Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୧

Abstract

2  

ଓଡ଼ିଆ ଗଳ୍ପ ଓ କବିତା - ୧

Abstract

ବିଶେଷ ପୁରସ୍କାର

ବିଶେଷ ପୁରସ୍କାର

4 mins
360


ମଧୁ ହେଉଛି ତୁମରିପରି ଛୋଟପିଲା l ସେ ପଢେ ଅଷ୍ଟମ ଶ୍ରେଣୀରେ l ଭଲ ପାଠପଢେ ଶ୍ରେଣୀରେ ତାକୁ ସମସ୍ତେ ଭଲପାଆନ୍ତି l

     ସେ ବର୍ଷ ସ୍ୱାଧିନତା ଦିବସ ପ୍ୟାରେଡ ଦେଖିବାପାଇଁ ତାକୁ ତା ସାଙ୍ଗମାନେ ଡାକିଲେ l

ସେ ପ୍ରାୟ ସବୁ ବର୍ଷ ପ୍ୟାରେଡ ଦେଖିବାପାଇଁ ଯାଏ l ତା ଘରଠାରୁ ଅଳ୍ପ ଦୂରରେ ହେଉଛି ପ୍ୟାରେଡ ପଡିଆ l ଏଣୁ ତାକୁ ଯିବାପାଇଁ କୌଣସି ପ୍ରକାର ଅସୁବିଧା ହୁଏନାହିଁ l

     ମଧୁ ଚଟାପଟ ଜଳଖିଆ ଖାଇସାରି ସାଙ୍ଗମାନଙ୍କ ସହିତ ପ୍ୟାରେଡ ଦେଖିବା ପାଇଁ ଚାଲିଗଲା l

     ଭୁବନେଶ୍ୱର ହେଉଛି ଓଡିଶାର ରାଜଧାନୀ l ଏଠାରେ ଥିବା ପ୍ୟାରେଡ ପଡିଆରେ ପ୍ରତିବର୍ଷ ବହୁ ଲୋକଙ୍କ ଉପସ୍ଥିତିରେ ସ୍ୟାଧିନତା ଦିବସ ପାଳନ ହୁଏ l ବିଭିନ୍ନ ପ୍ରକାରର ସାଜସଜ୍ଜା ଓ ପ୍ୟାରେଡ ଦେଖିବାକୁ ଖୁବ୍ ମଜ୍ଜାଲାଗେ l

     ମଧୁ ଏବଂ ତାର ସାଙ୍ଗମାନେ ପ୍ୟାରେଡପଡିଆରେ ପହଞ୍ଚିଲା ବେଳକୁ ପ୍ୟାରେଡ ପଡିଆଟି ଗହଳି ହୋଇଯାଇଥାଏ l ପାଗ ଭଲଥିବାରୁ ସେ ବର୍ଷ ବହୁତଲୋକ ସ୍ୟାଧିନତା ଦିବସ ପ୍ୟାରେଡ ଦେଖିବାକୁ ଆସିଥାଆନ୍ତି l ମଧୁ ଏବଂ ତାର ସାଙ୍ଗମାନେ ଚେଷ୍ଟାକରି ମଧ୍ୟ ଭିତରକୁ ପଶିପାରିଲେ ନାହିଁ l ଏବଂ ବାଧ୍ୱହୋଇ ସେମାନେ ରାସ୍ତାକଡରେ ଛିଡା ହୋଇ ଦେଖିଲେ l

     ସେତେବେଳକୁ ପ୍ୟାରେଡ ଆରମ୍ଭ ହୋଇଯାଇଥାଏ l ଲୋକମାନେ ମନଯୋଗ ସହକାରେ ପଡିଆଭିତରକୁ ଅନାଇ ଥାଆନ୍ତି l ଏଇ ସମୟରେ ଆରପଟ ରାସ୍ତାକଡରୁ ଖୁବଯୋରରେ ପାଟିତୁଣ୍ଡ ଶୁଭିଲା l ଲୋକମାନଙ୍କ ଘୋଘୋ ଶବ୍ଦରେ କମ୍ପିଉଠିଲା ଚାରିଆଡ l ଗୋଟିଏ ଲୋକ ହାତରେ ଛୁରାଧରି ଖୁବ୍ ଯୋରରେ ଦୌଡୁଥିଲା l ତା ପଛରେ ଅନେକ ଲୋକ ଧର ଧର ଚୋର ପଳାଇଲା ବୋଲି ଚତ୍କାର କରୁଥାଆନ୍ତି l ବୋଧହୁଏ ତା ହାତରେ ଛୁରା ଥିବାରୁ ସଭିଏ ତାକୁ ଭୟ କରୁଥାଆନ୍ତି l ସତକଥା ଜୀବନକୁ କାହାର ବା ଲୋଭନାହିଁ l ଲୋକଟି ଖୁବ୍ ଯୋରରେ ଦୌଡି ଦୌଡି ତାଙ୍କରି ଆଡକୁ ଆସିଲା l ପ୍ରକୃତ ଘଟଣା କଣ ମଧୁ ଏବଂ ତାର ସାଙ୍ଗମାନେ ଜାଣିପାରୁନାହାନ୍ତି l କେବଳ ଧର ଧର ମାର ମାର ପାଟି ତୁଣ୍ଡ ଶୁଭୁଥାଏ l

