Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅବୁଝା ମୋ' ଦୁହିତା ଦୁଲଣୀ
ଅବୁଝା ମୋ' ଦୁହିତା ଦୁଲଣୀ
★★★★★

© Sadananda Sahoo

5 Minutes   1.5K    12


Content Ranking

ଦୁହିତା ଶବ୍ଦର ଅର୍ଥର ମାଧୁର୍ଯ୍ୟତା ଓ ପ୍ରାସଙ୍ଗିତା ଏକ ତାପର୍ଯ୍ଯପୁର୍ଣ୍ଣ ଭାବନାର ଉଦ୍ରେକମାତ୍ର, ଏକ ସୁନ୍ଦରଲଳନାର ପ୍ରତିଛବି ଆଙ୍କେ ଜନମାନସରେ । ' ' ଦୁହିତା ଜନମ ଦୁଇକୁଳକୁଲୋ ଏ କଥାଟି ଅଛି ଲେଖା' ' । ଦୁହିତା ଦୁଇ କୁଳର ହିତ ସାଧନ କରେ । ସୁଖ ଦୁଃ ଖରେ ସାଥୀ ହୁଏ , ଦୁଇ କୁଳର ମର୍ଯ୍ୟାଦା ରକ୍ଷା କରେ । ଉଭୟ ବାପଘର ଓ ଶାଶୁ ଘରର ଦୀପ୍ତି ମୟୀ ଦୀପଶିଖା ସାଜି ନିଜକୁ ଦଗ୍ଧୀଭୂତ କରି ଅନ୍ୟ ମାନଙ୍କୁ ସୁଖ ସମୃଦ୍ଧି ସମର୍ପଣ କରେ । ଯଦି ସେଇ ଦୁହିତା କପଟିନୀ ସାଜି କୁଳରରେ କଳଙ୍କ ଲଗାଏ ତାହାଲେ ସେ କଳଙ୍କର ଦାଗ ଲିଭେନି । ରାମ ଶଙ୍କର ବାବୁଙ୍କର ଏକ ମାତ୍ର ଅଲିଅଳି କନ୍ୟା ସୁନନ୍ଦା , ଦେଖିବାକୁ ଖୂବ ସୁନ୍ଦର , ସତେ ସେ ସରଗର ପରୀ ।ତାକୁ ଯେ କେହି ଦେଖିବ ବିମୋହିତ ହେବ । ସେ ନବା ଯୌବନା , ଷୋଡଷୀ ଫଗୁଣର ପୁଲକରେ ପୁଲକିତ । ସୁନନ୍ଦା ତା' ସୁନ୍ଦରତା ପାଇଁ ଗର୍ବ କରେ , ସମସ୍ତେ ସୁନନ୍ଦା କୁ ଭଲ ପାଆନ୍ତି କିନ୍ତୁ ସୁନନ୍ଦା ସମସ୍ତଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରେ । ବପା ରାମ ଶଙ୍କର ସୁନନ୍ଦାକୁ ଜୀବନଠୁ ଅଧିକ ଭଲ ପାଆନ୍ତି , କାରଣ ସାଧାରଣତଃ ବାପା ମାନେ ଝିଅ ମାନଙ୍କୁ ଅଧିକ ସ୍ନେହଁ ଶ୍ରଦ୍ଧା କରିବାର ନଜିର ଆ ମ ସମାଜରେ ପ୍ରତୀୟମା ନ ହୁଏ । ତା' ଛଡା ରାମ ଶଙ୍କର ବାବୁ ଙ୍କର ସୁନନ୍ଦା ଏକ ମାତ୍ର କୁଳ ନନ୍ଦିନୀ । ଜନମର ଏକ ବର୍ଷ ବୟସରେ ଯେହେତୁ ସୁନନ୍ଦା ମାଆ ଛେଉଣ୍ଡ ହୋଇ ଥିଲା । ସେଥି ପାଇଁ ପିତୃ ସ୍ନେହଁର ଉତ୍କର୍ଷର ଚରମ ସୀମାରେ ପହଞ୍ଚି ପାରିଥିଲା । ମହାବିଦ୍ୟାଳୟ ଶିକ୍ଷା ସମାପନ ପରେ ସୁନନ୍ଦାର ବିବାହ ପାଇଁ ରାମ ଶଙ୍କର ବାବୁ ଚିନ୍ତା କଲେ । ଯେ ସୁନନ୍ଦାର ବିବାହ ବୟସ ହୋଇ ଗଲାଣି , ତାକୁ ହାତକୁ ଦିହାତ କରିଦେଲେ ମୋର ଚିନ୍ତା ଦୂର ହୋଇ ଯିବ । ଥରେ ଏକାନ୍ତରେ ରାମଶଙ୍କର ଝିଅ ସୁନନ୍ଦାକୁ କହି୍ଲେ ମାଆ' ରେ ତୋ ବିବାହ ପାଇଁ ମୁଁ ଏକ ଭଲ ପ୍ରସ୍ତାବ ଠିକ କରିଚି । ତୋ'ର ମତାମତ ଅପେକ୍ଷାରେ ଅଛି । ପୁଅ ଟି ସରକାରୀ କଲେଜରେ ଅଧ୍ୟାପକ ଅଛି । ସ୍ଥାୟୀ ଚାକିରୀ , ଦେଖିବାକୁ ସୁନ୍ଦର ଆଉ ମୋ ବନ୍ଧୁଙ୍କ ପୁତ୍ର । ଏ କଥା ଶୁଣିବା ପରେ ସୁନନ୍ଦା ବାପାଙ୍କୁ ରୋକ ଠୋକ ମନା କରିଦେଲା , ଆଉ କହିଲା ବାପା ମୁଁ ଏବେ ବିବାହ କରିବି ନାହିଁ । କାହିଁକି ନା ମୁଁ ମଧ୍ୟ ଚାକିରୀ କରିବାକୁ ଚାହୁଁଚି । ତା ' ଛଡା ତୁମକୁ ଛାଡି ମୁଁ ଶାଶୁ ଘରକୁ ଯାଇ ରହି ପାରିବିନି । ଏ କଥା ଶୁଣି ରାମ ଶଙ୍କର ଯେତେ ବୁଝେଇଲେବି ସୁନନ୍ଦା ଜମା ବୁଝିଲାନି ।

