Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Nath

Romance

2  

Prasant Kumar Nath

Romance

ପାପ ପ୍ରେମ

ପାପ ପ୍ରେମ

2 mins
7.5K


 ମୋନିକା ଥିଲା ଅସିତର ସହକର୍ମୀ । ତେଣୁ କଥାବାର୍ତ୍ତା ହେବ ସ୍ୱାଭାବିକ । ତାହା କେତେବେଳେ କାମକୁ ନେଇତ କେତେବେଳେ ବ୍ୟକ୍ତିଗତ । ମୋନିକା ଥିଲା ବିବାହିତ ଆଉ ୬ବର୍ଷର ପୁଅଟିଏ ମଧ୍ୟ। କିନ୍ତୁ ଆସିତ ଅବିବାହିତ । ବୟସରେ ମୋନିକା ବଡ ହୋଇଥିଲେବି ଅସିତ ଥିଲା ମୋନିକାର ଉପରିସ୍ତ ଅଫିସର । ଆଉ ମୋନିକା ଥିଲା ଆସିତର ଆସିଷ୍ଟାଣ୍ଟ ।

   ଏମିତି କାମକୁ ନେଇ ବେଳେ ବେଳେ ସେମାନଙ୍କର ହ୍ଵାଟ୍ସଆପ ରେ ଚାଟିଙ୍ଗ ହେଉଥିଲା । ପରେ ପରେ ଗୁଡ଼ ମର୍ଣ୍ଣିଙ୍ଗ,ଗୁଡ଼ ନାଇଟ । ଆଉ ଧିରେ ଧିରେ ସେମାନଙ୍କ ଚାଟିଙ୍ଗ ଏକ ନିତିଦିନିଆ କାର୍ଯ୍ୟରେ ପରିଣତ ହୋଇଗଲା। କୌଣସି କାରଣରୁ ଅସିତ ରିପ୍ଲାଇ ନକଲେ ମୋନିକା ରାଗୁଥିଲା ଆଉ ମୋନିକା ନକଲେ ଅସିତ । ସେମାନଙ୍କ ମଧ୍ୟରେ ରାଗରୁଷା ମାନ ଅଭିମାନ ବଢ଼ିବାରେ ଲାଗିଲା । ସତେ ଯେମିତି ସେମାନେ ପ୍ରେମିକ ପ୍ରେମିକା ।

  ବେଳେ ବେଳେ ଅସିତ ଭାବିଛି ଏ ସମ୍ପର୍କ କୁ ଏଇଠୁ ଛିଡେଇ ଦେଵ ଆଉ ଆଗକୁ ବଢ଼ାଇବନି । କିନ୍ତୁ କେଜାଣି କାହିଁକି ସିଏ ପାରେନା । ମୋନିକା ସହିତ ଚାଟିଙ୍ଗ ନକଲେ କଥା ନହେଲେ ତାକୁ ଭଲ ଲାଗୁନଥିଲା । ଆଉ ମୋନିକା ମଧ୍ୟ ଯେମିତି ତା ସ୍ୱାମୀକୁ ଛାଡି ଆସିତକୁ ଅଧିକ ପ୍ରାଧାନ୍ୟ ଦେଉଥିଲା । ଦୁହେଁ ମିଶୁଥିଲେ ହସୁଥିଲେ ଗପୁଥିଲେ । ଆଉ ହସ ଖୁସିରେ କାମ ମଧ୍ୟ କରୁଥିଲେ ।

   ମୋନିକା ଥିଲା ଅତ୍ୟନ୍ତ ସୁନ୍ଦରୀ । ତାର ରୂପ ଲାବଣ୍ୟ ଦେଖିଲେ କେହିବି କହି ପରିବେନିଯେ ସେ ବିବାହିତା । ସୁନ୍ଦର ଗୋରା ତକ ତକ ଚେହେରା । ଯୌବନ ଯେମିତି ଢେଉ ଭାଙ୍ଗୁଥିଲା ତା ଦେହରେ । କେତେବେଳେ ଜିନ୍ସ ଟପ ପିନ୍ଧି ଆସୁଥିଲାତ କେତେବେଳେ ଶାଢ଼ୀ । ଶାଢୀରେ ଆହୁରି ସୁନ୍ଦରୀ ଦେଖା ଯାଉଥିଲା ସିଏ । ଆଉ ଅସିତ ତାକୁ କହି ଦେଉଥିଲା ଆଜି କଣମ ଜଳୁଛ । ମୋନିକା ହସି ଦେଉଥିଲା । ଆଉ ତା ହସରୁ ଯେମିତି ବାରି ହେଇ ପଡ଼ୁଥିଲା ଅସିତ ପ୍ରତି ଥିବା ଆନ୍ତରିକତା ।

