Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନୂଆ ସକାଳର ଅପେକ୍ଷାରେ
ନୂଆ ସକାଳର ଅପେକ୍ଷାରେ
★★★★★

© Susanta Nanda

Inspirational

5 Minutes   14.3K    15


Content Ranking

-"ମା' ମୁଁ ଏତେ ଶୀଘ୍ର ମା' ହେବାକୁ ଚାହୁଁନାହିଁ । ମୋତେ ବୁଝିବାକୁ କ'ଣ ପାଇଁ ତମେ ଚେଷ୍ଟା କରୁନାହଁ । ମୁଁ ତୁମର କିଛି ବି କଥା ଶୁଣି ପାରିବିନି । ଆକାଶ ଆଉ ମୁଁ ଠିକ୍ କରିସାରିଛୁ, ଅପରେସନ୍ କରିବା ପାଇଁ ଆମେ କାଲି ହସ୍ପିଟାଲ୍ ଯିବୁ ।"

ସୁମିତ୍ରା ଦେବୀଙ୍କ ଉଦ୍ଦେଶ୍ୟରେ ଏତକ ଶୁଣାଇ ସାରି ଲିସା ନିଜର ରୁମକୁ ରାସ୍ତା ଧରିଲା । ଅପଲକ ନୟନରେ ଚାହିଁ ରହିଥିଲେ ଲିସାର ଯିବା ବାଟକୁ ସୁମିତ୍ରା ଦେବୀ । କିଛି ବି ଶୁଣିବା ଅବସ୍ତାରେ ନଥିଲା ସେ । ଆଜି କାଲିର ପିଲା । ଜୀବନକୁ କୁଆଡେ ମନଭରି ଉପଭୋଗ କରିବାକୁ ଚାହାନ୍ତି ସେମାନେ । ଆଉ ଆଗକୁ ଭାବି ପାରିଲେନି ସୁମିତ୍ରା ଦେବୀ । କେଜାଣି କାହିଁକି ତିରିଶ ବର୍ଷ ତଳର ସେ ପୁ୍ରୁଣା କାହାଣୀର ପୁନରାବୃତ୍ତି ହେବାକୁ ଯାଉଛି ଯେମିତି । ଯେଉଁ କାହାଣୀ ଆଜି ପର୍ଯ୍ୟନ୍ତ ତାଙ୍କ ଆଖିରୁ ଲୁହ ଗଢାଇ ଚାଲିଛି । ଅତୀତର ସେ କାହାଣୀକୁ ଯେତେ ଚେଷ୍ଟାକଲେ ବି ଭୁଲି ପାରିନାହାନ୍ତି ଆଜି ପର୍ଯ୍ୟନ୍ତ । ତିରିଶ ବର୍ଷ ତଳେ ତାଙ୍କ ଜୀବନରେ ଘଟିଯାଇଥିଲା ଏମିତି ସେଇ କାହାଣୀ !!!

ବିବାହ ପରେ ପ୍ରତିଟି ନାରୀର ଜୀବନକୁ ଅସରନ୍ତି ଖୁସି ସେତିକି ବେଳେ ଆସିଥାଏ ଯେତେବେଳେ ସେ ଜାଣିବାକୁ ପାଇଥାଏ ସେ ମା' ହେବାକୁ ଯାଉଛି ବୋଲି । ସେଦିନ ବି ସୁମିତ୍ରାଙ୍କ ଗୋଡ ତଳେ ଲାଗୁ ନଥିଲା । 

-"ଆପଣ ମା' ହେବାକୁ ଯାଉଛନ୍ତି । ଅଭିନନ୍ଦନ ସୁମିତ୍ରା ଦେବୀ ।" 

ଡାକ୍ଟରଙ୍କ ମୁହଁରୁ ଏଇ ପଦିଏ କଥା ସେଦିନ ସୁମିତ୍ରାଙ୍କ ଜୀବନରେ ସାଗରଠୁ ଆହୁରି ବିଶାଳ ଖୁସି ଆଣି ଦେଇଥିଲା । ଖୁସି ଖବର ପ୍ରଥମେ ଫୋନ୍ କରି ଅଫିସ୍ ଟୁରରେ ଥିବା ସ୍ବାମୀ ବିବେକକୁ ଦେଇଥିଲେ । ସାହୀପଡିଶା ଆଖପାଖ ସମସ୍ତଙ୍କୁ ମିଠା ବାଣ୍ଟିବାକୁ ଟିକିଏ ବି ଭୁଲି ନଥିଲେ ସେ ।

