Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aravinda Das

Romance Inspirational

3.8  

Aravinda Das

Romance Inspirational

ମହିଳା ଦିବସରେ ଜଣେ ମହିଳାଙ୍କ କାହାଣୀ

ମହିଳା ଦିବସରେ ଜଣେ ମହିଳାଙ୍କ କାହାଣୀ

7 mins
821



- ମମି ଘର ଛାଡି ଚାଲିଯାଇଛି ଡ୍ୟାଡି । ଫୋନ୍ ବି ଉଠାଉନି । ତମେ ଜଲଦି ଘରକୁ ଆସ । "

ଝିଅ ପୁତୁଲ କଥା ଶୁଣି ଟିକେ ଡ଼ରିଗଲା ଅଭୟ । ମମତା ଘର ଛାଡି କୁଆଡ଼େ ଯିବ ?କାହିଁକି ବା ଯିବ ?ଆଜି ଅଫିସ ଆସିଲା ବେଳେ ତ ସେ ନର୍ମାଲ ଥିଲା । ବ୍ୟସ୍ତ ହୋଇ ଅଭୟ ଝିଅ କୁ ପଚାରିଲା,

- କେତେବେଳେ ଗଲା ମମି ?ଜେଜେମାକୁ ଫୋନ୍ ଦେଲୁ ।

  ନାତୁଣୀ ଠୁ ଫୋନ୍ ନେଇ ପ୍ରମିଳା କହିଲେ, "ତୁ ଶୀଘ୍ର ଘରକୁ ଆସ । ଗୋଟେ ବ୍ୟାଗରେ ଲୁଗାପଟା ପୁରାଇ ଅଟୋରେ ବସି ଚାଲିଯାଇଛି ବୋହୁ । ମୋତେ ବି କିଛି ଜଣାଇନି । ତୁ ଅଫିସ ଗଲାପରେ ମନକୁ ମନ କଣ ସବୁ ଗପୁଥିଲା । ତମ ବେଡ଼ରୁମରେ କବାଟ ଆଉଜାଇ କାନ୍ଦୁଥିଲା । ମୁଁ ପଚାରିଲାରୁ ମୋତେ ବାଆଁରେଇ ଦେଲା । ତା ଫୋନ୍ ସୁଇଚ ଅଫ । ସନ୍ଧ୍ୟାରେ ପୁଣି ଆଜି ଘରେ ପୂଜା ହେବ ଓ କୁଣିଆ ଆସିବେ ବୋଲି ସେ ଭଲ ଭାବରେ ଜାଣିଛି । ସବୁ ତୋରି ଦୋଷ । ମୁଣ୍ଡରେ ବସାଇଥା । "

ମୁଣ୍ଡଟା ଗୋଳମାଳ ହୋଇଯାଉଥିଲା ଅଭୟର । ଆଜି ସନ୍ଧ୍ୟାରେ ତାର ଅଫିସରେ ନୂଆ ପ୍ରଡ଼କ୍ଟ ଲଞ୍ଚ ପାର୍ଟି ଅଛି,ତାପରେ ହୋଟେଲ ରେ ପାର୍ଟି । ଏବେ କିଛି ସମୟ ପରେ ମିଟିଙ୍ଗ । ଘରକୁ ଫେରିଲା ବେଳକୁ ଡେରି ହେବ ବୋଲି ସେ ମମତା କୁ କହିଥିଲା । ଏମିତି କେମିତି ଦାୟିତ୍ବହୀନ ହୋଇପାରିଲା ମମତା ?ପିଲାମାନେ ସ୍କୁଲରୁ ଆସିବେ । ଘରେ ବାପା ବୋଉ ଅଛନ୍ତି । ପୂଜା ପାଇଁ ଯୋଗାଡ଼ଯନ୍ତ୍ର,ରାତିରେ କୁଣିଆ ଆସିବେ । କାଲିଠୁ ଝିଅ ଓ ପୁଅର ସ୍କୁଲ । ନିଜେ ଫୋନ୍ ଲଗାଇଲା ଅଭୟ । ନେଟୱାର୍କ ବାହାରେ ଫୋନ୍ ଅଛି ବୋଲି ମେସେଜ୍ ଆସୁଛି ।

