Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମାଙ୍କଡ ଏବଂ କାଠଗଣ୍ଡିର କାହାଣୀ
ମାଙ୍କଡ ଏବଂ କାଠଗଣ୍ଡିର କାହାଣୀ
★★★★★

© ଓଡିଆ ଶିଶୁ ଗପ

Children

5 Minutes   7.2K    13


Content Ranking

ଅନେକ ଦିନ ତଳର କଥା । ଜଣେ ଧନୀ ବଣିକ ସହର ଠାରୁ କିଛି ଦୂରରେ ଏକ ମନ୍ଦିର ନିର୍ମାଣ କରିବା ପାଇଁ ମନସ୍ଥ କଲେ । କାର୍ଯ୍ୟରତ ବଢେଇମାନେ ପ୍ରତ୍ୟେକ ଦିନ ସହରକୁ ମଧ୍ୟାହ୍ନଭୋଜନ କରିବାପାଇଁ ଯାଉଥିଲେ ।

ଦିନେ ଗୋଟିଏ ମାଙ୍କଡ ଦଳ ସେହି ମନ୍ଦିର ତିଆରି ହେଉଥିବା ସ୍ଥାନକୁ ଆସିଲେ । ଜଣେ ବଢେଇ କାଠଗଣ୍ଡିର ମଧ୍ୟ ଭାଗକୁ କରତରେ ଚିରି ସେଥିରେ ଖୁଂଟିକୁ ଭର୍ତ୍ତି କରିଥିଲେ । ଯାହାଫଳରେ କି କାଠ ଗଣ୍ଡିଟି ଖୋଲା ନ ରହି ବନ୍ଦ ହୋଇଯାଇଥିଲା । ମାଙ୍କଡମାନେ ସେଠାରେ ପହଁଚିବାକ୍ଷଣି ଗଛ ଉପରେ ତାଙ୍କର ଖେଳ କୁଦ ଆରମ୍ଭ କରିଦେଲେ । ଗୋଟିଏ ମାଙ୍କଡ ଏହି କାଠଗଣ୍ଡି ଉପରେ ବସି ତାହା ଭିତରେ ଥିବା ଖୁଂଟିଟିକୁ ବାହାରକରି ନିଜହାତରେ ଧରି ଖେଳିବାକୁ ଆରମ୍ଭ କଲା । କାଠଗଣ୍ଡି ଭିତରୁ ଖୁଂଟିଟି ବାହାରି ଆସିବାରୁ ସେ ସେହି କାଠଗଣ୍ଡି ମଧ୍ୟରେ ପଡି ମୃତ୍ୟୁବରଣ କଲା ।

ତେଣୁ ‘କାରାତକ’ କହିଲା: ଆମର ଦାୟିତ୍ୱ କୌଣସି ମଣିଷର କଥାରେ ମୁଣ୍ଡ ଖେଳାଇବା ଉଚିତ୍ ନୁହେଁ । ଆମର କାର୍ଯ୍ୟ ହେଲା ମହାରାଜ ସିଂହ ଯେଉଁସବୁ ଖାଦ୍ୟ ତ୍ୟକ୍ତ କରିଥିବେ ସେସବୁକୁ ଆମ୍ଭେ ଭକ୍ଷଣ କରିବା ।

ଉତ୍ତରରେ ଦମନକ କହିଲେ: କଣ କହିଲ କାରାତକ? ଆମେ କ’ଣ କେବଳ ଖାଦ୍ୟ ଅନ୍ୱେଷଣ କରିବା? ମୁଁ କିନ୍ତୁ ତୁମର ଏହି ମତ ସହିତ ଏକମତ ନୁହେଁ । କାରାତକ କହିଲେ: ସେ ଯାହାହେଉ ଆମର ଦାୟିତ୍ୱ ମହାରାଜାଙ୍କର ସେବା କରିବା! ତାଙ୍କୁ ଅଯଥାରେ ବିରକ୍ତ କରିବା ଉଚିତ୍ ନୁହେଁ ।

