Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Abstract Inspirational

2  

Amiya Bej

Abstract Inspirational

ପିସି

ପିସି

1 min
7.2K


{୧}

ବହୁମୁତ୍ର ରୋଗ ଚିକିତ୍ସା ଉଦ୍ଦେଶ୍ୟରେ କଟକ ଗଲାବେଳେ , ଡ୍ରାଇଭରକୁ କହିଲି ଫାଙ୍କା ଦେଖି ଟିକେ ରଖେଏ । 

ମୁହଁଟାକୁ ଉଷୁମାଇ ବାପୁଡା କହିଲା 'ଆଜ୍ଞା ' !

ବିରକ୍ତ ହେଇଗଲାଣି , ମୋର ଏଇ ଗାଡିଅଟକାଇ ବାରବାର ଖାଲି କରିବାରେ ଦେଖି ! ତା' ରିଦିମ୍ ଭାଙ୍ଗିଯାଉଥିଲା ବୋଧେ ।

କ'ଣ ବା କରିବ ? ମୁଁ ମାଲିକ । ଅଗତ୍ୟା ଗୋଟେ ପୋଲ କଡକୁ ସାଇଡ୍ କଲା ।

ପୁରୁଣା ପୋଲ । ବ୍ରିଟିଶ୍ ଅମଳର । ଇଟାକୁ ଇଟା ଖଞ୍ଜିଖାଞ୍ଜି ତିଆରି । ଶହେ ବର୍ଷ ତ ନିଶ୍ଚେ ହେବ । ଚାଲିଛି ତା' ଉପରେ ଶହଶହ ମାଲବାହୀ !

- ଆଜ୍ଞା ! ଲେଟ୍ କରନ୍ତୁନି । କଟକ ଡାକ୍ତର । ଭାରି ଭାଉ । ନମ୍ବର ଚାଲିଗଲେ , ଧରା ଦେବେନି ।

- ହଉ ହଉ । ସରିଲା ।

{୨}

ଅଣଚାଶ ରାସ୍ତାରେ , ପୋଲଟିଏ ଭୂଷୁଡି ଥିଲା ଗତରାତି ବର୍ଷାରେ । ସେଥିଲାଗି ରାସ୍ତାଜାମ୍ । ଯୁଦ୍ଧକାଳୀନ ଭିତ୍ତିରେ ଡାଇଭରସନ୍ ବନା ଚାଲିଛି । ଆଉରି ଦି'ଘଣ୍ଟା ଲାଗିବ ଫିଟୁଫିଟୁ ।

- ସଇଲା !

- ଆଜି ହେବନି ଦେଖେଇ !

- ହୁଁ ! ଆରେ ଏଇପୋଲଟା ପା ଗଲାବର୍ଷ ଲୋକାର୍ପିତ ହେଇଥଲା ? ଏତେ ଶିଘ୍ର ..??

- ଆଜ୍ଞା ! ସେତେବେଳେ ଏଇ ଲୋକେ ଇଂଗ୍ରେଜଠୁଁ ଚାବୁକ୍ ଖାଇ କାମ କରୁଥିଲେ । ଏବେ ଶଳେ ପରା 'ପିସି' ଖାଉଛନ୍ତି । ବର୍ଷକରେ ଭାଙ୍ଗିବନିତ ଆଉକଣ ? ଦେଖୁନାହାନ୍ତି , ଖୋଦ୍ ଭୋବନେଶ୍ୱରରେ ବନାହେଲା ପୋଲ ଗଳି ପଡୁଛି । ଆମ ଏ ଦୁର୍ଗମ ଏରିଆକୁ କିଏ ପଚାରେ ?

- ପିସି କଣ କିରେ ? ମୁଁ ନ ଜାଣିଲାପରି ପଚାରିଲି ।

- ଆପଣ ପା' ଜଣେ ଇଂଜିନିୟର ନା କଣ ?

ମୁଁ ଚୁପ୍ ରହିଲି । ଏଥର ସେ ଗଲା ପରିସ୍ରା କରିବାକୁ ସେଇ ନୂଆ ଭଙ୍ଗାପୋଲ ଉପରକୁ ।।।

✿ ଅମିୟ ବେଜ୍ ,

ଘଟଗାଁ , କେନ୍ଦୁଝର ✿


Rate this content
Log in

Similar oriya story from Abstract