Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ସୋମ ଶର୍ମାଙ୍କ କାହାଣୀ

ସୋମ ଶର୍ମାଙ୍କ କାହାଣୀ

2 mins
7.5K


ଗୋଟିଏ ଗ୍ରାମରେ ‘ସ୍ୱଭାବ କୃପଣ’ ନାମକ ଏକ ବ୍ରାହ୍ମଣ ବାସ କରୁଥାଏ । ସେ ପ୍ରତିଦିନ ଭିକ୍ଷା କରି ଜୀବିକା ନିର୍ବାହ କରେ । ଯେଉଁଦିନ ଭିକ୍ଷାରେ ସେ ଛତୁଆ ପାଏ ସେହି ଛତୁଆରୁ ଅଳ୍ପ କିଛି ଖାଇବା ପରେ ଯାହା ବଳେ ତାକୁ ଏକ ପାତ୍ରରେ ପୂରାଇ ଘୋଡାଇ ଶିକାରେ ଟଙ୍ଗାଇ ଦିଏ । ଶୋଇବା ସମୟରେ ସେହି ଛତୁଆକୁ ଚାହିଁ ନାନାଦି କଥା ଚିନ୍ତା କରେ । ଏହିପରି କିଛିଦିନ ଛତୁଆ ରଖିବା ପରେ ଛତୁଆ ପାତ୍ରଟି ପୂର୍ଣ୍ଣ ହୋଇଗଲା । ସେଦିନ ବ୍ରାହ୍ମଣ ଶୋଇରହି ଛତୁଆକୁ ଚାହିଁ ଭାବିଲେ, “ଏ ରାଜ୍ୟରେ ଯଦି ହଠାତ୍ ଦୁର୍ଭିକ୍ଷ ପଡିବ, ତା’ହେଲେ ମୋ ପାଖରେ ଥିବା ଏହି ଛତୁଆକୁ ବିକ୍ରୀ କରି ଶହ ଶହ ଟଙ୍କା ପାଇ ପାରିବି । ସେହି ଟଙ୍କାରେ ମୁଁ ଏକ ଛେଳି କିଣିପାରିବି । ଛେଳିଟି ପ୍ରତି ଛ’ ମାସରେ ଛୁଆ ଦେଲେ, ମୋର ଛେଳି ସଂଖ୍ୟା ବଢିଯିବ । କ୍ରମେ ସେମାନଙ୍କୁ ବିକି ଯେଉଁ ଅର୍ଥ ମିଳିବ ସେଥିରେ ଏକ ଗାଈ କିଣିବି । କିଛିଦିନ ପରେ ଗାଈ ସଂଖ୍ୟା ମଧ୍ୟ ବଢିବ । ଏହାପରେ ଗାଈମାନଙ୍କୁ ବିକ୍ରୀ କରି କିଛି ମଈଁଷି ରଖିବି । କିଛି ଦିନପରେ ମଇଁଷି ବିକ୍ରୀ କରି ଘୋଡା ପାଳିବି । ଶେଷରେ ଘୋଡା ମାନଙ୍କୁ ଚଢାଦରରେ ବିକ୍ରୀ କରି ସୁନା କିଣିବି । ଶେଷରେ ମୁଁ ଏକ ଧନୀ ବ୍ୟକ୍ତିରେ ପରିଣତି ହୋଇଯିବି ।”

ଧନୀ ହେବାପରେ ପ୍ରଥମେ ଚାରି ମହଲା କୋଠା ତିଆରି କରିବି । ମୋର ଧନ ସମ୍ପତ୍ତି ଦେଖି ମୋତେ ସହରର ଅନେକ ବ୍ୟକ୍ତି ଜ୍ୱାଇଁ କରିବାପାଇଁ ଆଗ୍ରହୀ ହେବେ । ଏହାପରେ ମୁଁ ଏକ ସୁନ୍ଦରୀ କନ୍ୟାକୁ ବିଭାହେବି । ଅଳ୍ପଦିନପରେ ମୋର ଏକ ପୁତ୍ର ସନ୍ତାନ ଜନ୍ମ ହେବ । ପୁତ୍ରର ନାମ ‘ସୋମ ଶର୍ମା’ ରଖିବି । କିଛିଦିନ ପରେ ପୁଅଟି ଠୁକୁ ଠୁକୁ ହୋଇ ଚାଲିବ । ଦିନେ ମୁଁ ଘୋଡା ଶାଳରେ ଥିବା ସମୟରେ ପୁଅ ମୋ ପାଖକୁ ଚାଲିଯିବ । ମୁଁ ତା’ର ମା’ କୁ ଏଥିପାଇଁ ଗାଳି ଦେବି । କିନ୍ତୁ ପୁଅର ମା’ ମୋ କଥା ଶୁଣିବ ନାହିଁ । ମୁଁ ତା’ର ଏପରି ବ୍ୟବହାରରେ କ୍ଷୁବ୍ଧ ହୋଇ ତା’ ନିକଟକୁ ଯାଇ ଏକ ଗୋଇଠା ମାରିବି । ଏହା ଭାବି ବ୍ରାହ୍ମଣ ସତକୁ ସତ ଏକ ଗୋଇଠା ପକାଇଲେ । ଆଘାତପାଇ ଛତୁଆ ପାତ୍ରଟି ଶିକାରୁ ତଳେ ଖସି ପଡି ଭାଙ୍ଗିଗଲା । ବ୍ରାହ୍ମଣ ସଂଚିଥିବା ଛତୁଆ ଗୁଡିକରେ ଧୂଳି, ମାଟି ମିଶିଗଲା ।

କାହାଣୀଟି ଶୁଣି ସାରିବା ପରେ ସୁବର୍ଣ୍ଣସିଦ୍ଧି କହିଲେ, ବନ୍ଧୁ ତୁମର କିଛି ଭୁଲ୍ ନାହିଁ । ପ୍ରତ୍ୟେକ ମଣିଷଠାରେ ଲୋଭ ଦେଖା ଦେଇଥାଏ । ମଣିଷ ଏଇ ଲୋଭର ବଶବର୍ତୀ ହୋଇ ଯେଉଁ କାମ କରେ ଶେଷରେ ତାହା ତାକୁ ଦୁଃଖ ଦିଏ । ଏ ସଂପର୍କରେ ମୁଁ ତୁମକୁ ଏକ କାହାଣୀ କହଛି ଶୁଣ ।


Rate this content
Log in

Similar oriya story from Children