Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନିରବତା
ନିରବତା
★★★★★

© Manoj Kumar Panda

Inspirational Others

3 Minutes   286    8


Content Ranking

"ନୀରବତା " ଏକ ଶବ୍ଦ ମାତ୍ର, ତା ମଝିରେ ଅଛି ଅନେକ ଅର୍ଥ, ଅନେକ କାହାଣୀ,ଏ ଶବ୍ଦର ଅର୍ଥ ସେ ବୁଝିଛି ଯେ ନୀରବତା ସହ ବେସ ଭଲ ଭାବେ ଯଡିତ । ନୀରବତା କେବେକେବେ ମନର ଭାବକୁ ନ କହି ବି କହିଦିଏ ତ କେବେ ଲୁହ ହୋଇ ବୋହିଯାଏ।ଏ ନୀରବତାକୁ ନେଇ ଅନେକ କାହାଣୀ ଅନେକ କଥା ଅଛି ଜାହାକି କାଳ୍ପନିକ ମାତ୍ର ବାସ୍ତବିକ । ଜୀବନର ନବଦିଗନ୍ତ । ଜୀବନ ଆରଂଭ ହୁଏ ନୀରବତାରୁ ଆଉ ଶେଷ ହୁଏ ନୀରବତା ରୁ ।

ସମୟର ଛାଇ ଆଲୁହର ଖେଳ ରେ ଏପରି ଏକ ନୀରବତା କବଳିତ କରି ଦେଇଥିଲା ଏକ ନିରୀହ ଝିଅ ବର୍ଷାକୁ ।ସମାଜର ଚାଲିଚଳନ ଭିତରେ ନିଜକୁ ହଜେଇ ଦେଇଥିଲା ଯେମିତି। କିଛି ବୁଝିବା ଆଗରୁ ବୁଝିସାରିଥିଲା ନିରବତାର ଅର୍ଥ ,କଣ ବା ଦୋଷ ଥିଲା ତାର ,ସମସ୍ତଙ୍କ ଭଳି ହସ ଖୁସିରେ ରହିବାକୁ ଚାହଁଥିଲା ସେ । ମାତ୍ର କିଛି ପାଇବା ଆଗରୁ ଆପଣାର କରିନେଇଥିଲା ନୀରବତା କୁ।ଏପରି ନିସଙ୍ଗ ମୁହୂର୍ତ୍ତରେ ନା ସାଙ୍ଗ ରେ କେହି ଥାଏ ମନକଥା ବୁଝିବାକୁ ନା ପାଖରେ କେହି ଥାଏ ତା ଦୁଃଖ ସୁଣିବାକୁ । ଏପରି ଏକାକି ସମାଜର କଷଟୀ ପଥରେ ବର୍ଷା କ୍ରମେ ଛୋଟରୁ ବଡ ହୁଏ । ଜୀ ବନର ଏକ ମନ୍ତ୍ର ଯାଣିଥାଏ ବଞ୍ଛିବ ତ ଏକାକି ବଞ୍ଛିବ । ଏପରି କିଛି ସମୟ ଚାଲିଯାଏ । ମଣିଷ କେବେବି ଏକୁଟିଆ ହୋଇ କେତେ ଦିନ୍ ରହିବ? ଏପରି କିଛି ଦିନ ପରେ ତା ଜୀବନକୁ କେହି ଆସି ଥାଏ ଯେ ତାର ନୀରବତାକୁ ଭାଙ୍ଗି ନୁଆ ସ୍ବପ୍ନ ଦେଖାଏ । ଝିଅର ଏକାକି ଅବସ୍ତାର ସାହାରା ହୁଏ । ପ୍ରଥମେ ପ୍ରଥମେ ସେ ବର୍ଷାକୁ ଜାଣିବାକୁ ଇଛା କରେ ଆଉ ତାପରେ ନିଜର କରିବାକୁ । ଏପରି କିଛି ଦିନ ଚାଲିଯଏ ,ସମୟ ଖୋଜୁଥାଏ ଅଙ୍କିତ୍ କିପରି ବର୍ଷା ସହ କଥା ହବ? ଆଉ ସମୟ ତା ସାଥ ଦିଏ । ପ୍ରଥମେ ଅଙ୍କିତ ବନ୍ଧୁତା ର ହାତ ବଢେଇ ଥାଏ । ମାତ୍ର ବର୍ଷା ଡରି ଯାଇଥିଲା,କାରଣ ସେ ଭାବୁଥିଲା ଏମିତି ଅଜଣା ମଣିଷ କଣ ନିଜର ହୋଇ ପାରିବ । ?ନା ନିଜର ବାହାନା ରେ ଛଳନା କରିବ ? ଏପରି ଭାବି ବର୍ଷା ପ୍ରଥମେ ଚୁପ ରୁହେ । ସବୁ ଜାଣି ବି ନ ଜାଣିବାର ଛଳନା କରେ। ସମୟ ସବୁ ଦେଖୁ ଥାଏ କାରଣ ସମୟ ହିଁ ବଳବାନ । ସମୟର ଡୋରିରେ ପଥର ବି ତରଳି ଯାଏ,ଆଉ ଝିଅର ହୃଦୟ ତରଳିବନି ବା କିପରି? ବର୍ଷା ମନକୁ ବୁଝେଇ ଭରଷା କରିନିଏ ଅଙ୍କିତକୁ । ଆଉ ଭାବେ ବୋଧେ ଭଗବାନ୍ ବେସାହାରା ଅବସ୍ତାରେ ସାହାରା ଦେଇଛନ୍ତି ବର୍ଷା ଜୀବନରେ ଅଙ୍କିତକୁ ଆଣିକି।ଏପରି ଭାବି ବର୍ଷା ଅଙ୍କିତର ବନ୍ଧୁତାକୁ ଗ୍ରହଣ କରେ । ପ୍ରଥମେ ବନ୍ଧୁତା ବେସ ଭଲ ରେ ଚାଲିଥିଲା । କ୍ରମେ ବନ୍ଧୁତା ଭଲପାଇବାର ରୁପ ନେଲା । ଏହି ଭଲପାଇବା ରେ ବେସ ଖୁସିଥିଲା ବର୍ଷା ଦୁଖ ତାର ଦୁର ଅତିଥି ଭଳି ଲାଗୁଥିଲା ତାକୁ । ବର୍ଷାର ସବୁ ଆଶାକୁ ପୁରଣ କରୁଥିଲା ଅଙ୍କିତ୍। ମନେ ମନେ ବେସ ଖୁସି ହୁଏ ବର୍ଷା । ଏପରି ଭାବି ବର୍ଷା ଆଖି ବନ୍ଦ କରି ଅନ୍ଧ ଭଳି ଭରଷା କରିଥିଲା ଅଙ୍କିତକୁ। ବିନା ଆଶାରେ ଭଲ ପାଇ ଚାଲିଲା ବର୍ଷା ।ଅଙ୍କିତର ଖୁସିରେ ଖୁସି ହଉଥିଲା ଆଉ ଦୁଖରେ ଦୁଖି ହଉଥିଲା ବର୍ଷା ।ନିଜକୁ ଭୁଲି ଯାଇଥିଲା ,ଏପରି କିଛି ଦିନ ବେସ ଖୁସିରେ ଯାଏ।କ୍ରମେ ଅଙ୍କିତର ହାବ ଭାବ ବଦଳି ବାରେ ଲାଗିଲା।ସେ ଆଉ ପୂର୍ବ ଭଳି ବର୍ଷାକୁ ଗୁରୁତ୍ବ ଦିଏ ନାହିଁ । ଆଉ ଦୁରତା ବଢିବାରେ ଲାଗିଲା।ଏ ସବୁ ବର୍ଷାକୁ ବହୁତ ବାଧିଲା।ସେ ବହୁତ ବ୍ୟସ୍ତ ହେବାର ଲାଗିଲା।କାରଣ ଅଙ୍କିତ ତା ପାଖରେ ନଥିଲା। କାହାକୁ ସେ ତା ମନର କଥାକୁ କହିବ? ଯେ ତାର ସବୁ ଦୁଖକୁ ବୁଝୁଥିଲା ସେ ତ ତା ପାଖରେ ନାହିଁ ଆଉ କିଏ କଣ ପାଇଁ ସମବେଦନା ଦବ ତାକୁ? ସେ ତା ଦୁଖ କାହାକୁ ନ କହି ପଥର ଭଲି ବଞ୍ଚି ଚାଲିଲା ।କ୍ରମେ ଦୁଖ ତାର ପାଖ ଛାଡିଲା ନହିଁ ।କିଛି ଦିନ ଚୁପ୍ ରହିଲା । ପୁଣି ଆପଣାର ହେଇଗଲା ସେଇ ନିରବତା ।

