Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମଣିଷ ଦେଖିଲେ ଡର ଲାଗୁଛି
ମଣିଷ ଦେଖିଲେ ଡର ଲାଗୁଛି
★★★★★

© Prasant Kumar Nath

Others

2 Minutes   7.4K    15


Content Ranking

ବେଳ ଥିଲା କେବେକେବେ ଏକୁଟିଆ ନିଛାଟିଆ ରାସ୍ତାରେ ଯାଉଥିଲେ ଭାରି ଡର ଲାଗୁଥିଲା । ଆଉ ଯଦି ସେହି ସମୟରେ କେଉଁ ମଣିଷ ସହ ଦେଖା ହୋଇ ଯାଉଥିଲା । ମନରେ ସାହସ ଆସି ଯାଉଥିଲା । ଡର ସାଧାରଣତଃ ସାପ ବେଙ୍ଗ ଭୁତ ପ୍ରେତ ଆଉ ରାକ୍ଷସ ମାନଙ୍କୁ ଥାଏ । ଧୀରେ ଧୀରେ ଏମାନଙ୍କ ସଂଖ୍ୟା ଲୋପ ପାଇଗଲା । ଆଉ ଆବିର୍ଭାବ ହେଲା ମଣିଷ ରୂପୀ ରାକ୍ଷସ ମନେ । ଯେଉଁମାନେ ନାରୀ ମାନଙ୍କ ଦେହକୁ ଝୁଣି ଝୁଣି ଖାଇ ଯାଉଛନ୍ତି । ସେଥି ପାଇଁ ଆଜିକାଲି ନିଛାଟିଆ ରାସ୍ତାରେ ଯିବା ସମୟରେ ଯଦି ଜଣେ ମଣିଷ ସହ ଦେଖା ହୋଇ ଯାଉଛି ତାହେଲେ ଡର ଲାଗୁଛି । ଆଜିକାଲି ରକ୍ଷକ ମନେ ମଧ୍ୟ ଭକ୍ଷକ ସାଜିଲେଣି । କାହାକୁ ଭରଷା କରିବ ? କାହାକୁ ନ୍ୟାୟ ମାଗିବ ? କିଏ କରିବ ସମସ୍ୟାର ସମାଧାନ ?

ଆଜିକାଲି ଶହ ଶହ ନାରୀ ନିର୍ଯ୍ୟାତିତା ହେଉଛନ୍ତି, ବଳତ୍କାର ଓ ଗଣଧର୍ଷଣର ଶିକାର ହେଉଛନ୍ତି । ଖାଲି ସସ୍ମିତା ନୁହେଁ ସସ୍ମିତା ପରି ସହ ସହ ନିର୍ଭୟା,ଇତିଶ୍ରୀ ଆଜି ଏହିପରି ରାକ୍ଷସ ମାନଙ୍କ ପଞ୍ଝାରେ ଧର୍ଷିତା ହୋଇ ନିଜର ଜୀବନ ହାରି ଦେଉଛନ୍ତି । କେବେ ସୁଧୁରିବ ଏ ସମାଜ ? ଗାନ୍ଧିଜୀଙ୍କ ସ୍ୱପ୍ନ ଥିଲା ରାତି ବାରରେ ଜଣେ ନାରୀ ଯେମିତି ଏକୁଟିଆ ବାହାରକୁ ଯାଇ ପାରିବ । କିନ୍ତୁ ଆଜି କହିବାକୁ ଲାଜ ଲାଗୁଛି ଦିନ ବାରରେ ବି ନଅଟାରେ ବାହାରକୁ ଗୋଡ଼ କାଢ଼ିବାକୁ ଡରୁଛି । ସର୍ବ ସମ୍ମୁଖରେ ମଧ୍ୟ ଚଳନ୍ତା ଗାଡ଼ିରେ ସେ ଧର୍ଷଣର ଶିକାର ହେଉଛି ।

