pratap nayak

Others


3  

pratap nayak

Others


ସରପ୍ରାଇଜ ମ୍ୟାରେଜ

ସରପ୍ରାଇଜ ମ୍ୟାରେଜ

3 mins 307 3 mins 307

ସରପ୍ରାଇଜ ମ୍ୟାରେଜ (ଗଳ୍ପ)

**********************

ମନ ଭରିଗଲା ପରେ ସବୁ ପୁରୁଷ କରଛଡା ଦିଅନ୍ତି,ତମେ ବ୍ୟତିକ୍ରମ ହେବ କେମିତି?

ପୁରୁଷର ଅନ୍ୟନାମ ପରା ଭଁଅର।ଆମେମାନେ ତ ସବୁ କିଆ କେତକି

ମଲ୍ଲି ।ବାସ ଚହଟିବା ଯାଏ ଅର୍ଘ୍ୟ ନହେଲେ ଛଡା ଫୁଲ ଠୁ ବି ହୀନ।

ଜନ୍ମତ ହିନୀକପାଳୀ,ଅରଣ୍ୟରେ ଅବା ବାସର ଘରେ,ଫରକ କଣ???

ଆନ୍ଦୋଳିତ କରୁଥିଲା ମନ ଗହ୍ୱର....ଏଣେତେଣେ ହେଇଯାଉଥିଲା ସେ ଚପଳ କଅଁଳା ବାଛୁରୀ ସମ।

ସମାଜ ପୁଣି ଆଜ୍ଞାବହ ତା ସହିତ ରିତୀନିତୀର କାଠଗଡାରେ ପେସି ହେଉଥିଲା ଆରଣ୍ୟକ।

ଚାକିରୀରେ ବସାଘର।ଘରଭିତର ଯାକ ଯେତେ ଆସବାବପତ୍ର ତା ସହିତ ଘରକଣରେ ଗେଞ୍ଜା ହେଇଥିବା ଯେତେକ ଅଳିଆ,ସମସ୍ତେ ଯେପରି ତା ବିବସ ପଣକୁ ଅଟ୍ଟହାସ୍ୟ କରୁଥିଲେ।ତା ମଣିଷ ପଣିଆକୁ ଧିକ୍କାରୁଥିଲେ।ଆହୁରି ଝୁରୁଥିଲେ ମମତାର ସ୍ନେହବୋଳା ସ୍ପର୍ଶକୁ।ଅନୁଭବ କରୁଥିଲେ ସତେକି ମମତାର ହାତ ପହଁରି ଯାଉଛି ସେମାନଙ୍କ ମୁଣ୍ଡଉପରେ ,ଧୁଳି ଝାଡୁଛି,ଗେଲ କରୁଛି,ଆରଣ୍ୟକର ଅନୁପସ୍ଥିତରେ କେତେ ଗୁମର କଥା କାନେ କାନେ କହେ ମମତା ସେମାନଙ୍କୁ ତାହା ବି ହଲଚଲ କରୁଛି ସେ ଜଡ ରୂପି ବସ୍ତୁମାନଙ୍କ ହୃଦୟ,ବଢୋଉଛି ସ୍ପନ୍ଦନ ।ଯାହାକି ସ୍ୱପ୍ନିଳ ମରୁବାଲି ସମ ତୟାର ଏବେ ଧସିଯିବ ଓଟବାହିନୀର ଖୁରା ଘାତରେ....।

କଣ କରିବ ମୁଁ ରୂପି ପୁରୁଷ ଆରଣ୍ୟକ।ଯେଉଁଠି ଅପତ୍ୟର ଖୁସିରେ ଭାଗବସାନ୍ତି ପିତାମାତା।ସଂସ୍କାର କଷଟିରେ ଗଢା ଜୀବନ ନା ଧରିରଖି ପାରୁଛି ତା ପ୍ରେମକୁ ,ଋପଦେଇ ପାରୁଛି ସାତଜନ୍ମ ଏକାଠି ରହିବାର ସ୍ୱପ୍ନ,ନା ଅମାନିଆଁ ହେଇ ଛିଡେଇ ପାରୁଛି ପିତୃମାତୃ ଋଣ।

