Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

3  

Ram Prasad Bisoi

Others

ଅନ୍ୱେଷଣ ଆଉ ଅନ୍ଵେଷିତା ।

ଅନ୍ୱେଷଣ ଆଉ ଅନ୍ଵେଷିତା ।

2 mins
7.2K


ଅନ୍ୱେଷଣ ଆଉ ଅନ୍ଵେଷିତା ।

ହଠାତ ! ଦିନେ ରାତିରେ କରାଘାତ କରିଥିଲ, ଦେଇଥିଲ ତୁମ ପରିଚୟ । ମୋ ବିଷୟରେ ଅନେକ କଥା କହି ଚାଲିଲ। କିଭଳି ତମେ ସବୁଦିନେ ପ୍ରତିକ୍ଷା କର ଝରକା ସେ ପଟୁ ମତେ ଆଉ ସବୁଦିନେ ପଢ଼ ମୋ ଲେଖା କବିତା । ରୀତିମତ ସବୁଦିନେ ସଂଳାପ କର । ଅଦିନ ଆକାଶର ଭସା ବାଦଲ ଭଳି ବର୍ଷୀ ଯାଅ ଆଉ ବୁଣି ଚାଲ ଅନେକ ସ୍ଵପ୍ଣ । ଦିନେ ହଠାତ କହି ଦେଲ ବନ୍ଧୁ ତମ ବିନା ମୋର ବଞ୍ଚିବା ଅସମ୍ଭବ । ମୋ ସନ୍ଧାନୀ ମନ ଖୋଜି ଚାଲେ ସହରର ପ୍ରତିଟି ଗଳିରେ ଆଉ ତମ ଉପସ୍ଥିତିର ପ୍ରତିଟି ଜାଗାରେ କିନ୍ତୁ ମିଳେ ଖାଲି ନିରାଶତା । ତାପରେ ତୁମକୁ ଦେଖିବା ଇଚ୍ଛା ଏତେ ପ୍ରବଳ ହୁଏ ତମକୁ ମାଗେ ତମ ପ୍ରତିଛବି । ତମେ ଦେଇ ଚାଲ ତମକୁ ଭଲ ଲାଗୁଥିବା କେଇ ଖଣ୍ଡ ଛବି କିନ୍ତୁ ଗୋଟିକ ସହ ଅନ୍ୟ ଗୋଟିକର ନା ଥାଏ କିଛି ସାମଞ୍ଜସ୍ୟ । ମନ ଆଉ ବିବେକର ଚାଲେ ଦ୍ଵନ୍ଦ । ବିବେକ କହେ ତମେ କରି ଚାଲିଛି ଛଳନା କିନ୍ତୁ ହୃଦୟ କହେ ତମେ ଭଲ ପାଅ ମତେ । ପ୍ରକୃତିର ପ୍ରତିଟି ସୁନ୍ଦରତା ରେ ଖୋଜେ ନିତି ତୁମକୁ । ମୋ ଜୀବନର ସବୁ ଅନୁଭୁତିରେ ତମକୁ କଳ୍ପନା କରି ବସେ । ଯାହାକୁ ଦେଖିଲେ ଲାଗେ ସତେ କି ସେ ତୁମେ ଯିଏ ମୋ ଫେରିବା ପଥରେ ପ୍ରତିକ୍ଷା୍ରତ୍ତ । ମୁଁ ଜାଣେ ମୋ ସହରର ଜଣ ଗହଳି ଭିତରେ ତମେ ନାହଁ । ଅଛ ମୋ ଠାରୁ ବହୁ ଦୂରରେ ତଥାପି ଆଜି ବି ଖୋଜି ବୁଲେ ମୋ ମନ ଦେଖିବାକୁ ତୁମ ପ୍ରତିଛବିର ଝଲକ ସେଇ ସବୁ ସମ୍ଭାବ୍ୟ ଗଳିରେ ଯେଉଁଠି ତମେ ମତେ ଦେଖିଥିଲ । ବନ୍ଦ ଲଫାପାରେ ଚିଠି ଟିଏ ଠିକ ସେମିତି ପଡିଛି ତମ ଘରର ଦ୍ବାରରେ ଜାଣେନା ତମେ ଖୋଲି ପଢିବ କି ନାହିଁ ମନ କିନ୍ତୁ କହୁଛି ଖୋଜୁ ଥାଅ ତମ ଦେଖା ମିଳିବ ଦିନେ । ପରିଚୟ ଅଛି କିନ୍ତୁ ଠିକଣା ଦେଇ ନାହଁ । ସମ୍ପର୍କ ଅଛି କିନ୍ତୁ ସେ ସମ୍ପର୍କ ମୂଲ୍ୟହୀନ ଖାଲି ରହିଯାଇଛି ଯାହା ସମୟତିରେ ଅନ୍ୱେଷଣ । ଖାଲି ଏକ ଅନ୍ୱେଷଣ ଆଉ ଅନ୍ଵେଷିତା ।

ରାମ ବିଶୋଇ (କାଶ୍ୟପ) ତା-୨୯-୦୬-୧୬,ସକାଳ-୯-୩୦, ରାୟଗଡ଼ା ।


Rate this content
Log in