Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Satyabati Swain

Others Tragedy

3  

Satyabati Swain

Others Tragedy

ସ୍ତବ୍ଧ ଓ ମୁଗ୍ଧ

ସ୍ତବ୍ଧ ଓ ମୁଗ୍ଧ

5 mins
683


ଫୋନ୍ କୁ ପାଖରୁ ଛାଡୁ ନଥିଲା ଇଶିତା । ବାରମ୍ବାର ଦେଖୁଥିଲା ମେସେଜ୍ । କାନଉଁଥିଲା କଲିଂ ବେଲ୍ କୁ । ଅସ୍ଥିର ଭାଵ । ସକାଳୁ ଉଠି ସଜେଇ ହେଉଥିଲା । ଡ୍ରେସିଂ ଟେବୁଲ ଆଗରେ ନିରେଖି ଦେଖୁଥିଲା ନିଜକୁ । ପଢୁଥିଲା ହାତ ମାରି ମୁହଁ ଭାଷା ।  

ନାକ,ବେଶ ତୀଖ । ଗାଲ ଖୁବ ପୁରିଲା ପୁରିଲା । ଆଇ ବ୍ରୋ କାମଦେବଙ୍କ ଧନୁ ଠାରୁ ବି ସୁନ୍ଦର । କେବଳ ସଂଯୋଗ ହେବାକୁ ଅପେକ୍ଷା ଶରଟିଏର । ପେଟଟି ଆଗକୁ ବଢି ଯାଇଛି । କଟି ଟି ଭାରି ସୁନ୍ଦର ଲାଗୁଛି । ଶରୀରରେ ଲହଡି ଭାଙ୍ଗୁଛି ମା ମା ଭାଵ ।  

ଆଖି   ଆକାଶ ଭର୍ତ୍ତି ସ୍ୱପ୍ନରେ ଝଲମଲ । ସାଗର ପୂର୍ଣ୍ଣ ଭାଵ ପ୍ରବଣତା ଢେଉ ଟଳମଳ ସେଥିରେ । ଗଭୀର ଗାମ୍ଭୀର୍ଯ୍ୟ କୋଣାର୍କ କପାଳ;ଇତିହାସ ସୃଷ୍ଟି ପାଇଁ ଅଥୟ,ବିଭୋର ବି ।  କାରଣ ସେ ସ୍ରଷ୍ଟାଟିଏ ହେବାର ଦିନ,ବାର ପାଖେଇ ଆସିଲାଣି  ।

ସମଗ୍ର ଶରୀର 'ଅପେକ୍ଷା' ଖୁସି ଓ ଲାଜରେ ପରିସ୍ଫୁଟ । ଓଃ କି ଆବେଗ  ବଉଳ ବାସୁଛି ବାଡ଼ି ପଟେ । 'ମା' ଇଶିତା ବାସୁଛି" ଫଗୁ" ପାଇଁ । ଫଗୁ ଆସିବ ।  

ଫଗୁ  ଆଃ କି ଚମକ ତୁମର  କି କିମିଆଁ ତୁମ ଆଖିରେ  କେତେ ସମ୍ମୋହନ ତୁମ ସ୍ପର୍ଶରେ  କି ମିଠା ତୁମ କଥାରେ  ଇଶିତା ର ଫଗୁ ଏ ସୃଷ୍ଟିର ଅଷ୍ଟମ ବିସ୍ମୟ ।  

ଉତ୍ତମ ପୁଅ,ଭାଇ,ପ୍ରେମିକ,ସ୍ୱାମୀ,ଫଗୁ------

ସେଇ ପାଇଁ ତ ଇଶିତା ସମାଜର ସବୁ ଲକ୍ଷ୍ମଣ ରେଖା ନିଜ ହାତରେ ଲିଭାଇ ଫଗୁ ହାତ ଧରି ସୁନ୍ଦର ବସାଟିଏ ବାନ୍ଧିବ ବୋଲି ଚାଲିଆସିଥିଲା ।  

