Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smruti Sephali Meher

Romance Tragedy

5.0  

Smruti Sephali Meher

Romance Tragedy

ଚନ୍ଦ୍ରମାର ଦୁଃଖ

ଚନ୍ଦ୍ରମାର ଦୁଃଖ

6 mins
511



ଆକାଶରେ ଭସା ଭସା ମେଘ । ସେଇ ମେଘ ଆଢୁଆଳେ ଛପି ଛପି ଆସି ଉଭା ହେଲା ଶଶୀ । ସିଏ ଉପରୁ ଥାଇ ଠିକ୍ ଦେଖି ପାରୁଥିଲା ଏକ ଅଚିହ୍ନା ଝିଅର ନୟନକୁ ।ଝିଅଟି କେମିତି ପ୍ରେମରେ ଅଧୀର ହାେଇ ପଡୁଥିଲା । ଶଶୀ ମନରେ ବାରଂବାର ପ୍ରଶ୍ନ ଉଂକି ମାରୁଥିଲା । କିଏ ସେହି ତନୁପାତଳି ଝିଅଟି ? ତା' ସହିତ ତା'ର ସଂପର୍କ କ'ଣ ? କାହିଁ ତା' ପାଇଁ ସିଏ ଆଜି ଏତେ ବ୍ୟାକୁଳ । ଶଶୀ ଆକାଶରେ ଦୀପ୍ତିମନ୍ତ । ସେ ପୁଣି ନିରେଖିଲା ଦୁଇଟି କଅଁଳ ହୃଦୟର ପ୍ରେମ କାହାଣୀକୁ । ଏଇଠୁ ବାେଧେ ଆରମ୍ଭ ଜୀବନର ପଥ । ପ୍ରେମ କ'ଣ ଏମିତି ବି ହାେଇପାରେ ?

      

