Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡିଆ ଗଳ୍ପ

Comedy Others

3  

ଓଡିଆ ଗଳ୍ପ

Comedy Others

ମହାବଳ ବାଘ

ମହାବଳ ବାଘ

2 mins
14.4K


ଶ୍ରୀ ହେମନ୍ତ କୁମାର ରାଉତ

ଦୂର ଦୂରାନ୍ତ ସହରରୁ ଉଦ୍‌ଘାଟିନୀ ସଭା ସାରି ମନ୍ତ୍ରୀ ଫେରୁଥାନ୍ତି ସରକାରୀ ଆମ୍ୱାସାଡ଼ରରେ । ସାରାଦିନ ଗସ୍ତ, ବ୍ୟସ୍ତବିବ୍ରତ । ବହୁ ସମସ୍ୟାର ସମ୍ମୁଖୀନ ଆଖି ନଇଁ ଆସୁଥାଏ କ୍ଳାନ୍ତିରେ । ପାଖରେ ବିଶ୍ୱସ୍ତ କେତେଜଣ ସମଧର୍ମୀ । ନୂଆସ୍ଥାନ ଦର୍ଶନର ଆକାଙ୍ଖ୍ୟା । ସୁମିଷ୍ଟ ଭୋଜନର ଆକର୍ଷଣ । ଆଧୁନିକ ସଭ୍ୟତାର ସବୁଠୁ ଦୁର୍ମୂଲ୍ୟ ବ୍ୟକ୍ତିତ୍ୱଙ୍କର ପାଖାପାଖି ରହିବାର ପ୍ରବଳ ମୋହ ସେମାନଙ୍କର ।

ଅରଣ୍ୟସଙ୍କୁଳ ରାସ୍ତା ଦେଇ ଆସିବାବେଳେ ସାମାନ୍ୟ ଭୟ ହେବା ସ୍ୱାଭାବିକ୍ । ପଛରେ ପୋଲିସ୍ ଭ୍ୟାନ୍ । ତଳକୁ ତୁଳ ମିଳେଇ ଚାଲିଛି ଗୋଟିଏ ଧାରରେ । ପାଖରେ ଅଛନ୍ତି ବିଶିଷ୍ଟ ବନ୍ଧୁ କେଉଁ ଏକ ବେସରକାରୀ କଲେଜର ଅଧ୍ୟାପକ ଦେବାଶିଷ ମହାପାତ୍ର । ସୁବକ୍ତା ସୁସାହିତ୍ୟିକ । ମନ୍ତ୍ରୀ କେଉଁଠାକୁ ଯାଆନ୍ତି ତାଙ୍କୁ ସାଙ୍ଗରେ ନିଅନ୍ତି । ମନ୍ତ୍ରୀଙ୍କ କର୍ମମୟ ଓ ଦେଶ ସେବାକୁ ବର୍ଣ୍ଣନା କରିବାରେ ସେ ବୃହସ୍ପତି ।

ହଠାତ୍ ମନ୍ତ୍ରୀଙ୍କ ଆଖି ବିସ୍ଫାରିତ ହୋଇଗଲା । ସର୍ବାଙ୍ଗ କମ୍ପି ଉଠିଲା । ସେ ଚିତ୍କାର କରି କହିଲେ । ଦେଖିଲ ଦେବାଶିଷ ବାବୁ, ସେ ଭୟଙ୍କର ଜନ୍ତୁଟାକୁ ଦେଖିଲ ତ ।

ଦେବାଶିଷ ବାବୁ ପ୍ରଥମେ ଟିକେ ପ୍ରକୃତିସ୍ଥ ହୋଇଲେ । ତା’ପରେ କହିଲେ । ଭୟଙ୍କର ଜନ୍ତୁ କାହିଁ । ଆମ ଗାଡ଼ି ଆଗରେ ଗୋଟିଏ କଟାସ ଚାଲିଗଲା ।