ବସା ତିଆରି ହେଲା । ଆଶା ଭରିଲା ଦୁଇ ପ୍ରାଣେ । ସାଙ୍ଗ ହୋଇ ଚାଲିବା ପାଇଁ ଉଡାଣ ଭରିଲେ ବି ଦୁହେଁ । ଖୁସି ଝରୁଥିଲା,ହସ ଖେଳୁଥିଲା ଚାରୋଟି ଓଠ,ଦୁଇଟି ଶରୀର ମାତ୍ର ଗୋଟିଏ ଆତ୍ମା ଓ ପ୍ରାଣରେ ।

ବି ଏସ୍ ଏଫ୍ ଯବାନ ଫଗୁ ।  ମରଣ ମୁକୁଟ ପିନ୍ଧା ରାଜ୍ୟ ହିଁନ ରାଜାଟିଏ । ସୀମାରେ ମାଟି ମାର ସେବା କରୁ ଥିଲା । ଇଶିତା ମା ହେବା ଶୁଣି ଫଗୁ ଖୁସିରେ ଫାଟି ପଡିଥିଲା । ଭାରି ଇଚ୍ଛା ଥିଲା ଫଗୁର ଇଶିତାର ଏପରି ସମୟରେ ତା ପାଖେ ପାଖେ ରହିବାକୁ । ହେଲେ କଣ କରିବ ସେ ବା ମା ପ୍ରେମୀ ପୁଅ  ମା’ର ସେବା ଆଗରେ ସ୍ତ୍ରୀ,ପିଲା ସୁଖ ତୁଛ..... ।  

ଫଗୁ ଇଶିତାକୁ କୁହେ "ବ୍ୟସ୍ତ ହୁଅନି ମୁଁ ଠିକ୍ ସମୟକୁ ତୁମେ ପାଖରେ ନିଶ୍ଚୟ ଥିବି । ଭାଲେଣ୍ଟାଇନ ଡେ ଗୋଟାଏ ତିରିଶ ବେଳେ ଅନେକ କଥା ହୋଇଛି ଓ କିଛି କଥା ବି ଦେଇଛି ଫଗୁ ଇଶିତାକୁ । ତିନିଟା ତିରିଶ ବେଳେ ଫଗୁ ଯାଉଥିବା ଭ୍ୟାନ ଉପରେ ଫୁଲୱାମା ଠାରେ ଆତଙ୍କବାଦୀ ବର୍ବରୋଚିତ ଆକ୍ରମଣ କରିଛି ।  

ଫଗୁ ସମେତ ଚୌରାଳିଶ ଜଣ ଯବାନ ସହିଦ ହୋଇଛନ୍ତି । ମର୍ମନ୍ତୁଦ ଭୟଙ୍କର ଆକ୍ରମଣ । ଟୁକୁରା ଟୁକୁରା ହୋଇ ଯାଇଛନ୍ତି ସୈନିକ ଦେହ । ଶରୀର ନାହିଁ । ଖଣ୍ଡ ଖଣ୍ଡ ମାଂସ,ହାଡ଼ । ମରଣ ତାଜ ପିନ୍ଧି ପ୍ରତିଦିନ ମା ସେବାରେ ବ୍ରତୀ ପୁଅମାନେ ଚିର ନିଦ୍ରାରେ । ଗଗନ ପବନ ସ୍ତମ୍ଭିଭୂତ । ଲୁହ କୋହରେ ଆଉଟୁ ପାଉଟୁ,ଜନସାଧାରଣ ,ଅମର ଯବାନ ସହିଦଙ୍କ ପରିବାର ଓ ଜ୍ଞାତି କୁଟୁମ୍ବ ।  ଭାରତ ମା ସ୍ତମ୍ଭିଭୂତ, ନିଃଶ୍ଚଳ ।  

