Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children Classics

0  

ଓଡିଆ ଶିଶୁ ଗପ

Children Classics

ଶୁଆ ଶାରୀ କଥା - ୧୩

ଶୁଆ ଶାରୀ କଥା - ୧୩

6 mins
768


ବଗୁଲିଆ ବନେଇ ଅଜା

ଗ୍ରୀଷ୍ମଋତୁ – ବୈଶାଖୀ ଝାଞ୍ଜି ପ୍ରବଳ ଭାବରେ ବହୁଥାଏ । ପୃଥିବୀ ଉତପ୍ତ, ଘରେ ବାହାରେ କେଉଁ ଠାରେ ହେଲେ ରହି ହେବ ନାହିଁ । ଶୋଇଲେ ବସିଲେ, ଗପିଲେ, ଯାହା କଲେ ବି କେଉଁ ଠାରେ ମନରେ ସରାଗ ଆସୁନାହିଁ ।

ସେ ଗାଁର ବନି ଅଜା, ସମସ୍ତଙ୍କର ଅଜା, ଖରା ବେଳିଆ ଖିଆ ପିଆ ସାରି ହାତରେ ଦୁଇ ଖଣ୍ଡ ଖବର କାଗଜ ଆଉ ଖଣ୍ଡିଏ ଅଚ୍ୟୁତ ବାଣୀ ବହି ଧରି ଆସି ପହଁଚି ଗଲେ ଆମ୍ବ ତୋଟାରେ ।

ଛୋଟ କୁଡିଆ ଘର, ନଡିଆ ବାହୁଙ୍ଗା ବୁଣା ଚାଂଚିଆ ଖଣ୍ଡକ ଆଣି ପକାଇ ଦେଲେ ।ବେଶ୍ ଆରାମ୍ କରିବା ଠାଣିରେ ଜଂଘ ତଳେ ନାଲି କଲିକତି ଗାମୁଛା ଖଣ୍ଡେ ପୁରାଇ ଦେଇ ବସି ଗଲେ ।

ଖରା ବେଳ, ଘରେ ତ କିଛି କାମ ନଥାଏ, ସେ ଗାଁର କେତେଟା ବଗୁଲିଆ ଚଗଲା ଟୋକା ଥିଲେ ଯେ ସବୁ ଦିନ ପରି ସେଦିନ ମଧ୍ୟ ଅଜାଙ୍କୁ ଅନେଇ ବସି ଥିଲେ । ସେମାନେ ଅଜାଙ୍କୁ ଦେଖିବା ମାତ୍ରେ ଆସି ସେଠାରେ ପହଁଚି ଗଲେ ।

ହଗୁରା ସାଗରା ବାଲୁରା ଚକରାଙ୍କ ହାତରେ ମୁଠାଏ ତାସ୍, ସେମାନଙ୍କ ମଧ୍ୟରେ ବଗୁଲିଆଟା ଥିଲା ଖୁବ୍ ଚଗଲା, କଥାବି ତା’ର ଚିକ୍କଣ, ଥଟ୍ଟା ମଜାରେ ସବୁ ବେଳେ ଚାଲିଥାଏ । ବଗୁଲିଆଟା ବେଶି ପାଠ ପଢି ନାହିଁ, ଗଜ ମୂର୍ଖ, କଥା କହିବା ସମୟରେ ତା’ର ଭଲ ମନ୍ଦ ବିଚାର କିଛି ନଥାଏ, ଅଜାଙ୍କ ଜଂଘ କଡରୁ ଖବର କାଗଜାଟା ଆଣି ବିଂଚି ହେବାକୁ ଲାଗି ଗଲା । ଆଉ ଥଟ୍ଟା ତାମସା କରି କହିଲା –

