Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kiran Mishra

Others

3  

Kiran Mishra

Others

ଅପତ୍ୟ

ଅପତ୍ୟ

4 mins
417


ରମା ମା' ଗଲାପରେ ସୁନିର ମନ ଭାରାକ୍ରାନ୍ତ ହୋଇ ଯାଇଥାଲା। କଥା ଛଳରେ ଶକ୍ତ ଆଘାତ ଦେଇଗଲା ରମା ମା' । ଦୀର୍ଘ ଦଶ ବର୍ଷ ବିବାହ ହୋଇଥିଲେ ହେଁ ସୁନିର କୋଳରେ ଭଗବାନ ବକଟେ ପିଲା ଦେଇ ନଥିଲେ। ଅନେକ ଡାକ୍ତର କବିରାଜ ,ଦିଅଁ ଦେବତା କରି କୌଣସି ଲାଭ ହେଲାନି।ସ୍ୱ।ମୀ ଅଜୟ ପୋଷ୍ୟ ସନ୍ତାନଟିଏ ଗ୍ରହଣ କରିବାକୁ ସୁନିକୁ ଯେତେ ପ୍ରବର୍ତ୍ତାଇ ଥିଲେ ମଧ୍ୟ, ପୋଷିଆଁ କ'ଣ ନିଜର ହୋଇ ପାରିବ? ଏଇ ଆଶଙ୍କା ନେଇ ସ୍ୱ।ମୀର କଥାକୁ ସୁନି ଏଡାଇ ଦଉଥିଲା।

ସେଦିନ ଧୋବଣୀ ରମା ମା'ର କଥା କିନ୍ତୁ ସୁନିକୁ ବେଶ୍ ଆଘାତ ଦେଇଥିଲା।ମଇଳା ଲୁଗା ନେବ ପାଇଁ ରମା ମା ସୁନି ଘରକୁ ଆସିଥିଲା।କଥା ପ୍ରସଙ୍ଗରେ କହିଥିଲା

-- ଆଉ କେତେକାଳ ଅପେକ୍ଷା କରିବ ମା,ଭଗବାନ ଯଦି କୋଳରେ ପିଲା ବକଟେ ଦଉ ନାହାନ୍ତି କାହାଠୁ ଗୋଟିଏ ପିଲା ଆଣୁନ।।ପିଲା ନଥିବା ଘର କ'ଣ ଘରରେ ଲେଖା।ଜନମ ନକଲେ କ'ଣ ହେବ,ପୋଷିଆଁଟିଏ ଆଣ ଦେଖିବ ଘର ହସି ଉଠିବ।

ରମା ମା' ମୂର୍ଖ ହେଲେ କ'ଣ ହେବ ,ସତେ ଯେମିତି ତା କଥାରେ ଓଜନ ଥିଲା।ଅଜୟର ତେଜରାତି ଦୋକାନକ ଏ।ପଇସା ଦିପଇସା ରୋଜଗାର କରେ ସତ।କିନ୍ତୁ ସ୍ୱ।ମୀ ସ୍ତ୍ରୀଙ୍କ ମନରେ ସନ୍ତାନ ନଥିବାରୁ ସୁଖ ନଥାଏ।ଅଜୟ ଦୋକାନ ଗଲାପରେ ସୁନିକୁ ଘରଟା ଖାଁ ଖାଁ ଲାଗି ଖାଇ ଗୋଡାଏ।ସେଦିନ ଆନେକ ଭାବିଚିନ୍ତି ସ୍ୱ।ମୀ ଅଜୟକୁ ସୁନି କହିଲା

--ହେଇଟି ଆଉ ଡାକ୍ତର କବିରାଜ,ଦିଅଁ ଦେବତା କରି ପାରିବିନି।ଦିଅଁ ଦେବତାତ ବିମୁଖ ହେଲେ, ତେଣୁ ଚାଲ ଗୋଟିଏ ପୁଅ କି ଝିଅ କୋଉଠୁ ପୋଷିଆଁ ଆଣିବା।

--ଆଣିବା ଯେ କିନ୍ତୁ କାହାଠୁ,?ଆଜିକାଲି ତ ସମସ୍ତଙ୍କର ଗୋଟିଏ କିମ୍ବା ଦୁଇଟି ।ଆମକୁ ଦବ କିଏ?