ସୁନନ୍ଦା ତା ' ବାପାକୁ କପଟ କଲା , ପ୍ରକୃତ କଥା କହିଲାନି । କାରଣ ସୁନନ୍ଦା ଜଣକୁ ହୃଦୟ ମନ ସବୁ ସମର୍ପଣ କରି ସରିଥିଲା , ସେ ପୁଅଟି ପାଖ ଗାଆଁ ମଧୁପୁର ଗ୍ରାମର ଜୟଦେବ ସାହୁଙ୍କ ଏକ ମାତ୍ର ସୁପୁତ୍ର ସୌରଭ , । ସୌରଭ ଦେଖିବାକୁ ରାଜ କୁମାର ଭଳି ହୋଇ ଥିଲେ ମଧ୍ୟ ଶିକ୍ଷା କ୍ଷେତ୍ରରେ ଖୂବ ପଛରେ ଥିଲେ । ଆଉ ବେକାର ମଧ୍ୟ , ଯେହେତୁ ସୁନନ୍ଦା ସୌରଭ ପ୍ରେମରେ ଅନ୍ଧ ହୋଇଯାଇଥିଲା , ତା ' ଆଖିରେ ସୌରଭ ବ୍ୟତୀତ ଆଉ ସବୁ ଫିକାଫିକା ଲାଗୁଥିଲା ।ଦିନକର କଥା ରାମ ଶଙ୍କର ବାବୁ ଏକ ଜରୁରୀ କାମ ରେ ଭୁବନେଶ୍ଵର ଯାଉଥିଲେ , ବାଟରେ ଗଲାବେଳେ ଦେଖିଲେ ତାଙ୍କର ପିଲାଦିନର ବନ୍ଧୁ ହିମାଂଶୁ ବାବୁ ଓ ତାଙ୍କ ସହଧର୍ମିଣୀ ଅପରାଜିତା ଦେବୀ ଙ୍କୁ । ତାଙ୍କୁ ଦେଖି ଅଟକି ଗଲେ, ଆଉ କହି୍ଲେ ବନ୍ଧୁ ମୁଁ ଆପଣ ଙ୍କୁ ଯେଉଁ କଥା ଦେଇଥିଲି ତାହା ରଖି ପାରିଲିନି , ସେଥି ପାଇଁ ମୁଁ ମର୍ମାହତ ଓ ଦୁଃଖିତ । ଆପଣଙ୍କ ପ୍ରସ୍ତାବ କୁ ସୁନନ୍ଦା କାହିଁକି ପ୍ରତ୍ୟାଖ୍ୟାନ କଲା , ତା'ର କାରଣ ଖୋଜୁଛି । ହିମାଂଶୁ ବାବୁ ରାମ ଶଙ୍କର ଠାରୁ ଏ କଥା ଶୁଣି ନୀରବ ରହିଲେ , ଏ ବିଷୟରେ କିଛି ମନ୍ତବ୍ୟ ନଦେଇ , କହିଲେ ତୁମେ ବ୍ୟସ୍ତ ହୁଅନି। ସମୟ ଆସିଲେ ସବୁ ଠିକ ହୋଇଯିବ , ଯୋଗ ନଥିଲେ ଭୋଗ ହୁ ଏନି ।