ଅଜା ତ ଅଜା ବନେଇ ଅଜା

ତା’ପରି ଅଜା କାହିଁ

ଖାଇବା ଶୋଇବା କାମଟା ତା’ର

ପୁଅ ଭାରିଜା ତ ନାହିଁ

ଆମରି ସଙ୍ଗେ ବସନ୍ତି ରଂଗେ

କହନ୍ତି କାହାଣୀ କେତେ

ଶୁଣୁ ତ ଆମେ ସରିସା ହୋଇ

ବନେଇ ଅଜାଙ୍କ ମୁଖେ

ଝାଞ୍ଜି ପିଟୁଛି କଷ୍ଟ ହେଉଛି

ଶୁଣ ହୋ ଅଜା ଶୁଣ

କହିବ ଆଜି ଯେ ମିଠା କଥା

ହାଡ ଖାଇଯିବ ଗୁଣ,

ଆମରି ଗାଁ ସେନ୍ଥରା ଝିଅ,

ପେନ୍ତେରି ନାଁ ତା’ର

କାହିଁକି ମଲା ସେ ଫାଶି ଦେଇ

ନେଲା ନାହିଁ କି ତାବର

ଅପା ମାଇଲା କି ଶାଶୁ ମାଇଲା

ଖବର କହିବ ସତ

ଖୁସି ହୋଇଯିବୁ ତୁମରି ଉପରେ

ମୋଡି ଦେବୁ ଗୋଡ ହାତ

ଚକରା ଖବର କାଗଜ ଦୁଇ ଖଣ୍ଡକୁ ଭଙ୍ଗା ଭଙ୍ଗି କରି ବନେଇ ଅଜାଙ୍କୁ ବିଂଚିବାକୁ ଆରମ୍ଭ କରିଦେଲା । ଆଉ କହିଲା ମୁଁ ତୁମ ଦେହଟାକୁ ଥଣ୍ଡା କରୁଛି ତମେ କାହାଣୀ କୁହ ।

ବନେଇ ଅଜା କହିଲା – ଯାବେ ଶଳା, ଖବର କାଗଜ ଆଣେ, ତୁ ଶଳା ଖବର କାଗଜର ମଜା କାହୁଁ ପାଇବୁ । ତୁ ଯେଉଁ ସେନ୍ଥରା ଝିଅ ବେଙ୍ଗୁଲି କଥା କହୁଛୁ । ଦେଖୁନୁ ଦେଖୁନୁ, ସେହି ଖବର କାଗଜରେ ପରା ବାହାରିଛି । ସେଥିରେ ସବୁ ଲେଖା ହୋଇଛି ତାକୁ ତା ଶାଶୁ ମାଇଲା କି ତା’ ନଣନ୍ଦ ମାଇଲା କି ଆପଣା ଇଚ୍ଛାରେ ରଶି ଦେଇ ମଲା ସବୁ ତ ବେହିପୁଅ ଖବର କାଗଜ ବାଲା ସେଥିରେ ଆଦ୍ୟରୁ ପ୍ରାନ୍ତ ଯାଏଁ ଲେଖିଛନ୍ତି । ମୁଁ ତୋତେ ଅଧିକା କ’ଣ କହିବି?

ହଅ – ଆଜିକାଲିର ସଂସାରରେ ଏ କୋଉ ଗୋଟାଏ ନୂଆ କଥା, ଲୋକେ ଏମିତି ମରିବାରେ ଲାଗିଛନ୍ତି, ସମ୍ବାଦିଆ ସମ୍ବାଦ ପତ୍ର ଏମିତି ଲେଖି ଚାଲିଛନ୍ତି, ଆଜି ତୁ ଶୁଣି ଦେଲୁ ଆସନ୍ତା କାଲିକୁ ତା’ର କିଛି ହିସାବ ଥିବ ନା ଖବର ଥିବ ରଘୁଆ ଫେଁ କିନା ହସି ଦେଇ କହିଲା – ଆହା ହା ହା

