Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ନିଜ ଗାଁକୁ ନିନ୍ଦିବାର ଫଳ
ନିଜ ଗାଁକୁ ନିନ୍ଦିବାର ଫଳ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୩

Children

3 Minutes   7.2K    9


Content Ranking

ରମେଶ ଚନ୍ଦ୍ର ଦାଶ

ଗୋଟିଏ ଗାଁରେ ମୋହନ ଓ ସୋହନ ନାମକ ଦୁଇଜଣ ଲୋକ ରହୁଥିଲେ l ଦୁହିଁଙ୍କ ମଧ୍ୟରେ ଉତ୍ତମ ବନ୍ଧୁତା ଥିଲା l ଦୁହେଁ ଏକାଠି ବସି ଦୁଃଖସୁଖ ହେବାବେଳେ ମୋହନ ନିଜ ଗ୍ରାମରେ ଲୋକମାନନ୍କୁ ନିନ୍ଦା କରେ l ସେ କହେ- ‘ ଗ୍ରାମର ଲୋକମାନେ ବହୁତ ପଛୁଆ l ସେମାନଙ୍କର ବୁଦ୍ଧି କମ୍ ଥିବା ହେତୁ ଗାଁର ଉନ୍ନତି ହେଉନାହିଁ l ‘ତାହା ସହିତ ପାଖ ପଡୋଶୀ ଗାଁକୁ ପ୍ରଶଂସା କରେ l ମୋହନର ଏ କଥାକୁ ସୋହନ କିନ୍ତୁ ବିରୋଧ କରେ l ସେ ନିଜ ଗାଁର ଲୋକମାନଙ୍କ ପାଖରେ ଲୁଚି ରହିଥିବା ଗୁଣକୁ ଖୁବ୍ ପ୍ରଶଂସା କରେ l ଏଥିପାଇଁ ଦୁହିଁଙ୍କ ମଧ୍ୟରେ ଦିନେ କଳି ଝଗଡ଼ା ହେଲା l କଳି ପରଦିନ ମୋହନ ସକାଳୁ କାହାରିକୁ କିଛି ନକହି ନିକଟ ଏକ ଗାଁରେ ରହୁଥିବା ତାର ବଦ୍ଧୁଙ୍କ ଘରକୁ ଚାଲିଗଲା l

ସେଠାରେ ପହଞ୍ଚି ତାର ବଦ୍ଧୁକୁ ମନର କଥା କଳିଲା l ବଦ୍ଧୁ ଜଣଙ୍କ ତାଙ୍କୁ ବୁଝାଇ କହିଲେ- ‘ପ୍ରତି ଗାଁର ଅବସ୍ଥା ଏକା ପରି l ତେଣୁ ନିଜ ନିଜ ମଧ୍ୟରେ ଖାପ ଖୁଆଇ ଚଳିବା ଉଚିତ l ଗାଁରେ ଯଦି କିଛି କୁସଂସ୍କାର, ଅନ୍ଧବିଶ୍ବସା ଆଦି ଥାଏ, ତାକୁ ଧୀରେଧୀରେ ଲୋକମାନଙ୍କୁ ବୁଝାଇ ବଦଳାଇବା ଦରକାର l ‘ କିନ୍ତୁ ମୋହନର ଏକା ଜିଦ୍ l ସେ ଆଉ ଗାଁକୁ ଫେରିବ ନାହିଁ l ସେହିଠାରେ ହିଁ ରହିବ l ବନ୍ଧୁର କଥାକୁ ଭାଙ୍ଗି ନପାରି ସେ ମୋହନର ରହିବା ପାଇଁ ସବୁ ବନ୍ଦୋବସ୍ତ କରିଦେଲେ l

କିଛିଦିନ ମୋହନ ଖୁସିରେ କାଟିଦେଲା l ତା’ପରେ ସେ ଦିନେ ତା’ର ବନ୍ଧୁଙ୍କ ପାଖକୁ ଯାଇ ରହୁଥିବା ଗାଁର ଲୋକମାନଙ୍କ ଦୋଷ ଦୁର୍ବଳତା ବଖାଣିଲା l ବନ୍ଧୁ ଜଣଙ୍କ ଏଥିରେ ବ୍ୟସ୍ତ ହୋଇ ତାଙ୍କ ଗାଁରୁ ଚାଲିଯିବା ପାଇଁ ଅନୁରୋଧ କାଲେ l ମୋହନ ତାହା ମଧ୍ୟ କଲା l ଏଥର ସେ ତାର ବିଚାରରେ ଭଲ ଭାବୁଥିବା ପୁଣି ଆଉ ଗୋଟିଏ ପଡୋଶୀ ଗାଁକୁ ଗଲା l ସେଠାରେ ଗାଁ ମୁଖିଆଙ୍କୁ ତା ମନର କଥା କହିଲା l ଅନ୍ୟ ଗ୍ରାମର ଲୋକ ତାଙ୍କ ଗାଁକୁ ପ୍ରଶଂସା କରୁଥିବା ଶୁଣି ସେ ଭାରି ଖୁସି ହୋଇଗଲା ଓ ମୋହନର ରହିବା ପାଇଁ ବନ୍ଦୋବସ୍ତ କରିଦେଲେ l ସେଠାରେ କିଛିଦିନ ରହିବା ପରେ ସେହି ଗ୍ରାମ ବିରୁଦ୍ଧରେ ମଧ୍ୟ ପୂର୍ବଭଳି ଅଭିଯୋଗ କଲା l ଏଥିରେ ଗାଁ ମୁଖିଆ ଖୁବ୍ ରାଗିଗଲେ l ତାକୁ ଗାଁରୁ ବାହାରି ଯିବା ପାଇଁ ନିର୍ଦ୍ଧେଶ ଦେଲେ l ମୋହନ ଏହିପରି ଗାଁ ପରେ ଗାଁ ବୁଲିବାରେ ବହୁତ ସମୟ ବରବାଦ କରିଦେଲା l ତା’ର ବୟସ ବଢିବା ସହିତ ବଳ ମଧ୍ୟ କମିବାରେ ଲାଗିଲା l

