Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମାଂସ - ୪
ମାଂସ - ୪
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics

9 Minutes   7.3K    16


Content Ranking

କିନ୍ତୁ ଦିନେ ଏମିତି ହେଲା ଯେ ମୋତ ବାଧ୍ୟ ହୋଇ ଚିତ୍ତ ସହିତ ଯୁଦ୍ଧର ମଇଦାନକୁ ଓହ୍ଲାଇବାକୁ ପଡ଼ିଲା ।ସେଇ ସନ୍ଧ୍ୟାରେ ମୁଁ କୁନି ଘରୁ ଫେରୁଥିବା ସମୟରେ ଦେଖଲି ଚିତ୍ତ ମଝିରାସ୍ତା ଟାରେ ଠିଆହୋଇଛି ।ସେ ମଝି ରାସ୍ତାରେ ଠିଆହୋଇଥିଲା ।ସାଇକେଲକୁ ତାର ରାସ୍ତା ବନ୍ଦ କଲା ପର ରଖିଦେଇ ସେ ବାଟ ଓଗାଳିଥିଲା ।

ମୁଁ ତାର ବାଟ ବନ୍ଦଯୋଗୁଁ ବାଧ୍ୟ ହେଲି ଠିଆ ହେବାକୁ । ସେ ପ୍ରଥମେ ଆରମ୍ଭ କଲା, -ତୁ କାଲି ଠୁ ଏ ଯାଗାକୁ ଆସିବୁନି । ମୁଁ କହଲି,- କାହିଁକି? ସେ କହିଲ ତୋର ।ସେସବୁ ଜାଣିବା ଦରକାର ନାହିଁ । ମୁଁ ଯାହା କହିଲି ତୁ କେବଳ ସେତିକି କର ।କାଲିଠୁ ଏଠ ଯେମିତି ମୁଁ ତୋତେ ନଦେଖେ । ତା କଥରେ ମୋ ଦେହ ରାଗରେ ଥରି ଉଠୁଥିଲା ।ତଥାପି ନିଚର ରାଗ ସମ୍ଭାଳି କହିଲି,- ଏଇଯା କଣ ତୋର ବାପା ସମ୍ପତ୍ତି କି? ତୁ କିଏ ମୋତେ ରୋକିବାକୁ । ମୁଁ ଯେମିତି ଆସିବି କଥ ଆସିବି ।ଦେଖିବି ତୁ ମୋର କଣ କରିବୁ । ସେ ମୋତେ କହିଲା,- ଠିକ୍ ଅଛି । ତାହାହେଲେ ଦେଖାଦେଖି ହେବା । ଆଜିକ ଛାଡି଼ ଦଉଛି । କଲେି ଯଦି ତୁ ଆସୁ ମୋତେ ଦେଖିବୁ । ସେ କହି ସାରିବା ପରେ ରାସ୍ତା ଛଡ଼ିଦେଲା । ମୁଁ ବି ଯିଦି କରି କହିିଲି,- କାଲିକି ମୁଁ ନିଶ୍ଚୟ ଆସିବି । ଯାହା ହେବାକଥା କାଲି ହେବ । ଦେଖବା କାହାର ଦମ୍ କେତେ । କହୁକହୁ ମୁଁ ସେଠାରୁ ·ଲି ଆସିଲି ।

ନିଚର ସବୁ ସାହାସ ଖଟେଇ ସେଠାରୁ ସିନା ·ଲି ଆସିଲି! କିନ୍ତୁ ତାପୋ ମୋ ଦେହରେ ·ଲିବାକୁ ବି ଶେଷ ବଳ ଟକକ ମୁଁ ହରେଇ ସାରିଥିଲି ।ବହୁ କଷ୍ଟରେ ନିଜକୁ ଠେଲିପେଲି ମୁଁ ସେ ଯାଗାରୁ ଆସି ଘରେ ପହଞ୍ôଚଲି ।ବିରକ୍ତି ଓ ଲଜ୍ଜ୍ୟାରେ ଦେହ ଅବଶ ହୋଇଯାଇଥିଲା ।

ସେହି ରାତରେ ମୁଁ ତା ପରଦିନ ପାଇଁ ନିଜ ଭିତରେ ସମସ୍ତ ଶକ୍ତି ସଂଚୟ କରିବାୁ ମନସ୍ତ କଲି କିନ୍ତୁ ଆଶ୍ଚର୍ଯ୍ୟ ଭାବରେ ସବୁ ।କ୍ତି ଯେମିତି ମୋଭିତରକୁ ଆସିବାକୁ ଅରାଜିଥିଲେ ।