ଅଜୟ ଚିନ୍ତାକରି କହିଲା

-- ଚାଲ କୌଣସି ଅନାଥ ଆଶ୍ରମରୁ ସନ୍ତାନଟିଏ ଆଣିବା।ପ୍ରଥମେ ସୁନି ଅଜୟର କଥାରେ ରାଜି ହେଲା ନାହିଁ।କହିଲା

-- ଜାତି ଗୋତ୍ର ନଜାଣି କୌଣସି ଛୁଆକୁ ଆଣିବା ବା କେମିତି? ଆମେ ବ୍ରାହ୍ମଣ କୁଳର ,ହୁଏତ ଛୁଆଟି ଇତର ଜାତିର ହୋଇ ଥାଇପାର ,କି କାହାର ଅବୈଧ ସନ୍ତାନଟିଏ ବି ହୋଇପାରେ। ସେମିତି ଛୁଆ ଆଣି ଆମେ ନର୍କଗାମୀ ହବାନି ତ!

ଆଜୟ ସୁନିକୁ ବୁଝାଇଲ କହିଲା

--- ଆଲୋ କହନ୍ତି ପିଲାମାନଙ୍କ ଦେହରେ ତ ସ୍ୱୟଂ ନାରାୟଣ ରୁହନ୍ତି। ତେଣୁ ସେଠି ଜାତି ବା ଅବୈଧତାର ସ୍ଥାନ କାହିଁ।ତାହା କେବଳ ମୁର୍ଖମନର ଭାବନା।ଆମେ ଯଦି ତାକୁ ଗ୍ରହଣ କରିବା ସେ ଆମ ଗୋତ୍ରର ହୋଇଯିବନି । ଶେଷରେ ଅନ୍ୟ ଉପାୟ ନପାଇ ସୁନି ଅଜୟ କଥାରେ ରାଜି ହେଲା ତାପର ଦିନ ସୁନି ଓ ଅଜୟ ଗୋଟିଏ ଅନାଥ ଆଶ୍ରମକୁ ଗଲେ।

ଅଜୟ କହିଲା ପୁଅଟିଏ ଆଣିବା,ସୁନି କହିଲା

---ନାହି ନାହି ଝିଅଟିଏ ଘରକୁ ସୁନ୍ଦର ଓ ପୁଅ ଅପେକ୍ଷ ଝିଅ ବେଶୀ ଦିହଘିନା,ତେଣୁ ଝିଅଟିଏ ନେବା।

ଶେଷରେ ସ୍ୱ।ମୀ ସ୍ତ୍ରୀ ଝିଅଟିଏ ଆଣିବେ ବୋଲି ସ୍ଥିର କଲେ ଅନାଥ ଆଶ୍ରମର ପହଞ୍ଚି ସମସ୍ତ କାଗଜ ପତ୍ର କାମ ଶେଷ କରି ଝିଅଟିଏ ବାଛିବାକୁ ପିଲାଙ୍କ ପଖକୁ ଗଲେ।ପିଲାଗୁଡିକଙ୍କ ପାଇଁ କିଛି ବିସ୍କୁଟ ଓ ଚକୋଲେଟ ସାଙ୍ଗରେ ନେଇଥିଲେ।ଖୁବ୍ ଆଗ୍ରହ ସହକାରେ ପିଲାଗୁଡିକ ସେମାନଙ୍କ ପାଖକୁ ଆସିଲେ।