ନାରୀର ଜନ୍ମ ଦେଲୁ ମୋତେ

ସ୍ୱଭାବ ଛାଡି ବି କେମନ୍ତେ

ସ୍ୱଭାବେ ନାରୀ ଜନ୍ମ ହେଲା

ଧର୍ମ ଅଧର୍ମ କି ବୁଝିଲା,

ଶାଶୁ , ଶ୍ୱଶୁର, ଦିଅର, ନଣନ୍ଦ, ସଂସାର ସାରା ଘର ବୋହୂଟାର ଶତ୍ରୁ । ସବୁ ଉଚ୍ଚା ପାହାର ତାଙ୍କରି ଉପରେ ହେଲେ ସ୍ୱାମୀଙ୍କୁ ଦୋଷ ଦେବା ଆଗରୁ ଶାଲା ମାଇକିନିଆର ସତ ଭିତର କଥାକୁ ବାହାର କରୁନା, ଶହେରୁ ଶହେ ଏ ଶାଲା ମାଇକିନିଆ ମାନଙ୍କର ଦୋଷ । ଦେଖୁନା କାଳବେଳ ନାହିଁ, ସହର ବଜାର ଯେଉଁଠି ଦେଖିବ ସେଠାରେ ଖାଲି ସାଁବାଳୁଆ ପଲ ପରି ସାଲୁ ସାଲୁ ହେଉଥିବେ । ସବୁ ତ ସତୀ ସାବିତ୍ରୀ, ଛାଡ ହୋ, ସେ ବେଙ୍ଗୁଲି ମରିଗଲା ଭଲ ହେଲା, ଯିଏ ଯାହା କରିବ ସେ ଫଳ ସେହି ଭୋଗିବ । ଆସ ଅଯଥାଟାରେ ସେ ବିଷୟ ଆଲୋଚନା ନକରି ଆମେ ତାସ୍ ଦିବାଜି ପକାଇ ଦେବା ।

ଆଉ ଜଣେ ଆଗକୁ ମୁହଁ ଗଳେଇ ଦେଇ କହିଲା ନାଇଁମ ଆମେ ଆଗେ ସେନ୍ଥରା ଝିଅ ବେଙ୍ଗୁଲି କାହିଁକି ମଲା ସେ କଥା ଜାଣିବା, ତା’ପରେ ଯାଇ ଯୋଉ କଥା ।

ଏଇ କଥାକୁ ନେଇ ଅଜା କହିଲେ – ତା’ ସାଙ୍ଗେ ସାଙ୍ଗେ ମୋଡା ଖବର କାଗଜଟାକୁ ଫର୍ଦ୍ଧ ଫର୍ଦ୍ଧ କରି ଖୋଲି ପକାଇଲେ । ଶଳା – କାଗଜଟା ଖୋଲୁ ଖୋଲୁ ପୁଣି ସେହି ଖବର, ଆବେ ଆର ଗାଁର ଏ ଦିନା ପ୍ରଧାନ କିଏ । ତା’ର ପୁଣି ସତିଆ ବୋଲି ଗୋଟାଏ ଝିଅ ଥିଲା । ଆବେ ତମ ଭିତରୁ ୟାଙ୍କୁ କେହି ଜାଣିଛ କିବେ, ଦେଖୁନା ଦେଖୁନା ଯୌତୂକ ଜୁଇରେ ଅଭାଗିନୀ ସତିଆ ।

ଅଜା ନାତିଙ୍କ ମଧ୍ୟରେ ଏମିତି କଥା ଚାଲିଛି ମୁଣ୍ଡ ଉପର ଆମ୍ବ ଗଛରେ ଶୁଆ ସାରି ଦୁଇଟା ବସି ଏଇ ମାନଙ୍କ କଥା ଶୁଣୁଥିଲେ । ଏମାନଙ୍କର କଥା ସରିବା ଆଗରୁ ସେ ଶାରୀଟି କାନ୍ଦି ପକାଇଲାରୁ ବିସ୍ମିତ ହୋଇ ପଚାରିଲା ଶୁଆ ।

