Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mishra

Drama Tragedy

2  

Manorama Mishra

Drama Tragedy

ଜୀବନ ଏକ ବ୍ଲାକ୍ ମେଲିଙ୍ଗ୍

ଜୀବନ ଏକ ବ୍ଲାକ୍ ମେଲିଙ୍ଗ୍

5 mins
7.4K


ଦେଖ ମିନି,ବିବାହର କଥା କହି ବାରଂବାର ମୋତେ ବ୍ଲେମ୍ କରନି , ମୁଁ ବାପା ମା'ଙ୍କର ଏକ ମାତ୍ର ପୁଅ , ତା ଛଡା ଆମ ସଂପର୍କରେ ବିବାହର ପ୍ରତିଶ୍ରୁତି ନଥିଲା,

ମନୋଜ ତୁମେ ଜାଣି ନ ବୋଧେ , ଆମ ସଂପର୍କର ଯେଉଁ ବରିଷ୍ଠ ପ୍ରମାଣ ମୋ ପାଖରେ ଅଛି ମୁଁ ଚାହିଁଲେ ତୁମକୁ ଜେଲର ଚାରି କାନ୍ଥ ଭିତରେ ସବୁଦିନ ରଖିଦେବି ।

ମିନି ବନ୍ଧୁତ୍ୱର ମହାନତା କଣ ଏଇ ଆ, ତମକୁ ଖୁସି କରିବାକୁ ଯାଇ ମୁଁ ବହୁତ ତଳକୁ ଖସି ଯାଇଛି, ତମେ ମୋତେ ବାରଂବାର ବାଧ୍ୟ କରିଥିଲ ତମ ସହିତ ଦେହଗତ ସଂପର୍କ ରଖିବା ପାଇଁ, ବାରଂବାର ଆଳ ଦେଖାଇ ରାତିରେ ମୋ ରୁମ୍ ରେ ରହିଯାଉଥିଲ । ମୋ ପାଇଁ ରୋଷେଇ କରି ଦେଉଥିଲ ।ସକାଳେ ମୋ ପ୍ୟାଣ୍ଟ ସାର୍ଟ ସଫା କରି ଆଇରନ କରିଦେଉ ଥିଲ । ମୋ ପାଇଁ ସପଙ୍ଗି କରିଦେଉଥିଲ । ମୁଁ ବି ତୁମକୁ ବହୁବାର ମନା କରିଥିଲି ଏ ସବୁ କରିବା ପାଇଁ । କିନ୍ତୁ ତୁମେ କୁହ ମନୋଜ ---

ତୁମେ ମୋତେ ସାହାଯ୍ୟ କରୁଛ । ମୁଁ ଛଅ ହଜାର ଟଙ୍କାରେ ଚାକିରୀ କରିଛି ବୋଲି ଦୟା ଦେଖାଇ ମୋତେ ପ୍ରତି ମାସରେ ମନ ମୁତାବକ ପଇସା ସାହାଯ୍ୟ ଦେଉଛ । ଯେଉଁ ପଇସା ମୁଁ ମୋ ଘରକୁ ପଠାଉଛି । ମୋତେ ସ୍କୁଟି କିଣି ଦେଇଛ ଅଫିସ୍ ଯିବାପାଇଁ, ଏସବୁ ପ୍ରତି ବଦଳେ ମୁଁ ତୁମ ପାଇଁ ଏମିତି କଣଟା କରି ପକାଉଛି ଯେ , ହେଲେ ମିନି ଆଜି କହୁଛ ମୋତେ ବିବାହ କରିବ ।

ହଁ ମନୋଜ , ଆହୁରି ଦେଇଛ ଦାମୀ କଂପାନିର କଂପ୍ଯୂଟର,ଫରେନ୍ ୱାଚ୍ , ବ୍ରାଂଡେଜ୍ ଜିନ୍ ବିଭିନ୍ନ ପ୍ରକାର ନେକ୍ ଲେସ୍ ,ମେକ୍ ପ କିଟ୍ , ଜର୍ମାନୀ ଲିପ୍ ଷ୍ଟକ୍ ଏମିତି ଅନେକ କିଛି । ଏମିତି ସବୁ ପ୍ରେମିକ ଦିଅନ୍ତି ମନୋଜ।

ହେଲେ ପ୍ରେମିକା ମାନେ ଆଗରୁ କେବେ ବି କହିନଥାନ୍ତି ଭବିଷ୍ୟତ ସ୍ତ୍ରୀ ହେବେ ବୋଲି । ସମୟ ଦେଖି ଫାଇଦା ଉଠାନ୍ତି । ଆମ୍ବ ଖାଇ ଟାକୁଆ ଫିଙ୍ଗା ନୀତିରେ ଦୁନିଆ ଆଉ ଚଳୁନି । ବାହା ହବନି କଣ ଅଲବତ ବାହା ହେବ । ତମ ବାପା ଯିଏ ବାହା ହେବ ମନୋଜ ।