ଦମନକ କହିଲା: କାରାତକ! ଏପରି କଥାବାର୍ତ୍ତା କରିବା ଉଚିତ୍ ନୁହେଁ । ଏହା କୁହାଯାଇପାରେ ଯେ ଯଦି ଜଣେ ବ୍ୟକ୍ତି ଯିଏ କି ରାଜା ହୋଇନପାରନ୍ତି, ଯଦି ରାଜାଙ୍କ ସେବା କରିବାକୁ ଯୋଗ୍ୟ ବିବେଚିତ ହୋଇଥାଆନ୍ତି, ଓ ଭଲ ଭାବରେ ସେବା ଯତ୍ନ କରିଥାଆନ୍ତି, ତେବେ ମନ୍ତ୍ରୀପଦରେ ଥିବା ବ୍ୟକ୍ତି ଯଦି ରାଜାଙ୍କ ସେବା କରିବାକୁ ଅଯୋଗ୍ୟ ବିବେଚିତ ହୁଏ, ଯୋଗ୍ୟ ବିବେଚିତ ବ୍ୟକ୍ତି ଜଣକ ତା’ର କାର୍ଯ୍ୟଦ୍ୱାରା ରାଜାଙ୍କୁ ସନ୍ତୁଷ୍ଟ କରି ଦୁଷ୍ଟ ମନ୍ତ୍ରୀ ଜଣକୁ ବହିଷ୍କାର କରି ନିଜେ ପ୍ରାଧାନ୍ୟ ବିସ୍ତାର କରିଥାଏ ।

କାରାତକ କହିଲେ: ଦମନକ, କେଉଁ ପ୍ରସ୍ତାବ ବର୍ତ୍ତମାନ ତୁମେ ଆଗତ କରିବାକୁ ଚାହୁଁଛ?

ଉତ୍ତରରେ ଦମନକ କହିଲା: ଆଜି ଆମର ମହାରାଜ ସିଂହ ଏବଂ ତାଙ୍କର ପାରିଷଦ ବର୍ଗ ଦୃଢ ମନୋବଳର ଅଭାବରୁ ଭୟଭୀତ ହୋଇ ପଡିଛନ୍ତି । ମହାରାଜାଙ୍କର ଏପରି ଭୟଭୀତ ହେବାର କାରଣ କଣ ତାହା ମୁଁ ଖୋଜି ବାହାର କରିବାକୁ ଚାହୁଁଛି । ଏଥିପାଇଁ ମୁଁ ଛଅଟି କୂଟନୈତିକ ପଦକ୍ଷେପ ନେବାପାଇଁ ମନେ ମନେ ସ୍ଥିର କରିଛି । ସେହି ପଦକ୍ଷେପ ଗୁଡିକ ହେଉଛି: ଯୁଦ୍ଧ୍ୟ କରି, ଶାନ୍ତି ସ୍ଥାପନ କରି, ଆକ୍ରମଣ କରି, ସୁଡଙ୍ଗ ମଧ୍ୟରେ ଲୁଚି ରହି, ସମ୍ବନ୍ଧ ସୃଷ୍ଟିକରି, ବିରୋଧୀ ଗୋଷ୍ଠୀକୁ ଉତ୍ତେଜିତ କରି କିମ୍ବା ପରସ୍ପର ମଧ୍ୟରେ କଳହ ସୃଷ୍ଟି କରାଇ ।

ଏହା ଶୁଣି ସାରିବା ପରେ କାରାତକ କହିଲେ: କିପରି ତୁମେ ଜାଣିବ ଯେ ଆମର ମହାରାଜ ଦୃଢ ମନୋବଳ ଅଭାବରୁ ଭୟଭୀତ ହୋଇ ପଡିଛନ୍ତି