 ମମତା ର ସାଙ୍ଗଙ୍କୁ ଫୋନ୍ ଲଗାଇଲେ ଜଣା ପଡିବ । ତେବେ ସେମାନଙ୍କ ଫୋନ୍ ନମ୍ବର ତ ନାହିଁ । ତାଛଡ଼ା କାହାକୁ ଫୋନ୍ କଲେ ସେମାନେ ବି ସନ୍ଦେହ କରିବେ । ଅଯଥାରେ ସମସ୍ତଙ୍କୁ ଉତ୍ତର ଦେବାକୁ ପଡିବ । ବ୍ୟାଗ ନେଇ କୁଆଡେ ଯିବ ମମତା ?ବାପଘର  ଅଥବା ନିଜ ଭାଇଙ୍କ ପାଖକୁ ସମ୍ବଲପୁର ? ତରବର ହୋଇ ବସ୍ ଙ୍କୁ ଅର୍ଜେଣ୍ଟ କାମ ଅଛି କହି ବାହାରି ଆସିଲା । ବସ୍ ବି ତା କଥା ଶୁଣି ଟିକେ ଚିଡିଯାଇଥିଲେ,ବାଧ୍ୟ ହୋଇ ମିଛ କହିଲା ୱାଇଫ ହସ୍ପିଟାଲରେ ଆଡ଼ମିଟ ହୋଇଛି ବୋଲି । କଣ ଆଉ କହିଥାନ୍ତା ?


   ପୁଣି ଫୋନ୍ ଲଗାଇଲା ମମତାକୁ । ସୁଇଚ ଅଫ । ମନେମନେ ରାଗି ଉଠୁଥିଲା ଅଭୟ । ଫୋନ୍ କାହିଁକି ଅନ କରୁନି ମମତା ?ରାଗିଛି ! ମନେ ପକାଉଥିଲା ସେ ।

- କାଲି ବିଶ୍ୱ ମହିଳା ଦିବସ । ସନ୍ଧ୍ୟାରେ ପିଲାଙ୍କୁ ନେଇ ବାହାରକୁ ଯିବା ?"ପଚାରୁଥିଲା ମମତା ।

-ବର୍ଷ ର ସବୁଦିନ ତ ମହିଳା ଦିବସ । ଆଜି ପୁଣି କେଉଁ ନୂଆ କଥା ?କାଲି ମୋ ଅଫିସରେ ପାର୍ଟି ଅଛି । ଫେରିଲା ବେଳକୁ ଡେରି ହେବ ।

- ମୋର କିଛି ସାଙ୍ଗମାନେ ବାରମ୍ବାର କହିଛନ୍ତି । କେଵଳ ଲେଡିଜ ମାନଙ୍କ ପାଇଁ । ବୋଉଙ୍କୁ ନେଇ ମୁଁ ଚାଲିଯିବି ?ତମେ ସାଙ୍ଗରେ ଥିଲେ ବାପା ଓ ପିଲାଙ୍କୁ ସେଇ ହୋଟେଲରେ ଖୁଆଇ ଦେଇଥାନ୍ତ ।

- ବାପା ଓ ପିଲାମାନେ ଘରେ ଏକୁଟିଆ କେମିତି ରହିବେ ?

  ସେମାନଙ୍କ କଥାଶୁଣି ବୋଉ ପାଖକୁ ଆସି ପଚାରିଲା,"କିଏ ଏକୁଟିଆ ରହିବ ?"

ଶାଶୁଙ୍କୁ ଦେଖି ମମତା କହିଲା,"କାଲି ବିଶ୍ୱ ମହିଳା ଦିବସ ବୋଲି ସାଙ୍ଗ ମାନେ ରାତିରେ ହୋଟେଲରେ ପାର୍ଟି ରଖିଛନ୍ତି । ଆପଣ ଓ ମୁଁ ଯିବା ପାଇଁ ୟାଙ୍କୁ କହୁଥିଲି । "

 ଆଶ୍ଚର୍ଯ୍ୟ ହୋଇ ପ୍ରମିଳା କହିଲେ,"କାଲି ଘରେ ସନ୍ଧ୍ୟାରେ ପୂଜା ହୋମ ହେଵ । ଠାକୁର ଘର ସଜଡା ହେବ । ରାତିରେ ମୋ ପିଉସୀ ପୁଅ ଟୁନା ଭାଇ ତା ପିଲାଙ୍କୁ ନେଇ ଆସିବ । ସେମାନେ ପାଞ୍ଚ ଜଣ ଆସିବେ ।