ମନ ଭିତରେ ମୁଁ ନିଚକୁ ପ୍ରସ୍ତୁ୍ତ କରୁଥିଲି ଯେ କେମିତି ମଁ ଅକ୍ନ୍ା କାଲି ର ସେହି ମୁହୁର୍ତ୍ତ କୁ ସାମନା କରିବି । କୁନି ଘରକୁ ନଯାଇ ରହିବା ବି ମୋ ପାଖରେ ସେତିକି କଷ୍ଟକର ଥିଲା ।ଯେତି କଷ୍ଟକର ଥିଲା ତା ଘରକୁ ତା ପରଦିନ ଯିବା । ମନ ଭିତରେ ମୁଁ କେବଳ ଗାଳି ଦେଉଥିଲି ଯେ, ମୋ ଦେହ ଭିତରେ ବଳ ନାହିଁ କାହିଁକି?

ମୁଁ ଭାବୁଥିଲି ଯଦି କୌଣସି ପ୍ରକାରରେ ସେହି ରାତି ଭିତରେ କିଛି ଗୋଟିଏ ଚମତ୍କାର ଶକ୍ତି ର ଅଧିକାର ହୋଇ ପାରନ୍ତି ତେବେ ମୁଁ ଚିତ୍ତ ଭଳି ଗୋଟିଏ ଛର ଶକ୍ତିକୁ ଅକ୍ଳେଶରେ ଉଡ଼ାଇ ଦେଇ ପାରନ୍ତି ।ଏମିତି ଭାବିବା ଭିତରେ ଶକ୍ତର ଯେଉଁ ମଣିଷ ରୁପୀ ଛବି ଯା ମୋଭିତରେ ତିଆରି ହେଲା, ସେଇଟା ସର୍କସରେ ଦେଖିଥିବା ସେଇ ନରାକ୍ଷସଟି ।

ସେଇ ନର ରାକ୍ଷସଟିକୁ ମୋର ପାଇବାର ଆଉ ସୁଯୋଗ ନଥିଲା କାରଣ ସେମାନେ ସେଥର ସର୍କସ ଦେଖାଇ ସାରିଲି ଯାଇଥିଲେ ।ଆଉ ଆମ ସହରକୁ ଆସି ନଥିଲେ , ସେଥର ପରେ ।ଏପରିକି ମୋର ସେ ସର୍କସର ନାଁଟି ବି ମନେ ନଥିଲା ।ଅତଚ ମୋର ସେି ଲେକାଟାର ଶକ୍ତି ମୋ ପାଇଁ ଅପରିହାର୍ଯ୍ୟ ଥିଲା ।

ବିନା ଶକ୍ତି ରେ ବି ମୋର ବି କୁନି ଘର ଆଡ଼େ ଯିବାର ସାହାସ ବି ହେଉନଥିଲା । ଏବଂ କଣ କରିବି କିଛି ଭାବି ପାରୁନଥିଲି । ସେଇ ସବୟ ପରଠାରୁ ତା ପର ଦିନ ସଂଧ୍ୟା ଯାଏଁ ଅଜଣା ଏକ ଭୟ ଓ ଆଶଂକା ଭିରେ ମୁଁ ବଞ୍ଚି ଯାଇଥିଲି ।

କିନ୍ତୁ ସେଇ ରାତିରେ ମୋର କାହିଁକି ମନେ ହେଲା ରେ ସେଇ ଲୋକଟା କୁ ମୁଁ ଯେତିକି ଖୋଜୁଛି ତାଠାରୁ ବେଶୀ ସେ ମୋତେ ଖୋଜୁଛି ।

ସେଇ ଧାରଣା ମତେ ଅମୁଳକ ମନେହେଲେବି ସେଇଭଳି ଗୋଟିଏ ଅନୁଭବ ରୁ ମୁଁ ନିଜକୁ କେଜାଣି କାହିଁକି ମୁକୁଳାଇ ପାରୁନଥିଲି ।ସେ କାହିଁକିର କିଛି ଅର୍ଥ ନିଶ୍ଚୟ ନଥିଲା ଅଥଚ ନିଜଭିତେ ମୁଁ ତା ସହିତ ସଅସର୍ଗ ର ଉପପାଦ୍ୟ ତିଆରି କରିବସିଥିଲି ।

