ଅଭାବ
ଅଭାବ
ଅଭାବ
ଯଦିଓ ପୁରାପୁରି ମୁଁ ଜଣେ ଅଂଧ ସମର୍ଥକ ନଥିଲି, ତଥାପି ପ୍ରଧାନମନ୍ତ୍ରୀଙ୍କ କେତୋଟି ନିଷ୍ପତ୍ତିକୁ ନେଇ ବେଶ୍ ଉତ୍ସାହିତ ଥିଲି । ସେ କିଛିବି ଗୋଟେ ଭଲକରିବା ସପକ୍ଷରେ ପ୍ରାୟ ସବୁବେଳେ ରହୁଥିଲେ ପରି ଲାଗୁଥିଲା ।
ନକରିବାଠୁଁ ଟିକେ କରିବା ବି ତ ଆମ ଅଭାବୀଙ୍କ ପାଇଁ ବହୁତ !
ବିମୁଦ୍ରୀକରଣ ନିଷ୍ପତ୍ତି ବି ମୋତେ ଭାରି ରୋମାଞ୍ଚିତ କରିଥିଲା ।
ସତେତ ! ଏଇ ବଡବଡ ନୋଟ୍ ଯୋଗୁଁ ହିଁ ସବୁଯାକ ଅନର୍ଥ ।
ମୂଳୁ ମାରିଦେଲେ କଥା ସଇଲା । ଟିକେ ଅଡ଼ୁଆ ତ ?
ସହିଯିବା । ଆମେପରା ଫିରଙ୍ଗୀ ଚାବୁକþଖିଆ ମୋଟାଚମଡା ବଂଶର !
ଅଡୁଆ ହେବ ଚୋରଙ୍କୁ । ପୋତିଛନ୍ତି ବେହିସାବ । ପାନେ ପା'ନ୍ତୁ ।
ମୋ' ଦେହରଂଗ ଶ୍ୟାମଳ ହେଲେବି ରଖିଥିବା ଅଳ୍ପକିଛି ଧଳା ।
ପଚାଶ୍ ଦିନ ବହୁତ । ଫାଙ୍କା ଦେଖି ବ୍ୟାଙ୍କ ଆଡେ ବୁଲି ଆଇଲେ କଥା ସଇଲା ।
ଦେଶ ସୁଧୁରୁଛି ତ ସୁଧୁରୁ ! ଭଲକଥା ।
ଭଲକଥା । କିଛି କଠୋର ନିଷ୍ପତ୍ତି ପରିବର୍ତ୍ତନ ଆଣେ । ସର୍ଜିକାଲ୍ ଷ୍ଟ୍ରାଇକ୍, ବିମୁଦ୍ରୀକରଣ, ଏମିତି ଗୋଟେ ପରେ ଗୋଟେ ମୋ' ଚିନ୍ତା ବହିର୍ଭୁତ ଯୋଜନା ସବୁ ମୋତେ ମୋଦୀଙ୍କ ପ୍ରେମରେ ପକାଇଦେଲା । ସାଙ୍ଗସାଥି , ଗଲାଆଇଲା ଲୋକଙ୍କୁ ସେ ଜଣେ ଯୁଗପୁରୁଷ ବୋଲି କହିବାକୁ କୁଣ୍ଠାବୋଧ କଲିନାହିଁ ।
ଯଦିଓ ମୋତେ ରାଜନୀତିର 'ର' ଜଣାନାହିଁ ।
ଆଜି ! ତା ୪/୨/୨୦୧୭ ତାରିଖ ।
ସକାଳୁ ମୋ ବହିଥାକରୁ ଧୂଳି ଝାଡି ସଯତ୍ନେ ସଜାଡ଼ୁ ସଜାଡୁ ଚମତ୍କାରଟେ ହୋଇଗଲା । ହଜାରେ ଟଙ୍କିଆ ଅଚଳ ନୋଟଟେ ମିଳିଯାଇ ମୋ ହୃତସ୍ପନ୍ଦନ ବନ୍ଦ କରିଦେଲା ।
ମୋ କଷ୍ଟାର୍ଜିତ ହଜାରେ ଟଙ୍କା ! ବୁଝୁଛନ୍ତି ତ ?
ସତ କହିବି ? ମୋ' ଆଖିକୁ ଲୁହ ଆସିଯାଉଥିଲା । ଆଗରୁ ତ ତାଙ୍କୁ ଢେର୍ ପ୍ରଶଂସା କରିସାରିଥିଲି ....।
( ପଂଚାୟତ ପ୍ରଚାର କରୁଛି ବୋଲି ମନେକରିବେନି ଜମା, ଏମିତିରେ ମୁଁ ଗୋଟେ ସଚେତନ ନାଗରିକ କି ନା ସନ୍ଦେହ )