ଫଗୁ ଶରୀର ନାହିଁ । ଝିଟିକି ପଡିଛି ଏଣେତେଣେ କିଛି ମାଂସ, ହାଡ଼ । ଗୋଟା ଗୋଟି କରି କାଠ ବାକ୍ସ ଭିତରେ ଜାତୀୟ ପତାକା ଘୋଡ଼ି ହୋଇଛି । ମାଟି ପୁଅ ମାଟି ଗନ୍ଧରୁ ଅନେକ ଉର୍ଦ୍ଧରେ । ସେ କୁଆଡେ ହୋଇ ଯାଇଛି ପଞ୍ଚଭୂତ ଆତ୍ମା । ଚାରି ଆଡ଼େ ତାରି ନାରା । ସହିଦ ଫଗୁ ଅମର ରହେ ।  

ଫଗୁ ଖୋଜୁଛି ଫଗୁକୁ...... । ଫଗୁ ଏବେ ବାକ୍ସରେ, ଫଟୋରେ,ଫୁଲ ତୋଡା ତଳେ । ଏ ଲୋକ ମାନେ ବି ନା ଅପୂର୍ବ   । ବୀର ପୁଅ,ଅମର ରହେ,ଏମାନେ ଆମର ଗର୍ବ,ଜୟ ଯବାନ,ସହିଦ ତୁମକୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି,କ୍ୟାଣ୍ଡେଲ ରୋଡ଼ ସୋ,ଦୀପ ଜଳା ଇତ୍ୟାଦିରେ ବ୍ୟସ୍ତ । ବୋକା ଗୁଡା । ଏଥିରୁ କଣ ମିଳିବ । ଫଗୁ ମାନେ ଫେରି ଆସିବେ କି ?  ଶରୀର ନାହିଁ ,ମାଂସ କି ହାଡ଼ ନାହିଁ ତେବେ ସେଇ ପଞ୍ଚଭୂତ ଆତ୍ମା କଣ କହୁଛି ଶୁଣ......।ଲୁହ ନୁହେଁ ଆରେ ଅପାରଗ ଦଳ କିଛି କର । ପ୍ରତ୍ୟୁତ୍ତର ଦିଅ । ମାର ଗୋଡେଇ ଗୋଡେଇ ମାର । ମାରି ଚାଲ ଗୋଟିଏ ଯେପରି ନ ବଞ୍ଚନ୍ତି । ହାଡ଼ ବଦଳରେ ହାଡ଼,ମାଂସ ବଦଳରେ ମାଂସ । ମୁଣ୍ଡ ବଦଳରେ ମୁଣ୍ଡ । ସାଜ ଧୁମକେତୁ  । ବିନାଶ କର । ମୂଲୋତ୍ପାଟନ କର । ନିକ୍କମା,ଭୀରୁ ନୁହେଁ ଭାରି ପଡ଼ ଶତ୍ରୁ ଉପରେ । ମାନ ନାହିଁ କିଛି ନୀତି କି ନିୟମ । ଭିତର ଓ ବାହାର କେଉଁ ବିଶ୍ୱାସଘାତକକୁ ଛାଡ଼ ନାହିଁ ।  

ଫଗୁ ସମସ୍ତଙ୍କୁ ହଲେଇ ଏକଥା କହିବାକୁ ଚାହୁଁଥିଲା । ହେଲେ ତାର ହାତ କାଇଁ ଯେ । ବିସ୍ଫୋରଣ ରେ ସବୁ ତ ଯାଇଛି । ତୋପ ସଲାମୀ ପରେ କାଠ ବାକ୍ସ ଯିବ ତା ଗାଁକୁ । ଫୁଗୁ ଦୌଡ଼ିଲା ଆଗେ ଆଗେ । ବୋଉ, ବାପା,ସାଙ୍ଗ ସାଥି ମୁଣ୍ଡ କୋଡ଼ି ହୋଇ କାନ୍ଦୁଥିଲେ । ଗାଁ ପବନ,ପାଣି,ଠାକୁରାଣୀ,ଖେଳପଡିଆ,ସ୍କୁଲ,କ୍ଲବଘର ବରଗଛ ମଣ୍ଡପ ସମସ୍ତେ ନରମି ନୀରବରେ ଲୁହ ଢାଳୁଥିଲେ ।  