ସେକଥା ଯେତିକି ଯେତିକି ଭାବୁଥିଲି ସେତିକି ସେତିକି ମୋର ଶିହରଣ ବାରବାଂର ମୋତେ ଦୋହଲାଇ ଦେଉଥିଲା ।ସେମିତି ଭାବୁଭାବୁ ମୁଁ ଆଖି ବନ୍ଦ କରିଦେଇଥିଲି ।ବୋଧହୁଏ ଭୟ ହେଲେ ନିଦ ଆପେ ଆପେ ଆସିଯାଏ ଓ ଆପେଆପେ ଭାଙ୍ଗିବିଯାଏ ମଝି ରାତିରେ ।

ସେ ରାତି ରେ ମୋର ବି ସେଇଆ ହେଲା ।

ମୋର ମନେହେଲା ଯେ କେହିଜଣେ ମୋ ପାଖରେ ଠିଆ ହୋଇଛି ।ଘର ସାରା ଅନ୍ଧାର । ହେଲେ ବି ମୁଁ କାହାର ଉପସ୍ଥିତି ମେର ଶୋଇଥିବା ବଖରାରେ ଅନୁଭବ କଲି ।ଭୟରେ ଦେହ ମୋର ଶୀତେଇ ଉଠିଲା । ବନ୍ଦ ଘର ଟା ଭିତ ରେକିଏ ପଶିପାରେ!

ନା ମୋର ବୋଧହୁଏ ମନର କିଛି ଭ୍ରମ ହୋଇପାରେ ବୋଲି ଭାବିଲି ।ହେଲେ ବି ସେଇ ବଖରା ଭିତରେ ବାହାର ଉପସ୍ଥିତି ର ଭୟ କୁ ନିଜଭିତରୁ ବାହାର କରି ପାରୁଥିଲି ।

ନିଜକୁ ଭୟ ର ଖୋଳପାରୁ ବାହାର କରିବାକୁ ଯାଇ ମୁଁ ଆଖି ଖୋଲି ସବୁ ଆଡ଼କୁ କହିଁଲି ।ସାରା ଘର କେବଳ ଅନ୍ଧାର ଥିଲା ।ଆୁଉ କିଛି ଥିବାର ମୁଁ ଜାଣି ପାରିଲି ନାହିଁ । ବିଛଣାରୁ ଉଠି ଠିଆହେଲି ।ଆଲୁଅ ଜଳେଇଲି, ଦେଖବାକୁ ଯେ ସତରେ ଘର ଭିତରେ କେହି ଅଛି କି ନାହିଁ !ୃାଲଅ ଜଳାଇ ସରି ଘର ଭିତରେ କେହି ନାହାନ୍ତି ବୋଲି ଜାଣିବା ପରେବି ନିଜ ଭିତରୁ ଭୟ ଯାଇନଥିଲା । ଆଉ ଆଲୁଅ ଲିଭାଇବାକୁ ଆଉ ମୋର ସାହସ ବଳାଇଲା ନାହିଁ ।ଶେଇବାକୁ ବି ଭୟ ଲାଗିଲା । ଘରେ ଏପାଖ ସେପାଖ ହେଲି କିଛି ସମୟ ।

·ଲୁଚି ଯାଇ ଆଇନା ପାଖରେ ଠିଆହେଲି ।ନିଜକୁ ଦେଖିବାର ମୋର ସେମିତି କିଛି ସେତେବେଳେ ଖାସ୍ ଉଦ୍ଦେଶ୍ୟ ନଥିଲା ।କିନ୍ତୁ ନିଚକୁ ଆଇନାରେ ଦେଖି ମୁଁ ହଠାତ୍ ଚମକି ଉଠିଲି । ମୋତେ ଲାଗିଲା କେହି ଜଣେ ମୋ ବଦଳରେ ଆଇନା ଭିତରେ ପ୍ରତିବିମ୍ବିତ ହେଉଛି । ଚେହେରା ଟା ମୋର ଚିହ୍ନାଚିହ୍ନା ମନେେହେଲା । ମନେହେଲା ମୁଁ ଯେମିତି ସେଇ ମୁହଁ କୁ ଆଗରୁ ଦେଖିଛି ।

