Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବଳରାମ ବାରିକ

Others

3  

ବଳରାମ ବାରିକ

Others

ଚମଡା ଲଗା ମାଂସ

ଚମଡା ଲଗା ମାଂସ

3 mins
724


ମୁଁ କହିଲି ପରା ତୁମେ ଭଲ କାମ କରିଛ କିନ୍ତୁ ତୁମ କାମ ଦ୍ୱାରା କମ୍ପାନୀର ବେଶୀ କିଛି ଆଖି ଦୃଶିଆ ଫାଇଦା ହୋଇନାହିଁ।

ମୁଁ କହୁନି ତୁମେ ବର୍ଷ ସାରା କାମ କରିନାହଁ କିନ୍ତୁ ଅନ୍ୟ ମାନଙ୍କ ତୁଳନାରେ ତୁମର ପରଫର୍ମାନ୍ସ ଟିକେ ଉଣେଇସି -ବିସ୍ ରହୁଛି।

ଏ ବର୍ଷ ତୁମର ପଦୋନ୍ନତି ଅସମ୍ଭବ।ଉପରୁ ନିର୍ଦ୍ଦେଶ ବି ଆସିଯାଇଛି।କେଉଁ କେଉଁ ବିନ୍ଦୁ କୁ ସ୍ପର୍ଶ କରିଥିଲେ ପଦୋନ୍ନତି କରାଯିବ।ତୁମେ ମାର୍କେଟ କଣ୍ଡିସନ ଦେଖିଲଣି ।ଏ ବର୍ଷ ଆମ କମ୍ପାନୀର ପ୍ରଫିଟ ଟ୍ରେଣ୍ଡ ଡାଉନ ଯାଉଛି।

ମୁଁ ଆସନ୍ତା ବର୍ଷ ତୁମ ପାଇଁ ଲବି କରିବି।

-ସାର ,ଆପଣ ପ୍ରତିବର୍ଷ ସେୟା କହୁଛନ୍ତି।ପୂର୍ବ ବର୍ଷ ବି ସେୟା କହିଥିଲେ।ତା ପୂର୍ବ ବର୍ଷ ବି ସେୟା କହିଥିଲେ।ଆପଣ ଏଠି କାହାକୁ ବି ପଚାରନ୍ତୁ ମୁଁ କମ୍ପାନୀ ପାଇଁ କେତେ ମନ ଲଗାଇ କାମ କରେ ସମସ୍ତେ ଜାଣିଛନ୍ତି।ପରିବାର କୁ ବି ଠିକ ସେ ସମୟ ଦିଏ ନାହିଁ।ଡିଉଟି ସାରି ଘରକୁ ପହଁଚିଲା ପରେ ମଧ୍ୟ ସବୁ କଲ ରେସ୍ପଣ୍ଡ କରେ।ଅସୁବିଧା ସବୁ ସମାଧାନ କରେ।

ମୋ ଉପରେ ମୋର ତତ୍କାଳୀନ ମ୍ୟାନେଜର ବି ଖୁସି ଅଛନ୍ତି।କିନ୍ତୁ ଆପଣଙ୍କ ହାତରେ ତ ସବୁକିଛି ସର୍।

-ଦେଖ ସମ୍ବିତ। ଏହା ଏକ ଘରୋଇ କମ୍ପାନୀ।ସରକାରୀ ନୁହେଁ।କେଉଁ କର୍ମଚାରୀ ଦ୍ୱାରା କମ୍ପାନୀର କଣ ବୃହତ ସ୍ୱାର୍ଥ ହାସଲ ହୋଇଛି ସେଇଟା ଦେଖାଯାଏ।ତା ଛଡା ତୁମେ ତୁମର କାମ ଠିକ ସମୟ ଭିତରେ ସାରିକରି ଯାଅ।ପରିବାରକୁ ସମୟ ଦିଅ।ଆଫଟର ଅଲ ,ଉଇ ଅଲ ଆର ହ୍ୟୁମାନ ବିଙ୍ଗ।ଉଇ ନିଡ୍ ରେଷ୍ଟ ଅଲସୋ।ଅଯଥା ରେ ଘରକୁ ଗଲା ପରେ ବି କାହିଁକି କାମରେ ମୁଣ୍ଡ ପୁରାଉଛ।ତୁମେ କାମ ସାରି ଗଲା ପରେ ବି ତୁମକୁ ଫୋନ ଆସୁଛି ତା ମାନେ ତୁମେ ଠିକ ସେ କାମ କୁ ହସ୍ତାନ୍ତର କରି ଆସୁନ ।

