Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭୋଗ୍ୟଦାସୀ
ଭୋଗ୍ୟଦାସୀ
★★★★★

© pratap nayak

Tragedy

3 Minutes   317    10


Content Ranking

ପ୍ରତାପ ନାୟକ

7008054282

ମନ ମୋହୁଥିଲା ମାଣିକ।ରାସ୍ତାରେ ରୁଣ୍ଡହେଇ ଦେଖୁଥିଲେ ଦେଖଣା ହାରୀ।ପକୋଉଥିଲେ ପଇସା ।ସିଏବି ଗୋଟା ଗୋଟା ଟାଏଁ କରି ବାଜୁଥିଲା ମାଣିକ ମୁହଁରେ।ନା ଥିଲା ବିରକ୍ତି ନା ଥିଲା ପ୍ରତିବାଦ ।ସବୁ ଯେମିତି ତା ଦେହସୁଆ। ବାଟରେ ଚାଲିଗଲାବେଳେ ଦଣ୍ଡେ ଠିଆ ହେଉଥିବା ଲୋକମାନେ,ତା ଗ୍ରାହକ ।ସେ ବଡହେଲାଣି,ସବୁ ପ୍ରକାର ଗ୍ରାହକଙ୍କ ମତଲବ ସେ ଇତି ମଧ୍ୟରେ ଯାଣି ଗଲାଣି।ସେଥିପ୍ରତି ପରବାୟ ନାହିଁ ତା'ର।ବାଜୁ ପଇସା ଛାତିରେ,ମୁହଁରେ,କି ଅଣ୍ଟାତଳେ .....ମୁଠା ମୁଠା ତାଟିଆ ତାଟିଆ ପଇସା ତାର ଦରକାର ।ଦିନରେ ଏମିତି ପୁଣି ରାତିରେ ଅନ୍ୟ ପ୍ରକାରେ...।ଦିନରେ ଖୁଚୁରା ପଇସା ରାତିରେ ଗୋଲ ହେଇ ଗୁଡା ହେଇଥିବା ବିଡା ବିଡା ଟଂକା।

ଅଭାବ ନାହିଁ ତାର ଏବେ।ଦିନରେ ରୁଣ୍ଡ ହୋଇ ନାଚ ଦେଖନ୍ତି ପୁଣି ଭଦ୍ର ମୁଖା ଦେଖାନ୍ତି ....ଅନାନ୍ତି ମାଣିକର ନଖଠୁ ନାଶିକା।ସରୁ ଅଣ୍ଟାଠୁ ତୀରମରା ଆଖିର ଭାଷାକୁ ।ତା ସହିତ ମନେ ପକାନ୍ତି ରାତିରେ ତିଆରିଥିବା ଛାତିର ଉଷ୍ମତା କିନ୍ତୁ ରାତିରେ ସେହି ଭଦ୍ରମୁଖା କାହିଁ ଅଭଦ୍ର ହେଇ ପୋଷାକ ଖୋଲନ୍ତି ଯେ?ତାର ମାନେ ଅପହଂଚ ରହିଯାଏ ତା ଭିତରେ ମୋଡିଜାକି ହୋଇ....

ଦେହର ଖେଳ ମନେ ପଡିଲେ ଆଖି ଯୋଡିକ ତାର ଅନାସକ୍ତ ପୃଥିବୀର ବିଭତ୍ସରୂପ ଦେଖେ ସିନା ପାଟି ମୁକ ପାଲଟି ଯାଏ,କଥା ସ୍ଫୁରେନା ବାରଣ ତ ଦୂରେଥାଉ।ଚୋବେଇ ଚାଲନ୍ତି ପଶୁପରି କଡମଡ କରି ତା ହାଡକୁ ,ଚୁଚୁମି ଯାଆନ୍ତି ରକ୍ତ ପୁଣି ତା ମାଂସ ହେଇଯାଏ ମଦମିଶା ଆହାର।ରାମ୍ପୁଡା କାମୁଡା ଦାଗ କୁ ଲୁଚାଏ ସକାଳ ହେଲେ ଅନ୍ୟମାନଙ୍କ ଆଖିରେ ,ବାହାନା ବନାଏ ପୁଣି ଲୁଚାଏ ବି ମନଆଇନାକୁ।

ତୁଳସି ବଣର ବାଘ ପୁଣି ସେହି ତୁଳସି ବଣର ଋଷି ।ମୁଖା ପିନ୍ଧା ବାବୁ ମାନଙ୍କର ଭିଡ ତାକୁ ବେଳେହେଳେ, ଭାରି ଅସହ୍ୟ ଲାଗେ ।ସହିଯିବା ଛଡା ତାର ଆଉ କଣ ଚାରା ଅଛି ଯେ।

ସ୍ୱପ୍ନ ଦେଖିଥିଲା ମାଣିକ ....ମାଣିକ ଗଉଡୁଣି ହେବ ଲାଗିବ କାଳିଆର ସେବାରେ.... ପୂଜାରେ।ହେଲେ ସମୟ ତାକୁ କୋଉଠି ନେଇ କୋଉଠି ଥୋଇଛି।

