Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ରାଜା ନନ୍ଦ ଏବଂ ମନ୍ତ୍ରୀ ବରରୁଚି

ରାଜା ନନ୍ଦ ଏବଂ ମନ୍ତ୍ରୀ ବରରୁଚି

2 mins
7.5K


ଅନେକ ଦିନ ତଳର କଥା । ଗୋଟିଏ ରାଜ୍ୟର ରାଜା ଥାଆନ୍ତି ‘ନନ୍ଦ’ । ସେ ଚର୍ତୁଃପାଶ୍ୱର୍ରେ ସାଗର ଘେରି ରହିଥିବା ଏକ ରାଜ୍ୟକୁ ଶାସନ କରୁଥାଆନ୍ତି, ଏବଂ ତାଙ୍କର ପରାକ୍ରମର ଖ୍ୟାତି ଚର୍ତୁଃଦ୍ଧିଗ ବ୍ୟାପିଥାଏ । ସେହି ରାଜାଙ୍କ ଦରବାରରେ ବରରୁଚି ନାମକ ଜଣେ ମନ୍ତ୍ରୀ ଥାଆନ୍ତି । ସେ ରାଜନୀତି ଏବଂ ଦର୍ଶନ ଶାସ୍ତ୍ରରେ ମହାନ୍ ପଣ୍ଡିତ । ଉଭୟେ ରାଜା ଏବଂ ମନ୍ତ୍ରୀ ତାଙ୍କର ପତ୍ନୀ ଦୁଇଜଣଙ୍କୁ ପ୍ରାଣଠାରୁ ମଧ୍ୟ ଅଧିକ ଭଲ ପାଉଥାଆନ୍ତି । ଦିନେ ବରରୁଚିଙ୍କର ସାମାନ୍ୟ ଭୁଲ୍ ପାଇଁ ତାଙ୍କ ପତ୍ନୀ ତାଙ୍କ ଉପରେ ରାଗିଗଲେ । ଯେତେ ବୁଝାଇଲେ ମଧ୍ୟ ଫଳ କିଛି ହେଲାନାହିଁ । ଶେଷରେ ବରରୁଚି ତାଙ୍କୁ ହାତଯୋଡି କହିଲେ, ‘ତୁମେ ଯାହା କହିବ ମୁଁ ତାହା ମାନିବି’ । ତୁମେ ଏପରି ଆଉ ଅଭିମାନ କର ନାହିଁ ।

ସ୍ୱାମୀଙ୍କ କଥା ଶୁଣି ସ୍ତ୍ରୀ କହିଲେ, ‘ଯଦି ଏହି କଥା, ତା’ହେଲେ, ତୁମେ ମୁଣ୍ଡବାଳ କାଟି ଲଣ୍ଡା ହୋଇ ମୋର ପାଦତଳେ ପଡି କ୍ଷମା ମାଗିବ ।’ ବରରୁଚି ପତ୍ନୀଙ୍କ କଥା ମାନି ସେୟା କଲେ । ଏହାପରେ ପତ୍ନୀ ଶାନ୍ତ ହେଲେ । ସେହିଦିନ ମଧ୍ୟ ରାଜାଙ୍କ ରାଣୀ କୌଣସି କାରଣରୁ ରାଜାଙ୍କ ଉପରେ ରାଗି ଯାଇଥାଆନ୍ତି । ରାଜା ତାଙ୍କୁ ମନାଇବା ପାଇଁ ପ୍ରାଣପ୍ରଣେ ଚେଷ୍ଟା କରୁଥାଆନ୍ତି । ଶେଷରେ ରାଜା କହିଲେ, ‘ପ୍ରିୟେ! ତୁମେ ଯାହା କହିବ ମୁଁ ମାନିବାକୁ ପ୍ରସ୍ତୁତ ଅଛି ।’ ରାଜାଙ୍କ କଥାଶୁଣି ରାଣୀ କହିଲେ, ‘ମହାରାଜ’! ଆପଣ ଯଦି ମୋତେ ପ୍ରକୃତରେ ଭଲ ପାଉଥାଆନ୍ତି, ତା’ହେଲେ ଆପଣ ଘୋଡା ଯେପରି ମୁହଁରେ ଲଗାମ ବାନ୍ଧିଥାଏ, ସେହିପରି ବାନ୍ଧି ହାମ୍ବୁଡାଇ ଚାଲିବ । ମୁଁ ଆପଣଙ୍କ ପିଠି ଉପରେ ବସି ଆପଣଙ୍କୁ ଦଉଡିବାକୁ କହିବି । ଆପଣ ଏହା ଶୁଣି ଘୋଡା ଯେପରି ରାବକରେ ସେହିପରି ରାବ କରିବେ । ରାଜା ପତ୍ନୀ ପ୍ରେମରେ ଏତେ ପାଗଳ ହୋଇପଡିଥାନ୍ତି ଯେ ସେ ସଂଗେ ସଂଗେ ରାଣୀଙ୍କ ଆଗରେ ଘୋଡା ପରି ଆଚରଣ କଲେ । ରାଜାଙ୍କର ଏହି ଅଭିନୟ ଦେଖି ରାଣୀଙ୍କର ରାଗ କେଉଁଆଡେ ଉଭେଇ ଗଲା ।