ନାଁ କଟାସ ନୁହେଁ ଗୋଟେ ମହାବଳବାଘ ।

ମହାପାତ୍ରବାବୁ କହିଲେ । ଗାଡ଼ିର ଉଜ୍ଜ୍ୱଳ ଆଲୋକରେ ମୁଁ ସ୍ପଷ୍ଟ ଦେଖିପାରିଲି ତାହା କୌଣସି ବାଘ ନୁହେଁ । ତା’ଛଡ଼ା ଏ ସବୁ ଜଙ୍ଗଲରେ ମହାବଳ ବାଘକଥା ଛାଡ଼ ସାମାନ୍ୟ ହରିଣୀଟିଏ ଦେଖିବା କଷ୍ଟକର । ଏ ଜଙ୍ଗଲ ସହ ମୁଁ ପିଲାଦିନରୁ ପରିଚିତ । ଯେତେବେଳେ ଏଠାରେ ଗଛ କେହି କାଟୁନଥିଲେ । ସେତେବେଳେ ବାଘଭାଲୁଙ୍କ ବିଷୟରେ ବହୁତ କଥା ଶୁଣିବାକୁ ମିଳୁଥିଲା ।

ମନ୍ତ୍ରୀ କହିଲେ । ମୁଁ କ’ଣ ଅନ୍ଧ ହୋଇଛି କିଛି ଦେଖିପାରୁନି ? ତା’ ଭୟଙ୍କର ମୁହଁ । ତୀକ୍ଷ୍ଣଦାନ୍ତ ଓ ବିଶାଳ ପଞ୍ଝା ମୁଁ ସ୍ପଷ୍ଟ ଦେଖିଛି । ଦେଖ ଦେବାଶିଷ ବାବୁ । ମୋ ଲୋମ ଟାଙ୍କୁରି ଉଠୁଛି । ମୋ ଛାତିରେ କେତେ ସ୍ପନ୍ଦନ । ମୋ ଦେହ ହାତ କମ୍ପୁଛି । ମୋ କଣ୍ଠ ବାକ୍ରୁଦ୍ଧ । ଏହା ଗୋଟିଏ ମହାବଳବାଘ, ଆମ ଭାଗ୍ୟ ଭଲ, ସେ ଆମକୁ ଆକ୍ରମଣ କରିନାହିଁ ।

ମହାପାତ୍ର କହିଲେ । ଆପଣ ସାରାଦିନ କ୍ଳାନ୍ତ, ଥଣ୍ଡା ପବନରେ ଆପଣଙ୍କ ଆଖି ବୁଜି ହୋଇଯାଉଛି । ଆପଣ ଚାହିଁବାମାତ୍ରେ କଟାସ ବାଘ ଭଳି ଦେଖାଯାଉଛି ।

ମନ୍ତ୍ରୀ କହିଲେ, “ମୁଁ ସ୍ପଷ୍ଟ ଦେଖୁଛି ଏଥିରେ ସନ୍ଦେହ ନାହିଁ । ମୁଁ କ’ଣ ଛୋଟ ପିଲା ? ବାଘ କିଏ କଟାସ କିଏ ଜାଣିପାରିଲିନି ?”

ଦେବାଶିଷ ବାବୁ ସ୍ମିତହସରେ କହିଲେ । ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ସାଧାରଣ ମଣିଷର ଦୃଷ୍ଟିଠାରୁ ମନ୍ତ୍ରୀଙ୍କ ଦୃଷ୍ଟିରେ ସ୍ୱାତନ୍ତ୍ର୍ୟ ରହିଛି । ସେମାନଙ୍କ ଦୃଷ୍ଟିରେ ବେଳେବେଳେ କଟାସମାନେ ମଧ୍ୟ ମହାବଳ ବାଘ ପାଲଟିଥାନ୍ତି ।


Rate this content
Log in

Similar oriya story from Comedy