ତମ ଅଶଲ ଉଦ୍ଦେଶ୍ୟ କଣ ମିନୁ ମୁଁ କିଛି ବୁଝି ପାରୁନି । ଆଉ ସାତ ଦିନ ମୋ ବାହାଘର ରହିଲା । ମୁଁ ତୁମ ଗୋଡ ଧରୁଛି ମୋତେ ବୁଝି ବାକୁ ଚେଷ୍ଟାକର । କଣ ବୁଝିବି , ମୋ ସହିତ ସାତ ବର୍ଷର ସଂପର୍କକୁ ଧୋକାଦେଇ ତୁମେ ଉଚ୍ଚ ଦରମା ପାଉଥିବା ଝିଅକୁ ବାହା ହୋଇ ସଂସାର କରିବ ଆଉ ମୁଁ ଯାଯାବର ଜୀବନ ବିତାଇବି । ଇଂମସିବୁଲ୍ ମନୋଜ, ଏହା କଦାପି କରାଇ ଦେବିନି ।

ଆମ ସଂପର୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ମୁଁ ସୋସିଆଲ୍ ମିଡିଆରେ ଭାଇରାଲ୍ କରି ତମ ଇଂଜିନିୟର୍ସ ପଦବୀରୁ ତୁମକୁ ହଟାଇ ଜେଲ ପଠାଇ ଦେବି । ଯେତେବେଳେ ମଜା ନେଉଥିଲ ସେତେବେଳେ ବୁଝିବାର ଥିଲା ଯେ ମୋ ଚଡି ପ୍ୟାଣ୍ଟ ଓ ସାର୍ଟ ସଫାକରୁଥିବା ସରଳ ଅଳ୍ପ ପାଠୋଇ ଏଇ ଗାଁଉଲି ଝିଅଟିର ସ୍ୱାର୍ଥ କଣ ବୋଲି ।

ବିବାହ ଏକ ଖେଳ ଘର ନୁହେଁ ମିନୁ । ଏହା ଏକ ସାମାଜିକ ବନ୍ଧନ । ଯାହା ଦୁଇଟି ପରିବାରର ସ୍ୱୀକୃତିରେ ସଂପାଦିତ ହୋଇଥାଏ । ଆମ ଦୁଇଜଣଙ୍କର ସଂପର୍କକୁ ମୋ ପରିବାର ଜମାରୁ ଗ୍ରହଣ କରିବନାହିଁ। ତମେ ଗାଁରେ ଇନ୍ଦିରା ଆବାସ ଘରେ ରହୁଛ । ଟଙ୍କିକିଆ ଚାଉଳରେ ତମ ଘର ଲୋକ ଜୀବନ ବିତାଉଛନ୍ତି । ତମ ତଳ ଭାଇ ଭଉଣୀ ମୋ ପଇସାରେ ଏବେ ବି ପାଠ ପଢୁଛନ୍ତି ।

ଦେହ ସୁଖ ଭୋଗିବା ବେଳେ ଏସବୁ କଣ ଜାଣି ନଥିଲ । ସେତେବେଳେ କାହିଁକି ତ ତମ ମନ ତଳେ ଭେଦ ଭାବ ମାପିବାର ହୃଦୟଟା ମୁଁ ଦେଖିପାରି ନଥିଲି । ହେଲେ ଆଜି !! ଓ

ତମ ଘରର ଖାନ୍ ଦାନ୍ ଯେମିତି ତଳକୁ ଖସି ଯାଉଛି । ମୁଁ ତୁମକୁ କେବେ ବି ଛାଡି ବି ନାହିଁ ମନୋଜ । ମୋତେ ବିବାହ କରିବାଟା ସାର , ଯଦି ପରିବାର ରାଜି ନ ହେବେ ତେବେ ମୋତେ କୋର୍ଟ ମ୍ୟାରେଜ୍ କରିନିଅ । ଗୋଟିଏ ପୁଅ ତ ପର ମୁହୂର୍ତ୍ତରେ ଘରେ ବାଧ୍ୟ ହୋଇ ମାନି ନେବେ ।

ସତ ଚେଷ୍ଟା କରିବି ମନୋଜ ମିନୁକୁ ବୁଝାଇ ପାରିଲା ନାହିଁ। ଗୋଟିଏ ସର୍ତ୍ତରେ ମିନୁଠାରୁ ବିଦ୍ୟାୟ ନେଇ ଗାଁକୁ ଗଲା । ସର୍ତ୍ତ ଅନୁସାରେ ମନୋଜ ବାପା ମାଆଙ୍କୁ ବୁଝାଇ ନିଜ ଘରୁ ଫେରିଲା ପର୍ଯ୍ୟନ୍ତ ମିନୁ ରହିବ ମନୋଜ କ୍ୱାଟରରେ । ଯଦି ମନୋଜ ନ ଫେରେ ବାହାଘର ଦିନ ମିନୁ ମଥାରେ ସିନ୍ଦୁର ନାଇ ପୋଲିସ୍ ଧରି ପହଞ୍ଚିବ ମନୋଜର ଘରେ ।

