Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଡେ଼ଉଁରିଆ
ଡେ଼ଉଁରିଆ
★★★★★

© Aravinda Das

Horror Others

4 Minutes   453    22


Content Ranking

"ଏ ଘରେ ଆଉ କେହି ଅଛି।"

ମିନୁ କଥା ଶୁଣି ଫେଁ ଫେଁ ହୋଇ ହସି ଅଜୟ କହିଲା,"ପୁଣି ସେଇ ଆତ୍ମା ନା ଭୁତ ଅଥବା ହାଡ଼ବାଇ ?ନିଦ ହୋଉନି ତୁମକୁ।ଆଜି ଇଞ୍ଜେକ୍ସନ ନେବ।ବଟିକା କାମ କରୁନି। "

ଗତ ମାସେ ଭିତରେ ଏହା ବୋଧେ ମିନୁର ପଞ୍ଚମ ଅଭିଯୋଗ ଥିଲା।ମନେ ପକାଉଥିଲା ଅଜୟ ପ୍ରଥମ ଅଭିଯୋଗ କଥା।

ମାସେ ତଳେ ସେଦିନ ଅଫିସରୁ ଘରକୁ ଫେରି ମିନୁକୁ ଦେଖି ଟିକେ ଆଶ୍ଚର୍ଯ୍ୟ ହୋଇଥିଲା ଅଜୟ।

ସ୍ଵଭାବରେ ଚବର ଚବର ହେଉଥିବା ମିନୁ ଏକଦମ ଚୁପଚାପ ଥିଲା।ସବୁଦିନ ଭଳି ଗ୍ରିଲ ଖୋଲୁ ଖୋଲୁ ଲାଜୁଆ ହସରେ ସ୍ବାଗତ,ଟିକେ ଦୁଷ୍ଟାମୀ ଚାହାଣୀ ସହ ଅଜୟ ଅଣ୍ଟାରେ ଟିକେ ଆଙ୍ଗୁଠି କେଞ୍ଚି ଦେଲା ପରେ ଅଜୟଙ୍କ ଓଡିଶୀ ନୃତ୍ୟ ଭଳି ଅଙ୍ଗଭଙ୍ଗୀ ;ଆଉ ମିନୁ'ର ଫେଁ ଫେଁ ହସ।

- ତମକୁ ହଜାରେ ଥର କହିଛି ମୋର ଖର ଅଛି,ତଥାପି ତୁମର ମୋ ସହିତ ଲାଗିବା ଗୁଣ ଗଲାନି ?

    ମିନୁ ଜାଣେ ଅଜୟ ଅଣ୍ଟାରେ ହାତ ମାରିଦେଲେ ଅତିଶୟ ସ୍ପର୍ଶକାତର ମଣିଷ ଭଳି ସେ ଡ଼େଇଁପଡ଼େ।ମଜାଲାଗେ ମିନୁକୁ।ସେଦିନ ଅଫିସରେ କଣ ସବୁ ଘଟିଛି ତାହା ଆଲୋଚନା ହୁଏ ଚାହା ପିଇବା ଆଗରୁ।ହେଲେ ଆଜି କିଛି ପଚାରି ନଥିଲା ମିନୁ।

-ତମ ଦେହ ଭଲ ନାହିଁକି?ମୋ ଉପରେ ରାଗିଛ ?"ମିନୁକୁ କୋଳେଇ ନେଉ ନେଉ ହାଠାତ୍ ତା ଆଖିରେ ଲୁହ ଦେଖି ଡ଼ରିଗଲା ଅଜୟ।

- ମୋତେ ଡର ମାଡୁଛି।ମୋତେ ଲାଗୁଛି କିଏ ମୋତେ ଯେମିତି ଦେଖୁଛି।ସବୁବେଳେ ମୋ ପଛେ ପଛେ ବୁଲୁଛି।

- ଦେଖ ଏସବୁ ମନର ଭୟ।ମନକୁ ଦୃଢ଼ କର ,ହନୁମାନ ଚାଳିଶା ପଢ଼।

   ହେଲେ ସେଇ ଏକା ଅଭିଯୋଗର ପୁନରାବୃତ୍ତି।କେଉଁଦିନ କିଚେନରେ କିଏ ଅଟା ବିଞ୍ଚିଲା ତ ଲାଇଟ ଅନ କରିଦେଲା ; ବେଡ଼ରୁମ ର ବେଡ଼ସିଟ ଅସନା ତ ଡ୍ରଇଂ ରୁମରେ କିଏ ଦୌଡୁଛି।

