ପ୍ରେମ
ପ୍ରେମ
ବୟସ ମାତ୍ର ସତର ଆଉ ଶତାବ୍ଦୀ ବିତିଗଲା ମୁହୂର୍ତ୍ତକରେ ।
ନିଜ ସାଥେ ନିଜେ ହାରିଗଲି, ମୋତେ ଛୁଇଁଦେଇ ପଚାରିଲୁ ଯେବେ ତୁ - " ଏଇଟା କଣ ପ୍ରେମ ? "
ଶିହିରି ଗଲା ତନୁ , ଗୋଳମାଳ ହେଇଗଲା ମୋ କିଶୋର ମନ ।
ଉନ୍ମାଦ ହେଉଥିଲା ଛାତି ଭିତରଟା ଆଉ ଧୋଖା ଦେଇଗଲା ମୋର ଉପସ୍ଥିତ ବୁଦ୍ଧି ।
ତୁ ଅସ୍ତବ୍ୟସ୍ତ ହେଇ ଉଡ଼ିଗଲୁ , ଆଉ କାହା ନୀଡ଼କୁ ।
ବୋଧେ ପାଇଗଲୁ ତୋ ଅଛିଣ୍ଡା ପ୍ରଶ୍ନର ଉତ୍ତରକୁ !
"ଏ ପ୍ରେମ ଟା କଣ !", ସତରେ କଣ ସେଦିନ ମୁଁ ଜାଣିନଥିଲି ?
ହଃ। ହଃ। ହଃ।
ମୁଁ ତ ଆଜି ବି ଜାଣିନି ! ଆଜି ବି ତୋ ସ୍ମୃତିରେ ମୁଁ ଚାହିଁ ରହେ , ମୁକ୍ତ ଆକାଶକୁ ।
ତୋ ସାଥେ ବୁଲୁଥାଏ ମୁଁ ଅନ୍ତରୁ ଅନ୍ତରୀକ୍ଷ ଯାଏ ।
ପକ୍କା ପ୍ରେମିକ ପରି ମୃଦୁ ମୃଦୁ ହସେ । ଚାଲିଥାଏ ଛାଇ ପରି,ତୋ ଛାଇ ସାଥେ ।
ତଥାପି କିଛି ଲୋକ ମୋତେ କହନ୍ତି " ପାଗଳ ",
ଆଉ ତୋତେ କହନ୍ତି " ପୁନେଇ ଜହ୍ନ " । ହେଲେ ଏମିତି କାହିଁକି ?
ଓହୋ ! ଏବେ ବୁଝିଲି , ଏଇଟା ବୋଧେ ପ୍ରେମ ।