Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

CHANDRAKANTA PAHI

Inspirational

0.5  

CHANDRAKANTA PAHI

Inspirational

ମାଣବସା ଗୁରୁବାର

ମାଣବସା ଗୁରୁବାର

4 mins
7.9K


ସହରଠୁଁ ଅନେକ ଦୂରରେ ରଘୁନାଥପୁର ଗାଁ । ଗାଁ ଅନେକ ବଡ଼ , ଅନେକ ଜାତିର ଲୋକ ବସବାସ କରନ୍ତି । ଶାସିନୀ ବ୍ରାହ୍ମଣ ସାହୀକୁ ଧୋବା ସାହୀ ଲାଗିଲାଗି ହେଲେ କେହି କାହା ଘର ମୁହଁ ଦେଇଯିବାର କେବେ ନଜର ପଡିନି ।ଗାଁ ରେ ଥାଏ ଗୋଟିଏ ବଡ଼ ପୋଖରୀ ।ଶାସିନୀଆଙ୍କ ଚାର ବହୁତ , ଯେତେ ଶୀତ ହେଉ ସକାଳୁ ଉଠି ଗାଧେଇବା ତାଙ୍କ ଅଭ୍ୟାସ , ଆଉ ଧୋବାସାହୀ ଲୋକେ ମଧ୍ୟ ପେଟପାଟଣା ପାଇଁ ଭୋରୁ ଭୋରୁ ଲୁଗା କପଡ଼ା ଧରି ପହଂଚିଯାନ୍ତି ପୋଖରୀ ର ଆରପାରି ତୁଠରେ । ସେମାନେ ଭୟ ପାଆନ୍ତି ରମାନ୍ନା ବୋଉକୁ । ତା ବାଟ କାଟି ଯଦି କେହି ହରିଜନ ଲୋକ ପଳେଇଲା ବୁଢ଼ୀ ଦିନ ସାରା ଗରଗର ହେବ , ଗୋଷ୍ଠୀ ଉଦ୍ଧାର ନ କଲା ପର୍ଯ୍ୟନ୍ତ ତାର ଥୟ ନାହିଁ ।

ତେବେ କଥାଟା ଏମିତି କି ଆଜିକାଲିକା ମୋବାଇଲି ଯୁଗରେ କେମିତି କଣ ଫେସବୁକରେ ରମାନ୍ନା ପୁଅ କାଶିଆ ଭଲ ନାଁ କାଶୀନାଥ ଶାସିନୀ ଆଇ.ଡ଼ି ଟିଏ କାଢ଼ିଛି । ଯୋଗକୁ ସେପଟେ ଧୋବା ସାହୀର ରଘୁଆ ଧୋବା ଝିଅ ରଂଜିତା ଯିଏ ସହରରେ ରହି ପାଠ ପଢୁଛି ସିଏ ବି ଏମିତି ଆଇଡ଼ି ଟିଏ ଖୋଲିଛି ଆଉ ଦୁଇଜଣ ସାଙ୍ଗ ହେଇଛନ୍ତି । ଧୀରେ ଧୀରେ ବନ୍ଧୁତ୍ୱ ବଢିଛି । ଦିନରାତି ଜୋକ ଲାଗିରହିଲା ଭଳି କାଶିଆ ମୋବାଇଲରେ ଲାଗି ରହିଥାଏ । ତେବେ କିଛିଦିନ ଏମିତି ଚାଟିଂ କରିବା ପରେ କଥାହେଲା ଦେଖା କରିବାକୁ । କାଳୀପୂଜା ଛୁଟିରେ ଘରକୁ ଗଲେ ଦେଖାହେବ ବୋଲି କଥା ଦେଲା ରଂଜିତା । ଖୁସିରେ ଡେଇଁ ପଡ଼ିଲା କାଶିଆ , ଅପେକ୍ଷା କରିଥାଏ ଦିନ ଗଣୁଥାଏ କେବେ ଆସିବ ରଞ୍ଜୁ(ଶ୍ରଦ୍ଧାରେ କାଶିଆ ଦେଇଥିବା ନାଁ) । କାଳିପୂଜା ଆସିଛି ଆଉ ରଞ୍ଜୁ ବି । ସମୟ ଧାର୍ଯ୍ୟ ହେଲା ସନ୍ଧ୍ୟାରେ ମେଳା ପଡ଼ିଆପାଖ ଝାଉଁବନରେ । ସେଠି କେହି ନଥିବେ । ନହେଲେ ଆମକୁ ଦେଖିନେଲେ ଆମ ନାଁରେ ଗାଁ ରେ ପାଲା ଚାଲିବ ।

ହଉ ହଉରେ ସନ୍ଧ୍ୟା ହେଲା , ଆଗପଛ ହେଇ ଦୁହେଁ ଗଲେ । ହାଲକା ଅନ୍ଧକାରରେ କାଶିଆ ଯାହା ଦେଖିଲା ନିଜ ଆଖିକୁ ବିଶ୍ୱାସ କରିପାରିନଥିଲା । ସତରେ! ଦେବୀଟିଏ ପରି ତା ଚେହେରା ଜଳି ଉଠୁଥିଲା ।