କୁହ ପ୍ରାଣପ୍ରିୟା ବାଧିଲା କି ହିଆ

ନେତ୍ରରୁ ଗଡିଲା ଲୁହ

ମୋର ହୃଦ ଏବେ ହାଣି ହୋଇଗଲା

କିପରି ସହିବି କୋହ ।

ମୋ ଜୀବନ ରାଣୀ ସତ କୁହ ପୁଣି

କି ହେଲା ତୁମର ମନେ

କାହିଁକି ନେତ୍ରରୁ ଝରାଇଲ ଲୁହ

କୁହ ଆଗେ ମୋର ପ୍ରାଣେ ।

ଶୁଆ କଥା ଶୁଣି ଶାରୀ କହିଲା –

ତୁମେ ପରା ନାଥ ମୋର କୋଳଗ୍ରତ

ମଥା ଦେଇ ଶୋଇଥିଲ

ଖବର କାଗଜେ ପୁଣି କଥା ଏତେ

ଶୁଣି କିମ୍ପା ନପାଇଲା

ପୁରୁଷ ଜାତି ତ ନାହିଁ ଜାଣେ ପ୍ରୀତି

କାମ ପାଗଳା ସେ ହୋଇ

କାମ ସରି ଗଲେ ପଥର ସେ ଭଲେ

ପ୍ରିୟା ପ୍ରାଣ ନେଇ ଥାଇ ।

ଶୁଆ କହିଲା ସତରେ ଶାରୀ, ତୁମ ତିରିଲା ମାନଙ୍କର ହୃଦୟ ଖୁବ୍ କୋମଳ, ଟିକିଏ ଟାଣ କଥା କାନରେ ବାଜିଗଲେ ସେମାନେ ଆଉ ସମ୍ଭାଳି ହୋଇ ରହି ପାରନ୍ତି ନାହିଁ । ସଙ୍ଗେ ସଙ୍ଗେ ଆଖି ତମର ଓଦା ହୋଇଯାଏ । ତେବେ କଥାଟା ବୁଝିବା ଦରକାର, ସତ ନଜାଣି ସାତ କଥାରେ ସତୀ ଭୁଲିବା ପରି ତମ ମାନଙ୍କର ମନ । ତମେ କହିଲ ଦେଖି – ଗୋଟିଏ ହାତରେ କେଉଁଠି ତାଳି ବାଜିଲାଣି । ଶାରୀ କହିଲା – କ’ଣ ହେଲା –

ଶୁଆ କହିଲା – ହଁ ସେହି କଥା ତ କହୁଛି, ମୋଠାରୁ କଥାଟା ଟିକେ ମନ ଦେଇ ଶୁଣୁନା ।

ନାରୀ ନିଆଁ ନଦୀ କେ ପାରିବ ହୃଦି

କଳନା କିଏ କରିବ,

ବେଦ ନଜାଣନ୍ତି ଫେଦ ନଜାଣନ୍ତି

ସେ କାହୁଁ କଥା ବୁଝିବ

ସଂସାରେ ପୁରୁଷ ତା’ର ମନ ବିଷ

କହିଲା ଖବର ଶୁଣି

ବାର କଥା ପୁଣି ନାରୀଙ୍କର ଅଛି

ଶୁଣିଲେ ହୋଇବୁ ତୁନି ।

ଆଜିକାଲି ଏହି ସଂସାରରେ ନାରୀମାନେ ସ୍ୱାଧିନ ହୋଇଗଲେ । ମନଇଚ୍ଛା ପ୍ରଜାପତି ପରି ଚାରିଆଡେ ଉଡି ବୁଲିଲେ, ସ୍ୱାମୀମାନେ ସେମାନଙ୍କ ଆଖିରେ ଗଧ, ସେମାନେ ଖାଲି ଗଧ ପରି ଖଟିବେ । ରୋଜଗାର କରିବେ, ମାସକୁ ମାସ ଦରମାତକ ଧରେଇଲେ ସ୍ତ୍ରୀ ଖୁସ୍ ।