       ଛାେଟ ଏକ ଗାଁ । ସବୁଜ ସୁନ୍ଦର ଅରଣ୍ୟାନୀ ମଧ୍ୟରେ ଚିତ୍ରିତ ହାେଇଛି ତା'ର ପ୍ରଚ୍ଛଦପଟ । ଗ୍ରାମକୁ ଆହୁରି ସୁଶାେଭିତ କରୁଥାଏ ଚିର ହାସ୍ୟମୟୀ ଶ୍ରବଣୀର ରୂପଲାବଣ୍ୟ । ସେ ଝରା ଶ୍ରାବଣର ମୁକ୍ତା ପରି ଝଟକୁଥାଏ ସବୁବେଳେ । ତା'ର ରୂପ ଯାୈବନକୁ ଦେଖି ଗ୍ରାମର ଯୁବକଙ୍କ ଆଖିରୁ ନଜର ବି ହଟେନି। ଶ୍ରାବଣୀ ସବୁବେଳେ ଖାେଜିବୁଲେ ଏକ ସ୍ବଚ୍ଛ ପବିତ୍ର ପ୍ରେମକୁ । ସ୍ବଚ୍ଛ ନିର୍ମଳ ହୃଦୟକୁ । ଯିଏ ତାକୁ ନିଜଠୁ ବି ବେଶି ଭଲ ପାଇବ ତା'ର ପ୍ରତ୍ୟେକ ସୁଖ ଦୁଃଖରେ ସାଥୀ ହାେଇ ରହିବ । ଟିକିଏ ଅଭିମାନ କଲେ ସେ ତାକୁ ମନେଇ ନେବ । ଅବୁଝା ହେଲେ ଟିକେ ବୁଝାଇଦେବ । ଏପରି ଆଶା ଚାହିଁଥିଲା ଶ୍ରାବଣୀ ତା'ର ମନର ମଣିଷ ପାଖରୁ ।ସମୟର ପଥ ଧାରେ ହଠାତ୍ ଦିନେ ଏକ ବର୍ଷାର ଲହରୀ ଛୁଟି ଆସିଛି । ସେହି ବର୍ଷାର ଆନନ୍ଦକୁ ଅନୁଭବ କରୁ କରୁ ଶ୍ରାବଣୀ ଆତ୍ମବିଭାେର ରେ କେତେବେଳେ ଘାେର ଅରଣ୍ୟ ଭିତରକୁ ଚାଲି ଯାଇଛି ତାକୁ ଜଣା ନାହିଁ। ଗଭୀର ଅରଣ୍ୟ ମଧ୍ୟରେ ସିଏ ବାଟବଣା ହାେଇଛି । ପୁଣି ହିଂସ୍ର ଜୀବଜନ୍ତୁଂଙ୍କ ଶବ୍ଦ ମଧ୍ୟ ତାକୁ ଭୟଭୀତ କରି ପକାଉଛି । ଏହି ସମୟରେ କିଏ ଜଣେ ଆସି ହଠାତ୍ ଶ୍ରାବଣୀର ହାତକୁ ଜାେରରେ ଧରିନେଇ କହିଲା-"କିଛି ଭୟ କର ନାହିଁ । ମୁଁ ଅଛି ତୁମ ପାଖରେ ।" ଅଚିହ୍ନା ଯୁବକ ଜଣକୁ ଦେଖିଲା ପରେ ଶ୍ରାବଣୀ ମନରେ ସୃଷ୍ଟି