ସମ୍ପର୍କ
ସମ୍ପର୍କ
1 min
1.5K
ସମ୍ପର୍କ
ସପନ କୁମାର ଗିରି
ଯେଉଁଦିନ ପ୍ରଥମକରି କଲେଜ ଆସିଥିଲି, ଭୀଷଣ ମୁଣ୍ଡଫଟା ଖରା ଦଉଥିଲା । ମୁଁ ସେଦିନ ସେହି କୃଷ୍ଣଚୂଡ଼ା ଗଛମୂଳରେ ବିଶ୍ରାମ ନେଇଥିଲି । ତା'ପରେ ଯେତେବେଳେ ବି କ୍ଲାସ ଫାଙ୍କା ରହେ, ମୁଁ ଯାଇ ସେଇ ଗଛମୂଳରେ ବସେ । ୟା ଭିତରେ ତିନିତିନିଟା ବସନ୍ତ ଯାଇସାରିଲାଣି । ବସନ୍ତରେ କେଡେ ସୁନ୍ଦର ଦିଶେ ସିଏ ! ବିଲକୁଲ୍ ନୂଆ ବୋହୂ ପରି । ଆଜି କଲେଜର ନୂଆ କ୍ୟାମ୍ପସ ପାଇଁ ସେ ଗଛଟିକୁ କାଟିଦେଲେ । ମୋ ଆଖି କେତେବେଳେ ଅଜାଣତରେ ଓଦା ହେଇଗଲା ଜାଣିପାରିଲିନି । କେଜାଣି, ଆମ ଭିତରେ କେମିତି ସମ୍ପର୍କଟେ ଗଢ଼ିଉଠିଥିଲା !
*****