Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Others

4  

Amiya Bej

Others

ମୁନିର ୨୬ ଜାନୁଆରୀ

ମୁନିର ୨୬ ଜାନୁଆରୀ

3 mins
13.3K


          ମୁନିର ୨୬ ଜାନୁଆରୀ 

          ସକାଳଟାରୁ ଆସି ମୁନି ମୋତେ ଉଠାଇବାକୁ ଲାଗିଲା । ଛୁଟିଟେ ମିଳିଛି, ଢେର୍ ଶୋଇବାର ଇଚ୍ଛା ଥିଲା । ଉଁ.. ଆଁ.. ହେବାରୁ ସୌମ୍ୟା ଆସି ଗରଗର ହେଲା । ପିଲାଟା ସଜ ହୋଇ କେତେବେଳୁ ବସିଛି, ଟିକେ ଷ୍ଟାଡିୟମ୍ ଆଡୁ ବୁଲାଇ ଆଣିଲେ କ'ଣ ହୁଅନ୍ତା ? ମୁଁ ଛାଡ଼ିଲିନି ।

  • କ'ଣ ସେଠି ଦେଖିବୁ କହିଲୁ ?
  • ପ୍ୟାରେଡ୍
  • ଏବେ ତ ଟିଭିରେ ବି ଦେବ । ସିଏ ପୁଣି ଦିଲ୍ଲୀର ।
  • ନା । ସେଠି ଚୋକଲେଟ୍ ବି ଦେବେ ।
  • ଆରେ ! ଫ୍ରିଜ୍ ରେ କାଡବୋରିଜ୍ ଭରିଛି । ହାତ ମାରୁନୁ ।
  • ମୋ' ସାଙ୍ଗମାନେ ସବୁ ଯିବେ ।
  • ଇଂଗ୍ଲିଶ୍ ସ୍କୁଲ୍ ପିଲା ସେଠି ଯାଇ କ'ଣ କରିବ ?
  • ମୁଁ ଯିବି ଯିବି ଯିବି ।

     ମୋ' ନାହିଁ ଦେଖି ସୌମ୍ୟା ମୁହଁର ରଂଗ ଧିରେଧିରେ ବଦଳୁଥିବା ଦେଖି, ଅଗତ୍ୟା ମୋତେ ଉଠିବାକୁ ହେଲା । ଆସିବାବେଳେ ସୌମ୍ୟା କହିଲା- 'ମୋ ପାଇଁ ଗୋଟେ ବୁନ୍ଦି ପୁଡିଆ ଆଣିବ, ପ୍ଲିଜ୍ । ଭାରି ବଢିଆ ଲାଗେ ।'

  • ହଁ ! କହୁଥିଲି ପରା !

     ଷ୍ଟାଡିୟମ୍ ଗେଟ୍ ରେ ପଂହଚି ଜାଣିଲି, ଆଜି ଉନ୍ନୟନ ମନ୍ତ୍ରୀ ଆସୁଛନ୍ତି ଆମ ସହରକୁ । ପ୍ରବଳ ଭିଡ ଏଠି । ତନ୍ନତନ୍ନ ତଲାସି, ଭିତରକୁ ଛଡାଯାଉଛି ସଭିଙ୍କୁ । ଛୁଆଙ୍କୁ ବି । ବୁଝିପାରୁନି ଏବର ମନ୍ତ୍ରୀ ମାନଙ୍କୁ ଏତେ ଭୟ କାହିଁକି ? ସମାଜର ସେବାକଲେ ଆଦର ମିଳିବ , ଅଣ୍ଡା ଥୋଡି ??? ଯା'ହେଉ; ମୋ' ମୁନିର ଖୁସି ଆଗରେ ମୁଁ କିଏ ? ଭିତରେ ଖଚାଖଚ ଭିଡ଼ । ରଂଗୀନ୍ ପ୍ରଜାପତି ପରି ଛୁଆସବୁ ଲାଗୁଥିଲେ । ମନେପଡିଲା ମୋ' ପିଲାବେଳ । ସକାଳୁ ପ୍ରଭାତଫେରି । ରାମ୍ ଧୂନ୍ । ସାରେ ଯେଉଁଠି ହ୍ୱୀସିଲ୍ ଫୁଙ୍କିବେ ସେଇଠି ଆରମ୍ଭ 'ବନ୍ଦେ ମାତରମ୍', 'ଭାରତ୍ ମାତାକି ଜୟ' ଘରେଘରେ ଶୋଇଥିବା ଲୋକଙ୍କୁ ଯାଇ କାନେକାନେ କହିଦେଇ ଆସୁଥିଲୁ ଦେଶପ୍ରମର ମନ୍ତ୍ର, ଆଉ ପୂର୍ବସୂରୀଙ୍କ ବଳିଦାନ । ଆଜିକାଲି ତ ଅଣ୍ଡାକୁ ଡରୁଥିବା ନେତାଏ କହିଲେଣି - 'ଭାରତମାତା କି ଜୟ ନକହିବାକୁ ଛୁରାମାଡ ଖାଇବାକୁ ପ୍ରସ୍ତୁତ' ସେଠୁ ଆସି ଠୁଳହେଉ ଆମେ ବ୍ଲକଅଫିସ୍ ପଡିଆରେ । ସେତେବେଳେ ଏତେ ମନ୍ତ୍ରୀଫନ୍ତ୍ରୀ ନଥିଲେ ବୋଧେ । ଆମ ଅଂଚଳର ସ୍ୱାଧୀନତା ସଂଗ୍ରାମୀ ଭୀମବାବୁ ହୁଅନ୍ତି ମୁଖ୍ୟ ଅତିଥି । ଅନୁଭୂତି ବଖାଣିଲା ବେଳେ ଲାଗେ କେମିତି ସେବର ଏଇ ସରଳିଆ ମଣିଷଗୁଡା ବିନା ବାଡି-ବଂଧୁକରେ ସେ ଫିରଙ୍ଗୀଗୁଡାଙ୍କୁ ତଡିଥିଲେ ସତେ। ଛାତି ଫୁଲାଇ ପୁଳାଏପୁଳାଏ ସେଉବୁନ୍ଦି ଧରି ଘରକୁ ଫେରୁ । ମା' ବାଟ ଚାହିଁଥାଏ ମନ ଖୁସିରେ ।