ଆଉ ଇଶିତା     ନିର୍ଜୀବ କଣ୍ଡେଇ ପରି ଘର କଣେ କାନ୍ଥକୁ ଆଉଜି ବସିଥିଲା । ପେଟଟି ବହୁତ ବଡ଼ ହୋଇଯାଇଛି ଇଶିତାର ।  ଭାରି ଲୋଭନୀୟ ଦିଶୁଛି । କିନ୍ତୁ ତା ପେଟ ଭିତରେ ଗୋଡ଼ ବାଡେଇ ଅସ୍ଥିର ହେଉଛି ଫଗୁର ପିଲା ।  ସେ ପେଟରେ ସରାଗରେ କାନ ଥାପି ଶୁଣିବାକୁ ଚାହିଁଲା କଣ କହୁଛି ତା ପିଲା । ହେଲେ ତାର କଣ ଆଉ କାନ ଅଛି     ଆଉଁଷି ଦେବାକୁ,ବୁଝାଇବାକୁ ବହୁତ ଚେଷ୍ଟା କଲା । କିନ୍ତୁ ସବୁ ନିଃରର୍ଥକ ।  ସେ ବା ଅଶରୀର ଗାଁକୁ ଫେରିଛି ତା ବୀର ପୁଅ । ଦେଶ ଜାତିର ଗର୍ବ, ଗୌରବ । ଜାତୀୟ ପତାକା ଘୋଡ଼ି ହୋଇ ଫେରିଥିଲା ଫଗୁ ଓରଫ୍ ଫାଲ୍ଗୁନ ବଶିଷ୍ଠ । ଅମର ରହେ ଧ୍ୱନିରେ ଫାଟୁଥିଲା ଫଗୁର ଗାଁ ।  ଫଗୁ ଗାଁର ପବନ କାନ୍ଦୁଥିଲା । ମଶାଣୀ କିନ୍ତୁ ଗର୍ବ କରୁଥିଲା ବୀର, ବାହାଦୁର ପୁଅକୁ କୋଳେଇ ନେବ ବୋଲି । ବାପା ମା’ ନିର୍ବାକ ।  ନିର୍ବାକ ଫଗୁର ଆତ୍ମା ଅନେକ କିଛି କହିବାକୁ ଯାଇ ନକହି ପାରୁଥିବାରୁ ।  

ଆଉ ଇଶିତା     ନା କିଛି ଶୁଭୁଥିଲା ତାକୁ,ନା ବୁଝି ପାରୁଥିଲା କଣ ହେଉଛି । ଫଗୁ ଆସୁଛି ଖୁସିରେ ସେ ଦୌଡ଼ିଗଲା ଦୁଆର ମୁହଁକୁ । ଖୋଜୁଥିଲା ଫଗୁଙ୍କୁ । ଏତେ ଲୋକ     ଫଗୁ କାହିଁ?? ଖେଳେଇ ପକାଇଲା ବାକ୍ସ,ଦରାଣ୍ଡି ପକାଇଲା ଫୁଲ ମାଳ,ପୋଡା ଗଣପୋଷାକ । ଚିତ୍କାର ଛାଡିଲା ଫଗୁ.ଉ...ଉ ଉ.ଫଗୁ ତୁମେ କେଉଁଠି?

ପେଟରେ ଧକ୍ ଧକ୍ କରୁଥିଲା ନଅ ମାସର ଫଗୁ ସନ୍ତକ ଇଶିତା ପେଟ ଭିତରେ । ବାହାରକୁ ଆସିବାକୁ ତତ୍ପର ।  ବାପା ତାର ଶହୀଦ । ଦେଖିବ... ଟିକେ ଜାତୀୟ ପତାକା ଘୋଡ଼ି ହୋଇ ଶୋଇଥିବା ବାପାକୁ ତାର । ଦୁଃଖ କରୁଥିଲା ବି ସେ ଦୁନିଆକୁ ଆସିବ ସତ କିନ୍ତୁ ବଞ୍ଚିତ ହେବ ବାପା ସେହ୍ନରୁ ।  

