Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Inspirational Abstract

3  

Rasmi Rekha Tripathy

Inspirational Abstract

ତାତିଲା ପାଣି

ତାତିଲା ପାଣି

1 min
7.2K



ମୋତେ ଲାଗେ ମନ୍ଦିରର ପୂଜକମାନେ ସମସ୍ତେ ଗୋଟିଏ ଗୋଟିଏ ମନସ୍ତତ୍ତ୍ୱବିଦ୍ l ବିରକ୍ତି ଲାଗେ ସେମାନେ ଯେତେବେଳେ ଭକ୍ତକୁ ମାନସିକ ଭାବରେ ବ୍ୟତିବ୍ୟସ୍ତ କରିଦିଅନ୍ତି l ସେହି କାରଣରୁ ମୁଁ ପ୍ରାୟତଃ ମନ୍ଦିର ଯାଏନି l ବିରକ୍ତି ଲାଗେ ସେହି ପୂଜାରୀମାନଙ୍କର ଲୋଭକୁ ଦେଖିଲେ l ସେଦିନ ତ ସୀମା ଟପି ଯାଇଥିଲା l ସାନ ପୁଅଟାର ଦେହ ଭଲ ନାହିଁ l କିଏ ଜଣେ କହିଲେ ଠାକୁରଙ୍କ ପାଖକୁ ନେଇଗଲେ ଭଲ ହୋଇଯିବ l କେମିତି କେଜାଣି ମୋର ନାସ୍ତିକ ମନ ବି ମାନି ନେଇଥିଲା ଏହ କଥାକୁ l ମାଆ ଓ ପତ୍ନୀଙ୍କ ସହ ପୁଅକୁ ନେଇ ଗଲି ମନ୍ଦିରକୁ l

       ଶହେ ଦୁଇ ଶହ ହେଲେ ଭିନ୍ନ କଥା ଥିଲା l ପୂଜାରୀ ସେ ଦିନ ଜବରଦସ୍ତ 1000 ଟଙ୍କା ନେବ ବୋଲି ହିଁ ଅଡି ବସିଲା l ଭୀଷଣ ବିରକ୍ତି ଲାଗିଲା ମୋତେ l ମାସ ଶେଷ l ମୁଁ ସେମାନଙ୍କୁ ନେଇ ବାହାରି ଆସିଲି ମନ୍ଦିର ଭିତରୁ l

       : ଏତେ ଗର୍ବ ଠାକୁର ସହିବେନି, ଦେଖିବ ରୁହ l ସେ ତୁମକୁ ଚାରି ହାତରେ ଦେଉଛି l ତୁମେ ଦୁଇ ହାତରେ 1000 ଟଙ୍କା ବି ଦେଇ ପାରୁନ ? ଯଦି କିଛି କ୍ଷତି ହୁଏ ସେତେବେଳେ ମୋତେ ଆଉ ଦୋଷ ଦେବନି l ବ୍ରାହ୍ମଣ କଥା l ବ୍ରହ୍ମ ପଇତା ଛୁଇଁ କହୁଛି l କେବେ ବି ଅନ୍ୟଥା ହେବନି l ପତ୍ନୀଙ୍କ ସହ ମୁଁ ବି ଥରିଯାଇଥିଲି l ବୋଉ ବୁଝିପାରିଲା ଆମ ମାନସିକତାକୁ l

       : ଚାଲ, ଚାଲ l ତାତିଲା ପାଣିରେ କଣ ଘର ପୋଡିଲାଣି ? ପୂଜାରୀ ମୁହଁ ଉପରେ ଏତିକି କହି ବୋଉ ଆମକୁ ଟାଣି ନେଇ ଆସିଲା ସେଠାରୁ l


Rate this content
Log in

Similar oriya story from Inspirational