Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନ ମାମୁଁ -୧୦୨
ଜହ୍ନ ମାମୁଁ -୧୦୨
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.4K    11


Content Ranking

ଯୋଗୀ ଓ ନାସ୍ତିକ - ୧

ନିଶା ସେମିତି ଗରଜୁଥାଏ । ଏଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ସେହି ଶବଟିକୁ ସେ ତାଙ୍କ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ଏ ଗଭୀର ରାତିରେ ନିଜ ନିରାପତାକୁ ତୁଚ୍ଛ କରି ତମେ ଏଭଳି କାମ କରୁଛ, ଏହା ପଛରେ କୌଣସି ଯୋଗୀ ବା ସନ୍ନ୍ୟାସୀଙ୍କ ହାତ ଆଉ ନାହିଁ ତ? ସେମାନେ ଥରେ ଥରେ ଲୋକଙ୍କ ମତିଭ୍ରମର କାରଣ ହୁଅନ୍ତି । ଗୋଟାଏ ଦୃଷ୍ଟାନ୍ତ ଦେଉଛି, ମନଦେଇ ଶୁଣ । ଶୁଣିଲେ ଶ୍ରମଭାର ଲାଘବ ମନେ ହେବ ।”

ଏହାପରେ ସେ ବେତାଳ ଗପିଲା: କଳିଙ୍ଗର ପଶ୍ଚିମ ଅଂଚଳରେ ରାମଚନ୍ଦ୍ରପୁର ନାମକ ଗୋଟିଏ ଗ୍ରାମ ଥିଲା । ସେହି ଗ୍ରାମରେ ପୂର୍ଣ୍ଣଚନ୍ଦ୍ର ନାମକ ଯୁବକ ଥାଏ । ସେ ସରଳ ଓ ସଚ୍ଚୋଟ ମଣିଷ ବୋଲି ଗ୍ରାମବାସୀମାନେ ତାକୁ ଶ୍ରଦ୍ଧା କରୁଥାନ୍ତି । କିନ୍ତୁ ପୂର୍ଣ୍ଣଚନ୍ଦ୍ର ନାସ୍ତିକ ଥିଲା । ସେଥିପାଇଁ ତା’ ବାପା ଟିକିଏ ଚିନ୍ତିତ ଥିଲେ ।

ଦିନେ ଜଣେ ଯୋଗୀ ସେ ଗାଁକୁ ଆସିଲେ । ପୂର୍ଣ୍ଣଚନ୍ଦ୍ରର ବାପା ତାଙ୍କୁ ନିଜ ଘରକୁ ନିମନ୍ତ୍ରଣ କରି ଆଣିଲେ । ଯୋଗୀ ସହ କଥାବାର୍ତ୍ତା କରି ହୁଏତ ପୂର୍ଣ୍ଣଚନ୍ଦ୍ରର ମତ ବଦଳିଯିବ, ବାପା ଏହି ଆଶା କରୁଥିଲେ ।

ଆଲୋଚନା କରିବା ସକାଶେ ପୂର୍ଣ୍ଣଚନ୍ଦ୍ରର ମଧ୍ୟ ବିଶେଷ ଆଗ୍ରହ ଥିଲା । ସେ ଯୋଗୀଙ୍କୁ ପଚାରିଲା, “ମହାଶୟ! ଭଗବାନ ଅଛନ୍ତି ବୋଲି ପ୍ରମାଣ କ’ଣ?”

ଯୋଗୀ କହିଲେ “ପ୍ରମାଣ? ଏ ଚରାଚର ବିଶ୍ୱ, ତମେ, ମୁଁ, ଆମେ ସମସ୍ତେ ତ ଭଗବାନ ଅଛନ୍ତି, ଏହାରି ପ୍ରମାଣ!”

“ନା, ଆଜ୍ଞା, ଏକଥାରେ ମୋ ମନ ଆଦୌ ମାନୁ ନାହିଁ । ମୁଁ ଭଗବାନକୁ ବିଶ୍ୱାସ କରେ ବା ନ କରେ, ଚରାଚର ବିଶ୍ୱ ରହିଥିବ । ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ ଯଥାବିଧି ହେବ । ମଣିଷ ଜନ୍ମ ହେଉଥିବେ, ମରୁଥିବେ । ଭଗବାନଙ୍କ ସହ ଏସବୁର ସମ୍ପର୍କ କିଛି ଅଛି ବୋଲି ମୁଁ କାହିଁକି ବିଶ୍ୱାସ କରିବି?”

ଯୋଗୀ ନୀରବ ରହିଲେ ଓ କହିଲେ, “ଦେଖ ବାପା! ଭଗବାନ ଅଛନ୍ତି କି ନାହିଁ, ସେ ନେଇ ତମର ମୁଣ୍ଡ ବୁଲାଇବାର କ’ଣ ପ୍ରୟୋଜନ? ଯଦି ବିନା ଭଗବାନ ବିଶ୍ୱାସରେ ଚଳି ଯାଉଛି, ତେବେ ଚଳି ଯାଉ!”