ପ୍ରବଳ ପେନ୍ ଇଶିତା ର । ଘଣ୍ଟାକୁ ଘଣ୍ଟା ବେହୋସ ହୋଇ ଯାଉଥାଏ । ବିଚିତ୍ର   ବାପା ଚିତାର ନିଆଁ ମଶାଣୀରେ ଜଳୁଥିବା ସମୟରେ ପୁଅର ଏନ୍ତୁଡ଼ି ନିଆଁ ଜଳୁଥିଲା ଡାକ୍ତର ଖାନାରେ । ଅପେରେସନ୍ ହୋଇ ଜନ୍ମ ନେଲା ଫଗୁର ପୁଅ ।  

ସେବେଠୁ ଇଶିତା କ୍ରିୟାହିଁନ କଣ୍ଢେଇ । ମାନସିକ ବିକୃତ ରୋଗୀ । ଅପେକ୍ଷା ରଖେ ଫଗୁଙ୍କୁ । ତା ଟେଡି ନବଜାତକ ଫଗୁର ପୁଅ ।  ନାମ କରଣ ଆନୁଷ୍ଠାନିକ ଭାବେ ନହେଲେ ମଧ୍ୟ ଇଶିତା ପୁଅକୁ ଡାକୁଛି "ମଳୟ"  । ଫାଲ୍ଗୁନ ପୁଅ ମଳୟଏବେ ମାତ୍ର ତିନି ଦିନର ।  ରୋଜ୍ ଅଛି,ଚକୋଲେଟ୍ ଅଛି,ଜୀବନ୍ତ ପୁଅ ଟେଡି ବି ଅଛି । ନାହିଁ କେବଳ ଫଗୁ କି ଫେରିଆସିବାର ପ୍ରତିଶ୍ରୁତି ଟିଏ ।

ପାଗେଳି ଇଶିତା ପାଇଁ ଏସବୁ କିଛି ଫରକ ପକାଉନି । ସେ ଅପେକ୍ଷା ରଖିଛି ଫଗୁ ଆସିବ,ସେ ପ୍ରମିଜ୍ କରି ଯାଇଛି ଆସିବ ନିଶ୍ଚୟ । ସେ ସ୍ୱୀକାର କରିବାକୁ ନାରାଜ ଫଗୁ ଆକାଶର କେଉଁ ଗୋଟେ ତାରା ହୋଇଗଲାଣି । ସେ ତା ପୁଅକୁ ଵୋକ ଦେଇ ଡାକ୍ତର ଖାନା ବେଡ଼ରେ କହୁଛି"ମୁଁ ଫୋନ୍ କରିଛି ଧନ, ତୋ ବାବା ତୋତେ ଦେଖିବାକୁ ଆସିବେ । ତୋ ପାଇଁ କେତେ ଖେଳନା କାଶ୍ମୀର ରୁ ଆଣିବେ" ।

ଶାଶୁ ଶଶୁରର ପ୍ରାଣ ଭୋ ଭୋ ବୋହୁର ଏତାଦୃଶ ପାଗଳାମୀରେ । କଣ କରିବେ ??? ଝିଅ ଠାରୁ ଅଧିକ ଭଲ ପାଆନ୍ତି ଇଶିତା,ଇଶୁକୁ । ବାଟ ଖୋଜନ୍ତି ବୋହୁଟି ତାଙ୍କର ଫେରିଆସନ୍ତାକି ହୋସ୍ କୁ । ବୁଝି ପାରନ୍ତା ଫଗୁ ଆଉ ନାହିଁ ବୋଲି ।  

ଫଗୁର ଆତ୍ମା ଛଟ ପଟ।ଓଃଭଗବାନ  "ଛୁଇଁବାକୁ,ପପି ଦେବାକୁ ଇଛା ତାର ପୁଅକୁ । ଇଶିତାକୁ ଯେତେ ଛୁଇଁଲେ ବି ସେ କିଛି ଅନୁଭବ କରି ପାରୁ ନାହିଁ । ବାପା ବୋଉ ଡାକ୍ତର ଖାନା ବାରଣ୍ଡାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।  

