Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

3  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଗଛର ମାଲିକ କିଏ

ଗଛର ମାଲିକ କିଏ

2 mins
7.3K


ଶ୍ରୀମତୀ ସୁଜାତା ସିହ୍ନା

କେଶବ ଓ ରାଘବ ଦୁଇ ପଡ଼ୋଶୀ ଥିଲେ l ସେମାନଙ୍କ ଘରର ସମ୍ମୁଖରେ ଥିବା ଆମ୍ବ ଗଛଟିରେ ପ୍ରଥମ କରି ଆମ୍ବ ଫଳିଥିଲା l ତେଣୁ ଆମ୍ବ ତୋଳିବା ପାଇଁ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଝଗଡ଼ା ଲାଗିଲା l ଝଗଡ଼ା ଏତେ ଆଗକୁ ବଢ଼ିଗଲା ଯେ ସେମାନେ ନ୍ୟାୟ ପାଇଁ ଆସି ଆକବରଙ୍କ ଦରବାରରେ ପହଞ୍ଚିଲେ l

କେଶବ କହିଲା- ହଜୁର ! ଏ ଆମ୍ବଗଛ ମୋର l ମୁଁ ଆଜିକୁ ସାତବର୍ଷ ହେଲା ତା ମୂଳରେ ପାଣିଦେଇ ତା’ର ରକ୍ଷଣାବେକ୍ଷଣା କରି ଆଜି ତାକୁ ଏତେ ବଡ଼ କରାଇଲି ହେଲେ ସେ ଯେତେବେଳେ ଫଳ ଦେଲା ରାଘବ କହୁଛି ଏ ଗଛ ମୋର ଅଟେ l ରାଘବ କହିଲା- ହଜୁର ! କେଶବ ! କେଶବ ମିଛ କହୁଛି l ଏ ଗଛ ମୋର ଅଟେ l ଫଳନ୍ତି ପାଚିଲାଆମ୍ବ ଦେଖି ତାର ଲୋଭ ହେଉଛି l ତେଣୁ ଆପଣ ଆମକୁ ପ୍ରକୃତ ନ୍ୟାୟ ଦିଅନ୍ତୁ l ଗାଚାର ପ୍ରକୃତ ମାଲିକ କିଏ ?

ଏହା ଶୁଣି ବାଦଶାହ ପ୍ରକୃତ ଗଛର ମାଲିକ କିଏ ନିର୍ଦ୍ଧାରଣ କରିବା ପାଇଁ ବୀରବଲଙ୍କୁ ଆଦେଶ ଦେଲେ l ବୀରବଲ ଦୁଇପକ୍ଷଙ୍କର କଥା ବହୁତ ଧ୍ୟାନର ସହିତ ଶୁଣି କହିଲେ- ତୁମେ ଦୁହେଁ କାଲିକି ଆସ l ତୁମକୁ ନିଶ୍ଚୟ ନ୍ୟାୟ ମିଳିବ l ଦୁଇଜଣ ଯିବା ପରେ ବୀରବଲ ତାଙ୍କ ସେବକକୁ କହିଲେ- ତୁମେ ଦୁହେଁ କେଶବ ଓ ରାଘବ ଘରେ ଯାଇ କହିବ ତୁମ ଆମ୍ବ ଗଛରୁ ଚୋରମାନେ ଆମ୍ବ ପାରି ନେଇ ଯାଉଛନ୍ତି l ଏହି କଥାଛଡା ଆଉ ଅଧିକ କିଛି କହିବ ନାହିଁ l ଆଉ ଦୁଇଜଣ ସେବକଙ୍କୁ ସେ ଦୁହିଁଙ୍କ ଘରେ ଲୁଚି ରହି ଗୁପ୍ତରେ ସେମାନଙ୍କ କଥା ଶୁଣିବା ପାଇଁ ଦାୟିତ୍ଵ ଦେଲେ l

