Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଶ୍ରାବଣୀ ଓ ସବୁଜିମା
ଶ୍ରାବଣୀ ଓ ସବୁଜିମା
★★★★★

© Chandra Sahu

Others

1 Minutes   1.0K    1


Content Ranking

ଶ୍ରାବଣୀ ଏତେ ଦିନ ପରେ ତୁମେ ଆସିଅଛ ଫେରି ଭାବିଥିଲି ଖେଳିବି ମୁଁ ଦୋଳି ଧରି ତୁମ କୃଷ୍ଣ କବରୀ ତୁମ ମାଟି ଭିଜା ଦେହର ବାସ୍ନାରେ ହେବି ମତୁଆଲା । ମୁଁ ପାହାଡ , ସ୍ଥାଣୁ ନାହିଁ ମୋର ଡେଣା ଉଡିବାକୁ ଛୁଇଁ ଛୁଇଁ ଅନେକ ଅଗଣା ଖାଇଥିଲି ତୁମ ରାଣ ଆସୁପଛେ ସୁନାର ମୃଗୁଣୀ ଛାଡିବିନି ସୀମାରେଖା କରି ଥିବି ତୁମରି ଅପେକ୍ଷା । ପ୍ରେମର ମୁଠାଏ ଦିନ ପୀରତି ର ମୁଠାଏ ଜୋଛନା କେତେ କାମ୍ୟ ସାରା ଜୀବନର ନିଃସଙ୍ଗତା ଠାରୁ । ମୋର ଅବଶ ଅଂଗ ରେ ତୁମେ ଭରିଦିଅ ନବ କିଶଳୟ ଆନନ୍ଦାଶ୍ରୁ ଧୋଇଦିଏ ତନୁମନ ଯୁଗ ଯୁଗ ଅମର ଆମର ଏ ଅପୂର୍ବ ପୁର୍ନମିଳନ। . . . . . . . . . . . . . . . ଚନ୍ଦ୍ର

ପାଂଚଟି ଋତୁ ପରେ ପୁଣି ବର୍ଷା ଫେରିଲା ହସିଲେ ନବ କିଶଳୟ

Rate the content


Originality
Flow
Language
Cover design

Comments

Post

Some text some message..