ୍ତୁ ମାଉସୀ ଙ୍କୁ ଭେଟି ଥିଲୁ ପୁରା ଝଡି ଗଲେଣି । "

ଭାରି ଦୁଃଖୀ ହୋଇଗଲି ମୁଁ ମାଉସୀ ଙ୍କ କଥା ଚିନ୍ତା କରି କିନ୍ତୁ ତିନି ତିନି ଟି ପୁଅ ତିନିଟି ବୋହୁ ରେ ଶଯ୍ୟାଶାୟୀ ନଟ ମଉସା ଙ୍କ ଚିକିତ୍ସା ସେବା ରେ ଅସୁବିଧା ହେଉ ନ ଥିବ ଭାବି ମନ କୁ ବୁଝେଇ ଦେଲି !

ଘର କାମ ରେ ବ୍ୟସ୍ତ ରହି ଗାଁ କୁ ଯାଇ ପାରୁ ନ ଥିଲି ମୁଁ !ପ୍ରାୟ ଛଅ ମାସ ଗାଁ ରୁ ଫୋନ ଆସିଥିଲା ବଡ଼ବାପା ଙ୍କ ଦେହ ଖରାପ ବୋଲି ନଟ ମଉସା ଙ୍କୁ ବି ଦେଖିବାର ଇଛା ଥିଲା ଏଣୁ ଗାଁ କୁ ବାହାରିଲି !

ପୁରୁଣା ଶ୍ୱାସ ରୋଗ ଯୋଗୁଁ ବଡବାପା ଙ୍କ ଦେହ ବିଗିଡି ଯାଇଥିଲା !ମୋତେ ଦେଖି ଭାରି ଖୁସି ହେଲେ ସେ କିନ୍ତୁ କହିଲେ ।

"ଠିକ ଆସିଛୁ ଯା ତୋ ବସନ୍ତ ମାଉସୀ କୁ ଟିକିଏ ଦେଖା କରି ଆସିବୁ ତୋତେ ବହୁତ ଖୋଜେ ସେ । "

ମାଉସୀ ଘର କୁ ଯାଇ କିନ୍ତୁ ଚମକି ପଡିଲି ମୁଁ ପୁରା ଝଡି ଯାଇଥିଲେ ବସନ୍ତ ମାଉସୀ !ସବୁବେଳେ ବୁଲିବା ଲୋକ ନଟ ମଉସା ବି ଖଟ ରେ ଶୋଇ ଶୋଇ ଭାରି ଚିଡି ଚିଡ଼ ହେଉଥିଲେ !ରୁମ ଟି ମଣିଷ ମଳ ଗନ୍ଧ ଓ ଫିନାଇଲ ଗନ୍ଧ ରେ କେମିତି ଗୋଟାଏ ଅଲଗା ଲାଗୁଥାଏ ! ରୁମ ରେ ସବୁଆଡେ ଫିନାଇଲ ଗନ୍ଧ କିନ୍ତୁ ଚାପି ପାରୁ ନ ଥାଏ ଆର ଗନ୍ଧ କୁ !ମୁଁ ଜାଣିଗଲି ଝାଡ଼ା ପରିଶ୍ରା ସବୁ ସେଇଠି ଚାଲିଛି !

ମୋତେ ଦେଖି କାନ୍ଦ କାନ୍ଦ ହେଲେ ମଉସା- "ମୁଁ ପଙ୍ଗୁ ହୋଇ ଗଲି ରେ ଶିବୁ, ମୁଁ ଆଉ ଭଲ ହେବିନି ଠିକ କଲୁ ଆସିଲୁ ଶେଷ ଥର ପାଇଁ ଦେଖିଦେଇ ଯା । "

ମୁଁ ଲକ୍ଷ୍ୟ କରୁଥିଲି ମାଉସୀ ଆଖି ରେ ଜକେଇ ଆସୁଥିବା ଲୁହ ଏଣୁ କହିଲି - "କିଏ କହିଲା ମଉସା, ତୁମେ ନିଶ୍ଚୟ ଭଲ ହେବ ""ମିଛ ଆଶ୍ୱାସନା ଦେଇ ଆସୁଥିଲି ମୁଁ !