ଘଟଣା ଯାହା ହେଉନା କାହିଁକି, ଆମକୁ ଏ ଲୋକଟିକୁ ଅଟକେଇବାକୁ ପଡିବ l ମୁଁ ଭାବୁଛି ଏ ଲୋକଟା ପକେଟମାର୍ ଭିଡଭିତରେ ପଶି କାହାର ପକେଟରୁ ଚୋରୀ କରିଛି l

     ଏହାଶୁଣି ମଧୁର ସାଙ୍ଗ କହିଲା ଟୁପ କର୍ ତୁ ପ୍ୟାରେଡ ଦେଖିବାକୁ ଆସିଛୁ ନା ଚୋର ଧରିବାକୁ ଆସିଛୁ ଏଠି ଏତେ ଲୋକ ଅଛନ୍ତି କାହାର ଏଥିପ୍ରତି ଚିନ୍ତା ନାହିଁ l ସଭିଏ ଖାଲି ଲୋକ ଦେଖାଣିଆ ଭାବରେ ଦୌଡୁଛନ୍ତି l ଆଉ କହୁଛୁ କଣ ଲୋକଟାକୁ ଅଟକେଇବାକୁl ତା ହାତରେ କଣ ଅଛି ଦେଖିପାରୁଛୁ ତ ଜୀବନକୁ ତୋର କଣ ଲୋଭ ନାହିଁ

     ଯାହା ହେଲେବି ଲୋକଟାକୁ ଅଟକେଇବାକୁ ପଡିବ l ଏହାକହି ମଧୁପାଖରେ ଥିବା ଗୋଟାଏ ବାଡିକୁ ଉଠାଇ ଆଣିଲା l ଲୋକଟା ଖୁବ୍ ଯୋରରେ ତାରି ଆଡକୁ ମାଡି ଆସୁଥାଏ l ଲୋକଟା ଯେମିତି ପାଖେଇ ଆସିଛି ମଧୁ ଲକ୍ଷକରି ତାରି ଆଡକୁ ବାଡିଟିକୁ ଫୋପାଡି ଦେଲା l

ଦୌଡୁଥିବା ଅବସ୍ଥାରେ ଗୋଡରେ ବାଡିଟା ଯୋରରେ ବାଜିବାରୁ ସେଇ ଲୋକଟା କଚାଡି ହୋଇପଡିଲା l ତା’ ହାତରୁ ଛୁରୀଟା ଛିଟିକି ଯାଇ କିଛି ଦୂରରେ ପଡିଲା l ମଧୁ ଚଟାପଟ ଯାଇ ଛୁରୀଟିକୁ ଗୋଟାଇ ଆଣିଲା l ତା ସାଙ୍ଗମାନେ ଦୌଡି ଆସି ଲୋକଟିକୁ ଧରି ପକାଇଲେ ଲୋକଟା ଛାଟିପିଟି ହୋଇ ଖସି ଯିବାକୁ ଚେଷ୍ଟା କରୁଥାଏ l ମାତ୍ର ମଧୁ ଓ ତାର ସାଙ୍ଗମାନେ ଏପରି ଭାବରେ ଧରି ଥାଆନ୍ତି ଯେ ସେ ହୁଗୁଳି ପାରୁ ନଥାଏ ,

     ସଙ୍ଗେ ସଙ୍ଗେ ଲୋକମାନେ ଆସି ସେଠାରେ ପହଞ୍ଚିଗଲେ l ସେମାନଙ୍କ ଭିତରୁ କେତେ କ ଜଣ ଲୋକଟିକୁ ମାରଧର କଲେ l ମାତ୍ର ମଧୁ ସେମାନଙ୍କୁ କହିଲା, “ଚୋରଟାକୁ ଧରିବାପାଇଁ ତକେହି ସାହସ କରୁନଥିଲ, ଏବେ ମାରିବାକୁ ସମସ୍ତେ ଚାଲି ଆସୁଛ? ତାହା ହୋଇପାରିବନାହିଁ l ଦଣ୍ଡଦେବା ଆମର କାମ ନୁହେଁ l ପୋଲିସ୍ ସେକଥା ବୁଝିବ” ହେଲେ ଲୋକଟାର ଦୋଷ କ’ଣ ?