ପ୍ରଥମ ଦେଖାରେ ଆରମ୍ଭ ହେଇଥିଲା ପ୍ରେମ । ଭୟ ନଥିଲା ଜାତି ବାଦକୁ , ଗାଁ ଗଣ୍ଡାଙ୍କ ଟାହି ଟାପରାକୁ ହୁଏତ ବାସନ୍ଦ କରିପାରନ୍ତି , ହୁଏ ତ ରମାନ୍ନା ତେଜ୍ୟପୁତ୍ର କରିଦେଇପାରେ ଆଉ ରମାନ୍ନା ବୋଉ ଚଉଦ ପୁରୁଷ ଉଦ୍ଧାର କରିପାରେ । ଏ ପ୍ରେମ ଶାଶ୍ଵତ ଚିରନ୍ତନ ଆଉ ଅନ୍ଧ ବି । ପ୍ରେମ ପାଖରେ ହାର ମାନିଥାଏ ଜାତି,ଗୋତ୍ର, ବୟସ ଆଉ ଧନ ଦୌଲତ । ସବୁକୁ ଛାର ମଣି ଆଗେଇ ଆସିଲା କାଶିଆ । ଘରେ ପ୍ରଥମେ ମାଙ୍କୁ ପୁଣି ନନାଙ୍କୁ(ବାପାଙ୍କୁ) ଜଣେଇଲା ଭଲପାଇବା କଥା ଆଉ ଜିଦ୍ ଧରି ବସିଲା ବାହାହେବାପାଇଁ । ଏ କଥା ଶୁଣି ରମାନ୍ନା ମୁଣ୍ଡରେ ଚଡ଼କ ପଡ଼ିଲା ପରି ଲାଗିଲା । ଦୁମ୍ କରି ବସି ପଡିଲା ପିଣ୍ଢା ଉପରେ ।

ଏବେ ଗାଁ ଲୋକେ କଣ କହିବେ ? ଆମକୁ ବାସନ୍ଦ କରିଦେବେ । ଗାଁ ମୁଖିଆ ଯେମିତିକା ଲୋକ ନିଆଁପାଣି ବନ୍ଦକରିଦେବ । କଣ ହେବ ଏ କଥା ଭାବିଭାବି ହଠାତ ଉଠିପଡ଼ି ଗାଁ ଭିତରକୁ ଚାଲିଗଲେ ନନା । କଥା ପଡିଲା ବୁଢ଼ୀ କାନରେ । "ବାଡ଼ିପଡ଼ା ଅଳପାଇଷ", "ରାଇଜଳା", "ବଉଁଶବୁଡ଼ା" ଆଦି କାହିଁ କେତେ ଗାଳିରେ ଚତୁର୍ଦିଗ କମ୍ପି ଉଠିଲା । ସାହୀ ସାରା ଜାଣିଲେ,ପରେ ପରେ ଗାଁ ଲୋକେ ।

ସନ୍ଧ୍ୟାରେ ଦେଶ ଡାକିଲେ , ନିଶାପ ହେଲା କାଶିଆ ଝିଅକୁ ଭୁଲିଯିବ ଆଉ ଯଦି ନ ଭୁଲି ବାହାହେବା କଥା କହିବ ତେବେ ଗାଁରୁ ତଡା ଖାଇବ ଆଉ ରମାନ୍ନା ଜୋରିମାନା ମୁତାବକ ଗାଁ ମନ୍ଦିରକୁ ଦୁଇମାଣ ଜମି ଦାନ କରିବ ତା ସହ ୨୧୦୦ ଟଙ୍କା କମିଟିକୁ ଦେବ ।

କାଶିଆ ଜିଦ୍ ରେ ଅଟଳ । ପ୍ରେମ ଯେ ଚିରାଚରିତ ସତ୍ୟ ଆଉ ତା ଜୀବନର ଅବିଚ୍ଛେଦ୍ୟ ରେଖା ସେ ଭୁଲିବାକୁ ଚେଷ୍ଟା କରିନି । ଆଉ ବାହାହେଇଛି ଧୋବା ସାହୀ ମନ୍ଦିରରେ ତା ରଞ୍ଜୁକୁ । ଏପଟେ ପୁଅ ହରେଇବାକୁ ସେପଟେ ତଣ୍ଡ ଗଣିବା ହଜମ ହେଇନି ରମାନ୍ନାକୁ । ରାତି ସାରା ମାନସିକ ଯନ୍ତ୍ରଣାରେ ଛଟପଟ ହେଇଛି ।