କିନ୍ତୁ ଆଶ୍ଚର୍ଯ୍ୟହେଲି ଯେ ସେଇ ଚେହେରା ଟା ଆଇନା ଭିତରେ ମୋ ମୁହଁ ବଦଳରେ ଆସିଲା କେମିତି!ସତ୍ୟମାନେ କଣ ସତରେ ଏମିତି ଅସମ୍ଭବ!ନିଜ ଚେହେରାରେ ବି ମୁଁ ଭୟଭୀତ ହୋଇପଡ଼ିଲି ।ନିଜ ଭିତରେ ଏେତେ ଶିଘ୍ର ଏମିତି ପରିବର୍ତ୍ତନ ର୍ମୁ ଆଦୌ ଆଶା କରିନଥିଲି ।ମୁଁ ନିଜକୁ ଆଇନାରେ ଦେଖୁଥିଲି ନା ଆଉ କାହାକୁ ଦେଖୁଥିଲି ଜାଣି ପାରୁନଥିଲି ।ସେମିତି ଦେଖୁଦେଖୁ ନିଜ ଭିତରେ ଗୋଟିଏ ପ୍ରକାରର ଅଜବ ଶିହରଣ ମୁଁ ଅନୁଭବ କଲି । ମୋତେ ଲାଗିଲା ଯେମତି ମୁଁ ନିଜକୁ ସେଇ ମାଂସାସୀ ରେ ରୂପାନ୍ତରିତ କରି ସାରିଛି ।

କ୍ରମଶଃ ଭାବନା ଯି ମୋତେ ଏତେ ମାନଶିକ ଶକ୍ତି ଦେଲା ଯେ, ସେଇ କିଛି ସମୟ ପାଇଁ ମୁଁ ପୃଥିବୀର ସବୁଠାରୁ ଶକ୍ତିଶଳୀ ବୋଲି ଭିବାବାକୁ ଲାଗିଲି । ମୋତେ ଲାଗିଲା ଯେମିତି ମୁଁ ସବୁ ପ୍ରକାର ଶକ୍ତି କୁ ପରାହତ କରିବାୁ ତିଆରି ହୋଇଛି । ହୁଏତ ସେ ଶକ୍ତି ଖୁବ୍ ସାମୟୀକ ବା ମନର ଭ୍ରମ ।କିନ୍ତୁ ମୋ ଭିତରର ନିଶ୍ଚୟ ନୁହଁ । ଦେଇ କିଛି ସମୟ ପାଇଁ ମୁଁ ଭାବି ବସିଲି ଯେମିତି ମୁଁ ପୃଥିବୀ କୁ ଚୟ କରିବାକୁ ତାହା ଏକ ଆକସ୍ମିକ ଶକ୍ତି । ହୁଏତ ତା ଦ୍ୱାରା ମୁଁ ସବୁ କିଛି ଅକ୍ଳେଷ ରେ ଜୟ କରି ପାରିବି ।

ଆଇନା ଆଗରେ ଠିଆ ହୋଇ ମୁଁ ସେଇ ଶକ୍ତିକୁ ଲୁଚାଇବାକୁ ଚେଷ୍ଟାକରୁଥିଲି ।ହେଲେ ଯେତିକି ଯେତିକି ମୁଁ ତାକୁ ଲୁଚାଇବାକୁ ଚେଷ୍ଟା କରୁଥିଲି ସେତିକି ସେତିକି ସେ ମୋ ଭିତରୁ ସେ ବାହାରି ଆସ ମୋତେ ଅସୁବିଧାରେ ପକାଉଥିଲା । ମୁଁ ଆସନ୍ତାକଲି ପାଇଁ ଖୁବ ବ୍ୟଗ୍ର ହେଇପଡ଼ୁଥିଲି ।ସେ ଆସିବାକୁ ଥିବା ସେଇ ମୁହୁର୍ତ୍ତ ମାନେ ଯଦି ଏବେ ଏଇନେ ଆସି ଯାଅନ୍ତି ମୁଁ ସେସବୁକୁ ଏତେ ସହଜରେ ଖେଲେଇ ପାରନ୍ତି ।କାରଣ ମୋର ଭୟଥିଲା ବୋଧହୁଏ ସେଇ ଶକ୍ତି ମୋତ ସେଇ ରାତିରେ ଛାଡି଼ ·ଲିଯାଇ ପାରନ୍ତି ।