ଏହା ଶୁଣି ଭିଡ ଭିତରୁ ଜଣେ ସ୍ତ୍ରୀ ଲୋକ କାନ୍ଦ କାନ୍ଦ ହୋଇ ବାହାରି ଆସିଲା l “କ’ଣ କହିବିରେ ପୁଅ ! ଏ ଲୋକଟା ମୋ ପାଖରେ ଠିଆ ହୋଇଥିଲା l ମୁଁ ଠିଆ ହୋଇ ପ୍ୟାରେଡ ଦେଖୁଥିଲି l ବେକରେ ମୋର ସୁନାହାର ପଡିଥାଏ l ଏ ଲୋକଟା ଚଟାପଟ ମୋ ବେକରୁ ହାରଟିକୁ ଟାଣିନେଇ ଦୌଡିବାକୁ ଲାଗିଲା l ମୁଁ ଚିତ୍କାର କରିବାରୁ ଲୋକମାନେ ତାକୁ ଧରିବାପାଇଁ ତା ପଛରେ ଦୌଡିଲେ l ଲୋକଟା ଛୁରୀ ବାହାର କରିବାରୁ ଡରିଗଲୁ l”

       ପ୍ରକୃତ ଘଟଣା ବୁଝିବାକୁ ସମୟ ଲାଗିଲା ନାହିଁ l ସେ ଜାଣିଗଲା ଯେ, ଲୋକଟି ଚୋର ମଧୁ ସେଇ ଲୋକ ପକେଟରେ ହାତ ପୁରେଇଲା l ପ୍ରକୃତରେ ତା ପକେଟରୁ ଏକ ସୁନାହାର ବାହାରିଲା l ସୁନା ହାରଟି ଓଜନିଆ ଥିଲା l ଏହାସହ କିଛି ଟଙ୍କା ମଧ୍ୟ ବାହାରିଲା l ମଧୁ ଜାଣିପାରିଲା ଏଇ ଟଙ୍କା ଗୁଡାକ ସେ ଆଜି ବିଭିନ୍ନ ଲୋକଙ୍କର ପକେଟରୁ ନେଇଛି l

     ଏଇ ସମୟରେ ଏସ ପିଙ୍କ ଗାଡି ଆସି ପହଞ୍ଚିଲା l ମଧୁ ଓ ଏତେ ଲୋକ କଣପାଇଁ ଜମା ହୋଇଛନ୍ତି ଏବଂ ପାଟିତୁଣ୍ଡ କରୁଛନ୍ତି ତାହା ଜାଣିବାପାଇଁ ଏସ୍ ପି ସାହେବ ଗାଡି ଅଟକାଇ ଦେଲେ l ମଧୁ ତାଙ୍କ ପାଖକୁ ଆସି ଗୋଟି ଗୋଟି କରି ସବୁ ଘଟଣା କହିଲା l ପୋଲିସ୍ ପେଟ୍ରୋଲିଂ ଜିପ୍ ମଧ୍ୟ ଆସି ପହଞ୍ଚିଲା l ପୋଲିସ ଲୋକଟାକୁ ଦି ଚାରି ମୁଥା କଷିଦେବାରୁ ଲୋକଟା ସେ ସବୁ ସତକଥା ମାନିଗଲା l

     ଏସ.ପି. ସାହେବ ମଧୁକୁ କୁଣ୍ଢାଇ ପକାଇଲେ l ଚୋରକୁ ପୋଲିସ ଗାଡିରେ ବସେଇ ଥାନାକୁ ନେଇଗଲେ l ଏସ ପି ସାହେବ ମଧୁକୁ କହିଲେ, “ତୁମେ ମୋ ସାଙ୍ଗରେ ଆସ l”

     ସେତେବେଳକୁ ମୁଖ୍ୟ ଅତିଥିଙ୍କ ଭାଷଣ ଶେଷ ହୋଇଯାଇଥାଏ l ମୁଖ୍ୟମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନକରିଥିବା ବିଶିଷ୍ଟ ଲୋକମାନଙ୍କୁ ସମ୍ମାନିତ କରୁଥାନ୍ତି l ଏଇସମୟରେ ମଧୁକୁ ଧରି ଏସ ପି ମଞ୍ଚକୁ ଉଠିଗଲେ l ଡି ଜି ଙ୍କ କାନରେ କିଛି କହିଲେ l

     ଡି ଜି ମହୋଦୟ ଉଠିପଡି ମାଇକ୍ ଧରି କହିଲେ , “ଆଜି ପ୍ୟାରେଡ ଚାଲିଥିବା ବେଳେ ରାସ୍ତାଉପରେ ଏକ ଘଟଣା ଘଟିଥିଲା l ଯାହା ଆପଣମାନେ ବୋଧହୁଏ ଜାଣି ନଥିବେ l” ମଧୁର ପିଠି ଥାପୁଡେଇ ତାକୁ ପାଖକୁ ଟାଣିଆି କହିଲେ, “ଏଇ ପିଲାଟି ଆଜି ନିଜ ଜୀବନକୁ ବିପନ୍ନ କରି ଏକ ଖତରନାକ୍ କକେଟମାରକୁ ଧରିପାରିଛି , ଏଣୁ ଆଜିର ଏଇ ଶୁଭ ଅବସରରେ ମୁଁ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବି, ସେ ମଧୁକୁ ଏକ ବିଶେଷ ପୁରସ୍କାର ଅର୍ପଣ କରନ୍ତୁ l”

     ମୁଖ୍ୟମନ୍ତ୍ରୀ ମଧୁକୁ ଏକ ଫୁଲମାଳ ଦେଇ କୋଳେଇ ନେଲେ ଏବଂ ଚାରିପଟୁ ତାଳିମାଡ ହେଲା l


Rate this content
Log in

Similar oriya story from Abstract