ମନ୍ତ୍ରୀଙ୍କୁ ଅପେକ୍ଷା । ତରତରରେ ଆଜିପାଇଁ ପିନ୍ଧିବାର ଜୋତା ଛାଡ଼ି ଆଇଛନ୍ତି ଭୂବନେଶ୍ବରରେ । ଚେଲାମାନେ ଖୋଜୁଛନ୍ତି ଆମ ସହରରେ 'ମନ୍ତ୍ରୀ ଙ୍କ ପାଇଁ ଜୋତା ।' ଘଣ୍ଟାଏ ବିଳମ୍ବ ରେ ପଂହଚିଲେ ମନ୍ତ୍ରୀ । ସରକାରୀ ବାବୁ ମାନଙ୍କ ମନ୍ତ୍ରୀଲାଗି ହେବାକୁ କି ଟଣାଟଣି ! ବାପ୍ ରେ ! ମଉଳି ସାରିଥିବା କୁନିକୁନି ଛୁଆଏ ସଳଖି ଗଲେ ପୁଣି । ମୋ' ମୁନିଟାର କେହି ସାଙ୍ଗଫାଙ୍ଗ ଏତେ ଭିଡରେ ମିଳୁନଥିଲେ । ସିଏ ପକ୍କା ଚକୋଲେଟ୍ ଲୋଭରେ ଆଇଛି ଜାଣିଗଲି । ପତକା ଉଡିଲା । ତ୍ରୀରଙ୍ଗା । ଭାବମୟ ହୋଇଗଲା ପରିବେଶ । ଏଇ ତ ମ୍ୟାଜିକ୍ ଆମ ଦେଶର ।

ରାଜକୀୟ ପ୍ୟାରେଡ଼ ପରେ ମନ୍ତ୍ରୀ ଗଳାସଫା କରି ଆରମ୍ଭିଲେ । ମୁନି ପରି ମୁଁ ବି ଭାବୁଥିଲି ଚକୋଲେଟ୍ ବଣ୍ଟନ ଟା ଆଗ ହୋଇଯିବ ବୋଲି । ଯାହେଉ ମନ୍ତ୍ରୀ ଆଗ। ଆଗ ଦେଇଦେଲେ ଭିଡ କମିଯିବ ପରା ! କିଛିବେଳ ମହାତ୍ମା ଙ୍କ ନାମ ନେଲାପରେ ସୁରୁହେଲା ରାଜନୀତି । ସରକାରୀ ବହୁକଲ୍ୟାଣ ଯୋଜନା ସବୁକୁ ଗୋଟିଗୋଟି ବଖାଣୁ ଥାନ୍ତି ମନ୍ତ୍ରୀ । ଏ' ନାବାଳକେ କ'ଣ ପାଇବେ ସେଥିରୁ ? ଜଣେ ତାଳି ମାରିଲେ ଛୁଏ ଗୋଡେଇଲେ ତାକୁ । ଆଗକୁ ପଂଚାୟତ ଇଲେକ୍ସନ । ଛୁଏ ବୁଝନ୍ତୁ ନବୁଝନ୍ତୁ ମାଇକ୍ ଦେଇ ଢେର୍ ବାଟ ତ ଯାଉଛି ଖବର । ପ୍ରଚାର ପାଇଁ ୟାଠୁଁ ଭଲମଂଚ କୁଆଡ଼େ ମିଳିବ । ସରୁନଥାଏ ମନ୍ତ୍ରୀ ଙ୍କ ଭାଷଣ , ମରୁ ନଥାଏ ମୁନିର ଚୋକଲେଟ୍ ନିଶା । ଚିଡା ଲାଗିଲାଣି ମୋତେ ଏସବୁ । ପାଖ ଲୋକଟାକୁ ପଚାରିଲି - ଭାଇ ଛୁଆଙ୍କୁ ଚକୋଲେଟ୍ କେବେ ଦେବେ ? ଲୋକଟା ମୁହଁବୁଲାଇ ଓଲଟା ମୋତେ ପଚାରିଲା - ଦେଉଛନ୍ତି କି? ରାଗରେ ମୁନି ଆଡକୁ ଚାହିଁ କହିଲି - ଚାଲ୍ ଯିବା ଏଠୁ ମୁନି ଟା ଛଳଛଳ ଏଲାଗି ହୋଇଗଲା ଯେ - ତା' ପାପା ଆଜିଯାଏଁ ଏତେ ଜୋର୍ ରେ ତାକୁ ରାଗି ନଥିଲେ ଜମା ।

 

 ଅମିୟ ବେଜ୍, ଘଟଗାଁ , କେନ୍ଦୁଝର 


Rate this content
Log in