Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakas Tripathy

Others

2  

Prakas Tripathy

Others

ପଲିଥିନ

ପଲିଥିନ

3 mins
7.7K


ଓଃ କି ଵର୍ଷା ! ଦୀର୍ଘ ଚବିଶ ଘଣ୍ଟାର ଲଗାଣ ବର୍ଷାରେ ସହରର ଅବସ୍ଥା ବେହାଲ । ଲୋକେ ଘରୁ ବାହାରି ପାରିଲେନି ।ଗମନା ଗମନ ପୁରା ଠପ୍ ।ଏଇ ସହରରେ ଜନ୍ମ ହୋଇ ବଡ ହୋଇ ଥିବା ବହୁ ନେତୃ ସ୍ଥାନୀୟ ଲୋକେ କଥା ହେଉଥିଲେ ଯେ, ଏଭଳି ଵର୍ଷା ସେମାନେ 1999 ମହାବାତ୍ୟା ବା 2013 ଫାଇଲିନରେ ବି ଦେଖିନଥିଲେ ।ସହରରୁ ବର୍ଷା ଜଳ ନିଷ୍କାସନ ହୋଇ ନପାରିବାରୁ ସହରବାସୀ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇଗଲେ ।ଘର ଭିତରେ ପାଣି , ବାହାରେ ବି ପାଣି । କି ହନ୍ତସନ୍ତ ।ପ୍ରାୟ 4 ଦିନ ପରେ ଆଶ୍ଵସ୍ତି ମିଳିଲା ।

ସହର ର ପରିମଳ ବ୍ୟବସ୍ଥା ଖୁବ ଉନ୍ନତ ବୋଲି ଆଜି ପର୍ଯ୍ୟନ୍ତ ସହରବାସୀଙ୍କର ଧାରଣ ଥିଲା, ହେଲେ ଏଇ ଵର୍ଷା ସବୁ ଧାରଣାକୁ ଧୋଇଦେଲା ।ଜଳ ନିଷ୍କାସନର ସୁବିଧା ପାଇଁ 10 ରୁ ଉର୍ଦ୍ଧ ଏସ୍କାଭେଟର ଡ୍ରେନ ସଫେଇରେ 4 ଦିନ ଲାଗି ଆବର୍ଜନା କାଢ଼ିବା ପରେ ଡ୍ରେନରେ ଵର୍ଷା ପାଣି ନିଷ୍କାସନ ହୋଇଥିଲା । ସହର ର ମୁଖ୍ୟ ମୁଖ୍ୟ ନାଳରୁ ଯେଉଁ ଆବର୍ଜନା କାଢ଼ିବା ପରେ ଵର୍ଷା ପାଣି ଯାଇଥିଲା, ତାହା ମୁଖ୍ୟତଃ ପଲିଥିନ ମୁଣା ଥିଲା। ଶହ ଶହ ଟନର ପଲିଥିନ ମୁଣା ପ୍ରତିବର୍ଷ ବର୍ଜ୍ୟବସ୍ତୁ ଭାବେ ଏମିତି କଢ଼ା ଯାଇଥାଏ । ଏବର୍ଷ ଆବର୍ଜନା କାଢ଼ିବା ପୂର୍ବରୁ ଲଗାଣ ବର୍ଷା ହୋଇଯିବା ଯୋଗୁଁ ଏଭଳି ମାନବାକୃତ ବନ୍ୟା ସହରରେ ଦେଖାଦେଇଥିଲା । ଆଗେ ବନ୍ୟା ଗାଁ ରେ ହେଉଥିଲା, ତାହା ପୁଣି ନଈ ବଢି ହେଲେ । ଏବେ କିନ୍ତୁ ଟିକେ ବର୍ଷା ରେ ବି ସହର ରେ ବନ୍ୟା। ବରଷକେ ଥରେ ଦୁଇଥର ନୁହେଁ, ଯେତେଥର ବର୍ଷା, ସେତେଥର ବନ୍ୟା ।ସହର ଭଳି ବନ୍ୟା ବି ଏଠି ସ୍ମାର୍ଟ।

ସହରରୁ ଵର୍ଷା ପାଣି ଛାଡିବା ପରେ ସହରର ପ୍ରମୁଖ ସଂଗଠନ ସଚେତନ ନାଗରିକ ମଂଚ ପକ୍ଷରୁ ଜରୁରୀ ବୈଠକ ବସିଲା ।ସହରକୁ ତୁରନ୍ତ ପଲିଥିନ ମୁକ୍ତ କରିବା ପାଇଁ ନିଷ୍ପତ୍ତି ହେଲା। ପ୍ରଶାସନର ସହଯୋଗ ବି ଲୋଡାଗଲା । ପ୍ରଶାସନ ବି ସହରକୁ ପଲିଥିନ ମୁକ୍ତ ପାଇଁ ନିର୍ଦେଶନାମା ଜାରି କରିଦେଲା ।ଖବର ପଢି ଖୁସି ଲାଗିଲା ।ସଚେତନ ନାଗରିକ ମଂଚ ଓ ପ୍ରଶାସନକୁ ଶୁଭେଚ୍ଛାର ସୁଅ ଛୁଟିଲା । ବର୍ଷାକୁ ଆଉ ଡର ନାହିଁ ।ଗାଁ ଲୋଜେ ବର୍ଷା ଖୋଜୁଛନ୍ତି କୃଷି କାର୍ଯ୍ୟ ପାଇଁ, ଆଉ ସହର ଲୋକେ ବର୍ଷା ଚାହୁଁନାହାନ୍ତି ବନ୍ୟା ଭୟ ପାଇଁ।