ସେବକ ପ୍ରଥମେ କେଶବ ଘରକୁ ଗଲା କିନ୍ତୁ କେଶବ ଘରେ ନଥିବାରୁ ତାର ସ୍ତ୍ରୀକୁ ସଂଦେଶ ଦେଇ ରାଘବ ଘରକୁ ଗଲା l ରାଘବ ମଧ୍ୟ ଘରେ ନଥିଲା l ଏଠାରେ ମଧ୍ୟ ସେବକ ତାହାର ସ୍ତ୍ରୀକୁ ସନ୍ଦେଶ ଦେଇ ଚାଲିଗଲା l କିଛି ସମୟ ପରେ କେଶବ ଘରକୁ ଫେରିଲା l ତାର ସ୍ତ୍ରୀ ଆମ୍ବ ସବୁ ଚୋରମାନେ ଚୋରୀ କରି ନେଇଯାଇଛନ୍ତି ବୋଲି କହିବା କ୍ଷଣି କେଶବ କହିଲା- ଯିଏ ନଉଛି ନେଉ କିନ୍ତୁ ରାଘବକୁ ଆମ୍ବ ତୋଳିବାକୁ ଦେବିନି l ତୁମେ ପ୍ରଥମେ ମତେ ଖାଇବାକୁ ଦିଅ l କାଲୀ ସକାଳ ହେଲେ ଦେଖିଯିବା l

ସେହି ଉକ୍ତି ରାଘବର ସ୍ତ୍ରୀ ଯେତେବେଳେ ଶୁଣାଇଲା ରାଘବ ସଙ୍ଗେ ସଙ୍ଗେ ଠେଙ୍ଗା ଧରି ଆମ୍ବ ଗଛ ଆଡ଼କୁ ଦୌଡ଼ିଲା l ତାର ସ୍ତ୍ରୀ କହିଲା- ଆଗେ ଖାଇଦେଇ ଯାଅ l ରାଘବ କହିଲା- ଆରେ ମୋର ସାତବର୍ଷର ପରିଶ୍ରମକୁ ଚୋର ନେଇଯିବ l ମୁଁ କେମିତି ସହିବି ? ଏସବୁ କଥା ବୀରବଲଙ୍କ ସେବକମାନେ ସୂନୀ ଆସି ତାଙ୍କୁ ଜଣାଇଲେ l ତା’ ପରଦିନ କେଶବ ଓ ରାଘବ ଆସି ରାଜଦରବାରରେ ଉପସ୍ଥିତ ହେଲେ l ବୀରବଲ ଜାଣି ସାରିଥିଲେ ପ୍ରକୃତରେ ଗଛର ମାଲିକ କିଏ ? ଆଉ ଏକ ପରୀକ୍ଷା ପାଇଁ ସେ କହିଲେ ଏ ଆମ୍ବଗଛ ହେଉଛି ସବୁ ଝଗଡାର ମୂଳ କାରଣ l ତେଣୁ ଏହାକୁ କାଟି ଦିଆଯାଉ l ଏହା ଶୁଣି କେଶବ କହିଲା- ହଁ ଆଜ୍ଞା କାଟି ଦିଅନ୍ତୁ କିନ୍ତୁ ରାଘବ ମନ ଦୁଃଖ କରି କହିଲା- ହଜୁର ! ଭଲ ହେବ ଏ ଗଛକୁ ଆପଣ କେଶବକୁ ଦେଇ ଦିଅନ୍ତୁ ହେଲେ ଫଳନ୍ତି ଗଛକୁ କାଟନ୍ତୁ ନାହିଁ l

ଏଥର ବୀରବଲ ଆକବରଙ୍କୁ କହିଲେ- ଜାହାଁପନା ସମାଧାନ ହୋଇଗଲା l ଗଛଟି ହେଉଛି ରାଘବର ଆଉ କେଶବ ମିଛ କହୁଛି l ତେଣୁ ଏ ଗଛ ରାଘବକୁ ମିଳୁ ଏବଂ କେଶବ ମିଛ ଷଡ଼ଯନ୍ତ୍ର କରିଥିବା ହେତୁ ତାକୁ ଶହେ ବେତ ପ୍ରହାର ମିଳୁ l


Rate this content
Log in

Similar oriya story from Children