  ବେଳେବେଳେ ଅଫିସ କାମରେ ସେମାନଙ୍କୁ ବାହାରକୁ ଯିବାକୁ ହେଉଥିଲା । ଥରେ ଦୁହେଁ ବାହାରକୁ ଯାଇଥିଲେ । ମୋନିକା କହିଲା ଚାଲ ଆଜି ପାର୍କ ଆଡେ ଟିକେ ବୁଲିକି ଯିବା । ଅସିତ ମନା କରି ପାରିଲେନି । କାହିଁକିନା ଅଫିସକୁ ଫେରିବା ବାଟରେ ପଡିଥାଏ ସେହି ପାର୍କ । ଦୁହେଁ ଯାଇ ପାର୍କରେ ପହଞ୍ଚିଛନ୍ତି ହଠାତ ବର୍ଷା ମାଡି ଆସିଲା । ଦୁହେଁ ଧାଇଁ ଗଲେ ଏକ ଗଛର ମୂଳକୁ । ବର୍ଷାର ବେଗ ବଢ଼ିଲା ଦୁହେଁ ଭିଜି ସାରିଥିଲେ । ମୋନିକାର ଭିଜା ଭିଜା ଦେହ ଯେମିତି ଆସିତକୁ ପାଗଳ କରି ପକାଉଥିଲା । ମୋନିକା ଆସିତକୁ ଚାହିଁଦେଲେ ଅସିତ ତାଳମୁହାଁ ହୋଇ ଯାଉଥିଲା ଆଉ ମୋନିକା ଲାଜେଇ ଯାଉଥିଲା । ଏମିତି ଥରେ ଦୁହିଁଙ୍କ ଆଖିରେ ଆଖି ମିଶିଗଲା ।

ମୋନିକା କହିଲା କଣ ଦେଖୁଛ ?

ଅସିତ କହିଲା ନାହିଁ କିଛି ନାହିଁ ।

ଏତିକି ବେଳେ ଜୋରରେ ଏକ ଘଡଘଡି ମାରିଲା ଦୁହେଁ ପାଖାପାଖି ହେଲେ ଆଉ ଭୁଲିଗଲେ ନିଜର ସ୍ଥିତି କୁ । କମନାରେ ବିଭୋର ହୋଇ ଦୁହେଁ କରି ବସିଲେ ପାପ ।

   ବର୍ଷା ଛାଡ଼ିଗଲା । କେହି କାହାରି ମୁହଁକୁ ଚାହିଁ ପାରୁନଥିଲେ । ସେଦିନ ରାତିସାରା ଅସିତ ଶୋଇ ପାରିନଥିଲା । ପ୍ରଥମ ସ୍ପର୍ଷଟି ତାକୁ ଯେମିତି ମତୁଆଲା କରିଦେଉଥିଲା । ଭାବିଥିଲା ମୋନିକା ବିବାହିତ ତା ସହିତ ସମ୍ପର୍କ ରଖି ମୁ ପାପ କରିନିତ । ଆଉ ଜଣଙ୍କ ବିଶ୍ୱାସରେ ବିଷ ଦେଇନିତ ।

  ସେପଟେ ମୋନିକା ମଧ୍ୟ ଅସିତ ର ସ୍ପର୍ଶରେ ବିଭୋର ହୋଇ ପଡ଼ିଥିଲା । ଆଉ ଭୁଲି ଯାଇଥିଲା ଯେ ସେ ବିବାହିତ ଆଉ ତାର ମଧ୍ୟ ସ୍ୱାମୀ ସଂସାର ଅଛି ।

   ପ୍ରେମଟା ସବୁବେଳେ ପବିତ୍ର କିନ୍ତୁ ୟାକୁ କଣ କହିହେବ ପବିତ୍ର ପ୍ରେମ । ନା କେବେନୁହେଁ ଏହା ଅଟେ ପାପପ୍ରେମ ।

                    ~~~~~**~~~~~

ପ୍ରଶାନ୍ତ କୁମାର ନାଥ 

ନଂ-10,ଫାଷ୍ଟ ଫ୍ଲୋର,ଫାଷ୍ଟ ବି କ୍ରସ,ଏସ.ଜି.ଏନ ଲେଆଉଟ,

କସମିକ ଏଂବାସୀ,ବାଙ୍ଗାଲୋର-560027

ମୋ-08892301143


Rate this content
Log in

Similar oriya story from Romance