ଛୋଟ ପିଲାଗୁଡିକ ବିସ୍କୁଟ ଓ ଚକୋଲେଟ ଲୋଭରେ ଆସିଥିଲେ କିନ୍ତୁ ସେମାନଙ୍କ ଭିତରୁ ଟିକେ ବଡ଼ ପିଲାଗୁଡିକ ଅନୁମାନ କରୁଥିଲେ ,ଏମିତି ସ୍ୱ।ମୀ ସ୍ତ୍ରୀ ଆସିଲେ ସେମାନଙ୍କ ଭିତରୁ ଜଣଙ୍କୁ ଘରକୁ ନେଇ ଯାଉଛନ୍ତି।ସେଥିପାଇଁ ସେମାନେ ଆକୁଳ ନୟନରେ ଏମାନଙ୍କୁ ଚାହିଁ ରହିଥିଲେ।କାଳେ ତାଙ୍କର ପାଳି ପଡିପାରେ।କେହି ହୁଏତ ଦୟାପୂର୍ବକ ସେହି ପରିବେଶରୁ ତାଙ୍କୁ ନେଇଯିବେ।।ସେମାନେବି ଚାହୁଁଥିଲେ ବାପା ମାଆର ସ୍ନେହ ଟିକେ ପାଇ ଗୋଟିଏ ପରିବାରେ ଭିତରେ ସନ୍ତାନଟି ହେଇ ରହିବାକୁ।ଚାହୁଁଥିଲେ ଭଲ ପୋଷାକ ପିନ୍ଧି ଅନ୍ୟମାନଙ୍କ ପରି ଫିଟ୍ ଫାଟ୍ ହୋଇ ସ୍କୁଲ ଯିବାକୁ।ଯେଉଁଥିରୁ ସେମାନେ ବଞ୍ଛିତ ହୋଇଛନ୍ତି।ଅନ୍ୟମାନଙ୍କ କୃତକର୍ମର ଫଳ ସେହି ନିଷ୍ପାପ ପିଲାଗୁଡିଙ୍କୁ ଭୋଗିବାକୁ ପଡୁଥିଲା।

ପିଲାଙ୍କ ଭିତରେ ଚକୋଲେଟ ବାଣ୍ଟୁଥିବା ଭିତରେ ଗୋଟିଏ ଛୋଟିଆ ଝିଅ ସୁନିର କାନିକୁ ଭିଡି ଧରିଥିଲା।ତାର କରୁଣ ଚାହାଣୀ ସୁନି ଆଖିରେ ଲୁହ ଆଣି ଦେଇଥିଲା। ତାକୁ ତଳୁ ଉଠାଇ ଛାତିରେ ଭିଡି ଧରିଥିଲା।ଆଗପଛ ବିଚାର ନକରି ତାକୁ ହିଁ ଝିଅ ଭାବରେ ଗ୍ରହଣ କରିନେଲା।

ସେଦିନ ଅନାଥ ଆଶ୍ରମରୁ ଝିଅଟିକୁ ଧରି ଆନନ୍ଦରେ ସ୍ୱ।ମୀ ସ୍ତ୍ରୀ ଘରକୁ ଫେରିଥିଲେ। ଘରକୁ ଖୁସୀ ଆସିଥିବାରୁ ସ୍ୱ।ମୀ ସ୍ତ୍ରୀ ଝିଅଟିର ନାଁ ଖୁସୀ ରଖିଲେ। ଦୁଇ ବର୍ଷ ଖୁବ୍ ଆନନ୍ଦରେ କଟିଗଲା।ଭଗବାନ ବୋଧେ ଖୁସୀର ଖୁସୀକୁ ସହ୍ୟ କରି ପାରିଲେନି।ସୁନି ଓ ଅଜୟଙ୍କର ପିଲାଟିଏ ହେବାର ସୂଚନା ମିଳିଲା। ଯେଉଁ ଦିନଠାରୁ ସୁନି ଜାଣିଲା ସେ ମା ହେବାକୁ ଯାଉଛି ସେଦିନରୁ ଆନନ୍ଦରେ ତାର ଗୋଡ ତଳେ ଲାଗୁ ନଥିଲା।ଅଜୟ କିନ୍ତୁ ଭୟ କରୁଥିଲା ନିଜ ସନ୍ତାନ ପାଇଲେ କାଳେ ସୁନି ଖୁସୀକୁ ଅଣଦେଖା କରିବ।