ହେଉଥିବା ଭୟ କିଛି ସମୟ ପାଇଁ ଉଭେଇଗଲା । ସେ ତାକୁ ତା'ର ପରିଚୟ ମାଗିବା ପୂର୍ବରୁ ଯୁବକଟି ଶ୍ରାବଣୀର କଅଁଳ ଓଠରେ ହାତରଖି ତାକୁ ସେଠାରୁ ନେଇଗଲା ଏକ ନୀରବ ନିସ୍ତବ୍ଧ ଅଜଣା ଇଲାକାକୁ । ଥିଲା ଖାଲି ଶୂନ୍ୟ ଆନ୍ଧକାର । ସେହି ଅନ୍ଧକାର ଭିତରେ ପ୍ରଦୀପର ଜ୍ୟାେତିଟିଏ ଜାଳି ଅନ୍ଧକାରକୁ ନିଚ୍ଛିନ୍ନ କଲା ଅପରିଚିତ ମଣିଷଟା । ଶ୍ରାବଣୀ ମନରେ ଥିବା ସମସ୍ତ ଭୟକୁ ସେ ଦୂରୀଭୁତ କରିବା ପାଇଁ ଚେଷ୍ଟାକଲା । ସିଏ କିଏ ଥିଲା? ଶ୍ରବଣୀ ପାଇଁ ତା'ର ଉତ୍ସର୍ଗ କାହିଁକି ଥିଲା ? ପୁଣି ଏପଟେ ଶ୍ରାବଣୀ ମନରେ ଅନେକ ରୋମାଞ୍ଚକ ସୃଷ୍ଟି ହେଉଥାଏ । ସେ ଯେଭଳି ଏକ ଜୀବନ ସାଥି ଖାେଜୁଥିଲା ସିଏ ଏହି ଅପରିଚିତ ନୁହେଁତ ? ଏକ ନୀରବିତ ମୁହୂର୍ତ୍ତ ରେ ନିଜ ଜୀବନ ପରିଧିକୁ ଆସିଥିବା ଏହି ମଣିଷଟି ଯିଏ ହେଉନା କାହିଁକି ସେ ତାକୁ ନିଜର କରିବାକୁ ସ୍ବପ୍ନ ଦେଖିଲା । ଅଚିହ୍ନା ମଣିଷ ଭିତରେ ସେ ଆକାଶର ସଦା ପ୍ରଫୁଲ୍ଲିତ ଜହ୍ନ କୁ ଅନୁଭବି ପାରିଲା । ଏ ପରିକି ଚାରି ଚକ୍ଷୁର ମିଳନରେ ରାତ୍ରୀର ଅବସାନ ଘଟିଲା । ପରଦିନ ସକାଳଟା ପୁରାପୁରି ରଂଗିନ ଥିଲା । ଅସମୟରେ ମଧ୍ୟ ଇନ୍ଦ୍ରଧନୁକୁ ଆକାଶରେ ବିଛେଇ ହେଲାପରି ଲାଗୁଥିଲା । କାେଇଲିର ସ୍ବର ଆଜି ମଧୁଠୁ ବି ମଧୁର ଲାଗୁଥିଲା । ପ୍ରକୃତିକୁ ଅଙ୍ଗେ ଅଙ୍ଗେ ଅନୁଭବ କରିପାରୁଥିଲା ସତରେ ଯେମିତି ଶ୍ରାବଣୀ। 