ରାତିର ଅବଶିଷ୍ଟ ସମୟ ମୁଁ ଶକ୍ତି କଥା ନେଇ ପୁଲକିତ ହୋଇ ପଡ଼ିଲି । ଅଥଚ ଶକ୍ତିର ସତ୍ୟାସତ୍ୟକୁ ପରୀକ୍ଷା କରିବାକୁ ସୁଯୋଗ ପାଇନଥିଲି, ଅପେକ୍ଷାରେ ଥିଲି ।ଏମିତି ସକାଳ ହୋଇଯାଇଥିଲା ଏବଂ ସକାଳ ଯାଏଁ ନିଜକୁ ଆଇନାରେ ବାରମ୍ବାର ଦେଖି ନିଜର ପରିବର୍ତ୍ତନ ଲକ୍ଷ୍ୟ କରୁଥିଲି ।

ହେଲେ ସକାଳ ର ଆଲୁଅ ଆସିବା ପରେ ଯେତବେଳେ ନିଜକୁ ଆଇନା ଆଗରେ ଦେଖିଲି ମୁଁ ପୁଣଥରେ ଭୟଭୀତ ହୋଇ ପଡ଼ତଲି । କାରଣ ମୋର ମନେହେଲା ଯେ ସେଇ ଶକ୍ତି ବୋଧହୁଏ ମୋ ପାଖରେ ଆଉ ନାହିଁ ।ବହୁତ ଚେଷ୍ଟାକଲି ମୋଭିତରୁ ସାହାସ ଖୋଜି ବାହାର କରି ଶକ୍ତିକୁ ମୋଭତିରକୁ ପୁଣି ନେଇ ଆସିବାକୁ । ଅଥଚ ମୁଁ ହତାଶ ହୋଇପଡ଼ୁଥିଲି କାରଣ ମୋ ଭିତରେ ଭୟ ଜନିତ ଦୁର୍ବଳତା ବଢ଼ି ଯାଇଥିଲା ।

ସେଇ ଅବସ୍ତାରେ ମୋ ଦିନ ବି କଟିଲା ।ଭୟ ଓ ଦ୍ୱନ୍ଦ ମୋତେ ଘରି ପକେଇଥିଲା । କାରଣ ଆସନ୍ତା ପ୍ରତ୍ୟେକ ମୁହୂର୍ତ୍ତ ମେତେ ଶକ୍ତି ପରୀକ୍ଷା ଆଡ଼କୁ ଘୋଷାରି ନେଉଥିଲା ।

ଏମିତି ସଂଧ୍ୟା ଆସି ଯାଇଥିଲା । ଏବଂ ସଧ୍ୟାର ଅନ୍ଧାରକୁ ଏତେ ଭୟ ପାଇ ଯାଇଥିଲି ଯେ କୁନି କଥା ଭାବି ବି ହେଉନଥିଲା । ବରଂ କୁନି ଠାରୁ ବେଶୀ ମନେ ପଡ଼ୁଥିଲା ଚିତ୍ତ ।

ବାରଂବାର ଚିତ୍ତରେ ସେଇ ଚେତାବନୀ ଯେ ଆଉ ସେଇ ଆଖପାଖରେ ଦେଖା ନଯିବାକୁ, ମୋତେ ଆଛନ୍ନ କରିରଖିଥିଲା । ମୁଁ କଣ କରିବି ଭାବି ପାରୁନଥିଲି । ବାରମ୍ବାର ଗଲା ରାତିରେ ଭେଟିଥିବା ସେଇ ଶକ୍ତି କୁ ଆଣିବାକୁ ଚେଷ୍ଟଳକରୁଥିଲି । କିନ୍ତୁ ମୋତେ ଭୟ ହେଉଥିଲା ଯେ ସେ ଶକ୍ତି ସବୁ ମୋତେ ଛାଡ଼ି ଚିତ୍ତ ପାଖକୁ ପଳାଇ ଯାଇଛନ୍ତି ।