ଏଇତ ଦୁନିଆ । ସମୟ ଡୋରିରେ ସଭିଏଁ ବନ୍ଧା । କାହା ଜୀବନରେ କେଉଁ ସମୟରେ କି କି ଘଟଣାମାନ ଘଟିଯିବ ତାହା କେହି ବି କହି ପାରିବନାହିଁ । ସବୁ ଠିକ୍ ଠିକ୍ ଥିବା ସମୟରେ ସୁମିତ୍ରାଙ୍କ ଶହେ ବାରଣ ପରେ ବି ଯେତେବେଳେ ସ୍ବାମୀଙ୍କ କଥା ଅନୁସାରେ ପ୍ରେଗ୍ନେସି ଟେଷ୍ଟରୁ ଜଣାଗଲା ଯେ ସୁମିତ୍ରାଙ୍କ ଗର୍ଭରେ ବଢୁଥିବା ମାଂସ ପିଣ୍ଡୁଳାଟି ଗୋଟିଏ କନ୍ୟା ବୋଲି, ଆରମ୍ଭ ହେଲା ନୂଆ ଏକ ମହାଭାରତ । ହଠାତ୍ ଦେଖାଦେଲା ଅଦିନିଆ ଝଡ । ସୁମିତ୍ରାଙ୍କ ପାଇଁ ସ୍ବାମୀ ବିବେକ ହୋଇଗଲେ ବିବେକ ଶୂନ୍ୟ । ସ୍ବାମୀ ବିବେକ ଚାହୁଁ ନଥିଲେ ତାଙ୍କର ପ୍ରଥମ ସନ୍ତାନ ଝିଅଟିଏ ହେଉ ବୋଲି । ଶେଷକୁ କେହି ବି ଶୁଣିଲେନି । ବୁଝିଲେନି ଥରଟେ ପାଇଁ ଯେ ସୃଷ୍ଟି ପାଇଁ ନାରୀଟିଏ ନିଶ୍ଚୟ ଆବଶ୍ୟକ । ସେଥି ପାଇଁ କନ୍ୟାଟିଏ ବଂଚି ରହିବା ନିହାତି ଜରୁରୀ ।

ସ୍ବାମୀଙ୍କ ପାଦ ଧରି କେତେ ଯେ ଲୁହ ଗଡାଇଛନ୍ତି ତାର ହିସାବ ନାହିଁ । ଶେଷରେ ହାର ମାନିବାକୁ ପଡିଛି ସୁମିତ୍ରା ଦେବୀଙ୍କୁ । ଦୁନିଆର ଆଲୁଅ କ'ଣ ଜାଣିବା ଆଗରୁ ତାଙ୍କ ଗର୍ଭର ପ୍ରଥମ ସନ୍ତକଟିକୁ ସବୁଦିନ ପାଇଁ ଶେଷ ହେବାକୁ ପଡିଛି । ଜୀବନରେ ଏଇଠୁ ଆରମ୍ଭ ହୋଇଛି ପ୍ରକୃତ ଝଡ । ବିତି ଯାଇଛି ଏହା ଭିତରେ ପାଂଚ ବର୍ଷ । କେତେ ଯେ ଦିଅଁ ଦେବତା ଡାକିଛନ୍ତି । ହଜାରେ ମାନସିକ କରିଛନ୍ତି । ଓଡିଶା ଠାରୁ ନେଇ ବାହାର ଡାକ୍ଟର ଦେଖାଇଛନ୍ତି । ଦି' ଦି' ଥର ଅପରେସନ୍ ବି ହୋଇଛି । ସବୁ ପରେ ଶେଷରେ ରୋପୋର୍ଟ ଆସିଛି ସୁମିତ୍ରା ଦେବୀ ଜୀବନରେ ଆଉ କେବେ ମା' ହୋଇ ପାରିବେ ନାହିଁ । ଏହାପରେ ସାହୀ, ପଡିଶା, ଘର ବାହାର , ସ୍ବାମୀ ପରିବାର ସବୁଠାରେ ଆରମ୍ଭ ହୋଇ ଯାଇଛି ନିର୍ଯ୍ୟାତନା । କୁଆଡେ ଶାରୀରିକ ନିର୍ଯ୍ୟାତନା ଠାରୁ ମାନସିକ ନିର୍ଯ୍ୟାତନା ବହୁତ ଅଧିକ । ଏମିତି ଏକ ସମୟ ଆସି ଉପନୀତ ହୋଇଛି ସୁମିତ୍ରାଙ୍କ ଜୀବନରେ । ସହିବାର ସବୁ ରାସ୍ତା ଶେଷ ହୁଏ ତାଙ୍କ ଜୀବନରେ । ବାଧ୍ୟ ହୁଅନ୍ତି ସ୍ବାମୀ ପରିବାରକୁ ସବୁଦିନ ପାଇଁ ଛାଡି ଚାଲି ଆସିବାକୁ । 