      ଏପରି ଭାବନା ଭିତରେ ମୁହଁ ବୁଲାଇଲା ଶ୍ରାବଣୀ । ତା' ଆଖି ସାମ୍ନାରେ ଛିଡା ହାେଇଛି ସେହି ଅପରିଚିତ ମଣିଷଟି । ସେ ସେହି ଯୁବକକୁ ଦେଖି ତା'ର ହୃଦୟର ଉନ୍ମାଦନାକୁ ରାେକି ପାରିଲା ନାହିଁ। ଅଜାଣତରେ ତା' ମୁହଁରୁ ବାହାରି ଆସିଲା -"ମୁଁ ତୁମକୁ ବହୁତ ଭଲପାଏ । ତୁମର ପରିଚୟ ଆଜି ମାେ ପାଖରେ ଅଜଣା ହେଲେ ବି ତୁମେ ମାେ ଜୀବନ ପରିଧିକୁ ଆସି ଯାଇଛି । ଅତି ଆପଣାର ହାେଇ । ତୁମ ଭଲପାଇବାର ଗଭୀରତାକୁ ମୁଁ ଦେଖି ପାରୁନାହିଁ ସତ ହେଲେ ଏତିକି ଯାଣିଛି ,ମାେ' ହୃଦୟରେ ମୁଁ ତୁମକୁ ସାଇତି ରଖି ସାରିଛି । ତୁମ ପାଇଁ ମୁଁ ଲକ୍ଷେ ଫଗୁଣ ତାେଳି ଦେବି । ଇନ୍ଦ୍ରଧନୁର ରଂଗରେ ତୁମ ଜୀବନକୁ ରଂଗାଈ ଦେବି ।" ଶ୍ରାବଣୀର କଥାରେ ଅଚିହ୍ନା ମଣିଷଟି ଭାବାବେଗରେ ଆତ୍ମହରା ହାେଇ ଉଠିଲା । ନିଜର ପରିଚୟ ଦେଇ କହିଲା-"ମୁଁ ଶ୍ରୀକାନ୍ତ । ଶ୍ରୀକାନ୍ତ ଚାୈଧୁରୀ । ଏତିକି ମାତ୍ର ପରିଚୟ ମାେର । ତା' ଛଡା ମୁଁ ଆଉ କିଛି ଜାଣିନି? ଭଲ ପାଇବାର ଅର୍ଥ ମୁଁ ବୁଝେନି । ତୁମ ସହିତ ପ୍ରଥମ ଦେଖାରୁ ମୁଁ ତୁମକୁ ମାେ' ହୃଦୟର ରାଣୀ କରି ସାରିଛି । ତୁମକୁ ନେଇ ମୁଁ ଅନେକ ସ୍ବପ୍ନ ଦେଖିଛି । କେମିତି କହିବି ସେ କଥା ତୁମକୁ ମୁଁ ଜାଣିପାରୁ ନ ଥିଲି । ଆଜି ମାେତେ ସୁଯାେଗ ମିଳିଛି । ତୁମ ପରି ଏକ ଦେବୀର ପୂଜାରୀ ହେବାପାଇଁ । କାହିଁକି ମନା କରିବି ତୁମକୁ ଜୀବନସାଥୀ କରିବା ପାଇଁ ?" ମନକଥା ଦୁହେଁ ଜାଣି ନେଲା ପରେ ଉଭୟ ଅନନ୍ଦ ମଗ୍ନରେ ଅଧୀର ହାେଇ ଉଠିଲେ । ବାହୁ ବନ୍ଧନରେ ଆବଦ୍ଧ ହେଲେ ଉଭୟେ । ଦୁଇଟି କଅଁଳ ହୃଦୟର ସ୍ପର୍ଶରେ ସମଗ୍ର ଅରଣ୍ୟାନୀ ଖୁସିରେ ନାଚି ଉଠିଲା । ଦୁଇଟି ହୃଦୟରେ ନା' ଥିଲା ମିଛ । ନା ଥିଲା ଛଳନା । ନା ଥିଲା କଳଙ୍କ । ନା ଥିଲା ପ୍ରତାରଣାର ଆଭାଷ । ଥିଲା କେବଳ ଏକ ଅନାବିଳ ଶାସ୍ବତ ପ୍ରେମ । 