ଗୋଟିଏ ପାଖରେ କୁନି ଆର ପାଖେ ଚିତ୍ତ । ଯିଦ ଚିତ୍ତକୁ ମୁଁ ସାମ୍ନା ନ କରୁଛି ତ କୁନି ପାଖରେ ପୁରୁଷ ଟିଏ ହୋଇ ଛିଡ଼ାହେବା ଅସମ୍ଭବ । ଆଉ ଯଦି ଚିତ୍ତକୁ ସାମ୍ନା କରୁଛି ମୁଁ ଜାଣିନି ବି କୁନି ପାଖରେ ପୁରୁଷ ହୋଇ ଠିଆହୋଇପାରିବି କି ନାହିଁ ।ଦ୍ୱନ୍ଦ ଓ ଭୟ ଭିତରେ ମୁଁ ବାଧ୍ୟ ହୋଇ କୁନି ପାଖକୁ ଯିବାକୁ ବାହାରିଲି ।

ନିଜର ସମସ୍ତ ସାହାସ ସଂଚୟ କରି ଯେତେବେଳେ ଚିତ୍ତ କୂ ଭେଟଥିବା ଯାଗା ପାଖରେ ପହଞ୍ଚିଲି, ସେତେବେଳକୁ ମୋର ଅବସ୍ଥା ରେ ଅନେକ ପରିବିତିନ ଆସିଥିଲା ।କିଉିଟା ଭୟ ·ଲି ଯାଇଥିଲା । କିଛିଟା ସାହାସୀ ବି ହେଇ ପଡ଼ିଥିଲି ଭାବିଥିଲି ଯେମିତି ବି ହେଉ ମୋତ ଚିତ୍ତ କୁ ସାମ୍ନା କରିବାକୁ ପଡ଼ିବ । ସେଦିନ ନହେଲେ ଯେ ତା ପରେ ଏମିତି ଘଟଣା ନଘଟିବ ସେକଥା କହି ହେବନାହି ।ଯଦି କାଲି ବି ମୋତ ଲଢ଼େଇ ପାରିବାକୁ ହେବ ତାହାହେଲେ ଆଜି କାହଇଁ କି ସେ ଲଢେଇ ନସାରିବି ସେଇବା ଭାବିଭାବି ମୁଁ ତା ପୁର୍ବ ସଂଧ୍ୟାରେ ଚିତ୍ତକୁ ଭେଟଇଥିବା ସେଇ ଯାଗାରେ ପହଞ୍ଚିବା ବେଳେ କେହି ସେଠାରେ ନଥିଲେ ।ମୁଁ ଭାବିଲି ଚିତ୍ତକୁ ସେଠରେ ଅବେକ୍ଷା କରିବି । କିଛି ସମୟ ଠିଆବି ହେଲି ଭାବି ଯେ ଚିତ୍ତ କାଳେ ଡ଼େରି କରି ଦେଇଥିବ ।

କିନ୍ତୁ ଚିତ୍ତ ସେଠକେୁ ଯମ୍ମାରୁ ଆସିଲା ବି ନାହିଁ ।ଅନେକ ଅପେକ୍ଷା କରିବା ପରେ ମୁଁ ବାଧ୍ୟ ହେଇ କୁନି ଦଗରେ ଆଗେଇଲି ।

କୁନି ଘରେ ପହଞ୍ଚି ମଚଁ ଆହୁରି ଆଶ୍ଚର୍ଯ୍ୟ ହୋଇଗଲି ଯେ କୁନି ଘରେ ହିଁ ଚିିତ୍ତ ମୋତ ଅପେକ୍ଷା କରି ବସିଥିôଲା । ମୁଁ ପହଞ୍ବା କରେ ମୋ ମୁହଁ କୁ ·ହିଁ ଚୋଟ ହସ ଟିଏ ହସି ଦେଇ କହିଲା,- ମୋତେ କଣ ତୁ ସେଠି ଅପେକ୍ଷା କରିଥିଲୁ? ମୁଁ ଆସି ତୋତେ ଏଠି ଅପେକ୍ଷା କରିଛି । ତାକଥା ଶୁଣି ମୋ ମୁହଁ ଦେଇ ବାହାରି ଆସୁଥିବା ହସି ବାହାରୁ ବାହାରୁ ଅଟକି ଗଲା । କାରଣ କୁନି ଆରେ ତା ସହିତ ମୋର ଯୁଦ୍ଧ ହେବ ସେକଥା ମୁଁ ଆଶା କରୁନଥିଲି । ସେ ମୋତେ ବଝିପାରି ଆଉଥରେ ହସିହେଇ କହିଲା,- ନାଇରେ, ମୁଁ ତୋତେ ଆଉ କିଉି କହିବିନି, ତୁ ମୋର ଆଜିଠୁ ସାଙ୍ଗ ହେଲୁ ।ସେ କହୁଥିଲା ,- କୁନି ଆଚି ସଂଧ୍ୟାରେ ମୋତେ ତୋ କଥା କହିଲା । ସେ ତାଙ୍କ ଘରସାଙ୍ଗେ ତମ ଘର ର ସମ୍ପର୍କ କଥା ବି କହିଲା । ମୁଁ ଆଗରୁ ସେକଥା କିଛି ଜାଣି ନଥିଲି ।ଏମିତି କି ତୁ ବି ଜାଣି ନଥିବୁ ଯେ ସେ ମୋର ସମ୍ପକୀୟ ଭଉଣୀ ହେବ, ତାଠାରୁ ତୋ କଥା ଶୁଣିବା ପରେମୁଁ ତୋତେ ଏଇଠି ଆସି ଅବେକ୍ଷା କରିଛି ଯେ ମୁଁ ତେତେ ଭୁଲ ବୁଛିଛି ବୋଲି କହିବାକୁ । ଏବେ ମୁଁ ଯାଉଛି । ପରେ ଦେଖା ହେବ ।