ମୋତେ ଛାଡିବା ପାଇଁ ଆମ ଘର ପର୍ଯ୍ୟନ୍ତ ଆସିଥିବା ମାଉସୀ କହିଲେ - "ବହୁତ ଦୁଃଖ ହେଲାରେ ଶିବୁ !ତୋ ମଉସା ଠିକ ଥିବା ବେଳେ ତାଙ୍କ ସାମ୍ନା ରେ ମୁହଁ ଫିଟାଉ ନ ଥିବା ତୋ ଭାଇ ମାନେ ହଟାତ ବଡ଼ ହୋଇ ଗଲେ !ଔଷଧ ପତ୍ର ପାଇଁ ବାରମ୍ବାର କହିଲେ ଆଣୁଛନ୍ତି !ମାସ କୁ ମାସ ଭାଗ କରି !ବୋହୂମାନେ ତ ପାଖ ମାଡୁ ନାହାନ୍ତି !ଖଟ ରେ ପଡିଥିବା ମଉସା ନାତି ନାତୁଣୀ ଙ୍କୁ କେତେ ଖୋଜୁଛନ୍ତି କିନ୍ତୁ ଇନଫେକ୍ସନ ହେବ କହି ତାଙ୍କୁ ବି ଛାଡୁ ନାହାନ୍ତି !ଗୁହ ମୁତ ରେ ଘାଣ୍ଟି ହେଉଛନ୍ତି ତୋ ମଉସା ମୁଁ ଏକା କେତେ ସଫା କରିବି !ଭଗବାନ ଏତେ ଦୁଃଖ ରୁ ତାଙ୍କୁ ନେଇ ହେଲେ ଯାଆନ୍ତା !"

କାହିଁ ଏମିତି କହୁଛନ୍ତି ମଉସା ଭଲ ହେବେ ମାଉସୀ କହି ବୁଝାଉ ଥିଲି ସିନା ମାଉସୀ କିନ୍ତୁ ଜାଣିଥିଲେ ଆଉ ମଉସା ଭଲ ହେବେନି !

ୟା ଭିତରେ ଦୁଇ ବର୍ଷ ବିତି ଯାଇଥିଲା, ମଉସା ଙ୍କ ଅବସ୍ଥା ଆହୁରି ଖରାପ ହେଉଥିଲା !ମାଉସୀ ଙ୍କୁ ବହୁଥର ଭେଟିଛି ।

ମାଉସୀ ସେହିକଥା ହିଁ କହୁଥିଲେ- "ଭାରି ହଇରାଣ ହେଉଛି ରେ ପୁଅ ଭଗବାନ ୟାଙ୍କୁ ନେଇ ହେଲେ ଯାଆନ୍ତା !ଆଉ କେତେ କଷ୍ଟ ପାଇବେ !ସେ ଯେତେ ପାଉଛନ୍ତି ମୁଁ ଦିଗୁଣା ପାଉଛି । "

ସେଦିନ ଫୋନ ରେ ମଉସା ଚାଲି ଯିବାର ଖବର ଶୁଣି ମୋତେ ଟିକିଏ ଆଶ୍ୱସ୍ତ ଲାଗିଲା ଭାବିଲି ଯା ହେଉ ମାଉସୀଙ୍କୁ ଏଵେ କଷ୍ଟରୁ ମୁକ୍ତି ମିଳିବ !