ସେଦିନ ରାତ୍ରିରେ କାହାରିକୁ କିଛି ବି ନ କହି ଘରୁ ପାଦ କାଢନ୍ତି ସୁମିତ୍ରା ଦେବୀ । କିନ୍ତୁ ଯିବେ କୁଆଡେ? ଏ ବୟସରେ କ'ଣ ଜନ୍ମ କଲା ପିତାମାତାଙ୍କ ଉପରେ ବୋଝ ହୋଇ ଜୀବନ ବିତାଇବେ !! ନାଁ, କେବେ ନୁହେଁ । ପାଦ ଦୁଇଟା ଆଜି ଯୁଆଡେ ଟାଣିନେବ ସେ ଆଡକୁ ଚାଲିବେ । ତେଣିକି ଯାହା ଥିବ ତାଙ୍କ ଭାଗ୍ୟରେ । ପାଦ ଆଗକୁ ବଢାଇଲେ ସେ । ଆଗରେ ଷ୍ଟେସନ୍ !! ଏତିକି ବେଳକୁ ଏ ଅମାନିଆ ବର୍ଷାଟା ବି ବାଦ କରିବାରେ ଲାଗିଛି ତାଙ୍କ ସହିତ । ଆଗକୁ ଚାଲୁଥିବା ସମୟରେ ହଠାତ୍ କାହାର କଅଁଳିଆ କାନ୍ଦଣାର ସ୍ବର ପାଦ ଦୁଇଟାକୁ ଅଟକାଇ ଦେଲା ସୁମିତ୍ରା ଦେବୀଙ୍କର । -"ଏ ବର୍ଷା ରାତିରେ କୁଆଡୁ ଆସୁଛି ଏ ଶିଶୁର କାନ୍ଦଣା !!" ଖୁବ୍ ନିକଟରୁ ଭାସି ଆସୁଥିଲା ସେହି କାନ୍ଦଣ‍ାର ସ୍ବର । ହଠାତ୍ ବିଜୁଳି ଚମକରେ ସବୁ ସନ୍ଦେହ ଦୂର କରିଦେଲା ସୁମିତ୍ରା ଦେବୀଙ୍କର । ରାସ୍ତା କଡରେ ବରଷାରେ ଭିଜି ଭିଜି ରାହା ଧରି କାନ୍ଦୁଥିଲା ଛୁଆଟିଏ । କେହି ତ କୁଆଡେ ନାହାନ୍ତି । କାହାର ଏ ଛୁଆ? ଆଗକୁ କିଛି ଅଧିକ ନ ଭାବି ଛୁଆଟାକୁ କୋଳରେ କୋଳେଇ ନେଲେ ସୁମିତ୍ରା ଦେବୀ । କେହି ନିଜର ପରିଚିତଙ୍କ ପରିଚୟ ନ ମିଳିବାରୁ ସବୁଦିନ ପାଇଁ ନିଜର କରିନେଲେ କନ୍ୟାରତ୍ନଟିକୁ । ଚାଲିଆସନ୍ତି ଏହାପରେ ସହରଠୁ ବହୁତ ଦୂରକୁ । ସୃଷ୍ଟି କରନ୍ତି ନିଜର ନୂଆ ଏକ ପରିଚୟ । ଅନେକ କଷ୍ଟ ସ୍ବୀକାର କରି ରାତିଦିନକୁ ଏକ କରି ଛୁଆଟିକୁ ଛୋଟରୁ ବଡ କରନ୍ତି । ଜନ୍ମ କଲା ଝିଅ ପରି । ବଡ ହୁଏ ଲିସା । ଆଜିର ଲିସା । 

-"ମା' ତମେ ସେତିକି ବେଳରୁ ସେମିତି ଏଇଠି ବସିଛ? ଡିନର ରେଡିକରି ସାରିଲିଣି ମୁଁ । ଶୀଘ୍ର ଆସ ।" ହଠାତ୍ ମା' ସମ୍ମୁଖରେ ଆସି କହିଲା ଲିସା ।

