Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Seetaram Dash

Others

3  

Seetaram Dash

Others

ବୋଉର ଫଟ

ବୋଉର ଫଟ

2 mins
506


ଜୟରାମ ବାବୁଙ୍କ ବାର୍ଦ୍ଧକ୍ୟ ଅବସ୍ତା। ପିଲାମାନଙ୍କୁ ଦେଖିବାକୁ ଖୋଜିଲେଣି। ଦୁଇ ପୁଅ ନିଜ ନିଜ ପରିବାରକୁ ନେଇ ସହରରେ ଅନେକ ଦିନୁ ରହୁଛନ୍ତି। ମାସ ଶେଷରେ କେବେ କେମିତି ବୁଲିବାକୁ ଆସନ୍ତି। ଗତ ସପ୍ତାହରେ ଜୟରାମ ବାବୁଙ୍କ ଦେହ ବହୁତ ଖରାପ ହୋଇ ଯାଇଥିଲା, ଦୁଇ ପୁଅ ପିଲା ଛୁଆଙ୍କୁ ଧରି ଆସିଥିଲେ। ଗୋଟେ ଦିନ ରହି ସକାଳୁ ସକାଳୁ ପୁଣି ଚାଲିଗଲେ ବିରକ୍ତ ହୋଇ। ବୋଧେ ଯାହା ଭାବି ଆସିଥିଲେ ତାହା ହେଲାନି। ଖାଲି ଖାଲି ସମୟ ନଷ୍ଟ। ବ୍ୟସ୍ତ ବହୁଳ ଜୀବନରେ କାହା ପାଖରେ ସମୟ ଅଛି। ସେଥି ପାଇଁ ପୁଅ ଦୁଇ ଜଣ ଆସିବାକୁ ଇଛା କରୁ ନାହାନ୍ତି।

ଜୟରାମ ବାବୁଙ୍କୁ ବହୁତ ବ୍ୟସ୍ତ ଲାଗୁଚି। ଦୀର୍ଘ ଦୁଇ ମାସ ହେଲା ଶଯ୍ୟାରେ ପଡିଛନ୍ତି। ଆଜି ଲାଗୁଛି ଆଉ ବଞ୍ଚିବେନି। ପିଲାମାନେ ତ ଆସିଲେନି, ପାଖ ପଡ଼ିଶା ଲୋକମାନଙ୍କୁ ଦେଖିବାକୁ ଭାରି ଇଚ୍ଛା ହେଉଛି କିନ୍ତୁ କାହା ପାଖରେ ବା ସମୟ ଅଛି। ସମସ୍ତେ ସୁଖ ପଛରେ ଧାଇଁଛନ୍ତି। ଭାରି ଅସ୍ତବ୍ୟସ୍ତ ଲାଗୁଛି କାହାକୁ ଟିକିଏ ଦେଖିବାକୁ।

କାନ୍ଥରେ ଥିବା ସ୍ବର୍ଗତ ମାଙ୍କ ଫୋଟ ଉପରେ ନଜର ପଡିଛି ବୃଦ୍ଧ ଜୟରାମଙ୍କର। କଣ ପାଇଁ ଆଜି ଫୋଟଟି ଜୀବନ୍ତ ଦେଖାଯାଉଛି।ଯେଉଁ ଫୋଟକୁ ଅନେକ ଦିନ ହେଲା ଭୁଲିଯାଇଥିଲେ ଜୟରାମ ବାବୁ ଓରଫ ଜୟ। ଫୋଟ ଭିତରୁ ବାହାରି ଆସିଛନ୍ତି ସାକ୍ଷାତ ଜୟଙ୍କ ମା। ଜୟ ପିଲାଦିନେ ବୋଉର ଯେଉଁ ଚେହେରା ଦେଖିଥିଲେ ଠିକ ସେଇ ଚେହେରା। ଖୁବ ସୁନ୍ଦର, ଶରୀରରେ ଟିକେବି ବୟସର ଛାପ ନାହିଁ। ସେଇ ଆଖି, ସେଇ ହସ ଓ ସେମିତି ମମତାମୟୀ ରୂପ। ଧଳା ଶାଢ଼ୀଟିଏ ପିନ୍ଧି ପୁଅର ମୁଣ୍ଡକୁ ଧୀରେ ଧୀରେ ଆଉଁଷି ଦେଇଛନ୍ତି ପାଖରେ ବସି। ଜୀବନର ସମସ୍ତ ଶାନ୍ତି ବୋଧେ ମିଳିଯାଇଛି ଜୟଙ୍କୁ।