- ବୋଉ ,ସେମାନଙ୍କୁ ପହରଦିନ ଆସିବାକୁ କୁହନ୍ତୁନା ।

- ଆଛା,ତୁ ତୋ ସାଙ୍ଗଙ୍କ ସହ ହୋଟେଲରେ ପାର୍ଟି କରିବୁ ବୋଲି ମୋ ପରିବାର ଲୋକ ଘରକୁ ଆସିବେନି ?ଆମେ କଣ ମହିଳା ନୋହୁଁ ?ଆମ ବେଳେ ତ ଏ ମହିଳା ଦିବସ ନଥିଲା? ଆଜିକାଲି ତ ସବୁଦିନ ଗୋଟେ ଗୋଟେ ଦିବସ । ଶାଶୁ ଶଶୁରଙ୍କ ପାଇଁ କିନ୍ତୁ ଗୋଟେ ଦିବସ ନଥିବ । ବେମୁରବି ହେଲେ ଯାହା ହୁଏ । "

ଅଭୟ ଆଡ଼କୁ ଚାହିଁ ମମତା କହିଲା,"

- ଶୁଣ ବାହାରୁ କାଲି କିଛି ଖାଇବା ମଗାଇଦିଅ । ମୁଁ ରାଇସ ଓ ଦୁଇଟା ତରକାରୀ ସକାଳୁ ବନାଇ ରଖିଦେବି । ଖଟା,ଦହି ,ସାଲାଡ଼ ଓ ମିଠା ତ ଏମିତି ରହିବ । "

- ଥାଉ ଥାଉ ତାହେଲେ । ବିସ୍କୁଟ,ଚାହା ଦେଇ ସେମାନଙ୍କୁ ପଠାଇଦେବି । ଘରେ କଣ ଚାହିଁଲେ ସବୁ ହୋଇପାରିବନି ?ସାହାଯ୍ୟ କରିବାକୁ ମୁଁ ଅଛି, ଚାକରାଣୀ ମଞ୍ଜୁ ଅଛି । ବାହାରୁ କାହିଁକି କିଣାହେବ ?ପେଟ ଖରାପ,ଟଙ୍କା ବି ଖର୍ଚ୍ଚ । "


  ଚୁପ୍ କିନା ବେଡ଼ରୁମକୁ ଚାଲି ଆସିଲା ମମତା ।

  କରୁଣ ଦେଖାଗଲା ମମତା ର ମୁହଁ । ଗୋଟାଏ ଦିନ ବି ତାକୁ ବିଶ୍ରାମ ନାହିଁ ?ଅଭୟ ଚାହିଁଲେ କଣ ତା କଥାରେ ରାଜି ହୋଇ ନଥାନ୍ତା ?ଶାଶୁ କି ହେଲ୍ପ କରିବେ ତାହା ସେ ଭଲ ଭାବେ ଜାଣେ । ଦହି ରେ ବୁନ୍ଦି ମିଶାଇ ରାଇତା ଓ କାକୁଡି ରୁ ଚୋପା ଛଡାଇବା ବ୍ୟତୀତ ଆଉ କିଛି କରିବେନି । ହାତ,ଅଣ୍ଟା ଦରଜ ବୋଲି କୁହନ୍ତି । ମମତା କିଛି ନକହି ସବୁ ଆପେ ଆପେ କରେ । ଚାକରାଣୀ ଆହୁରି ଠକ । ପିଆଜ ଚାରିଟା କାଟିଦେଲା ବେଳେ ଆଗ କହିବ, ମା ମୋ ପିଲାଙ୍କ ପାଇଁ ଆଇଁଷ ତରକାରୀ ଅଲଗା ରଖିବ । ଘାଣ୍ଟି ହେବା ହିଁ ନାରୀ ଜୀବନ । ଟିକେ ଫୁରୁସତ କଥା ଭାବିବା ତା ଭଳି ମହିଳାଙ୍କ ପାଇଁ ସ୍ବପ୍ନ । ପୂଜା ଓ କୁଣିଆଙ୍କ ଦିନ ଘୁଞ୍ଚିବ ନାହିଁ । କେଵଳ ନିଜକୁ ଘୁଞ୍ଚାଇ ଆଡ଼ଜଷ୍ଟ କରିବ ଗୃହିଣୀଟେ । କିନ୍ତୁ ତା ଭଳି ଅନେକ ଗୃହିଣୀ କିଛି କାମଦାମ ନକରି କେତେ ଆରାମରେ ଅଛନ୍ତି ?ସବୁ କାମ ପାଇଁ ଲୋକ ଅଛନ୍ତି । ହୋଟେଲ,ପାର୍ଟି ,ମସ୍ତି । ସେ ତ ଫୋନ୍ ରେ ଟିକେ ଗପିଲେ ଅଭୟ ଓ ଶାଶୁଙ୍କ ଦେହରେ ଯାଏନା ।  