ଏପରି ଅବସ୍ଥା ହେଲା, ଆଖ ପାଖରେ ସବୁ ଗାଁର ଲୋକେ ତା’ର ପ୍ରକୃତି ଜାଣିବା ପରେ ମୋହନକୁ ଆଉ କୌଣସି ଗାଁରେ ରହିବାକୁ କେହିଁ ସ୍ଥାନ ଦେଲେନାହିଁ l ତେଣୁ ସେ ଦିନେ ରାତିରେ ଚାଲିଚାଲି ତା ନିଜ ଗାଁକୁ ଫେରି ଆସିଲା l ନିଜ ଗାଁର କୌଣସି ଖବର ତା ପାଖରେ ନଥାଏ l ଗାଁରେ ଦେଖେ ତ ତା’ର ଘର ଯେଉଁଠି ଥିଲା ସେଠାରେ ସୁନ୍ଦର ଅଟ୍ଟାଳିକାଟିଏ ଠିଆ ହୋଇଛି l ତାର ବନ୍ଧୁ ସୋହାନର ଘର ଥିବା ସ୍ଥାନକୁ ଯାଇ ଯାହା ଦେଖିଲ ତାର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ l ଗାଁରେ ଚାଷ କରି ସୋହନ ପକାଘର କରି ରହୁଛି, ଏକଥା ବିଶ୍ବାସ ମଧ୍ୟ କରିପାରୁ ନ ଥାଏ l କିନ୍ତୁ ସୋହାନର ଧାରଣା ଥିଲା ଯେ ତା’ର ବନ୍ଧୁ ମୋହନ ଦିନେ ନା ଦିନେ ଗାଁକୁ ଫେରିବ l ଏଥି ପାଇଁ ମଧ୍ୟ ଛାତଘରଟିଏ ତିଆରି କରି ଦେଇଥିଲା l

ସକାଳୁ ସକାଳୁ ସୋହନ,ମୋହନକୁ ଦେଖି ତାକୁ ଚାବି ନେନ୍ଥାଟିଏ ଧରାଇ ଛାତ ଘରଟିକୁ ଦେଖାଇ ଦେଲା l ସୋହନ କହିଲା, ‘’ ଏଇଟା ତୋର ଘର l ତୁ ଏଠାରେ ରହ l ‘’ ଏହା ଦେଖି ମୋହନର ଆଖିରୁ ଲୁହ ଜକେଇ ଆସିଲା l ସେ କହିଲା, ‘’ ତୋ ଭଳି ଲୋକ ଏ ଗାଁରେ ଥାଉ ଥାଉ ମୁଁ ଏହାକୁ ନିନ୍ଦା କରି ବଡ଼ ଭୁଲ କରିଛି l ଏଥିପାଇଁ ତୁ ମୋତେ ଯେତେ ଦଣ୍ଡ ଦେଲେ ବି କମ୍ ହେବ l ‘’

ଏକଥା ଶୁଣି ସୋହନ କହିଲା, ‘’ ତୁ ତ ତୋର ଦଣ୍ଡ ପାଇସାରିଛୁ, ମୁଁ ଆଉ ଦେବୀ କ’ଣ ? ଆମରି ଭଳି ଲୋକମାନଙ୍କୁ ନେଇ ସବୁ ଗାଁ ତିଆରି ହୋଇଛି l ଆମେ ଏଇଠି ରହି ତା’ର ଉନ୍ନତି ଚିନ୍ତା କରିବା ଆବଶ୍ୟକ l ଏମିତି ନିଜ ନିଜର ଗାଁକୁ ନିନ୍ଦା କଲେ କାହାରି କିଛି ଉନ୍ନତି ହେବ ନାହିନ l ‘’

ଏହାପରେ ପୁଣି ସେମାନେ ସାଙ୍ଗ ହୋଇ ଚଳିଲେ ଓ ଗାଁର ବିଭିନ୍ନ ଉନ୍ନତି କାର୍ଯ୍ୟରେ ମନଦେଲେ l

ମୋହନ ସୋହନ ବନ୍ଧୁତା

Rate the content


Originality
Flow
Language
Cover design

Comments

Post

Some text some message..