ଜୟ ବୋଉଙ୍କୁ କହିଛି ତୁ ଆସିଛୁ,ଏତେ ଦିନ ପରେ। କୁଆଡେ ଯାଇଥିଲୁ ଛାଡି ଦେଇ ମତେ? ମୁଁ ପୁରା ଏକୁଟିଆ ହୋଇଯାଇଛି ତୋ ବିନା। କଥା ଦେ, କେବେ ବି କୁଆଡେ ଆଉ ଯିବୁନି ମତେ ଛାଡି। ବିନା କାରଣରେ କେତେ ରାଗିଥିଲି,କେତେ କଣ କହିଥିଲି ତତେ। ତୁ ରାଗିଛୁ ମୋ ଉପରେ। ହେଲେ ଆଜି ମୁଁ ମୋର ସବୁ ଭୁଲ ବୁଝିପାରିଛି। ତତେ ସବୁବେଳେ ଶତ୍ରୁ ବୋଲି ମାନି ନେଇଥିଲି। ପିଲା ଦିନେ ଯେତେବେଳେ ସକାଳ ଚାରିଟା ରୁ ପଢିବାକୁ ଉଠାଉ ବହୁତ ରାଗେ ମନେ ମନେ। କଲେଜ ପଢିଲା ବେଳେ ଆର ସାହି ମିଲି କୁ ଭଲ ପାଇ ଥିଲି। ତୁ ଜାଣିଲା ପରେ ବହୁତ ଗାଳି କରିଥିଲୁ। ସେଦିନ ବି ବହୁତ ରାଗିଥିଲି ତୋ ଉପରେ। ଯୌବନରେ ପଡିଶା ଘର ଭାଉଜ ସହ ମିଳାମିଶା କୁ ବିରୋଧ କରିଥିଲୁ। ତତେ ନିଜର ଶତ୍ରୁ ଭାବିନେଇ ଥିଲି ମୁଁ। ବାହାଘର ପରେ ସମ୍ପୁର୍ଣ୍ଣ ପର ହୋଇ ଯାଇଥିଲି ତୋର। ହେଲେ ମତେ କ୍ଷମା କରିଦିଅ ଆଜି। ସବୁ ଭୁଲ ବୁଝିପାରିଛି ମୁଁ।

ଜୟରାମଙ୍କ ଚାରି ପଟେ ସାହିଭାଈ ରୁଣ୍ଡ ହୋଇଗଲେଣି। ସମସ୍ତେ କହୁଛନ୍ତି ବୁଢା ବାଉଳା ତାଉଳା ହେଉଛି। ଜଣେ ପାଟି କରି କହିଲା କଣ କହୁଛ, ମତେ ଜାଣିପାରୁଛ, ମୁଁ ରାମ। ଜୟରାମ ବାବୁ ନିଦରୁ ଉଠିଲା ପରି ଉଠିଛନ୍ତି। ଚାରିଆଡେ ବୋଉଙ୍କୁ ଖୋଜିବାରେ ଲାଗିଛନ୍ତି। ଲୋକମାନେ କହୁଛନ୍ତି ବୁଢା କାହାକୁ ଚିହ୍ନି ପାରୁନି। ଶେଷରେ କାନ୍ତରେ ଥିବା ବୋଉ ଫୋଟଟିକୁ ନିରୀଖି ଦେଖିଛନ୍ତି। ଇସାରାରେ ଫୋଟ ଟିକୁ ପାଖକୁ ଆଣିବାକୁ କହିଛନ୍ତି। କେହି ଜଣେ ଫୋଟଟିକୁ ବଢ଼ାଇ ଦେଇଛି ଜୟରାମଙ୍କ ହାତକୁ। ଛାତିରେ ଚାପି ଧରିଛନ୍ତି ଫୋଟକୁ। କି ଶାନ୍ତି' ଅସ୍ପଷ୍ଟ ଭାବରେ କହିଛନ୍ତି। କଥାଟିକୁ କେହି ବୁଝି ପାରିନାହାନ୍ତି। ଜୟରାମ ବାବୁଙ୍କର ସବୁ ଖୋଜା ସରି ଯାଇଛି। ଦୀର୍ଘ ନିଃଶ୍ୱାସ ଟିଏ ଛାଡି, ଜୋରେ ଚାପି ଧରିଛନ୍ତି ଫୋଟଟିକୁ ଛାତିରେ।

ବାହାରେ ଗହଳି ଚହଳି ବଢ଼ି ଗଲାଣି। କେହି ଜଣେ କହୁଛି ବନ ଧୋବାକୁ ଡାକ। ଦୁଇ ପୁଅଙ୍କୁ ଏବଂ ବନ୍ଧୁ ବାନ୍ଧବଙ୍କୁ ଖବର ଦିଅ। ଜଲଦି ଜଲଦି କାମ ସାର, ନ ହେଲେ ମଡ଼ା ବାସି ହୋଇଯିବ।


Rate this content
Log in