ଯେଉଁ ଦିନ ସୁନିର କୋଳକୁ ପୁଅଟିଏ ଆସିଲା ସେଦିନ ସେଦିନ ସୁନିକୁ ଚାନ୍ଦଟିଏ ପାଇଲା ପରି ଲାଗୁଥିଲା।ସାନ ଭାଇକୁ ପାଇ ଖୁସୀବି ଆନନ୍ଦିତ ହୋଇଥିଲା।ମା କହିଥିଲା ସାନ ଭାଇ ଆସିଲେ ସେ ତା ସହିତ ଖେଳିବ।କିଛି ଦିନ ପରେ ଅଜୟର ଆଶଙ୍କା ସତ ହେଲା। ସୁନି ପୁଅକୁ ପାଇ ଝିଅକୁ ଭୂଲିଗଲା।ଭୂଲିଗଲା ସେହି ଦିନକୁ ଯେଉଁ ଦିନ ତାର ଶୂନ୍ୟ କୋଳକୁ ପୂର୍ଣ୍ଣ କରି ଖୁସୀ ଆନନ୍ଦରେ ତାକୁ ହଜାଇ ଦେଇଥିଲା।ସମୟ ତାକୁ ବଦଳାଇ ଦେଲା ।ପୁଅକୁ ପାଇବା ପରେ ସେ ସବୁବେଳେ ଝିଅ ଉପରେ ଚିଡିଭିଡି ହେଲା।ସୁନିର ଦୁର୍ବ୍ୟବହାର ଦେଖି ଥରେ ଖୁସୀ ପଚାରିଥିଲା

--ମା ଭାଇକୁ ତୁ ଏତେ ଭଲ ପାଉଛୁ ମତେ କାହିଁକି ଚିଡିଚିଡି ହଉଛୁ।

ସୁନିର ଉତ୍ତରରେ ଥିଲା

-- କାରଣ ସେ ମୋ ରକ୍ତର ,ତତେ ଆମେ ଆଣିଛୁ।

ସୁନିର ଉତ୍ତର ରେ ଖୁସୀ ଆହାତ ହୋଇ ଖୁବ୍ କାନ୍ଦିଥିଲା।

।ଅଜୟ ଯେତେ ବୁଝାଇଲେ ଫଳ କିଛି ହୁଏନି। ଅଜୟ ବହୁ କଷ୍ଟରେ ଦୋକାନ କଥା ,ତା ସହିତ ଝିଅଟିର କଥା ବୁଝେ।

କାଳକ୍ରମେ ଅତ୍ୟଧିକ ଗେହ୍ଲା ହେତୁ ପୁଅଟି ବିଗିଡିବାକୁ ଲାଗିଲା।ପାଠଶାଠରେ ପୁଅଟିର ମନ ନଥାଏ ।କିନ୍ତୁ ଯେତେ ଅଣ ହେଳା କଲେ ମଧ୍ୟ ଝିଅଟି ମନଦେଇ ଭଲ ପାଠ ପଢିଲା।ନିଜ ପୁଅ ଭଲ ପାଠ ପଢୁ ନଥିବା ଯୋଗୁ ସୁନି ଖୁସୀକୁ ଈର୍ଷା ମଧ୍ୟ କରୁଥିଲା।ସେ ଚାହୁଁ ନଥିଲା ଖୁସୀ ଅଧିକ ପାଠ ପଢୁ,କିନ୍ତୁ ଅଜୟର ଜିଦ୍ ଆଗରେ କିଛି ବି କରିପାରୁ ନଥାଏ।ଅଯଥା ପରପିଲା ପିଛା ପଇସା ଖର୍ଚ୍ଚ ହେଉଛି ବୋଲି ମନେ ମନେ ଗରଗର ହେଉଥାଏ।ଶେଷରେ ଝିଅଟି ପାଠ ପଢି ଡାକ୍ତର ହେଲା। ଘରଠାରୁ ଦୂରରେ ଚାକିରୀଟିଏ ପାଇଲା। ଯେଉଁ ଦିନ ଖୁସୀ ଡାକ୍ତରାଣୀଟିଏ ହେଲା ସେଦିନ ଅଜୟ ଖୁସି ଆକାଶକୁ ଛୁଇଁ ଥିଲା।ସୁନି କିନ୍ତୁ ଆନ୍ତର ଭିତରେ ଖୁସି ହୋଇ ପାରିନଥିଲା।

