Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children Classics

ଚଭ୍ ଚଭ୍ ଭୁତ

ଚଭ୍ ଚଭ୍ ଭୁତ

2 mins
7.5K


ପ୍ରତାପ କୁମାର ଦ୍ଵିବେଦୀ

ହଟିଆ ଗଉଡ଼ ଘରକୁ ଲାଗି ଦୋକାନ ଟିଏ ହେଇଥାଏ l ଦୋକାନରେ ଏତେ ମୂଷା ଯେ କାଟି କୁଟି ସବୁ ଜିନିଷ ପତ୍ର ନଷ୍ଟ କରି ଦିଅନ୍ତି l ମୂଷା ବଂଶ ନିପାତ ପାଇଁ ହଟିଆ ମନରେ ନୂଆ ଉପାୟ ଟିଏ ଦେଖାଗଲା l ତା’ ଦୋକାନ ଭିତରେ ବଡ଼ ଦସ୍ତାର ଡ୍ରମଟିଏ ଥିଲା l ପ୍ରାୟ ଛାତିଏ ଉଚ୍ଚ ହେବ l କେବଳ ଉପର ପାଖ ଖୋଲା କଣ କଲା ନା ଡ୍ରମରେ ଅଧା ଡ୍ରମ ପାଣି ଭର୍ତ୍ତିକରି କିଛି ଧାନ ଅଗାଡ଼ି ସେହି ପାଣି ଡ୍ରମ ଭିତରେ ପକାଇଦେଲା l କିଛି ଧାନ ଅଗାଡ଼ି ପାଣିରେ ଭାସିଲା l ହେଲ;ଏ ଘରେ ଏ କଥା କେହି ଜାଣନ୍ତି ନାହିଁ l ଡ୍ରମର ଉପର ପାଖ ଖୋଲା l ତଳପାଖ ପୁରା ନିବୁଜ l ଉପରେ ଗୋଟିଏ କାଠରପତା ପକାଇ କାନ୍ଥ ପାଖକୁ ରଖିଦେଲା l

ସବୁଦିନ ପରି ଦୋକାନ ବନ୍ଦ କରି ଘରକୁ ଗଲା l ପଖାଳ ସାଥିରେ ଆଳୁ ଦମ୍ ଆଉ ଶାଗ ଭଜା କଷି ଦେଇ ପାଲା ଦେଖି ଚାଲିଲା l ଘରେ ତା’ର ଛୋଟ ଛୋଟ ପିଲା ଦୁଇଟି ଓ ସ୍ତ୍ରୀ l ହଟିଆ ପାଲାଦେଖି ଯିବା ପରେ ମା’ ଛୁଆ ତିନିଜଣ ଖାଇସାରି ଶୋଇବାକୁ ଗଲେ l ଏହି ସମୟରେ ଦୋକାନ ଘର ପଟେ ଚଭ ଚଭ ଶବ୍ଦ ଶୁଭିଲା l ମା’ ଛୁଆ ତିନିଜଣ ଯାକ ଏ ଶବ୍ଦ ଆଗରୁ କେବେ ଶୁଣି ନଥିଲେ ଛାଣିଆ ହୋଇଗଲେ l ଭାବିଲେ ଭୂତ ଆସି ଏମିତି ଡ଼ରାଉଛି l କ’ଣ କରିବେ l କିଏ ବା ଏ ବିପଦରୁ ରକ୍ଷା କରିବ l ମା’ ଠାକୁରଙ୍କୁ ଡାକୁଥାଆନ୍ତି l ବଡ ପିଲାଟି କହିଲା, ବୋଊଲୋ ବୋଊ ଭୂତ ଆସି ଚଭ ଚଭ କରି ଗାଧୋଉଛି l ଠିକ୍ ଏହି ସମୟରେ ଆଉ ଥରେ ଚଭ ଚଭ ଶବ୍ଦ ଶୁଭିଲା l ଏମିତି ଦେଖୁ ଦେଖୁ ରାତି ୪ଟା ହେବାକୁ ବସିଲାଣି l ପିଲା ଦୁଇଟି ମା’କୋଳରେ ଥକି ଶୋଇ ପଡ଼ିଲେଣି l

ଠିକ୍ ଏହି ସମୟରେ ବାହାର ଦୁଆରୁ ଖଟଖଟ ଶବ୍ଦ ଶୁଭିଲା l କବାଟଖୋଲା ସ୍ଵାମୀ ଆସିଥିବା ଜାଣିପାରି ଧୀରେ ଧୀରେ ହଟିଆ ଗଉଡ଼ ସ୍ତ୍ରୀ କବାଟ ଖୋଲିଲେ l ସ୍ଵାମିଙ୍କୁ ସବୁକଥା ଗୋଟି ଗୋଟି କରି ବଖାଣିଲେ l ଘରକୁ ଭୁତ ଆସିଛି l ଆମେ ରାତି ସାରା ମା’ ଛୁଆ ତିନିହେଁ ଜମା ସୋଇନାହୁଁ l ପିଲାମାନେ ଡ଼ରି ଛାନିଆଁ l

ସକାଳ ହୋଇ ଚାରିଆଡ଼େ ଫରଚା ଦେଖାଗଲାଣି l ସେ ସବୁ ଜାଣିପାରି ଯାଇ ଦୋକାନ ଘର ଖୋଲି ଦେଖେ ତ ଡ୍ରମ ଭିତରେ ମୂଷା ସବୁ ଧାନ ଖାଇବା ଲୋଭରେ ଯାଇ ପଡ଼ି ମରିଛନ୍ତି l ଧାଇଁ ଯାଇ ସ୍ତ୍ରୀ ଓ ପିଲାଙ୍କୁ ଡାକି ଚଭ ଚାଭ ଭୁତ କେମିତି ରାତିଜାକ ଶୁଆଇ ଦେଇ ନାହିଁ ଦେଖାଇ ଦେଲା l ସମସ୍ତେ ଚଭ ଚାଭ ଭୁତ ଆମକୁ ରାତିରେ ଜମା ଶୁଆଇ ଦେଇନାହିଁ l ଠିକ୍ ହୋଇଛି l ସବୁ ମରି ଯାଇଛନ୍ତି l ଏଥର ନା ଚଭ ଚାଭ କରି ଥାଆନ୍ତୁ l ଆମକୁ ଡରାଉ ଥାନ୍ତୁ l

ସେଇଦିନ ଠାରୁ ହଟିଆ ଗଉଡ଼ ଘରେ ଆଉ ମୂଷା ଦେଖା ଯାଆନ୍ତି ନାହିଁ l ପିଲାମାନେ ମଝିରେ ମଝିରେ ଚଭ ଚାଭ ଭୁତକଥା ମାନେ ପକାଇ ହସି ଉଠନ୍ତି l


Rate this content
Log in

Similar oriya story from Children