ହିମାଂଶୁ ବାବୁ ଅବଗତ ଥିଲେଯେ ସୁନନ୍ଦା ମଧୁପୁରର ସୌରଭକୁ ମନ ପ୍ରାଣ ଦେଇ ଭଲ ପାଉଛି , ସେ ତାକୁହିଁ ବିବାହ କରିବ । ମନ କଥା ମନରେ ରଖି ଉଭୟ ବନ୍ଧୁ ନିଜ ନିଜ ପଥରେ ଅଗ୍ରସର ହେଲେ । କେହି କହାକୁ ଅସଲ କଥା କହିଲେ ନାହିଁ । ରାମ ଶଙ୍କର ବାବୁ ମନେ ମନେ ଚିନ୍ତା କଲେ କଣ ପାଇଁ ସୁନନ୍ଦା ମୋ ' କଥାରେ ରାଜି ହେଉନି , ତା ' ମନରେ କଣ ଅଛି , ଖୋଲିକି କାହିଁକି କହୁନି । ଗୋଟିଏ ବୋଲି ଝିଅ , ମୋ ଜୀବନଠୁ ଅଧିକ ଭଲ ପାଏ । ମାଆ ନାହିଁ ବୋଲି ତା' ର ସବୁ ଅଳି ଅର୍ଦ୍ଦଳି ପୂରଣ କରିଚି । ବାପା ମାଅା ତ ସବୁବେଳେ ପିଲା ମାନଙ୍କ ମଙ୍ଗଳ କାମନା କରନ୍ତି । ମୁଁତ- ଠିକ ସେଇଆ କରୁଚି । ସୁନନ୍ଦା ବାପାର ହୃଦୟ ର ବ୍ୟଥା କୁ କ'ଣ ବୁଝି ପାରୁନାହିଁ । ସମ୍ପର୍କର ନିବିଡତା ଦିନକୁ ଦିନକୁ ମଳିନ ପଡିଯାଉଚି । ବାପା ଝିଅ ସୁଖ ସମୃଦ୍ଧି କାମନା କରି କରି ପରିଶେଷର ମହାଫଳ ଠାରୁ ଦୁରେଇ ଯାଉଚି । ଏଇ କଣ ଦୁହିତା ଦୁଲଣୀର ଭଲ ପାଇବାର ରୂପରେଖ । ? । କିଛି ଦିନ ଅନ୍ତରରେ ସୁନନ୍ଦା ମନରେ ସାହାସ ଯୁଟାଇ ତାର ମନର ଭାବନା ଆଉ ମନର ମଣିଷ କଥା ବପାଙ୍କ ନିକଟ ରେ ପରିପ୍ରକାଶ କରି ଦେଲା । ଏସବୁ ରାମ ଶଙ୍କର ବାବୁ ଜନ ମୁଖରୁ ଆଗରୁ ଶୁଣି ଥିଲେ ମଧ୍ୟ ବିଶ୍ଵାସ କରୁନଥିଲେ । କାହିଁକି ନା ଝିଅ ସୁନନ୍ଦା ଉପରେ ତାଙ୍କର ଅଗାଧ ବିଶ୍ଵାସ ଥିଲା । ମୋ ' ଝିଅ କେବେ ହେଲେ ମୋତେ ନ ପଚାରି ଏତେ ବଡ଼ ନିଷ୍ପତି ନେଇ ପାରିବ ନାହିଁ । ରାମ ଶଙ୍କର ବାବୁଙ୍କ ଆଖିରୁ ଦୁଇ ଟୋପା ଲୁହ ଝରି ପଡ଼ିଲା । ବାପାଙ୍କ ଆଖିରୁ ଲୁହ ଝରୁ ଥିବା ଦେଖି ମଧ୍ୟ ସୁନନ୍ଦା ତା' ଜିଦରେ ଅଟଳ ଥିଲା । କାହିଁକି ନା ସେ ତା ' ପ୍ରେମକୁ ସାର୍ଥକ କରିବାର ଲକ୍ଷ୍ୟ ପୁରଣ ଦିଗରେ ସଦା ଚେଷ୍ଠିତ ଥିଲା । ତା ' ଭଲ ପାଇବାକୁ କଳଙ୍କିତ କରିବାକୁ ଚାହୁଁନଥିଲା । ଭଲ ମନ୍ଦର ଫରକକୁ ସେ ଗୁରୁତ୍ଵ ନ ଦେଇ , ପ୍ରେମକୁ ପ୍ରଧାନ୍ୟ ଦେଇ ରୋକ ଠୋକ ଶୁଣାଇ ଦେଲା, ବାପା ମୋର ଶେଷ ନିଷ୍ପତି ଶୁଣ ମୁଁ ଯଦି ବିବାହ କରିବି କେବଳ ସୌରଭ ଙ୍କୁ ହିଁ ବିବାହ କରିବି । ଏ ସବୁ ଶୁଣିଲା ପରେ ରାମ ଶଙ୍କର କ୍ଷୀଣ ସ୍ଵରରେ କହିଲେ ହଉ ମା ' ତୋ ଇଚ୍ଛା । ତୁ ଯଦି ଜଣେ ବେକାର ଯୁବକକୁ ଭଲ ପାଇ ଭଲରେ ରହି ଘର ସଂସାର କରି ପାରିବୁ ମୋର କିଛି ଆପତ୍ତି ନାହିଁ । ତୋ ଖୁସିରେ ମୁଁ ଖୁସି , ଆଉ ମୋର ଏତିକି ଅବ ଶୋଷ ରହିଗଲା ମୋ' ବନ୍ଧୁ ଙ୍କୁ ଦେଇଥିବା କଥା ରଖି ପାରିଲିନି , । ମୋ ଆତ୍ମା ମଲାପରେ ବୋଧେ ସ୍ଵର୍ଗ ପ୍ରାପ୍ତି ହୋଇ ପାରିବନି । ହୃଦୟର କୋହକୁ ଚାପି ରଖି ଦିବଂଗତ ସହଧର୍ମିଣୀ ଙ୍କ ଫୋଟୋ ଚିତ୍ର ନିକଟ ରେ ରାମ ଶଙ୍କର ବାବୁ ଆଉ ଦୁଇ ଟୋପା ଲୁହ ଢାଳି ଦେଇ କହିଲେ , ଦେଖୁଛ ମନୀଷା ଆମ ସୁନନ୍ଦା ବହୁତ ବଡ଼ ହୋଇ ଗଲାଣି , ସେ ତା ' ଜୀବନ ସାଥୀ ନିଜେ ଚୟନ କରିଚି , ଆଉ ଆସନ୍ତା ମାସରେ ଦୁହିତାଦୁଲଣୀ କନିଆଁ ବେଶରେ ମୋ ' ତେ ଛାଡି ସବୁଦିନ ପାଇଁ ପର ଗୋତ୍ରୀ ହୋଇ ଯିବ । ଏତିକି କହି ରାମ ଶଙ୍କର ବାବୁ ନୀରବ ନିଶ୍ଚଳ ହୋଇଗଲେ । ତଥାପି ସୁନନ୍ଦାର ହୃଦୟ ତରଳି ନ ଥିଲା ପରି ମନେ ହେଉଥିଲା ।

ସଦାନନ୍ଦ ସାହୁ , ଆଠଗଡ଼ , କଟକ

ଦୁହିତା ଦୁଲଣୀ ବୟସ

Rate the content


Originality
Flow
Language
Cover design

Comments

Post

Some text some message..