ସାମାଜିକତା ଦୃଷ୍ଟିରୁ ବୋହୁ ତାଙ୍କର ବିଧବା । କିନ୍ତୁ ଇଶିତା ମାନସିକ ରୋଗୀ ଫଗୁର ଆକସ୍ମିକ ବିୟୋଗରେ । ସେ ଏବେବି ସଧବା ବେଶରେ । ଅପେକ୍ଷା ରଖେ ଫଗୁର ବାଟକୁ । ସମାଜର ସବୁ ଆକ୍ଷେପକୁ ହଜମ କରି ଇଶିତାର ଶାଶୁ ଶଶୁର ଏଇ ମିଛ ଖୁସିରେ ସାମିଲ ହୁଅନ୍ତି ନିଜକୁ ମାରି । ଡାକ୍ତର କହିଛନ୍ତି"ଇଶିତାକୁ ବାଧ୍ୟ କରି ସତ୍ୟ ସହ ପରିଚିତ କରାଇଲେ ହୁଏତ ତାର ଚାପ ଜନିତ ଆଘାତରେ ମୃତ୍ୟୁ ହୋଇ ପାରେ ।  

ବଞ୍ଚୁ ଇଶିତା ତା ସ୍ୱପ୍ନ ମିଛ ଦୁନିଆଁରେ । ପୁଅଟା ତ ଯାଇଛି । ବୋହୁଟି ହେଲେ ଥାଉ । ମଳୟ,ମନୁ, ବାପା ହରା ତ ହୋଇଛି,ମା ହରା ନ ହେଉ ।  

ସୁନ୍ଦର କଣ୍ଢେଇ ଟିଏ ଇଶିତା । ନିଷ୍ପାପ ମୁହଁ । କେଉଁଥିରେ ପାଗଲାମୀ ନାହିଁ । କେବଳ ଫଗୁ ମରିବା ଟାକୁ ତା ମୁଣ୍ଡ ଗ୍ରହଣ କରି ପାରୁନାହିଁ ଯାହା ।  

କିଛି ଗୋଟେ ଘଟଣା ଘଟିଲା ବୋଧେ । ରଡି ଛାଡି ଡାକୁଥିଲା ଇଶିତା ବା...ପା....ବୋ..ଉ....ଦେଖିବ ଆସ କିଏ ଆସିଛନ୍ତି । ମନୁ ଏ ମନୁ ଦେଖ କିଏ ଆସିଛନ୍ତି ।  ଲୋକେ କହୁଥିଲେ ଫଗୁ ମାରି ଯାଇଛନ୍ତି । ଦେଖ କେତେ ମିଛୁଆ ଲୋକ ଗୁଡା  ଫିଟି ପଡୁଛି କେଶ,ବାସ ଇଶିତାର । ଭୁଲି ଯାଉଛି ଅପେରେସନ ଦରଜ କଷ୍ଟ ।  ଖୁସି ଆକାଶରେ ସେ ଉଡାଯାହାଜଟିଏ ହୋଇ ଯାଉଛି ।  

ମୁଁ ଜାଣିଥିଲି ଫଗୁ ତୁମେ ପ୍ରମିଜ କରିଛ ଆସିବ । ବାପା ଆ ଆ ବୋଉ ଉ ଉ....କହି ମୂର୍ଚ୍ଛା ଯିବା ପୂର୍ବରୁ ଧରିନେଲେ ପବିତ୍ର ।  

ଶାଶୁ ଶଶୁର ଦଉଡ଼ି ଆସି ଦେଖିଲେ ତାଙ୍କ ଭଣଜା ପାଞ୍ଚ ବର୍ଷ ପରେ ଆସିଛି ସିଙ୍ଗାପୁରୁରୁ । ଫଗୁର ସହିଦ ହେବା ଶୁଣି । ସିଙ୍ଗାପୁରରେ ସେ ଡାକ୍ତର । ଠିକ୍ ଦେଖିବାକୁ ଫଗୁ ପରି ।  ଲୋକେ କୁହନ୍ତି ଯାଆଁଳା ଭାଇ ସେମାନେ । ଫଗୁ ବାହାଘରକୁ ଆସି ନଥିଲା । ତାକୁ ହିଁ ଦେଖି ଇଶିତା ପାଗଳ ମସ୍ତିଷ୍କ ଧରି ନେଇଛି ଫଗୁ ବୋଲି ।  

