Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Tragedy Inspirational

4.1  

Rasmi Rekha Tripathy

Tragedy Inspirational

ଚୋରଣୀ

ଚୋରଣୀ

1 min
14.4K



       ଶେଷରେ ମୋତେ ବାଧ୍ୟ ହୋଇ ମୋ ଯାଆ କଥା ମାନିବାକୁ ପଡିଲା l କାରଣ ମୁଁ ପ୍ରମାଣ କରିବାକୁ ଚାହୁଁଥିଲି ସୀତା ଚୋରଣୀ ନୁହେଁ l ସୀତା ଆମ ଘରେ କାମ କରେ l ଆମ ଘର ସହ ଆଉ ଛଅ ସାତ ଘରେ କାମ କରି ସେ ତାର ପରିବାରର ଲାଳନପାଳନ କରେ l ଛୋଟ ଛୁଆ ଦୁଇଟା ତାର l ସ୍ୱାମୀ ମରିଯାଇଛି l ପାଖ ବସ୍ତିରେ ରହେ l କାହା ଘରେ କଣ ଦେଲେ ନିଜେ ନ ଖାଇ ନେଇଯାଏ ପିଲାମାନଙ୍କ ପାଇଁ l ସେ ଦିନ ବି ସେ କାହା ଘରୁ କିଛି ଆଣିଥିବ ବୋଧେ l ମୋ ଘରେ ଲୋକଗହଳି ଦେଖି ପ୍ୟାକେଟଟିକୁ ସମସ୍ତଙ୍କର ନଜର ଆଢୁଆଳରେ ଶିଡି ତଳେ ନେଇ ରଖି ଦେଇଛି ଓ ସେ ସମୟରେ ମୋ ଯାଆର ଦୃଷ୍ଟି ପଡିଛି ତା ଉପରେ l ଯେତେ ବୁଝେଇଲେ ବି ସେ ବୁଝିବାକୁ ନାରାଜ l ଛାଡ l କଣ ଆଉ କରାଯାଏ l

       ସୀତାକୁ ଡାକି ସମସ୍ତଙ୍କରକ ସାମ୍ନାରେ ପ୍ୟାକେଟ୍ ଖୋଲିବାକୁ କହିଲି l ସୀତା କେମିତି ଏକ ଅବିଶ୍ୱାସ ଭରା ନଜରରେ ମୋତେ ଚାହିଁଲା ଓ ବୁଝି ପାରିଲା ମୋର ଅସହାୟତାକୁ l ନୀରବରେ ଖୋଲିଦେଲା ପ୍ୟାକେଟଟିକୁ l ମନଜିନିସର କାଗଜ ପ୍ୟାକେଟ୍ ଭିତରେ 3ଟି ବାସି କେକ୍, କଟା ଫଳରୁ କିଛି, ଗୋଟେ ପଲିଥିନରେ ଖିରି, ଆଉ ବାସି ପୁରୀ 10/12 ପଟ l କାହାର କିଛି ଫଙ୍କସନ୍ ଥିଲା ବୋଧେ l ସୀତାକୁ ଦେଇଛନ୍ତି ଓ ସେ ନେଇ ଆସିଛି ତା ଛୁଆଙ୍କ ପାଇଁ l ସମସ୍ତଙ୍କ ମୁହଁକୁ ଚାହିଁଲି ମୁଁ ବିଜୟ ଦର୍ପରେ l କଳା ପଡିଯାଇଥିଲା ସମସ୍ତଙ୍କ ମୁହଁ, ବିଶେଷ କରି ମୋ ଯାଆ ମୁହଁ l ମୋ ଚାହାଣୀର ଭାଷା ବୁଝି ପାରିଲା ବୋଧେ ସୀତା l ପଲିଥିନକୁ ବାନ୍ଧୁ ବାନ୍ଧୁ ଆସ୍ତେ କିନା କହିଲା, “ମୁଁ ଗରିବ ସତ, ଚୋରଣୀ ନୁହେଁ l”


Rate this content
Log in

Similar oriya story from Tragedy