ଲିସାର ଏମିତି ଅଚାନାକ ଆର୍ବିଭାବରେ ବାସ୍ତବ ରାଇଜକୁ ଫେରିଅାସିଲେ ସୁମିତ୍ରା ଦେବୀ । କୌଣସି ମତେ ଲୁହ ଦି' ଟୋପାକୁ ଦୂରରେ ରଖିଲେ ସେ । ହୃଦୟରେ କୋହର ବରଷା ବରଷୁ ଥିବା ସମୟରେ କ'ଣ କାହାକୁ ଭୋକ ହୁଏ!! ! ଖାଲି ଯାହା ଲିସାଟା ପାଇଁ ରାତ୍ରି ଭୋଜନ ଟେବୁଲରେ ବସିଲେ ସୁମିତ୍ରା ଦେବୀ । ଏହା ଭିତରେ ଲିସାର ବିଚକ୍ଷଣ ଆଖି ଦୁଇଟି ସୁମିତ୍ରା ଦେବୀଙ୍କ ଆଖି ଲୁହ ଦି' ଟୋପାକୁ ବେଶ୍ ଭାବରେ ଅନୁଭବ କରିସାରିଥିଲା । 

ଆଖିର ଲୁହ ସବୁକୁ ପଣତକାନିରେ ପୋଛି ଶୋଇଯାଇଥିଲେ ସୁମିତ୍ରା ଦେବୀ । ଅଜାଣତରେ ଭୁଲି ଯାଇଥିଲେ ରୁମ୍ ଲାଇଟ୍ ଅଫ୍ କରିବାକୁ । ଭୁଲି ଯାଇଥିଲେ ଅତୀତ କାହାଣୀ ଲେଖା ଥିବା ଡାଇରୀଟିକୁ ଯଥା ସ୍ଥାନରେ ରଖିବାକୁ । ମା'ଙ୍କ ରୁମ୍ ଲାଇଟ୍ ଅଫ୍ କରିବାକୁ ଆସି ଲିସା ଶେଷରେ ପ୍ରଥମଥର ଦେଖିବାକୁ ପାଏ ମା' ହାତ ଲେଖା ଡାଇରୀ ଆଉ ସତ କାହାଣୀ ସବୁକୁ ।

ମାଆ ତ ମମତାମୟୀ । ତା'ର ହୃଦୟ ତ ଆକାଶ ଠାରୁ ବିଶାଳ । ସେ ତ ସ୍ନେହମୟୀ । ଯୋଉ ସ୍ନେହମୟୀ ମା' ତାକୁ ରାସ୍ତା କଡରୁ ଗୋଟାଏ ଆଣି ଦୁନିଆରେ ମା'ର ପରିଚୟ ଦେଇଛି, କୋଟିଏ ଭିତରେ ଗୋଟିଏ ସଫଳ ଝିଅ କରି ଠିଆ କରେଇଛି, ସବୁ ଅଳି ଅଝଟକୁ ଆଜି ପର୍ଯ୍ୟନ୍ତ ସହି ଆସିଛି, ଅଉ ସେ ମାଆ ଆଖିର ଲୁହର କାରଣ ସେ ନିଜକୁ ହେବାକୁ ଦେବନି । ଲିସାର ଆଖିରୁ ବହି ଯାଉଥିଲା ଲୁହର ଧାର । ଆକାଶ କୋଳରେ ମଥା ରଖି ଛୁଆଟେ ପରି କଇଁ କଇଁ ହୋଇ କାନ୍ଦୁଥିଲା ତା' ରୁମରେ ସେ । ଇଚ୍ଛା ହେଉଥିଲା ତା'ର, ସଙ୍ଗେ ସଙ୍ଗେ ଯାଇ ମା'କୁ ତା'ର କହି ଦେବାକୁ, " ନା ମା' , ଦୁନିଆର ଆଲୁଅ ଦେଖିବା ଆଗରୁ ମୁଁ ମୋ ସନ୍ତାନକୁ ନଷ୍ଟ କରି ଦେବିନି । ମୁଁ ତାକୁ ଜନ୍ମ ଦେବି ମା' । ହେଲେ ସେ ତାର ମା' କୁ ନିଦରୁ ଉଠାଇବାକୁ ଚାହୁଁ ନଥିଲା । ସେ ଅପେକ୍ଷା କରିଥିଲା । ନୂଆ ଏକ ସକାଳକୁ ।

ସୁମିତ୍ରା ଲିସା ଅଭିନନ୍ଦନ

Rate the content


Originality
Flow
Language
Cover design

Comments

Post

Some text some message..