ଯୋଗୀଙ୍କ କଥା ଉପରେ ପୂର୍ଣ୍ଣଚନ୍ଦ୍ର ପ୍ରଥମେ କିଛି କହିପାରିଲା ନାହିଁ । ତା’ପରେ ସେ କହିଲା, “ମହାଶୟ! ମୋର କିଛି ଦରକାର ନାହିଁ ସତ, କିନ୍ତୁ କୌତୁହଳ ତ ଅଛି ।”

“କୌତୁହଳ ଅଛି ମାନେ ତୁମର ଆବଶ୍ୟକତା ବି ଅଛି । ତମ ଭିତରେ ଭଗବାନଙ୍କ ପ୍ରତି ଶ୍ରଦ୍ଧା ଅଛି ।”

ପୂର୍ଣ୍ଣଚନ୍ଦ୍ର କହିଲା “ମୋର ବିଶ୍ୱାସହିଁ ନାହିଁ, ଶ୍ରଦ୍ଧା ତ ବହୁ ଦୂରର କଥା । ଯଦି ପାରିବେ, ବିଶ୍ୱାସ ଉପୁଜାଇ ଦିଅନ୍ତୁ ।”

“ବିଶ୍ୱାସ ତ ମୁଁ ଉପୁଜାଇ ପାରିବି ନାହିଁ । ଗୋଟାଏ କାମ କର । ନିର୍ମଳ ହୃଦୟରେ କୌଣସି ଗୋଟିଏ ପ୍ରାର୍ଥନା ପୂରଣ ପାଇଁ ଭଗବାନଙ୍କୁ ନିବେଦନ କର । ତମ ପ୍ରାର୍ଥନା ପୂରଣ ହେବ । ବିଶ୍ୱାସ ବଳେ ଆସିଯିବ ।"

ଯୋଗୀ ଏହି ଉପଦେଶ ଦେଇ ଚାଲିଗଲେ । ପୂର୍ଣ୍ଣଚନ୍ଦ୍ର ସେକଥା ପାଶୋରି ଦେଲେ । ମଧ୍ୟେ ମଧ୍ୟେ ମନରେ କୌତୁହଳ ହେଉଥାଏ, କିନ୍ତୁ ସେଥି ପ୍ରତି ସେ କୌଣସି ଧ୍ୟାନ ଦେଉ ନଥିଲେ ।

ଦିନେ ରାମଚନ୍ଦ୍ରପୁରର ଜମିଦାର ଭୀଷଣ ଅସୁସ୍ଥ ହୋଇ ପଡିଲେ । ସେ ଜମିଦାର ଜଣକ ଅତ୍ୟନ୍ତ ମହତ୍ ଲୋକ ଥିଲେ । ପୂର୍ଣ୍ଣଚନ୍ଦ୍ର ସମେତ ତାଙ୍କୁ ସମସ୍ତେ ଶ୍ରଦ୍ଧା କରୁଥିଲେ ।

ଜ୍ୟୋତିଷ କହିଲେ, “ଏ ବ୍ୟାଧିର କୌଣସି ପ୍ରତିକାର ନାହିଁ । ଯଦି କୌଣସି ନାସ୍ତିକ ଲୋକ ଯାଇ ମନ୍ଦିରରେ ଜମିଦାରଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବ, ତେବେ ଫଳ ହୋଇପାରେ ।”

ସମସ୍ତେ ତ ଏହା ଜାଣିଥିଲେ ଯେ ପୂର୍ଣ୍ଣଚନ୍ଦ୍ର ନାସ୍ତିକ । ତା’ ବାପା ବି ତାକୁ ଜମିଦାରଙ୍କ ପାଇଁ ପ୍ରାର୍ଥନା କରିବାକୁ କହିଲେ ।

ପୂର୍ଣ୍ଣଚନ୍ଦ୍ର ଅଡୁଆରେ ପଡିଲା । ଯାହାହେଉ, ସ୍ନାନ କରି, ନୂଆଲୁଗା ପିନ୍ଧି, ଫୁଲ ଧରି ମନ୍ଦିରକୁ ଯାଇ ସେ ଜମିଦାରଙ୍କ ପାଇଁ କିଛି ସମୟ ଧରି ପ୍ରାର୍ଥନା କଲା ।

ଫଳ ଅପ୍ରତ୍ୟାଶିତ ହେଲା । ତହିଁ ପରଦିନ ଜମିଦାର ଏମିତି ଦେଖାଗଲେ, ସତେ ଅବା ତାଙ୍କୁ ଯେମିତି କୌଣସି ବ୍ୟାଧି ହୋଇ ନଥିଲା!

ସମସ୍ତେ ଆଶ୍ଚର୍ଯ୍ୟ ହେଲେ ଓ ଖୁସି ହେଲେ । ଏକଥା ଚାରିଆଡେ ପ୍ରଚାର ହୋଇଗଲା । ପୂର୍ଣ୍ଣଚନ୍ଦ୍ରର ପୁରୁଣା ଶିକ୍ଷକ ଆସି ତାକୁ କହିଲେ, “ବାପା! ମୁଁ ଅନେକ ଦିନରୁ ପୀଡିତ । ତମ ଉପରେ ଭରସା । ମୋ ପାଇଁ ପ୍ରାର୍ଥନା କରିବ ନାହିଁ?”

ପୂର୍ଣ୍ଣଚନ୍ଦ୍ରର ପ୍ରାଣ ତା’ ଶିକ୍ଷକଙ୍କ ପାଇଁ କାନ୍ଦିଲା । ସେ ଯାଇ ତାଙ୍କ ପାଇଁ ପ୍ରାର୍ଥନା କଲା । ଆଶ୍ଚର୍ଯ୍ୟର କଥା, ଶିକ୍ଷକ ବି ଭଲ ହୋଇଗଲେ ।

ଏହା ପରେ ଆହୁରି ଅନେକ ଲୋକ ଆସି ପୂର୍ଣ୍ଣଚନ୍ଦ୍ରଙ୍କୁ ସେମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କଲେ । ପୂର୍ଣ୍ଣଚନ୍ଦ୍ର ସମସ୍ତଙ୍କ ଅନୁରୋଧ ରକ୍ଷା କଲା । ସମସ୍ତେ ଆରୋଗ୍ୟ ହେଲେ ।

ନିଶା ବଜ୍ରଧ୍ୱନି ଶ୍ମଶାନ

Rate the content


Originality
Flow
Language
Cover design

Comments

Post

Some text some message..