 ରୁମକୁ ଆସିଲା ଅଭୟ । "ଆଛା ମମତା,ପିଲାଙ୍କ ଫାଇନାଲ ପରୀକ୍ଷା ତ ଥିବ । "

- ପିଲାଙ୍କ ପଢା ପଢି ଦିନେ ଦେଖିଛ ?ଦୁଇଦିନ ତଳୁ ସେମାନଙ୍କ ପରିକ୍ଷା ସରିଲାଣି ।

 ଟିକେ ଚିଡିଯାଇ ଅଭୟ,",ତାହେଲେ ତ ତମେ ଆରାମରେ କାଲି ସବୁ ରୋଷେଇ କରିପାରିବ । ପିଲାଙ୍କ କାମ ତ ନଥିବ ।

ଝିଅ ପାଖକୁ ଆସି କହିଲା,"ମମି ପ୍ରୋଜେକ୍ଟ ପାଇଁ ଗୋଟେ ଉଡାଯାହାଜ ବନାଇଦିଅ । ରୋହନ ର ବି ଆଇସକ୍ରିମ କାଠିରେ ୱାଲ ହ୍ୟାନ୍ଗିଙ୍ଗ ଦରକାର ।

 ସ୍ୱାମୀ ଆଡ଼କୁ ଅନାଇ ଏକ ଅର୍ଥ ପୂର୍ଣ୍ଣ ହସ ହସିଲା । ଫୋନ୍ ବାଜିଉଠିଲା । ଚାକରାଣୀ ମଞ୍ଜୁ ର ଫୋନ୍ । କଥା ହୋଇ ରଖିଲେ ମମତା ।

- କାହିଁକି ଫୋନ କରିଥିଲା ରାତିରେ ?

- କାଲି ମହିଳା ଦିବସ ବୋଲି ତାଙ୍କ ବସ୍ତିରେ କଣ ଫଙ୍କସନ ଅଛି ବୋଲି କାଲି ସେ ଆସିବନି ।

- ଆଡ଼ଭାନ୍ସ ଟଙ୍କା ଆହୁରି ଦିଅ ।

- ବିଚାରୀ ର ଦେହ ଖରାପ ବୋଲି ଧାର ମାଗିଥିଲା ।

-ପଇସା ଗଛରେ ଫଲୁନି । କେତେ କଷ୍ଟରେ ମୁଁ ରୋଜଗାର କରୁଛି । ଅଥଚ ତମେ ବାଣ୍ଟି ଚାଲିଛ ?

  କାନ୍ଦ ମାଡୁଥିଲା ମମତାକୁ । ନିଜେ ହେଲେ ରୋଜଗାର କରୁଥାନ୍ତା ?ଅବଶ୍ୟ କିଛି ଫରକ ପଡିନଥାନ୍ତା । ନିଜ ଦୁଇ ଭଉଣୀ ଓ କିଛି ଚାକିରୀଆ ସାଙ୍ଗଙ୍କ କଥା ଭଲ ଭାବେ ଜାଣେ । ରୋଜଗାର କରି ଆଣ, ହେଲେ ନିଜ ଇଛାରେ ଖର୍ଚ୍ଚ କରିପାରିବନି । ସବୁଥିରେ ସ୍ୱାମୀ ,ଶଶୁର ଘର ଲୋକଙ୍କ ଅନୁମତି ଦରକାର ।