ଇଶିତା ଶାଶୁଶଶୁରଙ୍କ ଆଖିରେ ଅସହାୟତା କୋହର ଲହଡି । ବେହୋସ ଇଶିତା ପବିତ୍ର ବାହୁରେ । ମନୁ ତିନି ଦିନର ଛୁଆ ଚାହୁଁଛି ଜୁଳୁ ଜୁଳୁ । ଚିହ୍ନୁଛି ଏଇ କଣ ତା ବାପା  ଟିକେ ଟିକେ ହଲଉଛି ଗୋଡ଼ ହାତ ।  

ପବିତ୍ର କହୁଛି ବ୍ୟସ୍ତ ହୁଅନି ମାମୁଁ ଇଶିତାର ମୁଁ ଫଗୁ ହୋଇଯିବି । ବୋଉ ମୋତେ ସବୁ କହିଛି । ଜଣେ ସରଳ ହୃଦୟ ବିଶ୍ୱାସ ପାଇଁ ପବିତ୍ର ଅଗସ୍ତି ଫାଲ୍ଗୁନ ବଶିଷ୍ଠ ହୋଇଯିବ । ଫାଲ୍ଗୁନ ଦେଶ ପାଇଁ ଜୀବନ ଦେଲା । ମୁଁ କଣ ଏତିକି ପାରିବିନାହିଁ ।

ସତ କହୁଛୁ ତୁ ପାରିବୁ ପବି ମାମୁଁ ମାଇଁଙ୍କ ବ୍ୟାକୁଳ ପ୍ରଶ୍ନ । ହେଇ ପାରିବୁ ଇଶିତାର ଫଗୁ,ମନୁ ବାବା ଫାଲ୍ଗୁନ ବଶିଷ୍ଠ !

ହଁ ମାମୁଁ । ଇଶିତାର ଫଗୁ ଓ ମନୁର ବାପା ହେବାକୁ ମୁଁ ପ୍ରସ୍ତୁତ । ଫଗୁ ଭାଇ ପାଇଁ ଏହା ହିଁ ମୋର" ଅଶ୍ରୁଳ ଶ୍ରଦ୍ଧାଞ୍ଜଳି" ।  ମୁଁ ବିନା ଦ୍ଵିଧାରେ ଇଶିତାକୁ ନିଜର ଧର୍ମ ପତ୍ନୀ ଓ ମନୁକୁ ପୁଅ ଭାବେ ଗ୍ରହଣ କରୁଛି ।  

ଫଗୁ ସ୍ତବ୍ଧ....... ମୁଗ୍ଧ ବି । ଇସ୍  କି ଅଶ୍ରୁତ ପୂର୍ବ ଶ୍ରଦ୍ଧାଞ୍ଜଳି ଦେଉଛି ପବିତ୍ର     ଭାଇ ମୋର ଆ ତୋତେ କୋଳେଇ ନିଏ । ତୁ ସତରରେ ସହିଦ ଦୁଃଖ ବୁଝିଛୁ । ସାଲୁଟ ଭାଇ । ଲବ୍ଧ ପ୍ରତିଷ୍ଠି ହୋଇ ବି ତୋ ଭିତରେ ମଣିଷ ପଣିଆ ଅଛି ।  

କୋର୍ଟ ମ୍ୟାରେଜ ପରେ ଇଶିତା,ମନୁ ଉଡାଣ ଭରୁଥିଲେ ସିଙ୍ଗାପୁର ଫ୍ଲାଇଟିରେ ପଵିତ୍ରଙ୍କ ସହ ।  ଫଗୁ ଆତ୍ମା ଆଶିଷ ଢାଳୁଥିଲା ଇଶିତାର ନୂଆ ସଂସାର ଉପରେ..।

ସତ୍ୟବତୀ ସ୍ବାଇଁ,ମୀନୁ,ବାଲିକୁଦା,ଜଗତସିଂହପୁର


Rate this content
Log in