     ବନ୍ଧୁ ନଳିନୀକାନ୍ତ ଙ୍କୁ ସବୁ କଥା କହିଲା

ଅଜୟ।

-ମୋତେ ଲାଗୁଛି ପ୍ରଥମ ସନ୍ତାନକୁ ଜନ୍ମର ମାସେ ପରେ ହରାଇବା ଶକ ବୋଧେ ଭାଉଜଙ୍କ ମନରୁ ଯାଇନାହିଁ।କୁଆଡେ ଟିକେ ବାହାରକୁ ବୁଲାଇ ଆଣେ।

- କିନ୍ତୁ ସେଇ କଥାକୁ ତ ଆଠମାସ ହୋଇଗଲାଣି।

- ନାରୀ ମନସ୍ତତ୍ୱ ,ପୁରୁଷଙ୍କ ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ।ଟିକେ ସାଇକିଆଟ୍ରିଷ୍ଟଙ୍କୁ ଦେଖା।

     ଅଜୟ ,ମିନୁକୁ ନେଇ ଡାକ୍ତରଙ୍କ କ୍ଲିନିକ ସାମ୍ନାରେ ପହଁଚିଲା ପରେ ରାଗିଯାଇଥିଲା ମିନୁ।

- ତମେ କଣ ମୋତେ ପାଗିଳୀ ଭାବିଛ ?

- ପ୍ଲିଜ ମିନୁ, ଆମେ ଖାଲି ଆଡ଼ଭାଇସ ନେବା।

   ନିଜ ହାତକୁ ଟାଣି ଅଟୋରେ ଫେରିଆସିଥିଲା ମିନୁ।ଘରେ ସେଦିନ ରାତିରେ ବହୁତ ଝଗଡା ଓ ଓପାସରେ ଶୁଆ।

   ପରଦିନ ମିନୁର ବାପା,ବୋଉ ଆସି ପହଞ୍ଚିଥିଲେ।

- ମୋତେ ଲାଗୁଛି କିଏ ଇଲମ କରିଛି ମୋ ଝିଅକୁ।ତୁ ଆଗେ ଏଇ ଡେ଼ଉଁରିଆ ପିନ୍ଧିଲୁ।

ଶୁଖି ଡାଙ୍ଗ ହୋଇଗଲାଣି।ସେ ମୋ ସହିତ କିଛି ଦିନ ଘରକୁ ଚାଲୁ।"ଶାଶୁ କହିଲେ

- ମୁଁ ବି ସେଇଆ ଭାବୁଛି ବୋଉ।ଅଯଥା କଥା ଭାବି ସେ ବ୍ୟସ୍ତ ହେଉଛି।କୁଆଡ଼େ ବୁଲି ଆସିଲେ ମନ ପରିବର୍ତ୍ତନ ହେବ।

- ମୁଁ କୁଆଡେ ଯିବିନି ବୋଉ।"ଗମ୍ଭୀର ସ୍ୱରରେ କହିଲା ମିନୁ।

 ଶଶୁର କହିଲେ,"ଘରେ ଗୋଟେ ହୋମ ପୂଜା କରାଇଦେଲେ ଭଲ ହେବ।ଵାସ୍ତୁ ବାଲାଙ୍କୁ ଡାକି ଟିକେ ଦେଖାଅ।"

- ବାପା, ଏସବୁ ଅନ୍ଧବିଶ୍ବାସକୁ ମୁଁ ଭଲ ପାଏନା।ଆଜିକାଲି ବିଜ୍ଞାନ ଯୁଗରେ ଆମେ ଶିକ୍ଷିତ ହୋଇ ଯଦି ଏସବୁ କରିବା ତେବେ ...

-ମୁଁ ବୁଝୁଛି ଅଜୁ। ମନ ଶାନ୍ତି ପାଇଁ ଟିକେ କଲେ କ୍ଷତି ତ ନାହିଁ।

 ଶାଶୁ ଡେ଼ଉଁରିଆଟା ମିନୁକୁ ପିନ୍ଧାଉ ପିନ୍ଧାଉ କହିଲେ,"ଘର ଭିତରୁ ଗ୍ରିଲ ବନ୍ଦ ହୋଇଯିବା, କଳସରୁ ଫୁଲ ଗାଏବ ହୋଇଯିବା କଣ ଅନ୍ଧ ବିଶ୍ବାସ ?ଘର ଭିତରେ କେହି ଲୋକ ତ ନାହାନ୍ତି।ଛୁଆ ଟାର ଆତ୍ମା ବୋଧେ ତା ମାଆକୁ ଦେଖିବାକୁ .....। ଅଜୟ ତୁମ ପାଇଁ ବି ମୁଁ ଡେ଼ଉଁରିଆ ଆଣିଛି।