-ନାଇଁ ସର୍।ମୁଁ କାମ କୁ ଭଲ ସେ ହସ୍ତାନ୍ତର କରି ଆସେ।

-ବୁଝୁଛି ଜଣଙ୍କର କାମ ଆଉ ଜଣଙ୍କ ସହ ଟିକେ ଲିଙ୍କ ଥାଏ।ତା ଛଡା ତୁମେ ଜଣେ ସିନିୟର ,ତୁମକୁ ତ ଜୁନିଅର ମାନେ ପ୍ରୋବ୍ଲେମ ଆସିଲେ ପଚାରିବେ ।

-ସର୍ ଟିକେ ଦେଖିବେ ଯଦି ଏ ବର୍ଷ ପ୍ରମୋସନ୍ ଟା ମିଳିଜାନ୍ତା ମୋତେ ଟିକେ ଭଲ ଲାଗାନ୍ତ।

- ହେଉ ଦେଖିବା ,ଦେଖିବା।ତୁମେ ଏବେ ଯାଅ।ଆହୁରି ଅନେକଙ୍କର ରିଭ୍ୟୁ ନେବାର ଅଛି।

ଇଉନିଟ ହେଡ୍ ଦେବେନ୍ଦ୍ର ସୋଲାଙ୍କିଙ୍କ କ୍ୟାବିନ ରୁ ବାହାରୁ ବାହାରୁ ସମ୍ବିତର ନଜର ପଡିଲା ତାଙ୍କ ଡିପାର୍ଟମେଣ୍ଟର କନିଷ୍ଠ କର୍ମଚାରୀ ମୀରା ଉପରେ।ମୀରା ୩ ବର୍ଷ ହେଲା ଜଏନ କରିଛି ଅଥଚ 2 ଟା ପ୍ରମୋସନ୍ ପାଇ ସାରଲାଣି।

-ହାଏ ମୀରା ,ହାଉ ଆର ଇଉ ?

-ଆଇ ଏମ୍ କୁଲ୍ ସର୍ ।ଟେଲ୍ ଇଉରସ୍ ।

-ଆଇ ଏମ୍ ଅଲସୋ ଗୁଡ୍।

-ଏନି ପ୍ରୋବ୍ଲେମ ସର୍ ।ଇୟୁ ଲୁକିଙ୍ଗ ୱରିଡ଼।

-ନୋ ...ନଥିଙ୍ଗ ।ଏମ୍ ଓକେ।

ଦେବେନ୍ଦ୍ର ସୋଲାଙ୍କି ଖୁବ ଷ୍ଟ୍ରିକ୍ଟ ଲୋକ ଭାବରେ ଜଣା।କର୍ମଚାରୀଙ୍କ ଠାରୁ କେମିତି କାମ ଆଦାୟ କରାଯିବ ତାଙ୍କୁ ସେ ବାଟ ଜଣା।ତାଙ୍କୁ ପ୍ରାୟ ସବୁ କର୍ମଚାରୀ ଡରନ୍ତି।ଉପର ଲେବୁଲ ରେ ତାଙ୍କର ହାତ।ମାଲିକଙ୍କ ସହ ତାଙ୍କର ଭଲ ସମ୍ପର୍କ।ମାଲିକ ତାଙ୍କୁ ସେଇଥିପାଇଁ ତ ଏତେ ବଡ଼ ପୋଷ୍ଟରେ ବସାଇଛି।