ସେଦିନ ଅଜୟ ସୁନିକୁ କହିଥିଲା

----ଦେଖିକୁ ମୋଝିଅ କେତେ ଉପରକୁ ଉଠିବ।ଆଜି ଯାହାକୁ ଅଣହେଳା କରୁଛୁ ସେହିଁ ଆମକୁ ପଚାରିବ।

ପୁଅର ଦୌରାତ୍ମା ଦିନକୁ ଦିନ ବଢି ଚାଲୁଥିଲେ ବି ସୁନିକୁ ପୁଅର ମୋହ ଅନ୍ଧ କରି ରଖିଥିଲା।କୁସଙ୍ଗରେ ପଡି ଚାରି ଅମଳ ଅଭ୍ୟାସରେ ପଡିଲା।ଧୀରେ ଧୀରେ ଘରର ଆସବାଵ ପତ୍ର ବିକ୍ରୀ କରିବା ଆରମ୍ଭ କଲା।ତଥାପି ସୁନି ନୀରବ ଥାଏ।ଆପଣାର ଲୋକ ଦରଦ ଦେଲେ ଦେଖେଇ ହୁଏ ନାହିଁ।

ହଠାତ୍ ଦିନେ ଗୋଟିଏ ଝିଅକୁ ଧରି ଆସି ପୁଅ କହିଲା ଏ ଝିଅ ଆଜିଠାରୁ ଏଘରେ ରହିବ ,ତାକୁବି ସହ୍ୟ କଲେ।କିନ୍ତୁ କିଛିଦିନ ପରେ ସେ ଝିଅର ପ୍ରରୋଚନାରେ ବାପା ମାଙ୍କୁ ଘରୁ ବାହାରି ଯିବାକୁ କହିଲା।ପୁଅର କଥାରେ ବାପା ମାଙ୍କ ମୁଣ୍ଡରେ ବଜ୍ର ପଡିଲା।ବାପାଙ୍କଠାରୁ ଭାଇର ବାପା ମାଙ୍କ ପ୍ରତି ଦୁର୍ଵ୍ୟବହାର ଓ ଘରୁ ଚାଲିଯିବା ପାଇଁ କହିବା କଥା ଶୁଣି ଖୁସୀ ଘରକୁ ଆସିଲା।

ବାପା ମା'ଙ୍କୁ ଉଭୟଙ୍କୁ ପାଖକୁ ନେଇଗଲା।ଖୁସୀର ଆଦର ଯତ୍ନରେ ସୁନି ଲଜ୍ଜିତ ଅନୁଭବ କଲା।

ସେଦିନ ସୁନି ଭାବୁଥିଲା ରକ୍ତ ସମ୍ପର୍କ ଓ ପର ଭିତରେଥିବା ତଫାତ୍ କୁ।ଭାବୁଥିଲା ଅପତ୍ୟ ସୁଖ ପାଇଁ ରକ୍ତର ସନ୍ତାନ କଣ ନିହାତି ଜରୁରୀ? ତାର ଯଦି ପୁଅଟିଏ ହୋଇ ନଥାନ୍ତା ବିଚାରୀ ଝିଅଟି କୁ ସେ ଏତେ ହତାଦର କରିନଥାନ୍ତା।ରକ୍ତ ସମ୍ପର୍କର ମୋହରେ ସେ ଝିଅଟି ପ୍ରତି କେତେ ଅନ୍ୟାୟ କରିଛି।କିନ୍ତୁ ଝିଅଟି ସେ ସବୁକୁ ଆଣଦେଖା କରି ତାକୁ କ୍ଷମା କରିଦେଇଛି।ଆଜି ଭାବୁଛି ଜନ୍ମିତ ଶିଶୁ ଯଦି ସମ୍ପର୍କର ମୂଲ୍ୟ ବୁଝିଲାନି ତେବେ ତା' ଆପେକ୍ଷା ଏମିତି ଆସହାୟ ଶିଶୁକୁ ମଣିଷ କରବା ବରଂ ଭଲ। ସେହିଁ ବୁଝିଲା ସମ୍ପର୍କର ମୂଲ୍ୟ।ରକ୍ତ ଧୋକା ଦେଲା କିନ୍ତୁ ପର ଠାରୁ ସେ ସ୍ନେହ ,ଆଦର ,ଯତ୍ନ ପାଇଲା।ରକ୍ତର ସମ୍ପର୍କ ଠାରୁ ସ୍ନେହ ଓ ମମତାର ସମ୍ପର୍କ ଅଧିକ ନିଜର ହେଲା।ସମ୍ପର୍କର ମୂଲ୍ୟ ଏତେଦିନ ପରେ ବୁଝି ସୁନି ଲଜ୍ଜିତ ଅନୁଭବ କଲା।


Rate this content
Log in