******** ************ ******** ****

ମନୋଜ ଘରେ ପହଞ୍ଚିବା ପୂର୍ବରୁ ଗାଁର ସାଙ୍ଗ ରଘୁନାଥ ଆଗରେ ସବୁ ଘଟଣା କହିଛି ଏବଂ ଏପରି ଏକ ବିପଦରୁ ରକ୍ଷା କରିବାକୁ ସାହାଯ୍ୟ ମାଗିଛି । ମନୋଜ ଠାରୁ ସବୁ ଶୁଣି ବା ପରେ ରଘୁନାଥର ବି ମୁଣ୍ଡରେ କିଛି ବୁଦ୍ଧି ପସିନି ବରଂ ମନୋଜକୁ ଗାଳି ଦେଇ କହିଛି , ଚାକିରୀ କଲାପରେ ବି ତୋ ସରଳ ପଣ ଗଲା ନାହିଁ । ମିନୁ ସହିତ ସଂପର୍କ ରଖିଲୁ ଶେଷକୁ କିଳା ସ୍ଵରୁପ ପ୍ରମାଣ ବି ଛାଡି ଆସିଲୁ । ଆରେ ଝିଅମାନଙ୍କୁ ବିଶ୍ବାସ କଲେ ଏଇଆ ହିଁ ଦଷା ହୁଏ । ଏ ଛକରେ ବସି ଆଉ କେତେ ସମୟ କଥା ହେବା , ଘରକୁ ଯା । ଖାଇ ପିଇ ଶାନ୍ତିରେ ଶୋଇବୁ । ସକାଳେ ମୁଁ ଗଲେ ମାଉସୀଙ୍କ ସାଙ୍ଗରେ କଥା ହେବା । ରାତି ଯେତିକି ବଢୁଛି ମନୋଜ ସେତିକି ନିଜ ଭିତରେ ପାଗଳ ହୋଇ ଯାଉଛି । ମିନି ବି ଫୋନ୍ କରି ପଚାରି ସାରିଲାଣି ମାଙ୍କ ସହିତ କଥା ହେଲକି ନାହିଁ ।

କେମିତି କହିବ, ବାପା ସେକ୍ ସନ୍ ଅଫିସର । ମା ସରକାରୀ କଲେଜରେ ରିଡର । ଆଉ ଯାହାକୁ ବାହା ହେବ ସେ ଝିଅ ମାଙ୍କ କଲେଜରେ ଇଂରାଜୀ ଲେକ୍ ଚରର ଆଉ ସେ ନିଜେ ଇଂଜିନିୟର୍ସ । ଓଃ ତା ମୁଣ୍ଡ ଗୋଳମାଳ ହୋଇ ଯାଉଛି, ଜୀବନ ହାରିଦେବ ପଛେ ଘରେ ଏକଥା କହି ପାରିବନି । ବାପା ମାଙ୍କର ପ୍ରଗାଢ ବିଶ୍ବାସରେ ଧୋକା ଦେଇ ପାରିବିନି ।

ଶେଷଥର ପାଇଁ ମିନିକୁଫୋନ୍ ରେ ବୁଝାଇଛି । କହିଛି ମିନି ମୁଁ ତୁମକୁ ପାଂଚ ଲକ୍ଷ ଟଙ୍କା ଦେବି ତମେ ମୋ ଜୀବନରୁ ଓହରି ଯାଅ । ନଚେତ୍ ମୁଁ ବାଧ୍ୟ ହେବି ସୁଇସାଇଡ କରିବା ପାଇଁ, ମିନି ବି ସେପଟୁ ଫୋନ୍ ରେ ସଲିଟ୍ ଉତ୍ତର ଦେଇଛି । ମୋତେ ଯଦି ବାହା ନ ହେବ ତେବେ ତୁମେ ମରିଯିବା ଉଚିତ୍ ମନୋଜ ।

ମନୋଜ ଶେଷଥର ପାଇଁ ସେଇ ପୁରୁଣା କଥାକୁ ମନେ ପକାଇଛି । କେମିତି ଏକ ବିମା କଂପାନିର ରିନୁଆଲ୍ କଲେକ୍ ସନ୍ କରିବାକୁ ଆସି କୌଶଳରେ ନିଜର ଦୁଃଖ କହି ଛଳନାରେ ସଂପର୍କ ଯୋଡି ନିଜ ଆଡୁ ବନ୍ଧୁତ୍ୱର ହାତ ବଢାଇ ଆଜି ମିନି ତାକୁ ମରିବାକୁ ବାଧ୍ୟ କରୁଛି ।