ତହିଁଆରଦିନ ରାଜ ଦରବାର ବସିଲା । ରାଜା ବରରୁଚିଙ୍କର ଲଣ୍ଡିତ ମସ୍ତକକୁ ଦେଖି ରାଜା ସଂଗେ ସଂଗେ ପଚାରିଲେ, ‘ମନ୍ତ୍ରୀ ମହାଶୟ’! ଆପଣ କାହିଁକି ଏପରି ଲଣ୍ଡା ହୋଇଛନ୍ତି? ରାଜାଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ, ‘ପତ୍ନୀ ଯାହା ଇଚ୍ଛା କରିଥାଆନ୍ତି, ପତି ତାହା ପୂରଣ କରିବାକୁ ବାଧ୍ୟ ହୋଇଥାଏ । କେତେବେଳେ ସ୍ୱାମୀ ରୂପକ ପୁରୁଷଟିକୁ ଘୋଡାପରି ରାବ କରିବାକୁ ହୋଇଥାଏ ତ, କେତେବେଳେ ଅସମୟରେ ଲଣ୍ଡା ହେବାକୁ ପଡିଥାଏ’ । କାହାଣୀଟି କହିସାରି ମାଙ୍କଡ କୁମ୍ଭୀରକୁ କହିଲା, ‘ତୁ ହେଉଛୁ ଏକ ମୂର୍ଖ’ । ରାଜାନନ୍ଦ ଏବଂ ମନ୍ତ୍ରୀ ବରରୁଚି ଯେପରି ପତ୍ନୀର ବୋଲକରା ହୋଇରହିଥିଲେ, ତୁ’ ମଧ୍ୟ ସେହିପରି ତୋ’ର ସ୍ତ୍ରୀର କଥାରେ ପଡି ବନ୍ଧୁକୁ ମାରିବାକୁ ଚେଷ୍ଟା କରିଥିଲୁ । ଏହାଠାରୁ ହୀନ କର୍ମ ଆଉ କ’ଣ ହୋଇପାରେ? ତେଣୁ କଥାରେ ଅଛି, ‘ନୀରବତା ହିଁ ସଫଳତାର ପ୍ରକୃଷ୍ଟ ମାଧ୍ୟମ । ଶୁଆ, ଶାରୀ ମାନେ ମଣିଷ ପରି କଥା କହି ପାରୁଥିବାରୁ ସେମାନଙ୍କୁ ପିଞ୍ଜରାରେ ଆବଦ୍ଧ ହୋଇ ରହିବାକୁ ପଡେ । କିନ୍ତୁ ବଗ ସର୍ବଦା ନୀରବ ରହୁଥିବାରୁ ତା’କୁ ଏହି ଦଶା ଭୋଗ କରିବାକୁ ପଡେ ନାହିଁ । ଗଧଟି ବାଘର ଚମଡା ଢାଙ୍କି ହୋଇପଡିଲେ ସେ ବାଘ ହୋଇପାରେ ନାହିଁ । ଯେପରି ବାଘପରି ଗର୍ଜନ କରିବାରୁ ଗଧର ପ୍ରାଣଗଲା ।

ମାଙ୍କଡର ଏହି କଥା ଶୁଣି କୁମ୍ଭୀର ସେ ସମ୍ପର୍କ ରେ ଜାଣିବାକୁ ଚାହିଁଲା । ମାଙ୍କଡ କାହାଣୀଟି କହିବା ଆରମ୍ଭ କଲା ।


Rate this content
Log in

Similar oriya story from Children