- ପ୍ଲିଜ ବୋଉ।ଏସବୁ ଫାଲତୁ କଥା କହି ତାକୁ ଆହୁରି ଡରାନ୍ତୁନି । ମୁଁ ସି ସି ଟିଭି ଲଗାଇ ଦେଉଛି।ମୋତେ ଲାଗୁଛି ମିନୁ ଏସବୁ ନିଜେ କରି ଭୁଲି ଯାଉଥିବ।

    ସିସି ଟିଭି ଲଗାହେଲା ପରେ ସବୁ ଠିକ୍ ହୋଇଗଲା।

- ବାପା, ଆପଣମାନେ ମିନୁକୁ ସାଙ୍ଗରେ କିଛିଦିନ ପାଇଁ ନେଇ ଯାଇ ସେଠାରେ ସାଇକିଆ ଟ୍ରିଷ୍ଟ ଙ୍କୁ ଦେଖାନ୍ତୁ।ମିନୁକୁ କିଛି କହିବେନି ।ଏଇ ଭିଡିଓଟା ଦେଖନ୍ତୁ।" କହି ନିଜ ମୋବାଇଲରେ ଅଜୟ କିଛି ରେକର୍ଡିଂଗ ଦେଖାଇଲା ସଦାନନ୍ଦ ବାବୁଙ୍କୁ।

- ହେଇ ଦେଖନ୍ତୁ, ନିଜେ ମିନୁ ଭିତର ପଟୁ ଗ୍ରିଲ ଚାବି ପକାଉଛି ଓ ଭୁଲି ଯାଉଛି।ଡାକ୍ତର କହୁଥିଲେ ଏସବୁ ସ୍ପ୍ଳିଟ ପର୍ସନାଲିଟି ସିଂଡ୍ରୋମ। ନିଜ ଅଜଣାତରେ ସବୁ କରେ।ଏଠାରେ ସାଇକିଆଟ୍ରିଷ୍ଟ ପାଖକୁ ଯାଉନି। ନିଦ ବଟିକା, ଇଞ୍ଜେକ୍ସନ ଦେଉଛି ସେଇଥିପାଇଁ।

ପରଦିନ ସଦାନନ୍ଦ ମିନୁକୁ ସାଙ୍ଗରେ ନେଇଯାଇଥିଲେ।ଷ୍ଟେସନ ରେ ଲୁହ ପୋଛୁଥିଲା ଅଜୟ।ମିନୁ କହିଲା, "ତମେ ସେ ଡେ଼ଉଁରିଆ ଟା ପିନ୍ଧି ଦେବ।"

-ତମେ ବ୍ୟସ୍ତ ହୁଅନା ଅଜୟ।ମିନୁ ପୁରା ଭଲ ହେଲାପରେ ଆସିବ।

ସେଦିନ ରାତିରେ ବିଅର ଖୋଲି ଚିକେନ ଟିକ୍କା ପାଟିରେ ପକାଉ ପକାଉ ଅଜୟ ,ନିଜ ଅଫିସ ସେକ୍ରେଟାରୀ ସୋନିଆକୁ ହସି ହସି କହିଲା,"ଏତେ ଦିନ ପରେ ମଣିଷକୁ ଟିକେ ଶାନ୍ତିରେ ସମୟ କାଟିବାକୁ ଅବସର ମିଳିଲା।ବାହାରେ ଚୋରୀ ଚୋରୀ ମିଶିବା କଣ ଭଲ ଲାଗୁଛି ?"

ମୁହଁ ଫୁଲାଇ ସୋନିଆ କହିଲା,"ଆଛା,ପାଲା ତୁମର।ଚୋରଣୀ ଭଳି ମୁଁ ଗ୍ରିଲ ଚାବି ପକାଇବି,କଳସରୁ ଫୁଲ ନେବି।ଆଉ ତମେ ଖାଲି ମଜା ନବ।"

- ପ୍ଲାନ ନକରିଥିଲେ ମିନୁକୁ କଣ ନିଦ ଇଞ୍ଜେକ୍ସନ ବାହାନାରେ ସ୍ଲୋ ପଏଜନ ଦେଇ ହୋଇଥାନ୍ତା ?ଗ୍ରିଲ ତାଲା ପକାଇଲା ବେଳେ ଭିଡିଓ କରି ତା ବାପାକୁ ଦେଖାଇଲି।ଏବେ ଆମର ମସ୍ତି।"

- ଏଇଟା କାହା ଫଟ ?