ଅସମାହିତ ଭଗ୍ନାଂଶର ଜୁପ କାଠରେ ଆରଣ୍ୟକ ଋପି ଛାଗଳ।ନା ଆଗକୁ ଅରଗଳି ଠେଲି ଚାଲି ଯିବାର ଜୁ ଅଛି ନା ପଛକୁ ଫେରିବାର ଫନ୍ଦି ତାକୁ ଜଣା ଅଛି।ଅପେଖ୍ୟା କେବଳ ସମୟର ହାତ କେତେବେଳେ କୋଉଖ୍ୟଣରେ ମୁଁଣ୍ଡରୁ ଶରୀର ଅଲଗା କରିବ।

ଟେବୁଲ ଉପରେ ଦୁଇଟି ବାହାଘର କାର୍ଡ।ଗୋଟିଏ ଆରଣ୍ୟକର ଆରଟି ମମତାର ।ଖୋଲି ପଢିବାର ସତସାହାସ ନାହିଁ କାହାର।

ଯେମିତି ଅଖୋଲା କରି ଛାଡି ଯାଇଛି ମମତା ।ଆରଣ୍ୟକ ଋପି ପୁରୁଷ ଓ ଝିଅମାନଙ୍କର ବାପ ଋପି ପୁରୁଷ ଉପରେ ଅନେକ ଅବିଶ୍ୱାସର ଟିପ୍ପଣୀ ରଖି ଫେରିଛି ସେ।

ଗୋଟିଏ ଓଳିର ପର୍ଯ୍ୟାଲୋଚନାରେ ସେ ଥରୁଟିଏ ଚାହିଁନି ଆରଣ୍ୟକକୁ।କରିନି ଚାରିଚଖ୍ୟୁର ମେଳ।ବାପାଋପି ପୁରୁଷ ତିଆରିଥିବା ତା ପାଇଁ ନୀଡର ପ୍ରଥମ ଚିଟାଉକୁ ବି ଖୋଲିନି।ଏତେ ରାଗ ଏତେ ଅଭିମାନ ପୁରିଷ ଜାତି ଉପରେ।ହେଉ ବାପ କି ପ୍ରେମିକ ।ତା ଦୃଷ୍ଟିରେ ସମସ୍ତେ ସମାନ।

କିନ୍ତୁ ନାରୀ ସମାଜ ସବୁବେଳେ ପୁରୁଷର ହଁରେ ହଁ ଭରି ଆସିଛି କାଳ କାଳରୁ ,ଯୁଗ ଯୁଗରୁ ସୀତାଙ୍କୁ ସତୀହେବାକୁ ପଡୁ କି ଦ୍ରୌପଦୀ କି ଅହଲ୍ୟା।

ପୁରୁଷ ସବୁବେଳେ ପୁରୁଷ ,କାରଣ ସେ ପୁରୁଷ।

ଲୁହ ଗଡେଇ ଲାଭନାହିଁ ତାର, ଦୋଷ ଲଦିଲେ ଅଧିକ କଣ ହେବ?ସଂସ୍କାର ରଖ୍ୟାରେ ଲୁଟୁ ଝିଅର କାମନା,ଧୂଳିରେ ଲୋଟୁ ତା ବାସନା।ଥରଥର ହେଇ ଭାଂଗୁ ତା ଯୌବନ ଆଉ କା କୋଳରେ,ତା ଈଚ୍ଛା ବିରୁଦ୍ଧରେ।ସେଥିରେ ତାର କଣ କରିବାର ଅଛି।ସେ ପରା ନାରୀ, ଅବଳା ଦିର୍ବଳା ଅନ୍ୟଉପରେ ନିର୍ଭରଶୀଳା।