ଘର ଚଳାଇବେ ନାରୀ, ହାଟ ସଉଦା କରିବେ ନାରୀ, ସିନେମା ଦେଖିବେ ନାରୀ, ବାରବୁଲି ପରି ସ୍ଥାନ ଅସ୍ଥାନ ବିଚାର ନାହିଁ ବୁଲି ବୁଲି ରାତିକୁ ଘରକୁ ଫେରି କହିବେ – ଖାଇବା ମୋର ହୋଟେଲ୍ରେ ହୋଇଗଲା । ତମେ ଯଦି ରୋଷେଇ କରିଛ ବାଢି ଆଣି ଖାଇ ନିଅ । ଆଜି ଖୁବ୍ ମଜ୍ଜା ହେଲା ମ, ବହୁ ପୁରୁଣା ଦିନ ସାଙ୍ଗମାନଙ୍କ ସହିତ ଦେଖା ହୋଇଗଲା । ସେଇଥିଲାଗି ଟିକେ ବିଳମ୍ଭ ହୋଇଗଲା । ଆଚ୍ଛା ତମେ ଘରକୁ ଫେରିଲ କେତେ ବେଳେ?

ସ୍ତ୍ରୀଙ୍କର ଏପରି କଥା ଶୁଣି କ’ଣ ବା ସେ ପୁରୁଷ କହିବେ । ସତ କହିଲେ ଆଜି କାଲିର ସ୍ତ୍ରୀମାନଙ୍କର ଛାତି ଫାଟିବ । ନାହିଁ ନଥିବା କଥା ବାହାର କରି ମହାଭାରତ ଆରମ୍ଭ କରିଦେବେ । ତା’ ପରେ ସମ୍ବାଦପତ୍ରରେ ବାହାରିବ । ଦ୍ରୌପଦୀ ଉଲଗ୍ନ, ଅତ୍ୟାଚାର, ହତ୍ୟା, ଧର୍ଷଣ ଇତ୍ୟାଦି ଇତ୍ୟାଦି । ତେଣୁ ପୁରୁଷ ଭାବେ ସବୁ ତ ଚେଷ୍ଟା ସରିବା ପରେ ତ ସଂସାରରେ ସୁଖ କ’ଣ ମିଳିଲା ନାହିଁ । ଏମିତି ତ କେତେଦିନ ଗଲା ଏଇପରି ସରିଯାଉ ବାକି ଦିନତକ । ଆଜିକାଲିର ୟେ ନାରୀ ୟାଙ୍କୁ ସତ କହିଲେ ତମେ ଛଟପଟ ହୋଇ ମଲ, ସବୁବେଳେ ଅଶାନ୍ତି, ଅଶାନ୍ତି, ଅଶାନ୍ତି ।

ଶୁଆ ଏତେ କଥା ନାରୀ ମାନଙ୍କ ବିରୁଦ୍ଧରେ କହିଲା । ସେ କଥା କ’ଣ ଶାରୀ ଆଉ ସହ୍ୟ କରିପାରେ । ଯେତେ ହେଲେ ସେ ନାରୀ ସବୁ ଶୁଣିସାରି ଶାରୀ କହିଲା –