ସେଦିନ ଥିଲା ଅଗଷ୍ଟ ମାସ ୧୪ ତାରିଖ । ରାତି ପହିଲେ ସ୍ୱାଧୀନତା ଦିବସ । ସବୁଆଡେ ସାଜସଜ୍ଜା । ସତେ ଯେମିତି ଉର୍ତ୍ସବମୁଖର ହୋଇ ଉଠିଥାଏ ଚତୁର୍ଦ୍ଧିଗ । ଆଦିବାସୀ ଅଧୁଷିତ ଏକ ଅଞ୍ଚଳ । ଛୋଟ ଝିଅଟିଏ ବୟସ ୧୩/୧୪ ବର୍ଷ ହେବ । ପାଖ ବଜାରକୁ ଯାଇଥିଲା କୌଣସି ଏକ କାମରେ ଫେରୁ ଫେରୁ ବାଟରେ ଘେରି ଗଲେ କିଛି ମାଂସ ଲୋଭୀ ରାକ୍ଷସ ମାନେ । ଚାହୁଁ ଚାହୁଁ ନିରୀହ ନାବାଳିକା ଝିଅଟିର ଶରୀରକୁ ଝିଣି ଗଲେ ସେହି ରକ୍ଷକ ରୂପୀ ରାକ୍ଷସ ମାନେ । ଝିଅଟି ବଳତ୍କାରର ଶିକାର ହୋଇଗଲା । ସମସ୍ତଙ୍କୁ ହାତ ଯୋଡି ନେହୁରା ହେଲା ପିଲାଟି । ହେଲେ କେହିବି ତାର କଥାକୁ ଶୁଣିଲେଣି । କେହି ବୁଝିଲେନି ସେହି ନିରୀହ ଝିଅ ଆଖିରେ ସେହି ଭୟକୁ । ସେମାନେ ସେମାନଙ୍କ କାମ ସାରି ସିନା ଚାଲିଗଲେ । ହେଲେ ସେହି ଦିନ ଠାରୁ ସେହି ଝିଅ ସମସ୍ତଙ୍କ ଆଖିରେ ଘୃଣିତ ହୋଇଗଲା ।

ସତ କହିଲେ ଏହାକୁ କଣ କୁହାଯାଇ ପାରିବ ପାପ ବୋଲି । ଏଥିରେ ସେ ନିରୀହ ଝିଅଟିର ଦୋଷ କଣ ଥିଲା ? ବାର ଲୋକ ବାର କଥା କହିଲେ । ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେଇ ଦେଇ ଝିଅଟି ଆହୁରି ଦୁର୍ବଳ ହୋଇ ପଡ଼ିଲା । ତାକୁ ଲାଗିଲା ଯେମିତି ସେହି ପ୍ରଶ୍ନ ଗୁଡିକ ତାକୁ ବାରମ୍ବାର ବଳାତ୍କାର କରୁଛି । ସତେ ଯେମିତି ପ୍ରଶ୍ନ ଗୁଡିକ ତା ଦେହର ଦରଜ ବଢ଼େଇ ଦେଉଛି ।

ତାପରେ ସେ ଝିଅଟି ପୋଲିସର ଦ୍ୱାରସ୍ଥ ହେଲା । ନ୍ୟାୟ ଆଶାରେ ଅପେକ୍ଷା କରିଲା । ସିଏ ଯେତେ ଯେତେ ଅପେକ୍ଷା କରୁଥାଏ ଜୀବନ ପ୍ରତି ତାର ସେତେ ସେତେ ବିତୃଷ୍ଣା ଭାବ ଜାଗ୍ରତ ହେଉଥାଏ । ଗୋଟେ ଗୋଟେ ଆଶା ତାର ନିରାଶର ପରିଣତ ହେଉଥାଏ । ତାକୁ ଲାଗିଥାଏ ଯେମିତି ମୃତ୍ୟୁ ତାକୁ ହାତ ଠାରି ଆମନ୍ତ୍ରଣ କରୁଛି । ଧୀରେ ଧୀରେ ମଣିଷ ଦେଖିଲେ ତାକୁ ଡର ଲାଗିଲା । ସବୁ ମଣିଷ ମାନଙ୍କ ଭିତରେ ସେ ଯେମିତି ଆବିଷ୍କାର କଲା ମାଂସ ଲୋଭୀ ରାକ୍ଷସ ମାନଙ୍କୁ ।

ଆଉ ସହି ପାରିଲାନି ଶେଷରେ ସେ ନିଜର ଜୀବନ ହରିଦେଲା । ହେଲା ତାର ଆତ୍ମା ଆଜିବି ଘୁରି ବୁଲୁଛି ।

ପ୍ରଶାନ୍ତ କୁମାର ନାଥ, ସୁନ୍ଦରପୁର,ପ୍ରୀତିପୁର, ଯାଜପୁର ।

ଏକୁଟିଆ ମଣିଷ ସାହସ

Rate the content


Originality
Flow
Language
Cover design

Comments

Post

Some text some message..