ପ୍ରାୟ ଛଅ ମାସ ପରେ ମାଉସୀ ଙ୍କୁ ଭେଟି ଥିଲି !ଭାରି ଦୁଃଖୀ ଥିଲେ ସେ !ମୁଁ କହିଲି ମାଉସୀ ଯା ହେଉ ସେ କଷ୍ଟ ରୁ ମୁକ୍ତି ପାଇଲେ ତୁମେ ବି ତ ସେଇୟା ଚାହୁଁଥିଲ । "

କାନ୍ଦୁ ଥିବାମାଉସୀ କହିଥିଲେ- "ମୁଁ ଆଉ ସେ କଥା ଅନ୍ତର ରୁ କହୁଥିଲି କି ଶିବୁ, ଥରେ ଥରେ ବିରକ୍ତି ରେ ସିନା କହି ଦିଏ !ଖଟ ରେ ଥିଲେ ବି ସେ ଥିଲାପର୍ୟ୍ଯନ୍ତ ସମସ୍ତ ଙ୍କୁ ବାନ୍ଧି କି ରଖିଥିଲେ !ସେ ମଲାପରେ ମାସଟିଏ ଗଲାନି ଘର ତିନିଭାଗ ହେଲା !ଏମାନେ ବୋଧେ ଟାକି ଥିଲେ ରେ ବାବୁ !ମୋତେ ଭାଗ କରିଛନ୍ତି ଏଠି ମାସେ ତ ସେଇଠି ମାସେ !କେତେ ହୀନିମାନ ହେଉଛି ତତେ କଣ କହିବି??

ଯିଏ ତିନି ପୁଅଙ୍କୁ ଏକାଠି କରି ସମାନ ଭାଗ ଭାଗ କରି ଖାଇବା ଶିଖେଇ ଆସିଥିବା ମାଉସୀ ଯେ ଶେଷ ରେ ନିଜେ ଭାଗ ହୋଇଯିଵେ କିଏ ଜାଣିଥିଲେ । ଭାଗ କରି ଖାଇବା ଶିଖିଥିବା ପିଲାମାନେ ଘର କୁ ଭାଗ କରିଦେଲେ, କିନ୍ତୁ ଅଚିରେ ମଣିଷକୁ ଭାଗ ଭାଗ କରି ଦେଇ ପାରିଲେ । ତାହା ଵି ପ୍ରିୟ ମଣିଷ ମାଆଙ୍କୁ !

ମାଉସୀଙ୍କୁ କଣ କହି ବୁଝାଇବି ମୁଁ ଭାବି ପାରୁ ନ ଥିଲି । କହିଲି - "ମୁଁ ଵି ଗୋଟେ ପୁଅ ! ତୁମେ ଚାଲି ଆସ ମୋ ପାଖକୁ । ଆରାମରେ ରହିବ !"

ଭାବୁଥିଲି ଅତି ଦୁଃଖରେ ଥିବା ମାଉସୀ ଚାଲି ଆସିବ । ଶେଷ ସମୟ ତକ ସୁଖରେ ରହିବ ।

କିନ୍ତୁ ଚମକେଇ ଦେଇ କହିଲେ -"ଶିବୁ ! ସେ କଥା କଣ ଜାଣିନି । ତୋ ପାଖେ ଖୁସିରେ ରହିବି । କିନ୍ତୁ ସେମାନଙ୍କୁ ଲୋକେ କଣ କହିବେ । ମାଆ ହୋଇ ଲୋକହସା କରେଇବି !"

ଆଖି ଜକେଇ ଗଲା ମୋର । ମାଉସୀ ଵି ଲୁଗା କାନିରେ ପୋଛୁଥିଲେ ନିଜ ଆଖି ।

ଭାବିଲି ଏଇଟା ପରା କଳି ଯୁଗ , ଏଠି କାଳେ ହୁଏ ଅଧର୍ମର ଜୟ, ଭାବିଲି ସିନା ଆଉ ମାଉସୀଙ୍କ ମନଦୁଃଖ ହେବା ଚାହୁଁ ନ ଥିଲି ଏଣୁ କହି ପାରୁ ନ ଥିଲି !

ସହର ବାପା ମାଉସୀ

Rate the content


Originality
Flow
Language
Cover design

Comments

Post

Some text some message..