ଚିତ୍ତ ·ଲିଗଲା । ମୋଠିରୁ ଆଉ କୁନି ଠାରୁ ବିଦୟ ନେଇ । ତା କଥାରେ ମୁଁ ପୁରାପୁରି ଆଶ୍ୱ୍ୱସ୍ଥ ହେଇଯାଇଥିଲି୍ୱନେ ମନେ ସେଇ ନର ରାକ୍ଷସ କୁ ଧନ୍ୟବାଦ ଦେଇଥିଲି ସେ ସେ ମୋତେ ସାହାସ ଦେଇଥିବାରୁ ।

ଚିତ୍ତ ଥିଲା ବେଳ କୁନି ଆମ ପାଖେ ନଥିଲା ।ଘର ଭିତରେ ଥିଲା । ଛିତ୍ତ ଯିବାର କଛି ସମୟ ପରେ ମୋ ପାଖରେ ଆସ ପହଞ୍ଚିଲା । ମୋତ କହଲା,- ଚତ୍ତ ଗଲାକି? ମଁ ହ ଭରିଲି ତା କଥାରେ । ସେ କହିଲା ତୁ କଣ ସତରେ ତା ସାଥିରେ ଲଡ଼େଇ କରିବୁ ବୋଲି ଭାବିଥିଲୁ?ପାଣିଥାଆନ୍ତୁ? ତୋ ଭାଗ୍ୟଭଲ ଯେ ସେ ମୋତେ କଥା ଟା ଆଗରୁ ଜଣେଇ ଦେଲା ବୋଲି ।

ମୁଁ ପ·ରିଲି ତାକୁ କଣ କହିଲୁ କି? କୁନି,-କହିଲା ତୋ କଥା କହି ଡ଼ରେଇ ଦେଲି । ମୁଁ ପ·ରିଲି ତୁ କଣ କହିଲ ଯେ ସେ ଏମିତି ମୋତେ ଡ଼ରିଗଲା? ।

ମୋ କଥରେ କୁନି ହେଯରରେ ହସିଲା,- ବେଶ୍ କିଛି ସମୟ ହସିଲାସେ । ତାପରେ ରହିଗଲା ପରେ କହଇା,- ଜାଣୁ ମୁଁ କଣ କହିଲି? ମୁଁ କହିଲି. ରାକୁ ସିନା ଏମିତି ଦେଖୁଛୁ? ସେ ତୋତେ କଞ୍ଚା ଖାଇଯିବ ।ସେ କୋଉଟୁ ଗୋଟେ ନର ରାକ୍ଷସ ଦେଖି କଞ୍ଚାମାସ ଖାଇ ଖାଇ ଅଧା ରାକ୍ଷାସ ପାଲଟି ଗଲାଣି ।ତାକୁ ଦେଖୁଛି ସିନା ଏମିତି । ହେଲେ ତା ବଳ ଜାଣିନୁ ସେ କଞ୍ଚା ମାଂସ ବି ଖାଇ ଦେଇପରେଚାହାଠୁ ଗୋଟେ ଦୀକ୍ଷା ନେଇଛି ରାକ୍ଷସ ହେବ ବୋଲି ।