      ଶ୍ରାବଣୀର ହାତ ଧରି ଶ୍ରୀକାନ୍ତ ନେଇଗଲା ଦୂର ପର୍ବତ ମାଳାର ପାଦଦେଶକୁ । ଯେଉଁଠି କୂଳୁ କୂଳୁ ନାଦରେ ବାେହି ଯାଉଥାଏ ଅମାନିଆ ଝରଣାଟିଏ । ମନାେରମ ପରିବେଶ ମନରେ ସୃଷ୍ଟି କରୁଥିଲା ନୂଆ ଉନ୍ମାଦନା । ଶ୍ରୀକାନ୍ତ ଶାଳପତ୍ରରେ ଏକ ମୁକୁଟ ତିଆରି କଲା । ଗଂଗଶିଉଳି ଫୁଲରେ ତିଆରିଲା ସୁନ୍ଦର ଏକ ମାଳା । ରଜନିଗନ୍ଧା ଫୁଲରେ ତିଆରିଲା ପାଉଁଜି । ଶ୍ରଦ୍ଧାରେ ସବୁ ତାକୁ ପିନ୍ଧାଇ ଦେଲା । ପାଦତଳେ ବିଛେଇ ଦେଲା ଲକ୍ଷେ ପାରିଜାତ ଫୁଲ । ଦାେଳି ସଜେଇ ତାକୁ ଝୁଲାଇଲା । ମିଠା ମିଠା କଥାରେ ତାକୁ ହସାଇଲା । ବୁଣିଦେଲା ଅଜସ୍ର ସ୍ବପ୍ନ ତା' ଆଖିରେ । ଅଂଗୁଳିକୁ କାଟି ଟାେପାଏ ସିନ୍ଦୂର ଭରିଦେଲା ଅପୂର୍ଣ୍ଣ ସୀମନ୍ତନୀରେ । ହାତରେ ହାତ ରଖି କହିଲା-" ତୁମେ ମାେର ଜନ୍ମ ଜନ୍ମାନ୍ତର ସାଥୀ । ସଦା ତୁମ ପାଖେ ପାଖେ ରହିଥିବି । ଯେତେ ଝଡ ଆସିଲେ ବି ହାତଛାଡି ଯିବିନି । ଆଖିରେ ତୁମ ଟାେପାଏ ହେଲେ ଲୁହ ଝରିବାକୁ କେବେ ଦେବିନି । ଶ୍ରୀକାନ୍ତ କଥାରେ ଶ୍ରାବଣୀ କହିଲା -ହେ ପ୍ରିୟ ଇହପର କାଳ ଦେବତା ମାେର । ଏତେ ଭଲପାଇବା ଯଦି ହୃଦୟେ ମାେର ଭରି ଦେଇଛ ,ମୁଁ ଯଦି ତୁମକୁ ଛାଡି ଚାଲିଯାଏ ? ତୁମେ କ'ଣ ମାେ ନିନା ବଂଚି ପାରିବନି ? ମୁଁ ତୁମଠୁ ଦୂରେଇ ଗଲେ ତୁମେ ଆଉ କାହାକୁ ଭଲ ପାଇବନି ? ଶ୍ରବଣୀ ଠାରୁ ଏହି ଗାେଟିଏ ପଦ କଥାଶୁଣି ଶ୍ରୀକାନ୍ତ ଅଭିମାନରେ ମୁହଁ ବୁଲାଇ ନେଲା । ଏକ ନିର୍ବାକ ପଣରେ ଗାେଟିଏ ଲକ୍ଷ୍ୟରେ ଚାହିଁଲା । ପୁଣିଥରେ ମୁହଁ ବୁଲାଇ ଆଣି ଶ୍ରାବଣୀକୁ ଜାବୁଡି ଧରିବାକୁ ଚେଷ୍ଟା କଲାବେଳକୁ ଶ୍ରାବଣୀ ଆଉ ପାଖରେ ନ ଥିଲା । ତା'ର କେତାେଟି ସ୍ମୃତି ଚିହ୍ନ ରହି ଯାଇଥିଲା । ଶ୍ରୀକାନ୍ତ ପାଗଳ ପରିକା ଏଣେ ତେଣେ ଶ୍ରାବଣୀକୁ ଖାେଜିବାରେ ଲାଗିଲା । ଶ୍ରାବଣୀ ତା' ସହିତ ବାେଧେ ଲୁଚକାଳି ଖେଳୁଛି । ଆବେଗଭରା ହୃଦୟଟିକୁ ପାଇବାକୁ ହେଲେ ଏମିତି ମିଛି ମିଛିକା ଖେଳ ଖେଳାଯାଏ । ତହିଁରେ ପ୍ରେମ ସଂପର୍କ ଆହୁରି ଦୃଢୀଭୁତ ହାେଇଥାଏ । ପୁଣି ଶ୍ରୀକାନ୍ତ ମନକୁ ପାପ ଛୁଇଁଲା । କାଳେ ଅନ୍ୟମନସ୍କତାରେ ଶ୍ରାବଣୀର ଗାେଡ ଖସି ପଡିନି ତ ତଳକୁ । ଶ୍ରାବଣୀକୁ ବହୁତ ଖାେଜିଲା ଶ୍ରୀକାନ୍ତ । ଶେଷରେ ସିଏ ଥକି ପଡିଲା । ନା' ଆଉ ଶ୍ରାବଣୀ ନାହିଁ । ସେ ଚିର ଦିନ ପାଇଁ ଲୀନ ହାେଇ ଯାଇଛି । ବସୁଧାର ଅତଳ ଗର୍ଭରେ । ଘାେର ବନେ ପ୍ରେମର ସ୍ମୃତିକୁ ଝୁରି ହାେଇ ଅନେକ କାନ୍ଦିଲା । ଏହି କରୁଣ ଦୃଶ୍ୟକୁ ଆକାଶରୁ ଦେଖୁଥିଲା ଶଶୀ । ଉଭୟଂକ ନିବିଡ ପ୍ରେମର ବିଫଳତାକୁ ନେଇ ତା' ହୃଦୟ ଦୁଃଖରେ ତରଳିଗଲା । ଦୁଇଟାେପା ଲୁହ ନୟନୁ ଝରି ପଡିଲା । ଶ୍ରୀକାନ୍ତର ମନରେ ବାରଂବାର ଧ୍ବନୀ ସୃଷ୍ଟି କରୁଥିଲା ଶ୍ରାବଣୀର ସେହି କଥା ପଦକ -'ପ୍ରିୟ ! ତୁମେ ମାେର ନିଃଶ୍ବାସରେ ଅଛ । ବିଶ୍ବାସରେ ଅଛ। ଯେତେଦିନ ଯାଏଁ ମାେ ସହିତ ତୁମେ ରହିବ ମୁଁ ଜୀବନଟା ଅସଂକାେଚରେ ଜିଇଁଯିବି । ହେଲେ , ସେ କଥା ଆଜି ଶୂନ୍ୟ ଆକାଶରେ ହଜିଯାଇଛି । ଆଜି ଏକା ଶ୍ରୀକାନ୍ତ ଅଛି ତା'ର ପ୍ରେମିକା ନାହିଁ। ଅଛି ଖାଲି ପ୍ରେମର ସ୍ମୃତି । କିଛିକ୍ଷଣ ପାଇଁ ସଜେଇ ଦେଇଥିଲା ତା ପ୍ରେମିକାକୁ ନବବଧୂ ବେଶରେ । ଆଂକି ଦେଇଥିଲା ସଜଳ ଚୁମ୍ବନଟିଏ ବିସୃତ ମଥାନରେ । ଦୁଃଖରେ ଅଧୀର ହାେଇ ଉଠିଛି ଶ୍ରୀକାନ୍ତ । ସାୈନ୍ଦର୍ଯ୍ୟର ଉପବନ ତା' ପାଇଁ ଫିକା ପଡିଗଲା । ସିଏ ଏବେ ପଥହରା ପଥିକଟିଏ । ମନର ଭାବାବେଗକୁ ରାେକି ପାରୁ ନାହିଁ ସିଏ । ଭାବି ପାରି ନଥିଲା କେବେ , ଏପରି ଏକ ଦୁଃଖଦ ଘଟଣାଟିଏ ଘଟିଯିବ ବାେଲି। ପ୍ରକୃତ ପ୍ରେମ ସର୍ବଦା ଅମଳିନ ଓ ଅମର । ମୃତ୍ୟୁର ପରବର୍ତ୍ତୀ ସମୟରେ ମଧ୍ୟ ଆତ୍ମାର ମିଳନ ଘଟିଥାଏ । ଉଭୟଂକ ପ୍ରେମ ଚିର ଅମର ହାେଇଛି ସତ , କିନ୍ତୁ, ଦେହରେ ଜୀବନ ନ ଥାଇ । କିଛି ସମୟ ପରେ ଶଶୀ ଆକାଶରେ ରହି ଦେଖିଲା ରାମନାମ ଓ ହରିନାମ ଧ୍ବନୀରେ ଶ୍ରାବଣୀ ଓ ଶ୍ରୀକାନ୍ତର ଶବକୁ ନେଇ ମଶାଣିରେ ଦାହ କରାଗଲା । ପ୍ରେମର ମୂର୍ତ୍ତୀମନ୍ତ ପ୍ରତୀକ ରୂପେ ଶ୍ରାବଣୀ ଓ ଶ୍ରୀକାନ୍ତ ଆଜି ବି ଜୀବିତ । କିନ୍ତୁ , ଶଶୀ ସୁଖ ଦୁଃଖର ଜୀବନ୍ତ ସାକ୍ଷୀ । ଶଶୀ ହସିଥିଲା ପୁଣି ଏବେ ତାକୁ କାନ୍ଦିବାକୁ ହେଲା । ରୋକି ପାରୁ ନାହିଁ ଆଜି ସିଏ ବିୟାେଗାତ୍ମକ ଅମର ପ୍ରେମକୁ । ପ୍ରଥମ ଥର ପାଇଁ ଦୁଃଖରେ ଆଖିରୁ ତାର ଝରିପଡିଲା କେଇ ବୁନ୍ଦା ତତଲା ଲୁହ ଦୁହିଁଂଙ୍କ ମର ଶରୀର ଉପରେ । 

    

                       



Rate this content
Log in

Similar oriya story from Romance