ସୋଲାଙ୍କି ବାବୁ ମାଂସ ଖାଇବାକୁ ଖୁବ ଭଲ ପାଆନ୍ତି।ଭେଜିଟେବୁଲ ଖୁବ କମ୍ ଖାଆନ୍ତି।ମଟନ୍ ତାଙ୍କର ଫେବୋରାଇଟ।ଚମଡା ଲଗା ଖାସି ମାଂସ ତାଙ୍କର ସବୁଠୁ ପ୍ରିୟ।ଜଣେ ମାଂସାସୀ ପ୍ରାଣୀ କହିଲେ ଅତ୍ୟୁକ୍ତି ହେବ ନାହିଁ।ବୟସ ତାଙ୍କର ୫୫ ପାରି ହୋଉଗଲାଣି।କିନ୍ତୁ ଖୁବ ରସିକିଆ।ମୁଣ୍ଡର ଚୁଟି ଓ ନାକ ତଳର ନିଶ କୁ କଲର କରନ୍ତି।ଖୁବ ହ୍ୟାଣ୍ଡସମ ଦେଖା ଯାଆନ୍ତି।ଏ କଥା ମୁଁ କହୁନି କମ୍ପାନୀର ଅନେକ ମହିଳା କର୍ମଚାରୀ ତାଙ୍କୁ କହନ୍ତି।

ସର୍ ଇଉ ଆର ଲୁକିଙ୍ଗ ଫାବୁଲସ୍।ସୋଲାଙ୍କି ବାବୁଙ୍କ ଭିତରର ଗଜା ମଣିଷଟା ଜାଗି ଉଠେ।ସେ ଯୁବ ସୁଲ୍ଲଭ ଅନୁଭବ କରନ୍ତି।

ସେଇଥିପାଇଁ ତ ସେ କମ୍ପାନୀର ମହିଳା କର୍ମଚାରୀଙ୍କୁ ବେଶୀ ଭଲ ପାଆନ୍ତି ପୁରୁଷ କର୍ମଚାରୀଙ୍କ ତୁଳନାରେ।

ତାଙ୍କ କ୍ୟାବିନ କୁ ଯଦି କିଛି ବିଷୟରେ ଆଲୋଚନା କରିବାକୁ କିଏ ଯାଏ ତାହେଲେ କ୍ୟାବିନ କମ୍ପୁଥାଏ।ଖାଲି ଚିତ୍କାର।

ଏ ନେହିଁ ହୁଆ

,ବୋ ନେହିଁ ହୁଆ।

ତୁମ ଲୋଗ ଗଧେ ହୋ।

ମୁଝେ ଫାଲତୁ କି ବାତ ନେହିଁ ସୁନନା ହୈ।

ଏମିତି ଅନେକ।

କିନ୍ତୁ ଯେତେବେଳେ କୌଣସି ମହିଳା କର୍ମଚାରୀ ତାଙ୍କ କ୍ୟାବିନ ଭିତରକୁ ଯାଆନ୍ତି ପୁରା ଶାନ୍ତ ପଡ଼ିଯାଏ ତାଙ୍କ କ୍ୟାବିନ।ସୋଲାଙ୍କି ବାବୁ ପୁରୁଷ କର୍ମଚାରୀଙ୍କୁ ଯେତିକି ଚିଲ୍ଲେଇ ଚିଲ୍ଲେଇ କଥା ହୁଅନ୍ତି ଠିକ ତାର ବିପରୀତ ନରମ ସ୍ୱରରେ ମହିଳା କର୍ମଚାରୀଙ୍କୁ ବ୍ୟବହାର ଦେଖାନ୍ତି।କାହିଁକି କେଜାଣି ତାଙ୍କର ମହିଳା କର୍ମଚାରୀଙ୍କ ପ୍ରତି ତାଙ୍କର ଏତେ ଭଲ ପାଇବା ବୁଝି ହୁଏନି।ମହିଳା କର୍ମଚାରୀଙ୍କସହ କଥା ହେଉଥିବା ବେଳେ ତାଙ୍କ ଶରୀରରୁ ଏକ ଅପୂର୍ବ ଆଲ୍ହାଦ ବାହାରୁଥାଏ।ହସ ହସ ମୁଖ। ଆଖିରେ ଆଖିଏ ମାଦକତା ।ମହିଳା କର୍ମଚାରୀଙ୍କ ଗାଲକୁ ବେଳେ ବେଳେ ଚିପି ଦିଅନ୍ତି ଶ୍ରଦ୍ଧାରେ।ଯଦି କେହି ମହିଳା କର୍ମଚାରୀ କୌଣସି ଆଖି ଦୃଶିଆ ଭଲ କାମ କରିଥାନ୍ତି ସମସ୍ତ କର୍ମଚାରୀଙ୍କ ସମ୍ମୁଖରେ ତାଙ୍କୁ ପିଠି ଧୀରେ ଧୀରେ ଥାପୁଡ଼େଇ ତାଙ୍କୁ ସାବାସି ଦିଅନ୍ତି।