  ଅଭୟ ଘରେ ପହଁଚିଲା । ବ୍ୟସ୍ତ ହୋଇ ବୋଉ କହିଲା," ଯଦି ସେ କହୁଥିଲା, ଆଜି ହୋଟେଲ ଯିବାକୁ କାହିଁକି ମନା କରୁଥିଲୁ ?ସ୍ୱାମୀ ସ୍ତ୍ରୀ ଭିତରେ ମନାନ୍ତର ତ ହୁଏ । ତା ବୋଲି ତୁ ତାକୁ ଏମିତି କଣ କହିଲୁ ଯେ ସେ ଘର ଛାଡିଦେଲା ?ଆଗେ ତା ବାପଘର କୁ ଫୋନ୍ ଲଗା । ଆଜିକାଲି କି ବିଶ୍ବାସ ବୋହୁ ମାନଙ୍କୁ ? ଶାଶୁ ଅତ୍ୟାଚାର କରିଛି ବୋଲି ଥାନାରେ ମିଛରେ କହିଦେଇ କେସ କରୁଛନ୍ତି । କୁଣିଆ ଆସିବେ ବୋଲି ରୋଷେଇ କରିବାକୁ କହିବା ଯଦି ଦୋଷ, ପୂଜା ପାଇଁ ଯୋଗାଡ଼ କରିବାକୁ କହିବା ଯଦି ଦୋଷ ତେବେ ମୁଁ ଜେଲ ଯିବାକୁ ରାଜି । ବାପାଙ୍କ କଥା ତୁ ବୁଝିବୁ । "

  କେସ ! ମମତା କେସ କରିବ !

- ଡ୍ୟାଡି ,ତମେ କଣ ମମିକୁ ମାରିଲ ?

   ବେଡ଼ ରୁମ କୁ ଯାଇ ଆଲମାରୀ ଦେଖିଲା ଅଭୟ । ଟଙ୍କା,ଅଳ୍ପ କିଛି ଗହଣା ସବୁ ସେମିତି ଅଛି । ମମତା ଟ୍ରଲି ବ୍ୟାଗ ନେଇ ଯାଇଛି । କେତେ ଟଙ୍କା ଥିବ ମମତା ପାଖରେ ?ତାକୁ ଡ଼ରାଇବାକୁ ମମତା ଏମିତି କରିଛି ?

 ବିଛଣା ଉପରେ ମମତା ର ପିନ୍ଧା ଶାଢ଼ୀ ଟା ପଡିଛି । ନିଜ ହାତରେ ଉଠାଇ ଆଣି ମୁହଁ ପାଖକୁ ନେଲା ଅଭୟ । ମମତା ମମତା ବାସ୍ନା ଆସୁଛି ସେ ଶାଢ଼ୀ ରୁ ।


- ପାପା, ଆମ ପ୍ରୋଜେକ୍ଟ । ମମି କେତେବେଳେ ଆସିବ ?"ପୁଅ,ଝିଅ ପଚାରୁଥିଲେ ।

- ଅଭି, ତୁ ଟୁନା ଭାଇକୁ ଫୋନ୍ କରି ମନା କରି କହିଦେ ମୋର ଓ ବୋହୂର ଦେହ ଭଲ ନାହିଁ । ନନାଙ୍କୁ କହିଦେ ଆମର ଛୁତିକା ମୁର୍ତିକା ହୋଇଛି ବୋଲି ।

  ଡ୍ରେସିଂ ଟେବୁଲ ଉପରେ ଅଭୟ ଓ ମମତା ର ବାହାଘର ବେଳର ଫଟ । ଜମା ବଦଳିନି ମମତା । ସମସ୍ତଙ୍କ ଅଳି ଅର୍ଦଳି ସହିଛି ବିନା ପ୍ରତିବାଦ ରେ । ବରଂ ଅନେକ ସମୟରେ ରୁକ୍ଷ ହୋଇଛି ଅଭୟ । ଅସହାୟ ହୋଇପଡୁଥିଲା ଅଭୟ । ଠାକୁରଙ୍କୁ ମନେମନେ ଡ଼ାକୁଥିଲା ।

  ଜଣେ ମଣିଷ ନଥିଲେ ଘର ଅଚଳ ?ଅଥଚ ସେଇ ଲୋକଟିର ମୂଲ୍ୟ କେହି ବୁଝନ୍ତିନି ।

ମମତା ର ପଦେ କଥା ଆଜି ମନେପଡୁଥିଲା,"ଯେତେବେଳେ ମୁଁ ନଥିବି, ସେତେବେଳ ମୋ ମୂଲ୍ୟ ବୁଝିବ । "

ଚମକି ପଡ଼ିଲା ଅଭୟ । ଏମିତି କେମିତି ଚାଲିଯିବ ମମତା ?ପାଗଳ ହୋଇଯିବ ସେ । କ୍ଷଣ ଟେ ତ ସେ ଚଳି ପାରିବିନି ।

କାହାକୁ ଆଗ ଫୋନ ଲଗାଇବ ?