ତମ ଭଣ୍ଡ କଥା ଛାଡ ଛାଡ

ନାରୀର ହୋଇଲା ଯୁଗ

ନାରୀ ଯେ ଯାଗିଲେ ପୁରୁଷ ଦବିଲେ

ସର୍କାର କରିଲେ ବାଗ

ଆଉ ଲୁଚା ଛପା କଥା କିଛି ନାହିଁ ଏଠି

ମାଡି ଯେ ବସିବେ ନାରୀ

ସବୁ ପୁରୁଷଙ୍କ ଯେତେ ତେ ଗାରୀ

ସବୁ ହେବ ହତଶିରୀ

ମାଗୁର ନିଶୁଆ, ସେ କଅଁଳ କୁହା

ପୁରୁଷକୁ କିଏ ନ ଜାଣେ

ଗୋପନେ ଗୋପନେ ଶାସନ କରେ ସେ

ମାରୀ ନିଏ ନାରୀ ପ୍ରାଣେ

ଏବେ ତ ପଡିଛି ଧରା

ତୁମ ପୁରୁଷ ଜାତି

ହୋଇଲା ତ ବେଳ

ଜଣା ଯିବ ତୁମ କୀର୍ତି ।

ତୁମ ପୁରୁଷ ମାନଙ୍କର ଯେତେ ଗୋହି ଅଛି ଯଦି ଖୋଲି ବସିବିନା ତମର ମୁହଁ ଆଉ ରହିବ । ମାଇଚିଆଙ୍କ ଭଳି ଏ ସ୍ଥାନ ଛାଡି ଚାଲିଯିବାକୁ ଆଉ ସମୟ ପାଇବ ନାହିଁ ମ, ତମ କଥା କହି ବସିଲେ ରାତି ପାହିଯିବ ସିନା ହେଲେ କଥା ସରିବ ନାହିଁ । ତମେ ସଂସାରରେ ଯେତେ ସବୁ ପୁରୁଷ ଅଛନା ସବୁ ବିଶ୍ୱାସଘାତକ ।

ଶୁଆ କହିଲା – କ’ଣ କହିବା ଆଉ, ତମ ନାରୀମାନଙ୍କର ମୁହଁରେ ଫୁଟାଣି ବହୁତ, କେତେ ବେଳେ ତମେ ମାନେ ପୁରଷମାନଙ୍କ ପାଖରେ ମଥାକୁ ନୁଆଁଇ ଦିଅ ଏକଥା କ’ଣ ତମେ ଜାଣନା ତମେ ସବୁ ବେଇମାନ୍ ଜାତୀୟ ପ୍ରାଣୀ, ମୁଖ ଇସ୍ପାତ୍, ଆଉ ସବୁ ସତ ପାଠ, ପୁରୁଷ ମାନଙ୍କୁ ଛାଡି କୋଉ ଯୁଗରେ ନାରୀମାନେ ରହିପାରିଛନ୍ତି କହିଲ । ଲକ୍ଷ୍ମୀ, ସରସ୍ୱତୀ, ରାଧା, ସୀତା, ସତୀ ତୁଳସୀ ଏମିତି କେତେ ନାରୀ ଥିଲେ, ସେମାନେ କେବେ ଦିନେ ପୁରୁଷମାନଙ୍କୁ ଅମାନ୍ୟ କରିଥିଲେ । ଏ ଯୁଗରେ ତୁମେମାନେ ଗୁଡାଏ ସତୀ ବାହାରିଛନା, ଖାଲି ନାରୀ ବଡ ନାରୀ ବଡ ବୋଲି ରଣହୁଙ୍କାର ମାରୁଛ । ଯାହା କଲେ ବି ଶାରୀ ତମ ନାରୀ ଜାତି ପୁରୁଷର ପାଦ ତଳେ । ତମର ନାରୀ ଜନ୍ମ ନା ପର ଘରର ଚୁଲି ପାଖକୁ, ନାଁ କ’ଣ? ମୁଁ ମିଛ କହିଲି ଶାରୀ ।

ଶାରୀ କହିଲା ମୁଁ ତ ସେହି କଥା କହୁଛି, ପୁରାଣ ଯୁଗରୁ କଳି ଯୁଗ ଯାଏଁ, ସବୁ ପୁରୁଷ ନାରୀମାନଙ୍କ ପ୍ରତି ଅନ୍ୟାୟ କରିଛନ୍ତି । ଶୁଆ କହିଲା – ଆଉ ସେମିତିକା କଥା ଗୁଡାକ କହନା ଶାରୀ, ଶୁଣ ମୁଁ ଆଜି ଗୋଟେ ସତ କଥା କହୁଛି ଶୁଣ । ଏ କଥା କହି ଶାରୀ କହିଲା –


Rate this content
Log in

Similar oriya story from Children