ପୁଅ ଘରୁ ଅଲଗା ହୋଇ ଗାଁର ସେ ମୁଣ୍ଡରେ ମାଟି ଘରଟିଏ କରି ରହୁଛି । ଅଜାତି ର ଝିଅକୁ ବାହାହେଲା ଯେ ପୂଜାପୁଜି କରି ଯାହା ମିଳୁଥିଲା ଏବେ ସେସବୁ ବନ୍ଦହେଇଯାଇଛି । ରଂଜୁ ଗାଁର କେତେଟା ଛୁଆଙ୍କୁ ଟ୍ୟୁସନ ପଢାଏ ତା ସହ ଟେଲର ଟିଏ ଦେଇଛି ଗାଁର ସ୍ତ୍ରୀଲୋକଙ୍କ ଲୁଗା କପଡା ସିଲେଇ କୁ ଯାହା ମିଳେ । ଏମିତି କିଛିଦିନ ବିତିଯାଇଛି କାର୍ତ୍ତିକ ଯାଇ ମାର୍ଗଶିର ମାସ ପହଁଚିଲା । ଖୁସିରେ ଜୀବନ କାଟୁଥିଲେ ଲକ୍ଷ୍ମୀପ୍ରତିମା ପରି ସ୍ତ୍ରୀ ଟିଏ ପାଇ କାଶିଆ ବି ଖୁସିରେ ଥିଲା ।

ମାଣବସା ଗୁରୁବାର ଆସିବାରୁ ଖୁବ ଆଡମ୍ବରରେ ସଜେଇ ଥିଲା ରଂଜୁ ମାଙ୍କ ଆସ୍ଥାନକୁ ଆଉ କାହିଁ କେତେ ପ୍ରକାରର ପିଠା ପଣା ମଧ୍ୟ କରିଥିଲା । ହେଲେ ଏତେ ସବୁ ଖାଇବ କିଏ ଭାବି କାଶିଆଙ୍କୁ ଡାକି ବାପା ବୋଉଙ୍କୁ ପିଠା ମିଠା ଦେଇ ଆସିବାକୁ କହିଲା । ନା ନା କରି ମଧ୍ୟ ଜିତିପାରିଲା ନାହିଁ ରଂଜୁ ପାଖରେ । ଭୋଗ ନେଇପହଂଚିଲା ରମାନ୍ନା ଦୁଆରେ । ଛି ଛାକରକରି ଲାତ ମାରି ଗୋଡେଇ ଦେଲେ ବାପା ! ଦାଣ୍ଡ ଦୁଆରେ ଫିଙ୍ଗିଦେଲେ ଭୋଗକୁ । ଦୁଃଖରେ ଫେରି ଆସିଲା କାଶିଆ ।

ହଠାତ୍ ! ରାତିରେ ହୋ ହାଲ୍ଲା ଶୁଭିଲା ଗାଁ ଆଡୁ । ଶାସିନୀ ସାହୀରେ ନିଆଁ ଲାଗିଛି । ଯିଏ ଯୁଆଡୁ ଧାଇଁଆସିଲେ ପାଣି ବାଲତି , ଗରା ମାଡ଼ିଆ ଆଦି ଧରି ପୋଖରୀରୁ ପାଣିକାଢ଼ି ଲିଭାଇଦେଲେ ନିଆଁକୁ । ଆଜି କାହାକୁ ବାସନ୍ଦ ନଥିଲା ହରିଜନ ବି ପଶିଥିଲା ବ୍ରାହ୍ମଣ ଘରେ ତା ଛୁଆପିଲା ଜିନିଷ ପତ୍ରକୁ ରକ୍ଷା କରିବାକୁ । ରମାନ୍ନା ବୋଉ କେତେ ହରିଜନଙ୍କୁ ଛୁଇଁ ପାଣି ନ ଆଣିଛି ତାହା କହିଲେ ନ ସରେ । ଗାଁ ପୋଖରୀରେ କେତେ ହରିଜନଙ୍କ ପାଦ ନପଡିଛି ତାହା କହିବା ଅସମ୍ଭବ ।

ପରଦିନ ସକାଳେ ରଞ୍ଜୁର ଗାଁ ସ୍କୁଲରେ ଚାକିରୀ ହେବା କଥା ପ୍ରଚାର ହେଲା । ଲୋକେ କଥା ହଉଥିଲେ ରମାନ୍ନା କାଳେ ମାଣବସା ଗୁରୁବାରେ ମାଲଷ୍ମୀଙ୍କ ଭୋଗକୁ ଫିଙ୍ଗି ଦେଲାରୁ ମା ଅସନ୍ତୁଷ୍ଟ ହେଇ ତା ସହ ଏମିତି କଲେ । ଆଉ ରଂଜୁ ମନଦେଇ ମା’ ଙ୍କୁ ପୂଜା କଲା ଯେ ମା’ ତା କଥା ଶୁଣିଲେ ।

ତେବେ ହଁ ପରଦିନ ସକାଳେ ରମାନ୍ନା ତା ବୋଉ,ସ୍ତ୍ରୀ ଆଉ ସାନପୁଅକୁ ନେଇ ପହଂଚିଛି କାଶିଆ ଘରେ । ସବୁ ସାଥିରେ ବସି ଖାଉଛନ୍ତି ।

©ଚନ୍ଦ୍ରକାନ୍ତ ପହି

ମୋ-7377624252


Rate this content
Log in

Similar oriya story from Inspirational