Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Others

1.8  

Rasmi Rekha Tripathy

Others

କାଳି ଝିଅ

କାଳି ଝିଅ

1 min
511



       ମୋ ନାନୀର ଗଢଣ ସୁନ୍ଦର ହେଲେ କଣ ହେବ, ରଙ୍ଗଟା ମଇଳା l ଆଉ ସେ ମଇଳା ରଙ୍ଗ ଆଗରେ ତାର ବିଦ୍ୟା,ବୁଦ୍ଧି ଓ ଗୁଣ ସବୁ ଫିକା ପଡି ଯାଇଥିଲା ଓ ବିବାହ ବଜାରରେ ତଥାକଥିତ ଚମଡା ପ୍ରେମୀମାନଙ୍କ ନଜରରେ ତାର ମୂଲ୍ୟ କିଛି ବି ନ ଥିଲା l ନାନୀର ବୟସ ଗଡି ଯାଉଥିଲା l ନନା ବୋଉଙ୍କର ଦୁଶ୍ଚିନ୍ତା ବଢି ଯାଉଥିଲା l

       ଆର ପଟ ସାହିର ରଜତ ଭାଇଙ୍କ ସ୍ତ୍ରୀ ମରିଗଲେ l ଝିଅଟି ତାଙ୍କର ବାହା ହୋଇ ଯାଇ ଥିଲା l ପୁଅ କଣ ଚାକିରୀ କରୁଥିଲା ବୋଧେ l ରଜତ ଭାଇ ମୋ ନାନୀ ଠାରୁ ପାଞ୍ଚ ବର୍ଷ ବଡ l ଜଲଦି ବାହା ହୋଇ ଯାଇଥିଲେ l ହଠାତ୍ ଦିନେ ରଜତ୍ ଭାଇଙ୍କ ବୋଉ ଆମ ଘରକୁ ଆସି ନାନୀର ବହୁତ ପ୍ରଶଂସା କଲେ l ଏଇ ରଜତ୍ ଭାଇ ପାଇଁ ଦିନେ ନାନୀର ପ୍ରସ୍ତାବ ପଡିଥିଲା l

       ମୁଁ ବୁଝି ପାରୁ ନ ଥିଲି ସେ ଦିନ ମୋ ନାନୀର ଏତେ ଗୁଣ ଥିବା ସତ୍ତ୍ୱେ ପ୍ରସ୍ତାବ ଭାଙ୍ଗି ଦେଇଥିବା ମାଉସୀ ଆଜି କେମିତି ନାନୀର ଗୁଣ ବର୍ଣ୍ଣନାରେ ଶତ ମୁଖ ହୋଇଯାଉଛନ୍ତି ? କେତେ ସ୍ୱାର୍ଥପର ସତରେ ଏ ମଣିଷ ? କିନ୍ତୁ ମାଉସୀଙ୍କର ସବୁ ଆଶାକୁ ପାଣିରେ ପକେଇ ମୋ ନାନୀ ଯେତେବେଳେ ରଜତ୍ ଭାଇଙ୍କ ସହିତ ତାର ପ୍ରସ୍ତାବକୁ ନାକଚ କରି ଦେଲା, ମୋ ସହ ମୋ ନନା ବୋଉଙ୍କର ଆଖି ମଧ୍ୟ ଉଜ୍ଜଳି ଉଠିଥିଲା l



Rate this content
Log in