- ଆମ ପ୍ରଥମ ପିଲା, ମାସକ'ର ହୋଇଥିଲା ମରିଗଲା।ମିନୁ ଜିଦି ଯୋଗୁଁ ଫଟ ଟା ଫୋପାଡ଼ି ହେଉନି।

   ହାଠାତ୍ ଭୁସ କରି କିଛି ପଡିବାର ଶବ୍ଦ।ଦୁହେଁ ଚମକି ପଡିଲେ।ଟିକେ କାନେଇଲା ଅଜୟ।ଆର ରୁମରେ କିଛି ଶବ୍ଦ।

- କିଏ ଏମିତି କରୁଛି ?

 ଲାଇଟ ଲଗାଇ ସବୁଆଡ଼ ଦେଖିଲା ଅଜୟ।ରୋଷେଇ ଘରେ ଗୋଟେ ବିଲେଇ ଝରକା ବାଟେ ଚାଲିଗଲା।ଖିଡିକି ବନ୍ଦ କରିଦେଲା ଅଜୟ।

 ଡିନର ସାରି ଶୋଇଲା ପୂର୍ବରୁ ସୋନିଆ ବାଥରୁମରୁ ବାହାରି ଆସିଲାବେଳେ ଚମକି ପଡ଼ିଲା।ତାକୁ ଲାଗିଲା ଟେବୁଲ ଉପରେ ଛୋଟ ପିଲାଟିଏ ବସିଥିଲା ଭଳି।

- ଏସବୁ ତୁମ ମନର ଭ୍ରମ। ଘରେ ଛୋଟ ପିଲା କେଉଁଠୁ ଆସିବ ?

- ମୁଁ ନିଜ ଆଖିରେ ଦେଖିଲି।ରାଗରେ ଆଖି କଟମଟ କରି ପିଲାଟେ ମୋତେ ଦେଖୁଥିଲା।

ହସି ଦେଇ ଅଜୟ କହିଲା,"ତମେ ବି ମୀନୁ ଭଳି ହେଲଣି ନା କଣ ?"

କିଛି ସମୟ ପରେ ଖଟ ଉପରେ ହାଉଳି ଖାଇଲା ସୋନିଆ।

- ଅଜୟ ମୋତେ ଲାଗିଲା ମୁଁ ଯେମିତି ଅଣନିଶ୍ବାସୀ ହୋଇଯାଉଛି।

ଲାଇଟ ନଲିଭାଇ ସେମିତି ରାତି କାଟିଲେ ଦୁହେଁ।ଭୋରୁ ଭୋରୁ ଚାଲିଗଲା ସୋନିଆ।ବିଚାରୀ ବହୁତ ଡରି ଯାଇଥିଲା।

ପରଦିନ ସେଇ ଫଟୋଟିକୁ କପ ବୋର୍ଡରେ ପୁରାଇ ବନ୍ଦ କରିଦେଲା ଅଜୟ। ବ୍ରୋକରକୁ ଫୋନ୍ କରି କହିଲା,"ଗୋଟେ ନୂଆ ଫ୍ଲାଟ ଦେଖିବ। ଦୁଇଦିନ ଭିତରେ ଶିଫ୍ଟ କରିବି।"

ଅଫିସ ବାହାରିବା ପୂର୍ବରୁ ତା ଆଖିରେ ପଡ଼ିଲା ଟେବୁଲ ଉପରେ ପଡ଼ିଥିବା ଶାଶୁ ଦେଇଥିବା ଡେ଼ଉଁରିଆ ଉପରେ। କ'ଣ ଭାବି ଡେ଼ଉଁରିଆକୁ ହାତରେ ଧରିଲା। କପ ବୋର୍ଡ ଡ୍ର ଖୋଲି ସେଇ ଫଟୋ ଓ ଡେ଼ଉଁରିଆକୁ ଝରକା ବାଟେ ବାହାରକୁ ଫିଙ୍ଗିଦେଲା।

ମୀନୁ ସୋନିଆ ଡ଼େଉଁରିଆ

Rate the content


Originality
Flow
Language
Cover design

Comments

Post

Some text some message..