***********

ରାମାକାନ୍ତ ବାବୁ ସ୍ତ୍ରୀ ସୁପ୍ରଭାକୁ ବାରମ୍ବାର କହି ଚାଲିଛନ୍ତି--- ଯାଉ ନ ପୁଅ ମନୋଜକୁ ଉଠାଇ ଦେବ । ଦିନ ଏଗାରଟା ହେଲାଣି ସେ ଶୋଇଥିବ ନା କଣ ? ଭାବି ଶ୍ୱଶୁର ଘର ଫୋନ୍ କରୁଛନ୍ତି ଡ୍ରେସ୍ ମାପ ପଠାଇବାକୁ । ସୁପ୍ରଭା ନିରୁତ୍ତର,ରାମାକାନ୍ତ--- କଣ ମୋ କଥା ତୁମକୁ ଶୁଣାଯାଉନି । ଜୀବନ ସାରା ପୁଅ ଶୋଇ ନଥିଲା, ଆଜି ଟିକେ ଶାନ୍ତିରେ ଶୋଇଛି । ଶୋଇ ଥାଉ , ନିଜ ଇଛାରେ ଉଠିବ । ସୁପ୍ରଭା ଏମିତି କଣ କହୁଛ, ଛଅ ଦିନ ବାହାଘର । କିଛି କାମ ହୋଇନାହିଁ, ତାକୁ ଅପେକ୍ଷା କରି କରି ସବୁ ଡେରି । କାହିଁକି ସେମିତି ଚିଲଉଚ ସେ ସବୁ କାମ ସାରି ଦେଇଛି ।ତମକୁ କି ମୋତେ ଆଉ ଟେନସନ ଦେବନାହିଁ । ଚୁପ୍ ଚାପ୍ ବସି ସବୁ ଦେଖି ବ । ପାଟି କଲେ ପଡୋଶୀ ଜାଣିବେ ।

ରାମାକାନ୍ତ ଆଶ୍ଚର୍ଯ୍ୟ , ତମେ ଏମିତି ପାଗଳୀଙ୍କ ପରି କଣ ହେଉଛ । ବାଷ୍ପ ରୁଦ୍ଧ କଣ୍ଠରେ ସୁପ୍ରଭା, ହଁ ଅନେକ ଅପେକ୍ଷା ପରେ ପୁଅ ଆସିଛି ତ ----ସେଇ ଖୁସିରେ ।

ରାମାକାନ୍ତ ବାବୁ ଧାଇଁ ଯାଇଛନ୍ତି ପୁଅର ଶୋଇବା ଘରକୁ । ସୁପ୍ରଭା ଚିତ୍କାର କରି ପଛରେ ଯାଇଛନ୍ତି । ଆରେ ରୁହ ଦରଆଉଜା କବାଟକୁ ଠେଲି ଦେଇ ରାମାକାନ୍ତ ସ୍ତବ୍ଧ ହୋଇ ଗଲେ । ପଛରେ ସୁପ୍ରଭା----

କଣ ଦେଖୁଛ , ପୁଅଟା ବେକରେ ଦଉଡ଼ି ଲଗାଇ ଦେଇଛି ତ? ସୁପ୍ରଭା କଣ କହିଲ , ହଁ ଆମ ପୁଅ ଆଉ ଆମର ହୋଇନାହିଁ । ନା , କାହିଁକି ସୁପ୍ରଭା, କଣ ହେଲା ତାର ??

କହି ପାରିବି ନାହିଁ, ତୁମକୁ ସମ୍ଭାଳି ପାରିବି କି ନାହିଁ ଭାବି ଲୁଚାଇ ଥିଲି । ମୁଁ ଏଇ ଘଣ୍ଟାଏ ତଳେ ଜାଣି ତା ସାଙ୍ଗ ରଘୁନାଥକୁ ଡକାଇଛି । ସେ ଆସିବା ପରେ କହିଥାନ୍ତି । ଏଇତ ରଘୁ କେହି କାହାକୁ କିଛି କହିବାର ନ ଥିଲା । ସୁପ୍ରଭା,ରାମାକାନ୍ତ ଓ ରଘୁନାଥ ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ । ରଘୁନାଥ ଜୋରରେ କାନ୍ଦି ଉଠିଲା । ସୁପ୍ରଭାକୁ ଜୋର୍ ରେ ଜାବୁଡି ଧରି କହିଲା -ମାଉସୀ । ଆଜିର ଦୁନିଆରେ ପୁଅଟିଏ ବି ଚାକିରୀ ଜାଗାରେ ଏକୁଟିଆ ରହିବା ନିରାପଦ ନୁହଁ ।


Rate this content
Log in

Similar oriya story from Drama