Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Children

2  

Prasant Kumar Nath

Children

ଚଗଲା ପାରିଲା ବୁଝି

ଚଗଲା ପାରିଲା ବୁଝି

2 mins
7.7K


ଚଗଲା ନାଁ ଟି ଯେମିତି କାମ ବି ସେମିତି । ଭାରି ଦୁଷ୍ଟ ଚାଲିଲା ଶଗଡରେ ହାତ ମରିଦିଏ । ନଈ ପହଁରେ, ଗଛ ଚଢ଼େ, ବିଲେଇ,କୁକୁର,ମଙ୍କଡାଙ୍କୁ ଟେକା ପଥର ଫିଙ୍ଗେ । କାହାର ବଙ୍କୁଲି ବାଡ଼ି ଛଡେଇ ନିଏତ କାହାର କଛା ଟାଣିଦିଏ । ଗାଁର ବୁଢ଼ୀ ମାନଙ୍କୁ ଛିଡେଇ ଦୁନିଆଁ ସପା କଟା ଖାଏ । କାହାର ବହି ଖାତା ଚିରିଦିଏ ତ କାହାକୁ ଧରି ମରେ । କେହିବି ତାକୁ ଭଲ ପାଆନ୍ତିନି । ବାପମାଙ୍କ କଥା ମାନେନି । କାହାରି କଥାକୁ ଖାତିର କରେନି ।

ଖାରବେଳ ସାରା ବୁଲି ବୁଲି କାହା ବାଡ଼ିରେ ପଶି ଆମ୍ବ, ପିଜୁଳି ଚୋରି କରେ । ସ୍କୁଲ ଯାଏନି କି ପାଠ ମଧ୍ୟ ପଢେନି । ସାଙ୍ଗସାଥି ମନେ ତାର କେତେ ପାଠ ପଢିଲେଣି । ଚଗଲାକୁ କିନ୍ତୁ ତାର ନାଁ ମଧ୍ୟ ଲେଖି ଆସେନି । ବାପା ମା ତାର ସବୁବେଳେ ଚିନ୍ତାରେ ଥାଆନ୍ତି । ଦୁନିଆଁ ଯାକର କଳି ଆଣି ଘରେ ପୁରାଏ । କେତେ ମାରିବେ ଗାଳି ଦେବେ । ବାପା ଥରେ ମାରିଥିଲେ ଯେ ସେ ମଧ୍ୟ ବାପାଙ୍କ ଉପରକୁ ହାତ ଉଠେଇଦେଲା । ସେହିଦିନରୁ ତାକୁ ଆଉ କିଛି କୁହନ୍ତିନି ।

ଦିନେ ଖରାବେଳେ ଏକା ଏକା ପଡ଼ିଆରେ ବୁଲୁଥାଏ । ଗଛରେ ବସିଥିବା ଦଳେ ମଙ୍କଡାଙ୍କୁ ଟେକା ଫିଙ୍ଗିଲା । କେଉଁଠି ଥିଲା କେଜାଣି ଗେଧ ମାଙ୍କଡଟି(ଅଣ୍ଡିରା ମାଙ୍କଡ଼) ତା ଦାନ୍ତକୁ କାମୁଡି ତା ଆଡ଼କୁ ଦୌଡ଼ି ଆସିଲା । ଚଗଲା ଜୀବନ ବିକଳରେ ଯେତେ ଦୌଡ଼ିଲେ ବି ମାଙ୍କଡ଼ ଛାଡିବାର ଜନ୍ତୁ ନଥିଲା । ଚଗଲା ଉପାୟ ଶୂନ୍ୟ ହୋଇ ତା ଆଗରେ ହାତ ଯୋଡ଼ି ହାଂବୁଡେଇ ପଡିଲା । ମାଙ୍କଡଟି କଣ ବୁଝିଲା କେଜାଣି । ଖେଏଁ ଖେଏଁ ହେଇ କଣ ସବୁ କହିଗଲା । ସତରେ ଯେମିତି ମାଙ୍କଡଟି ତାକୁ କହୁଥିଲା ତୁ କଣ ପାଇଁ ଆମ ମାନଙ୍କ ଟେକା ପଥର ଫିଙ୍ଗୁଛୁ । ଆଉ ଥରେ ଯଦି ଏମିତି କରିଛୁ ତାହେଲେ ତୋତେ ଆଉ ଛାଡିବିନି । ଚଗଲା କାନ୍ଦି ପକେଇଲା । ମାଙ୍କଡଟି ଫେରି ଚାଲିଗଲା । ଚଗଲା କଣ ବୁଝିଲା କେଜାଣି । ଘରକୁ ଆସି ବହୁତ କାନ୍ଦିଲା ଆଉ ସେହି ଦିନ ଠାରୁ ସିଏ ସୁନାପିଲା ହେଇଗଲା । ସବୁଦିନ ସ୍କୁଲ ଗଲା,ପାଠ ପଢିଲା, ଗୁରୁଜନ ମାନଙ୍କୁ ସମ୍ମାନ କଲା, ସମସ୍ତଙ୍କୁ ସାହାଯ୍ୟ କଲା, ଆଉ ସମସ୍ତଙ୍କୁ ବୁଝେଇଲା ଯିବା ଜନ୍ତୁ ମାନଙ୍କୁ ଆଘାତ ନଦେବା ପାଇଁ ।

ଯେଉଁ ମାନଙ୍କୁ ହଇରାଣ ହରକତ କରୁଥିଲା ସେମାନଙ୍କୁ ହାତ ଯୋଡ଼ି କ୍ଷମା ମାଗିଲା । ବାପାଙ୍କର ମଧ୍ୟ ଗୋଡ଼ ଧରି କ୍ଷମା ପ୍ରାଥନା କଲା । ଆଉ ସମସ୍ତଙ୍କୁ ବୁଝେଇଲା ଜୀବଜନ୍ତୁ ମାନଙ୍କର ମଧ୍ୟ ଏକ ଜୀବନ ଅଛି ତେଣୁ ତାଙ୍କୁ ଆଘାତ ନଦେବା ପାଇଁ । ସମସ୍ତେ ତାକୁ ଆଦର କଲେ । ସମସ୍ତଙ୍କର ପ୍ରିୟ ହୋଇଗଲା । ଗୁରୁଜନ ମାନଙ୍କ ଆଶୀର୍ବାଦ ପାଇଲା । ସମସ୍ତେ ଭାବୁଥିଲେ ଯାହା ହେଉ ଚଗଲା ନିଜର ଭୁଲ୍ ବୁଝି ପାରିଛି ଆଉ ସୁନା ପିଲା ପାଲଟି ଯାଇଛି ।।


Rate this content
Log in

Similar oriya story from Children