ସତରେ ଝିଅଟିଏ ସମାଜରେ ହିନିକପାଳି ହୋଇ ଜନ୍ମ ହୁଏ।ନା ଥାଏ ଜାତି ନା ଥାଏ ଗୋତ୍ର।ତାକୁ ଭୋଗ୍ୟା ପର୍ଯନ୍ତ ଅପେଖ୍ୟା କରାଯାଇପାରେନା।କଷିରୁ ଛିଡନ୍ତି ଅନେକ ଡେମ୍ଫରୁ,କିଏ ଦଳିମକଚି ହେଇ ଅସ୍ତିତ୍ୱ ହରାଏ ତ କିଏ ନିଜକୁ ଦେବବାସୀ ସଜେଇ ନପାରି ଭୋଗ୍ୟଦାସୀରେ ଋପାନ୍ତରିତ ହେଇଯାଏ ନିଜ ଅଜଣାତରେ।ପଙ୍କ କୁଅରୁ ଉଠିବାର ଜୁ ନଥାଏ ତାର।ଆଉ ଯିଏ ନିଜକୁ ପଙ୍କରୁ ନିସ୍ତରି ନେବାର ସାହାସ କରେ ସହଜେ ପଙ୍କକଣ ତା ଗୋଡରୁ ଛାଡେକି? ଦଲଦଲରେ ପସି ପସି ଯାଏ ସିନା !!

ଗୋଲାପ ରଂଗର ଗାଲ ତାର ଆହୁରି ଗୋଲାପି ଦେଖାଯାଉଥିଲା।ହସକୁରା ଆଖି ଆହୁରି ସମ୍ମୋହିନି ଶକ୍ତିରେ ଯାବୁଡି ଧରିବାର ପ୍ରୟାସ କରୁଥିଲା।ଅଭିମାନରେ ଥରିଲା ଓଠ ଅନେକ କିଛି ପ୍ରତିବାଦର ଆଶା ରଖୁଥିଲା।

ପେଟପୋଡିଲା ଭୋକ ....ଦେହ ଲୁଚେଇବା ପ୍ରସାଧନ ....କଲମିକରା ଗଛର ଛାଇପରି ଲମ୍ବି ଲମ୍ବି ଗଲାବେଳେ ବାପମା ଛେଉଣ୍ଡ ମାଣିକର କିଏ ସାହା ଥିଲା ଯେ?

ନିରବରେ ନିରବତାର ଅନେକ ପ୍ରଶ୍ନ।ଲିଭୁଥିଲା ପୁଣି ଉଂକି ମାରୁଥିଲା , ସାହାଯ୍ୟର ହାତକୁ ସେ ବାପର ସ୍ନେହଭରା ହାତ ଭାବିବା ବୟସ ହେବା ପୂର୍ବରୁ ସେହି ହାତ ତାର ସର୍ବସ୍ୱ ଲୁଟିବାରେ ବ୍ୟସ୍ତ ଥିଲା ଏବେ ସେ ବୁଝୁଛି।

କୁତୁକୁତୁ ହାତ ଜାମା ତଳୁ ଚୋରେଇ ନେଇଥିଲା ତା ପିଲାବେଳ ।ବାଉଁସରାଣି ନାଚ କି ପାତିମାଂକଡ ଚମ୍ପିର ନାଚ ପରି ସେ ଅହରହ ନାଚି ଚାଲିଥିଲା ଦିନବେଳା ପୁଣି ରାତିରେ ଘଂଗୁର ଆଳରେ ସୂରା ଭରୁଥିଲା ସାକିକି ମାତାଲ କରିବାକୁ।ପ୍ରଥମେ ପ୍ରଥମେ ତାକୁ ଏସବୁ କରିବାକୁ ଭଲ ଲାଗୁଥିଲା।

ପିଲା ବୟସ ପାଣିରେ ଧୋଇଗଲାବେଳେ ସେ ତାର ସର୍ବସ୍ୱ ଲୁଟେଇ ଚାଲିସାରିଥିଲା ଭୋଗ୍ୟଦାସୀ ନାଁରେ।

ସହରର ପ୍ରତ୍ୟେକ ସଂଭ୍ରାନ୍ତ ପରିବାରଙ୍କ ମଉଡମଣି ଲୁଟୋଉଥିଲେ ଯୌବନ ତାରି କୋଠାରେ ।ଏବେ ସେ ଯାଉନି ରାସ୍ତାରେ ନାଚିବାକୁ।ସମସ୍ତ ଦେଖଣାହାରୀ ଆସୁଛନ୍ତି ତାରି ଅନ୍ତପୁରକୁ।ସହରର ସବୁଗଳିରେ ତାର ପ୍ରଚାରର ସୁନାମ।ତାରିଖ ଦବାକୁ ପଡେ ଦିନ ଓ ମାସର ।

ଅପେଖ୍ୟାର ଅପେଖ୍ୟା ସତେ ରାତିର ଓଜନ ବଢାଏ ମୂଲରେ।ମୂଲ୍ ଚାଲ୍ କାମ କରେନା କେବଳ ନିଧାର୍ଯ୍ୟ......।

ସହରର ଓଜନଦାର ଇଲାକାରେ ତା ତ୍ରୀତଳ ପ୍ରାସାଦ।ଖବର ରଖେ ତୃତୀୟ ମାହାଲା ।କିଏ ଆଜି ଭୋଗ୍ୟା ହେବ ଭୋଗ୍ୟଦାସୀର।

ମାରିଦିଏ ମାଣିକ ତାର ଏନ୍ତୁଡି ତିଆରି ମନ,ବିକା ସିରିଥାଏ ବିବେକ ଅନେକ ଦିନରୁ ।

ସତରେ ଭୋଗ୍ୟଦାସୀର ମନ ବିବେକ କଣ ଯେ????

ଭୋଗ୍ୟଦାସୀ ପଇସା ଅଭଦ୍ର

Rate the content


Originality
Flow
Language
Cover design

Comments

Post

Some text some message..