ବାହାରେ ଅଟୋ ରହିବାର ଶବ୍ଦ ।

- ମମି ଆସିଗଲା ,ମମି ଆସିଗଲା । "ପାଟି ଶୁଭିଲା ।

ଦୌଡିଯାଇ ଅଭୟ ଦେଖିଲା । ବ୍ୟାଗ ଧରି ଆସୁଥିଲା ମମତା ।

- କୁଆଡେ ଯାଇଥିଲ ?ଫୋନ୍ ବି ସୁଇଚ ଅଫ ।  

 ଆଶ୍ଚର୍ଯ୍ୟ ହୋଇ ମମତା ସମସ୍ତଙ୍କୁ ଅନାଉଥିଲା ।

- ଅଭି, ଫୋନ୍ କରି ନନା ଓ ଟୁନା ଭାଇଙ୍କୁ ଡ଼କାଇ ଦେ । ମମତା ତ ଫେରିଲାଣି । ପୂଜା କାହିଁକି ବନ୍ଦ ହେବ ?

- ପୂଜା ବନ୍ଦ କରିବାକୁ ତମେ କହିଥିଲ ?

କାହିଁକି ?ସବୁ ତ ମୁଁ ସଜାଡି ରଖିଦେଇଛି । ଡିନର ବ୍ୟବସ୍ଥା ବି କରିଦେଇଛି । ଖାଲି ଫ୍ରାଇଡ଼ ରାଇସ ବନେଇବି ।

- ଟୁନା ଭାଇ ଓ ତା ସ୍ତ୍ରୀ ପରା ରୁଟି ଖାଆନ୍ତି ।

-ହସିଦେଇ ମମତା କହିଲା ,ରୁଟି ବି ହେବ ବୋଉ ।

-ଲୁଗାପଟା ନେଇ ତୁ କୁଆଡେ ଯାଇଥିଲୁ ?

  ପାଣି ଗ୍ଲାସେ ପିଇଦେଇ ମମତା କହିଲା,"ଆଜି ମହିଳା ଦିବସ ପାଇଁ ନାରୀ ନିକେତନ ରେ ରହୁଥିବା ମହିଳାଙ୍କୁ ଦେବା ପାଇଁ କିଛି ପୁରୁଣା ଲୁଗା ଓ ମିଠା,ବିସ୍କୁଟ ନେଇଯାଇଥିଲି ।

ଅଭୟ ଆଡ଼କୁ ଅନାଇ କହିଲା,"ତମ ର ପରା ଆଜି ଅଫିସରେ ପାର୍ଟି ଥିଲା । "

  ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଅଭୟ କହିଲା,"ଆଜି ଆମେ ସମସ୍ତେ ବାହାରକୁ ମିଶିକି ଯିବା । ଘର ପ୍ରୋଗ୍ରାମ କ୍ୟାନସଲ । ପୂଜା ଓ ଟୁନା ଭାଇ ସମସ୍ତେ ଆର ସପ୍ତାହରେ ଆସିବେ । "

- ବୋହୁ ପରା ତରକାରୀ ପତ୍ର କରିଦେଇଛି ।

- କାଲିକି ଖାଇବା ।

  ଖୁସିରେ ମୁହଁଟା ଝଲମଲ କରୁଥିଲା ମମତା ର ମୁହଁ । ପିଲାମାନେ ହୋଟେଲ ଯିବେ ବୋଲି ଖୁସି ଥିଲେ । ମୁହଁ ମୋଡି ଚାଲିଗଲେ ଶାଶୁ । ଗଲାବେଳେ କହୁଥିଲେ,ମୁଣ୍ଡରେ ବସାଇଥା ସ୍ତ୍ରୀ କୁ ।

   ବେଡ଼ରୁମ କୁ ଆସି ବ୍ୟାଗ ଟା ରଖିଲା ବେଳେ ପଛପଟୁ ମମତାକୁ କୁଣ୍ଢେଇଧରି ଅଭୟ କହିଲା,"ଆଉ କେବେ ଡରାଇବା ପାଇଁ ମୋତେ ଛାଡି କୁଆଡେ ଯିବନି । ହାପି ଓମେନ୍ସ ଡ଼େ । "

  


 



Rate this content
Log in

Similar oriya story from Romance