ଦମନକ କହିଲା: କାରାତକ ତୁମେ କିଛି ଜାଣି ନାହଁ । ମନୁ କହିଛନ୍ତି: ଜଣକର ମନୋଭାବକୁ ତାର ମୁଖମଣ୍ଡଳରୁ ହିଁ ପ୍ରଥମେ ନିର୍ଣ୍ଣୟ କରାଯାଇ ପାରେ । ତା’ର କଥାବାର୍ତ୍ତା, ତାର ଭାବଭଂଗୀ ଓ ତା’ର ଚକ୍ଷୁର ଅବସ୍ଥା ମଧ୍ୟ ଏ କ୍ଷେତ୍ରରେ ଅନେକ ସାହାଯ୍ୟ କରିଥାଏ । ମୁଁ ମୋର ଚତୁର ବୁଦ୍ଧି ପ୍ରୟୋଗ କରି ମୋର ରାଜା ପିଙ୍ଗଳକଙ୍କୁ ଭୟର ବଳୟ ମଧ୍ୟରୁ ମୁକ୍ତି ଦେଇପାରିବି । ଏହାଦ୍ୱାରା ରାଜା ପିଙ୍ଗଳକଙ୍କ ଦରବାରରେ ମୁଁ ମନ୍ତ୍ରୀପଦ ପ୍ରାପ୍ତ ହୋଇ ପାରିବି ।

କାରାତକ କହିଲା: ଏସବୁ କରିଦେଲେ ଯେ ରାଜା ଖୁସି ହୋଇ ତୁମକୁ ମନ୍ତ୍ରୀପଦରେ ଅଭିଷିକ୍ତ କରିଦେବେ ଏହା ଭାବିବା ଭୁଲ୍ । ତୁମେ ଜାଣି ନାହଁ ସେବା କାହାକୁ କୁହାଯାଏ । ସେବା ଯତ୍ନ ମାଧ୍ୟମରେ ଜଣକୁ କିପରି ସନ୍ତୁଷ୍ଟ କରାଯାଇ ପାରିବ?

ଦମନକ କହିଲା: ଠିକ୍ ଅଛି । ପୂର୍ବକାଳରେ ମହାତ୍ମାମାନେ କହିଥିବା ନୀତିଗଳ୍ପ ଗୁଡିକ ମୁଁ ଶୁଣିଅଛି । ଏବଂ ଏହାର ସାରତତ୍ୱ ଗୁଡିକ ମୋର ମନରେ ଅଛି । ଦରକାର ପଡିଲେ ଏହି ନୀତି ବାକ୍ୟ ଗୁଡିକୁ ମଧ୍ୟ ମୁଁ କାର୍ଯ୍ୟରେ ଲଗାଇପାରିବି ।

ଏହା କହି ଦମନକ କାରାତକଙ୍କ ନିକଟରୁ ବିଦାୟ ନେଇ ସିଧା ମହାରାଜା ପିଙ୍ଗଳକଙ୍କ ନିକଟରେ ଯାଇ ପହଁଚିଲା । ଯେତେବେଳେ ପିଙ୍ଗଳକ ଦେଖିଲା ଦମନକ ଆସୁଛନ୍ତି ସେ ଦ୍ୱାରପାଳଙ୍କୁ କହିଲେ ତାଙ୍କର ଦରବାରକୁ ଆସିବାରେ କୌଣସି ବାଧା ନାହିଁ । କାରଣ ସେ ହେଉଛନ୍ତି ପୂର୍ବରୁ ଜଂଗଲରେ ଥିବା ମହାରାଜାଙ୍କର ପୁତ୍ର । ‘ଦମନକ’ ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହେବା ପରେ ରାଜା ତାଙ୍କୁ ଆସିବାର କାରଣ ପଚାରିଲେ । କହିଲେ: ଦମନକ ତମେ ଭଲ ଅଛ ତ? ବହୁ ଦିନ ହେବ କାହିଁ ତୁମର ଏଠାକୁ ଆସିବା ନଥିଲା?

