Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kumari Sagarika None

Others

1  

Kumari Sagarika None

Others

ଏ.ସି.

ଏ.ସି.

1 min
503


ଗରମ ଯାହା ପଡିଲାଣି ଏଥର ଏ.ସି.ଟିଏ ନ କିଣିଲେ ନ ଚଳେ l ଜାଣୁଥିଲି ଘରର ଖର୍ଚ୍ଚ ବଢିଯିବ l ତଥାପି ବି ଏ.ସି.ଟିଏ କିଣିଲି l କିନ୍ତୁ ଲାଭ କିଛି ବି ହେଲାନି l ଏ.ସି.ର ପ୍ରଭାବରୁ ପିଲା ଦୁଇଟାଙ୍କୁ ଥଣ୍ଡା ଛାଡିଲାନି l ପତ୍ନୀଙ୍କର ଆଣ୍ଠୁ ଗଣ୍ଠି ବାତ ଆହୁରି ପ୍ରବଳ ହେଲା l କାହାକୁ ମନା କରିବ ? ଏ.ସି. ଅଛି ବୋଲି ସମସ୍ତେ ଆସି ବସିଲେ ଆମ ରୁମରେ l ଘରେ ଟିକିଏ ଗହଳି ହେଲେ ବୋଉ ଶୋଇପାରେନି l ତା’ର ପତଳା ନିଦ l ରାତିରେ ଶୋଇବା ସମୟଟିକୁ ଛାଡି ଦେଲେ ଅନ୍ୟ ସବୁ ସମୟରେ ସାହି ପଡିଶାର କିଏ ନା କିଏ ଆସି କୌଣସି ନା କୌଣସି ଆଳରେ ଆଡ୍ଡା ଜମେଇଲେ ସେଠି l ନାଃ...... ଆଉ ହେବନି....... ଅର୍ଥହାନୀ....... ପ୍ରାଣ ପୀଡା....... ଶେଷରେ ବାଧ୍ୟ ହେଲି ଓ.ଏଲ୍.ଏକ୍ସ୍.ରେ ବିଜ୍ଞାପନ ଦେବା ପାଇଁ ଏ.ସି. ବିକ୍ରି ନିମନ୍ତେ l


Rate this content
Log in