ତାଙ୍କ ପିଠି ଥାପୁଡ଼େଇବା ଟା ୪୦ ରୁ ୫୦ ସେକେଣ୍ଡ ପର୍ଯ୍ୟନ୍ତ ଚାଲିଥାଏ।ଅବଶ୍ୟ କିଛି ମହିଳା କର୍ମଚାରୀଙ୍କୁ ଏହା ଭଲ ଲାଗେନି ।ସେମାନେ ସରି ସର୍ କହି ଟିକେ ନିଜକୁ ସଜାଡି ନିଅନ୍ତି।ମାଂସ ପ୍ରିୟ ସୋଲାଙ୍କି ବାବୁ ମଧ୍ୟ ପିଠିରୁ ହାତ ହଟାଇ ଦିଅନ୍ତି ।

ସୋଲାଙ୍କି ବାବୁଙ୍କ ସ୍ତ୍ରୀଙ୍କ ବୟସ ପାଖପାଖି ସୋଲାଙ୍କି ବାବୁଙ୍କ ସହ ସମାନ।ଦୁହିଁଙ୍କର ଲଭ ମ୍ୟାରେଜ ହୋଇଥିଲା।ଦୁହେଁ ଇଂଜିନିୟରିଂ କରିବା ସମୟ ରେ ପରସ୍ପରକୁ ଭଲ ପାଇ ବସିଥିଲେ ।କାଜଲ ଦେବୀ ମଣିପୁରୀ ଝିଅ।ତାଙ୍କ ଗାଲ ଗୁଡିକ ଆପେଲ ପରି ଗୋଲ ଓ ଲାଲୀମାମୟ ଥିଲା।ଆଖି ଗୁଡିକ ଟିକେ ଛୋଟ।ସୋଲାଙ୍କି ବାବୁ କାଜଲ ଦେବୀଙ୍କ ମାଉଁସିଆ ଗାଲକୁ ଦେଖି ବୋଧହୁଏ ବେଶୀ ଆକୃଷ୍ଟ ହୋଇଯାଇଥିଲେ। ।ଗୋଟିଏ ଝିଅ ସାଧନା,ଇଉ :କେ ରେ ହାଇଅର ଷ୍ଟଡ଼ି କରୁଛି।ସୋଲାଙ୍କି ବାବୁଙ୍କ ସ୍ତ୍ରୀ କାଜଲ ଦେବୀ ଙ୍କ ବୟସର ଛାପ ତାଙ୍କ ହାତରେ ଅଙ୍କା ଯାଇଥିବା ଟ୍ୟାଟୁ ର ଲୋଚକୋଚା କାୟା ରୁ ବାରି ହେଉଛି କେବଳ ଗାଲ ଦୁଇଟିକୁ ଛାଡି।

ସତରେ ଏ ମାଂସ ଓ ଚମଡା ବଡ଼ ଅଦ୍ଭୂତ ଚିଜ ଦୁଇଟି।ମନର ଭୋକ ଓ ଶରୀରର ଭୋକ ଉଭୟଙ୍କୁ ତୃପ୍ତି ଆଣିଦିଏ।ସେଥିପାଇଁ ତ ମଣିଷ ତାଜା ମାଂସ ଖାଇବାକୁ ଭଲ ପାଏ ।ରବିବାର ଦିନ ସକାଳୁ ସକାଳୁ କଂସେଇ ଖାନାରେ ହାଜିରା ପକାଏ।ରାତି ହେଲେ ଏଣେ ତେଣେ ଖୋଜି ବୁଲେ।ଚଢା ଦର ରେ ବି ମାଂସ କିଣି ଖାଏ।

✍️ବଳରାମ ବାରିକ।

ନଟିଲ ,ଯାଜପୁର/ଝାରସୁଗୁଡା।


Rate this content
Log in