ଭାଗ୍ୟର ଖେଳ କେମିତି? ଖୁସି ପାଇବାକୁ ଯାଇ ଆପଣାର କରିନେଲା ନୀରବତାକୁ । କଣ ବା ଦୋଷ ଥିଲା ବର୍ଷାର? ସମୟ ତା ଦାଉ ସାଧିଲା।ସେ ଭାବିଲା ଏମିତି ଏକୁଟିଆ ରହିବ ମାତ୍ର କାହାକୁ କେବେ ବି ଭରସା କରିବନି । ବର୍ଷା ଜୀବନରେ ଯାହା ହେଇଛି ସେମିତ୍ ଆଉ କାହା ଜୀବନରେ ନ ହଉ । କାରଣ ମନ ଏମିତ୍ ଏକ ଜିନିଷ ଜାହା ଥରେ ଭାଙ୍ଗିଲେ ଜୋଡି ହେବନି ।

ନୀରବତା ମଣିଷ ଜୀନନ ପାଇଁ ଜରୁରି ଅଟେ ମାତ୍ର ମଣିଷ ଜୀନନ ନୀରବତାପାଇଁ ଜରୁରି ନୁହେଁ। ଜୀବନ ମୁଲ୍ୟବାନ ଅଟେ। ଏମିତ୍ କାହାପାଇଁ ଜୀବନକୁ ହାରିବା କଥା ନୁହେଁ ।

ମନୋଜ କୁମାର ପଣ୍ଡା

ଅଡା,ବାଲେଶ୍ବର

ନୀରବତା ବର୍ଷା ଖୁସି

Rate the content


Originality
Flow
Language
Cover design

Comments

Post

Some text some message..