Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଭୟ

ଭୟ

1 min
7.0K


ପିଲାଟି ଦୁଷ୍ଟ ହେଲେ ବୋଉ ଡରାନ୍ତି । ତାଗିଦ୍‌ କରି କୁହନ୍ତି, ରହ ତୁ ସ୍କୁଲକୁ ଗଲେ ନା ମୋଟା ମୋଟା ନିଶ ରଖିଥିବା ମୋଟା ସାର ତୋତେ ସାବାଡ କରିଦେବେ । ସାରମାନେ କେମିତିକା ଆଉ କେତେ ଭୟଙ୍କର ଭାବି ଭାବି ଡରିଯାଉଥାଏ ପିଲାଟି । ନାମଲେଖା ପୂର୍ବଦିନ ନୂଆଁ ଜାମା, ଖଡି ସିଲଟ କିଣା ହୋଇ ସବୁ ପ୍ରସ୍ତୁତି ସରିଲା । ସନ୍ଧ୍ୟାରେ ସମସ୍ତେ ଖୁସିରେ ବସି ଟିଭି ଦେଖୁଥିଲେ । ସିନେମାର ଗୋଟିଏ ଦୃଶ୍ୟରେ ନିରିହ ଲୋକଙ୍କୁ ଗୁଣ୍ଡାମାନେ ପିଟୁଥିଲେ । ପିଲାଟି ତାହା ଦେଖି ଭୟଭିତ ହେଲା, ମୁହଁରେ ଲୁଗା ଢାଙ୍କି ତକିଆ ତଳେ ମୁଣ୍ଡଗୁଞ୍ଜି ଦେଲା । ହଠାତ୍‌ ଦେହରେ ତାତି, ଥରୁଥିଲା ଗୋଟାପଣେ । ପରିସ୍ଥିତିକୁ ଗମ୍ଭିର କରିଦେଲା, ସଭିଏଁ ବିଚଳିତ ହେଲେ । ବିସ୍ମୟ ହୋଇ ବୋଉ ପଚାରିଲେ, ‘ପୁଅ! କ’ଣ ହେଲା? ସିନେମାର ଦୃଶ୍ୟରେ ଭୟଭିତ ହେଲୁ?’ଭୟ ଭରା ଥରିଲା ଥରିଲା କଣ୍ଠରେ କହିଲା,ନାଁ’ ବୋଉ ! ଭାବୁଛି ଏହି ଗୁଣ୍ଡା ମାନଙ୍କଠାରୁ ସାର କ’ଣ ବେଶି ଭୟଙ୍କର? ଅନୁତାପରେ ସମ୍ପୁର୍ଣ୍ଣ ବିବଶ ହୋଇଗଲେ ବୋଉ ।

ଦୋଷୀଟିର ନିରୂପାୟ ଭୟ ସେହି ନିରିହ ଶିଶୁର ଆତଙ୍କିତ ମୁହଁକୁ ସେ ଚାହିଁ ରହିଲେ । କୋଳକୁ ଟାଣି ଆଣିଲେ ପୁଅକୁ । ସ୍ନେହଭରା ଦରଦ ଗଳାରେ କହିଲେ ,‘ନାଁ’ରେ ଧନ ! ମୁଁ ତୋତେ ମିଛ କହିଥିଲି, ଏବେ ପରା ଦଣ୍ଡମୁକ୍ତ ଅଞ୍ଚଳ ସ୍କୁଲ,ପିଲାଙ୍କୁ ଆଦୌ ଦଣ୍ଡଦିଅନ୍ତିନିରେ’ ।ମାଡମାରିବା ଦୂରର କଥା ଉଚ୍ଚ ସ୍ୱରରେ ବି ତାଗିଦ୍‌ କରନ୍ତିନି । ସ୍ନେହ ଶ୍ରଦ୍ଧା କରି ଗୀତ,ନାଚ ଖେଳ ମାଧ୍ୟମରେ ଆନନ୍ଦ ଦାୟକ ଶିକ୍ଷାଦାନ କରୁଛନ୍ତି । ଶିକ୍ଷକ ଆଉ ପିଲାଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ । ଏବେ କେମିତି ଧୀରେ ଧୀରେ ସ୍ୱଭାବିକ ହେବାକୁ ଲାଗିଲା ପିଲାଟା । ବୋଉ ନିଜକୁ ଭୁଲଭାବି ହେଉଥିଲେ ମନେ ମନେ ।


Rate this content
Log in

Similar oriya story from Classics