ଦମନକ କହିଲା: ମଣିମା! ଆପଣଙ୍କ କଥା ହେଉ । ଯଦିଓ ମୋ ମହାରାଜାଙ୍କର ମୋ ପାଇଁ କୌଣସି ନିର୍ଦ୍ଧିଷ୍ଟ କାର୍ଯ୍ୟ ନାହିଁ । ଯେତେବେଳେ କୌଣସି କାର୍ଯ୍ୟ ଆବଶ୍ୟକତା ପଡେ ସେତେବେଳେ ମୁଁ ଯଥାସାଧ୍ୟ ଆପଣଙ୍କୁ ସାହାଯ୍ୟ କରିଥାଏ । ସମାଜରେ ତିନି ପ୍ରକାରର ବ୍ୟକ୍ତି ବସବାସ କରନ୍ତି । ସେମାନେ ହେଲେ ଉଚ୍ଚବର୍ଗ, ମଧ୍ୟମ ବର୍ଗ, ନିମ୍ନ ବର୍ଗ । ଜଣେ ରାଜାଙ୍କର ଯେ କୌଣସି କାର୍ଯ୍ୟସିଦ୍ଧି ପାଇଁ ଏହି ତିନୋଟି ବର୍ଗର ବ୍ୟକ୍ତିମାନଙ୍କର ସହାୟତା ଆବଶ୍ୟକ ପଡିଥାଏ । ସଦା ସର୍ବଦା ଆମ୍ଭେ ଆପଣଙ୍କର ସେବାକାରୀ ଭାବରେ ଆପଣଙ୍କ ନିକଟରେ ବିଦ୍ୟମାନ । ଆପଣ ଯେତେବେଳେ ଖରାପ ସମୟ ମଧ୍ୟ ଦେଇ ଗତି କରୁଥିବେ ସେଥିରୁ ଆପଣଙ୍କୁ ନିବୃତ ରଖିବା ଦାୟିତ୍ୱ ଆମ୍ଭମାନଙ୍କର ।

ଦମନକଙ୍କ କଥା ଶୁଣିସାରିବା ପରେ ପିଙ୍ଗଳକ ମନେ ମନେ ଖୁସି ହୋଇ କହିଲେ: ପ୍ରିୟ ଦମନକ! ମନରେ ଉଚ୍ଚ ନୀଚ୍ଚର କୌଣସି ଭେଦଭାବ ନରଖି କିମ୍ବା ମନରେ କୌଣସି ଭୟ ନରଖି ଯାହା କହିବା ପାଇଁ ଆସିଛ ନିର୍ଭୟରେ କୁହ, କାରଣ ତୁମେ ହେଉଛ ପୂର୍ବବର୍ତୀ ସମ୍ରାଟଙ୍କର ପୁତ୍ର ।

ଦମନକ କହିଲେ: ହେ ମୋର ପ୍ରଭୁ! ବାସ୍ତବିକ ମୁଁ ଆପଣଙ୍କୁ କିଛି କହିବାକୁ ଆସିଛି ।

ପିଙ୍ଗଳକ କହିଲେ: ତା ହେଲେ ଠିକ୍ ଅଛି । ଯଥାଶୀଘ୍ର ମୋତେ କୁହ ।

ଦମନକ ରାଜାଙ୍କୁ କହିଲେ: ମହାରାଜ! ଆପଣ ଯମୁନା ନଦୀ ତଟକୁ ଜଳ ପାନ କରିବା ପାଇଁ ଯାଇଥିଲେ । ଫେରିବା ପରେ ଅକସ୍ମାତ୍ ଆପଣ ଭୟଭୀତ ହୋଇ ପଡିଲେ । ଆପଣଙ୍କର ଭୟଭୀତ ହେବାର ନିର୍ଦ୍ଧିଷ୍ଟ କାରଣ କଣ? ଯଦି ଆପଣ ମୋ ନିକଟରେ ପ୍ରକାଶ କରିବାକୁ ଚାହୁଁନାହାନ୍ତି ତା’ ହେଲେ ମୁଁ ଆପଣଙ୍କୁ ବାଧ୍ୟ କରିବି ନାହିଁ । କାରଣ ଏପରି କିଛି କଥା ଥାଏ ଯାହାକି ସମସ୍ତଙ୍କୁ କୁହାଯାଇପାରେ ନାହିଁ ।