କିଛି ଦିନ ପରେ ପରିବା ମାର୍କେଟ ରେ ପରିବା କିଣୁଥିଲି ।ମୋ ସହିତ ପରିଵା କିଣୁଥିଲେ ସଚେତନ ନାଗରିକ ମଂଚ ର ଜଣେ ସକ୍ରିୟ କର୍ମୀ । ମୁଁ ତାଙ୍କୁ ଜାଣେ, ସେ କିନ୍ତୁ ମୋତେ ଚିହ୍ନନ୍ତିନି । ପାଞ୍ଚ ଛ ପ୍ରକାର ପରିବା କିଣି ସାରିବା ପରେ ପରିବା ଦୋକାନୀ ତାଙ୍କୁ ବ୍ୟାଗ୍ ମାଗିଲା ପରିବା ଭର୍ତ୍ତି କରିବା ପାଇଁ । ମାତ୍ର ସକ୍ରିୟ କର୍ମୀ ଜଣଙ୍କ ଦୋକାନୀକୁ କହିଥିଲେ, ଭାଇ ବ୍ୟାଗ ନାହିଁ, ପଲିଥିନରେ ଦେଇଦିଅ । ଦୋକାନୀ ନମ୍ର ଭାବେ କହିଥିଲା, ସାର୍,ସମସ୍ତେ ଆମକୁ ଦୋଷ ଦେଉଛନ୍ତି ଯେ ଆମେ ପଲିଥିନ ରେ ପରିବା ଦେଉଛୁ ।ଆପଣ ଯଦି ବ୍ୟାଗ ଧରି ମାର୍କେଟକୁ ଆସନ୍ତେ, ଆମେ କାହିଁକି ପଲିଥିନରେ ପରିବା ଭର୍ତ୍ତି କରି ଦିଅନ୍ତୁ । କ୍ଷମା କରନ୍ତୁ ସାର୍, ମୁଁ ପଲିଥିନ ରେ ପରିବା ଦେଇପାରିବିନି ।ଗତ ବର୍ଷା ରେ ଆପଣଙ୍କ ଘରେ ପାଣି ପଶିଥିଲା କି ନାହିଁ ମୁଁ ଜାଣେନି, କିନ୍ତୁ ଆମ ଘରେ ନାଳ ପାଣି ପଶିଥିଲା । 4 ଦିନ ଯେଉଁ କଷ୍ଟ ପାଇଛୁ ସେକଥା ଆମେ ଜାଣୁ । ପୁଣି ଥରେ ସେହି ଭଦ୍ର ବ୍ୟକ୍ତି ପଲିଥିନ ବ୍ୟାଗ୍ ରେ ପରିବା ଦେବାକୁ ଦୋକାନୀଙ୍କୁ ଅନୁରୋଧ କଲେ ।ମୁଁ ଆଉ ଚୁପ୍ ହୋଇ ରହି ପାରିଲିନି। କହିଲି , ଯଦି ପରିବା ଦୋକାନୀ ପଲିଥିନ ରେ ପରିବା ଦେବେ ଓ ଯଦି ସଚେତନ ମଂଚର କର୍ମୀ ପଲିଥିନ ବ୍ୟାଗ୍ ରେ ପରିବା ନେବେ, ତା ହେଲେ ମୁଁ ଭିଡିଓ କରି ଏଇ ସଂଗେ ସଂଗେ ସୋସିଆଲ ମିଡ଼ିଆରେ ଛାଡ଼ିଦେବି । ଉଭୟ କର୍ମୀ ଓ ପରିବା ଦୋକାନୀ ମୋ ଆଡ଼କୁ କଲବଲ ହୋଇ ଛାହିଁ ରହିଥାନ୍ତି ଆଉ ମୁଁ ମୋ ମୋବାଇଲ ଫୋନ ପ୍ରସ୍ତୁତ କରି ରଖିଥିଲି ଫୋଟୋ ଉଠାଇବା ପାଇଁ ।

ଈଶ୍ଵରଙ୍କୁ ଧନ୍ୟବାଦ ।ମୋତେ ଫୋଟୋ ଉଠାଇବାକୁ ପଡିଲାନି ।

@ ପ୍ରକାଶ ତ୍ରିପାଠୀ


Rate this content
Log in