ନାରୀ ହଉ ଯେତେ ଉଚ୍ଚ ଶିଖିତା, ଥାଉ ଯେତେ ଜ୍ଞାନ।ସବୁ ସେହି ଚୁଲିମୁଣ୍ଡରେ ବାକିଥିବା ଜୀବନ।

ପୁରୁଷର ପୌରଷ କଣ ତାର ଅଛି ଯଦିଓ ସେ ପୁରୁଷକୁ ଜନ୍ମଦେଇ ଆସିଛି,ଗଢିଛି ବଢେଇଛି ,କମକୂଟ ତା ଦେହରେ ସେହି ହିଁ କରିଛି କିନ୍ତୁ ନାରୀର ହାରିବା ସବୁବେଳେ ଥୟ କାରଣ ବିବେକ ଋପି ଢାଲ ସହନଶୀଳା ପରି ଅସ୍ତ୍ର ଫେରାଏ ତାର ଦୁର୍ବଳତାର ଚିହ୍ନ ଯେପରି ସେ ମନକୁ ମାରି ହାରିବାର ଗ୍ଲାନିରେ ତୁଚ୍ଛାକରେ ତାର ଭବିଷ୍ୟ ଜୀବନ ।ତାମାନେ ପୁରୁଷ ତ କାହିଁ ଯୁଗ ଯିଗରୁ ଜିତି ନାରୀ ସ୍ୱାଧିନତାରେ ନାରୀର ଶରୀର ଉପରେ,ବିଜୟର ବାନା ଉଡେଇ ଖୁସି ହେଉନିତ ସବୁବେଳେ ପିପାଶା ଋପି ଛନ୍ଦମେଳାରେ ଘାରୁଛି ହାରିଯିବାର ଭୟ ତାକୁ ନିତି ନିତି।

ବିଚ୍ଛେଦର ଅନ୍ୟନାମ ବିଜୟ ।ସିଏ ମନର ହେଉ କି ଶରୀରର ଅବା ବୃଥା ଆସ୍ଫାଳନର ପ୍ରତିଫଳନ।ହୋଟେଲର ସିସି କ୍ୟାମେରାରେ କୟଦ ଏବଂ ଲାଇଭ ଟେଲିକାଷ୍ଚ ଆରଣ୍ୟକ ଆଉ ମମତାର ଶେଷ ଏପିଶୋଡ୍।ନା କାନ୍ଦ ନା ଋଷା ନା ଲୁହର ବନ୍ୟା ନା ମାନଅଭିମାନ ନା ବ୍ଲାକମେଲିଂ।

କୋଳାକୋଳି ଦୁଇ ସମୁଦି ଆଉ ପାଖରେ ଫଳ ଜୁସ ପିଉଥିବା ଦୁଇ ସମୁଦିଆଣି।ସରପ୍ରାଇଜ ମ୍ୟାରେଜ ଭେଟିଦେବେ ନିଜ ନିଜ ସନ୍ତାନକୁ .....

ସତରେ ପ୍ରେମିକ ଆଉ ପ୍ରେମିକା କେତେ ବୋକା ସତେ।କାରଣ ସେମାନେ ସବୁବେଳେ ବିଚାର କରନ୍ତି ହୃଦୟରେ, ମସ୍ତିସ୍କ ଋପି ବିଚାରକ ସେମାନଙ୍କ ଯେହେତୁ ଶୋଇଥାଏ ନିଘୋଢ ନିଦରେ।

ପାଆନ୍ତୁ ପଛେ କଷ୍ଚ ଏଇ କିଛିଦିନ।ବିଚ୍ଛେଦ କିଛିଦିିନ ଦହନ କରୁ ମନକୁ ହୃଦୟକୁ ଶରୀରକୁ ,ହେଲେ ଆରଣ୍ୟକ ଆଉ ମମତାର ବାସର ରାତୀ ସମୃଦ୍ଧିତ ହେଉ କୂଳ ଦୀପର ଦିକଦିକ ଶିଖାରେ ସାତଜନ୍ମପାଇଁ ନୁହେଁ ଜନ୍ମ ଜନ୍ମ ପାଇଁ।

ଟେବୁଲ ଉପରେ ପଡିଥିବା ଦୁଇଟା ବାହାଘର କାର୍ଡ ଅଣନିଶ୍ୱାସୀ ରେ ରୁନ୍ଧିହେଉଥିଲେ,କୋଳାହଳ କରିବାକୁ ଇଚ୍ଛା ଥିଲା ତାଙ୍କର ।ଉଭୟରେ ବର କନ୍ୟା ସମାନ କିନ୍ତୁ ଗୋଟାଏ ଆରଣ୍ୟକ ବାପାଙ୍କ ତରଫରୁ ଓ ଅନ୍ୟଟି ମମତା ବାପାଙ୍କର....

ଜଡ ଆସବାବପତ୍ର ଆଉ ଘର କୋଣରେ ଗେଂଜା ଅଳିଅା ସମସ୍ତେ ଆଚମ୍ବିତ ହେଲେନା....?

କାରଣ

ପୁରୁଷ ସବୁବେଳେ ପୁରୁଷ , କାରଣ ସେ ପୁରୁଷ।

ପ୍ରତାପ ନାୟକ-7008054282


Rate this content
Originality
Flow
Language
Cover Design