ଦମନକଙ୍କର ବିଶ୍ୱାସଭରା କଥା ଶୁଣି ପିଙ୍ଗଳକ କିଛି ସମୟ ଚିନ୍ତା କଲେ । ଚିନ୍ତା କରି ଦମନକଙ୍କ ନିକଟରେ ଭୟଭୀତ ହେବାର କାରଣ କହିଲେ । ପିଙ୍ଗଳକ କହିଲେ: ଦମନକ: ଏଇ କିଛି ଦିନ ହେବ ଜଙ୍ଗଲରେ ଏକ ବିକଟ ଗର୍ଜନ ଶୁଣାଯାଉଛି । ତାହା ତୁମେ ଶୁଣିଛକି? ଉତ୍ତରରେ ଦମନକ କହିଲେ: ମହାରାଜ! ମୁଁ ଜାଣେ ତାହା କଣ? ବୋଧହୁଏ କୌଣସି ଏକ ବିରାଟକାୟ ଜୀବ ଏହି ଜଙ୍ଗଲରେ ଆସି ଅବସ୍ଥାନ କରିଛି । ସେ ବୋଧହୁଏ ତା’ର ଏହି ଉଚ୍ଚ ସ୍ୱରକୁ ନେଇ ବଳବାନ ହୋଇ ପାରିଛି ।

ଦମନକ ରାଜାଙ୍କୁ ବୁଝାଇବାକୁ ଯାଇ କହିଲେ: ‘ମହାରାଜ! ଆପଣ ଏଇ ସମାନ୍ୟ ଶବ୍ଦ ଶୁଣି ଭୟଭୀତ ମନେ କରୁଛନ୍ତି । ଏହା ଠିକ୍ ନୁହେଁ । ପୁରୁଷ ପୁରୁଷ ଧରି ଆପଣ ଏହି ଜଙ୍ଗଲର ସର୍ବୋମୟ କର୍ତ୍ତା । ଆପଣ ଏହି ଶବ୍ଦ ଶୁଣି ଏତେ ଭୟଭୀତ ହେବା ଉଚିତ୍ ନୁହେଁ କିମ୍ବା ଜଙ୍ଗଲ ପରିତ୍ୟାଗ କରି ଅନ୍ୟସ୍ଥାନକୁ ଯିବା ଉଚିତ୍ ନୁହେଁ । ଏହି ଧ୍ୱନି ହୁଏତ କୌଣସି ବାଦ୍ୟଯନ୍ତ୍ରର ଧ୍ୱନି ହୋଇଥାଇପାରେ । ତେଣୁ ଏହି ସାମାନ୍ୟ ଧ୍ୱନି ଶୁଣି ଆପଣ କଦାପି ଭୟଭୀତ ହେବେ ନାହିଁ । ଏହି କଥାକୁ କେନ୍ଦ୍ର କରି ମୁଁ ବର୍ତ୍ତମାନ ଆପଣଙ୍କ ନିକଟରେ ଗୋଟିଏ କାହାଣୀର ଅବତାରଣା କରିବି । ତାହା ହେଉଛି ଗୋଟିଏ ଶୃଗାଳ ଏବଂ ବାଦ୍ୟର କାହାଣୀ । ଭୋକିଲା ଶୃଗାଳ କିପରି ଖାଦ୍ୟ ଅନ୍ୱେଷଣ ସମୟରେ ବାଦ୍ୟଯନ୍ତ୍ରର ସ୍ୱରଶୁଣି ଭୟଭୀତ ହୋଇପଡିଥିଲା ସେ କାହାଣୀ ମୁଁ ଆପଣଙ୍କୁ କହିବି । ରାଜା ପିଙ୍ଗଳକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ କିପରି? ଦମନକ କାହାଣୀର ବର୍ଣ୍ଣନା କଲେ ।

ବଣିକ ମାଙ୍କଡ କାଠଗଣ୍ଡି

Rate the content


Originality
Flow
Language
Cover design

Comments

Post

Some text some message..