Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshay Ojha

Others

3  

Akshay Ojha

Others

ମୋ ବୋଉ

ମୋ ବୋଉ

2 mins
14.7K


ଅଳ୍ପ ଅଳ୍ପ ଗଳ୍ପ ମୋ ବୋଉ ------------------------------------- ବାପା ଚାଲି ଯିବା ପରେ ବୋଉ ଚେହରା ର ରୋନକ ମଉଳି ଯାଇଥିଲା କିନ୍ତୁ ଆତ୍ମବିଶ୍ଵାସ ବଢ଼ି ଯାଇଥିଲା ।ଏତେ ବଡ ପରିବାର କୁ ଏକତ୍ରିତ କରି ସବୁକିଛି ସମ୍ଭାଳି ନେବା ଏକ challenge ଥିଲା। ସେ ସମୟ ର ମୁକାବିଲା କରିବାକୁ ପଡ଼ିଲା,ଯେତେବେଳେ ଭଗବାନ ବି ମୁହଁ ଆଡେଇ ଆମ ପରିବାରକୁ ଦେଖିବାକୁ ଚାହୁଁ ନ ଥିଲେ । ବୋଉ ମୁହଁ ଖୋଲି କିଛି କୁହେନି ।ସବୁ କାମ କରି ନେଇ ଯାଏ ।ଅସାଧାରଣ ସାହସ ତାର ଥିଲା ।ଗାଁ ରେ ଏତେ ବଡ ଘର,ବାପାଙ୍କର ନାଁ ଅଛି ।ମୋ ଦୁଇଟା ଭଉଣୀ ଙ୍କୁ ବାହାଘର କରେଇଲା ।ଆମ ମାନକୁ ବାହାରେ ରହି ଚାକିରୀ କରିବାକୁ ପରାମର୍ଶ ଦେଲା ।ଏକ option ବି ରଖି ଥିଲା,ମନ ନ ଲାଗିଲେ ଚାଲି ଆସିବ ।କିଛି କଥା ନାହିଁ । ଗାଁ ରେ ଜମିବାଡ଼ି ବହୁତ ଅଛି ।ଭାଇମାନଙ୍କ ବ୍ୟତୀତ ମୁଁ ବାହାରେ ରହିଲି ।ବାହାରେ ଘର କରି ପରିବାର ସହିତ ପ୍ରବାସୀ ହେଇଗଲି । ଦଶ ଥର phone କଲେ ପଚାଶ ବାହାନା କରି ମିଳିବାକୁ ଯାଏ। ଏଥର ଏକୁଟିଆ ଆସିଥିଲି ଗାଁକୁ ।ବୋଉ ଚେହେରା କ୍ଷୀଣ ଦିଶୁ ଥିଲା । ପ୍ରଥମ ଥର ପାଇଁ ଲାଗିଲା " ବୋଉ ବୁଢ଼ୀ ହେଇ ଗଲାଣି "। ମୁହଁ ର ଭାବ ଭାଙ୍ଗି ବଦଳି ଗଲାଣି ।ସ୍ବପ୍ନ ମଉଳି ଗଲାଣି । କେଉଁ ପୁରୁଣା କାନ୍ଥ ର ଭଙ୍ଗା ଚିତ୍ର ପ୍ରତିମା ଟିଏ ଭଳି ଦେଖା ଯାଉଛି ।ସେ ଯେଉଁଭଳି ମୋ ମୁହଁ ରେ ହାତ ମାରି ପଚାରେ "କେମିତି ଅଛୁ ବାପା "? ମୁଁ ସେଇ ଭଳି ଦୁଇ ହାତରେ ତା ମୁଂହ କୁ ଧରି ପଚାରିଲି " ତୁ କେମିତି ଅଛୁ ବୋଉ "? ସେ ତା ଦୁଃଖ ଭୁଲି ଗଲା ।ଦେଖିବାକୁ ଯେମିତି ଚାତକ ଟିଏ ପରି ଚାହିଁ ବସିଥିଲା । ହାତ ବଢେଇ କୁଣ୍ଢେଇ ପକେଇଲା। ନିସ୍ତବଦ ନିରୀହ ପିଲାଟିଏ ପରି ଛିଡା ହେଇଥିଲି । ନିଜ ଆଖିରୁ ଲୁହ ପୋଛି ସମସ୍ତଙ୍କୁ ତାଗିଦ କରି କହିଲା ତା ପସନ୍ଦର ଖାଇବା ବାଢି ଦିଅ ।ଗାଧେଇ ବାକୁ କୁହ ।ପଛରେ କଥା ହେବ । 83 ବର୍ଷ ମା ର ଶ୍ରଦ୍ଧା, ଏକ ସ୍ନେହ କାଙ୍ଗଳ ପୁଅ ପାଇଁ ସବୁ ଯେମିତି ବର୍ଷା ପରି ବର୍ଷି ଯାଉ ଥିଲା । ତା ପରେ ଧୀରେ ଧୀରେ ତା ହାତ ବାଡି ଧରି ବାହାର ବାରଣ୍ଡା ଆଡକୁ ଚାଲିଲା । ମୁଁ ମୋ କାମ ସାରଲା ପରେ ଭାଉଜ ଙ୍କ ସହିତ ପରିବାର ସୁଖ ଦୁଃଖ ଆଦାନ ପ୍ରଦାନ ହେଲା । ରାତ୍ରି ଭୋଜନ ସପରିବାର ଏକ ସାଥି ରେ କଲୁ । ଆଠ ଦିନ ଆଗରୁ ବୋଉ ମୋ ପାଇଁ ଖାଲି କରିଦେଇ ଥିଲା ତା ଶୋଇବା ଘର ।ସେ ତା ଖଟ ଆବଦ୍ଧ ଘର ଅଗଣାରେ ବିଛେଇଥିଲା ମୁଁ ରାତିରେ ବିଶ୍ରାମ କଲି।ଜଲଦି ନିଦ ଆସିଗଲା । ସମ୍ଭବତଃ ରାତି ଗୋଟାଏ ଖଣ୍ଡ ହେବ,ମୋ ଗୋଡରେ କାହା ହାତ ଚାଲୁ ଥିଲା। ହଠାତ ନିଦ ଭାଙ୍ଗି ଗଲା ।ବୋଉ ! ତୁ ଏ କଣ କରୁଛୁ ବୋଉ ? ସେ ମୋ ଗୋଡ଼ ମୋଡିବାକୁ ଚେଷ୍ଟା କରୁ ଥିଲା।"ମୋ ହାତରେ କଣ ଆଉ ଜୋର ଅଛି "? ମୋ ପୁଅ କୁଆଡୁ ଟିକେ ବୁଲି ଆସିଲେ ଗୋଡ଼ ମୋଡିବାକୁ ଅଝଟ କରେ ପରା । ବିଛଣା ରୁ ଉଠି ଛିଡା ହେଇଗଲି । ବୋଉ କୁ ଧରି ତା ବିଛଣାକୁ ନେଇ ଗଲି । -------------------- ଆଜିକୁ ଦୁଇମାସ ହେଲା ଗାଁ ରୁ ଆସିଲିଣି,ଏ କଥା ଭୁଲି ପାରୁନି। ମନେ ପଡିଲେ ଆଖି ଓଦା ହେଇ ଯାଉଛି । @ ଅକ୍ଷୟ ଓଝା Akshsyika The Smart Educare Convent School Gurgaon 9911898050


Rate this content
Log in