କହୁକହୁ କୁନି ଚୋର ଦେଇ ହସୁଥିଲା ।

ମେତେ କୁନିର କଥା ଶୁଣି ବହୁତ ଆଶ୍ଚର୍ଯ୍ୟ ଲାଗିଲା । ସତରେ ସେ ମୋ ନର ରାକ୍ଷସ କଥା ଜାଣିଲା କେମିତି? ମୁଁ ତାକୁ ଗତ ରାତି କଥା କହିନାଇଁ ଏଯାଏଁ ।

ସେଥିପାଇଁ କୁନିକୁ ପ·ରଲି,- ସତ କହ ତୁ ମୋର ରାକ୍ଷସ ହେବା କଥା ଜାଣିଲୁ କେମିତି? ମୁଁ ତ ତେତେ ପେବେ କହିନି! କୁନି କହିଲା,- ତୋର ମନେନାହିଁ, ଦିନେ ତୁ ସେଇ ରାକ୍ଷସର କଥାଟା କହୁକହୁ ମୋ ଆଗରେ କଞ୍ଚା କଲିଜାଟା ଖାଇ ଦେଇଥିଲ, ତୋର ବୋଧହୁଏ ମନେ ନାହିଁ କିନ୍ତୁ ମନେ ରଖିଛିଯେ, ତୁ ସେଇ ରାକ୍ଷସକୁ ମୁଣ୍ଡେଇମୁଣ୍ଡେଇ ·ଲୁଚିଛୁ ।

ତା କଥାରେ ମୁଁ ଯେତିକି ଆଶ୍ଚର୍ଯ୍ୟ ହେଲି ସେତିକି ଫୁଟାଣି ମୋର ବଢ଼ିଗଲା । ଫୁଟାଣି ଦେଖେଇ କହିଲି ଜାଣିଛୁ, ସତକୁ ସତ ମୁଁ ଆଜି ରାକ୍ଷସ ହେଇଯାଇଥିଲି ।ଚିତ୍ତ ମୋ ସାଙ୍ଗେ ଲଢ଼ିଥିଲେ କଣ ଯେ ତାର ହୋଇଥାନ୍ତା!

କଣ ହୋଇଥାନ୍ତା? କୁନି ଥଟ୍ଟା କଲା ମୋତ । ମୁଁ କହିଲି,- ଦେଖବୁ ଏବେ ମୁଁ ତୋତେ ଏଇନେ କଞ୍ଚା ଖାଇଯିବି!-ଖାଇଲୁ ଦେଖି?, କୁନି କହିଲ । - ମୁଁ କଣ ତୋତେ କେବେ ମନା କରିଛି, ମୋ୍େ ଖାଇବାକୁ ଖାଇଲୁ ଦେଖି?କେତେ ରାକ୍ଷସ ହୋଇଛୁ ମୁଁ ଦେଖିବି । କହୁ କହୁ ସେ ମୋତା ହାତ ବଢ଼ୋଇ ଦେଲା ଆଉ ମୁଁ କିଛି ବୁଝିନ ପାରିଲି ଯେ କଣ ହେବାକୁ ଯାଉଛି. କୁନିର ଦେଖାଇଥିବା ହାତକୁ କାମୁଡ଼ି ଧରିଲି ।

ମୋର ହୋସ ଫେରିଲା ବେଳକୁ ମୁଁ କୁନିର ପାଟି ଶୁଣିପାରଲି । ସେତେବେଳେ ତା ହାତରୁ ପୁଳାଏ ମାଂସ କାମୁଡ଼ି ରକ୍ତାତ ପାଟିରେ ତାକୁ କିଛି ନ ବୁଝିଲା ପରି ପହିଥିଲି ।

ଏ ଘଟଣାର ବାଇଶି ବର୍ଷ ପରେ ଯେତେବେଳେ ହଠାତ୍ କୁନି ଦେଖାହେଲା, ସେ ଆଗ ମୋତ ପଚାରିଲା, ତୁ କଣ ସେଇ ରାକ୍ଷସଟିକୁ ଏବେ ବି ଭିତରେ ରଖିଛୁ?

କଛି ନଜାଣିଲା ପରି ତଳକୁ ·ହିଁ କହିଲି,- କେଜାଣି!!!

ଚିତ୍ତ ମଇଦାନ ରାକ୍ଷସ

Rate the content


Originality
Flow
Language
Cover design

Comments

Post

Some text some message..