Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Acharya

Inspirational Others

2  

Sasmita Acharya

Inspirational Others

ଏଇ ବୋଧେ ଶସ୍ତା ସମ୍ପର୍କ

ଏଇ ବୋଧେ ଶସ୍ତା ସମ୍ପର୍କ

1 min
7.7K


ଆଜି ସକାଳେ ଖୋଜୁଥିଲି ସଂପର୍କର ମାନେ କ'ଣ ? ସତରେ କ'ଣ ସଂପର୍କରେ କେବେକେବେ ସ୍ଵାର୍ଥ ଜଡିତ ଥାଏ | ଏମିତି ଭାବି ଭାବି ସାରା ଦିନ ଖୁବ୍ ଉଦାସ ଥିଲି | ଦିନ ଯାକର କାମ ପରେ ସନ୍ଧ୍ୟା ୫ଟାରେ ଜଣେ ସଂପର୍କୀୟ ସାନ ଭାଇକୁ ପାଠ ପଢାରେ ସହଯୋଗ କରେ | ମେଧାବୀ ଛାତ୍ରଟିଏ କିନ୍ତୁ ଆର୍ଥିକ ପରିସ୍ଥିତି ଭଲ ନ ଥିବା ହେତୁ ଟିଉସନ୍ ନେଇପାରେନା | ମୋତେ ବି ଟିକେ ଭଲ ଲାଗେ ପଢିବା ଆଉ ପଢେଇବା ନିଶା ଟିକେ ଅଧିକ ଯୋଗୁଁ | ଆଜି ହଠାତ୍ କହିଲା ଦିଦି ମୋ ପୂଜା ଡ୍ରେସ୍ କାହିଁ | ପିଲାଟିର ଖୁସି ଦେଖି ମୁଁ ବି ଖୁସିରେ ବାହାରି ପଡିଥିଲି ଡ୍ରେସ୍ କିଣିବାକୁ | ସାଙ୍ଗରେ ସାନ ଭାଇଟିକୁ ନେଇ ଡ୍ରେସ୍ ହାଉସ୍ ପହଞ୍ଚି ମୋ ଖୁସି ହଠାତ୍ ଦୁଃଖରେ ବଦଳିଗଲା |

ଦୁଇ ଜଣ ପୁଅ ଗୋଟିଏ ଝିଅ ମିଶି ଡ୍ରେସ୍ କିଣୁଥିଲେ | ଟିକିଏ ସଂଦେହ ଲାଗିଲେ ଘୁରି ଘୁରି ସତ ଜାଣିବା ମୋର ପୁରୁଣା ଅଭ୍ୟାସ | କିଛି ସମୟ ପରେ ଜାଣିଲି ସେଥିରୁ ଗୋଟିଏ ପୁଅ ଝିଅ ପ୍ରେମିକ ପ୍ରେମିକା ଥିଲେ | ପୁଅଟି ଗୋଟିଏ ଗିଫ୍ଟ ପ୍ୟାକ୍ ରେ ଝିଅକୁ କିଛି ଦେଇଥିଲା | ଝିଅଟି ମନା କରିବା ସତ୍ତ୍ଵେ ଅତି ବାଧ୍ୟରେ ସ୍ନେହ ବଶତଃ ନେଇଥିଲା ଆଉ ସେଠୁ ଚାଲିଗଲା |

ମୁଁ ଟିକିଏ ବାଟ ଆଗକୁ ଯାଇଛି ସେ ପୁଅ ଦୁଇଜଣଙ୍କ କଥା କାନରେ ବାଜିଲା | ଜଣେ କହୁଥିଲା ଏତେ ଦାମିକା ଗିଫ୍ଟଟା ଦେଲୁ କ'ଣ ଲାଭ ପାଇବୁ | ଆର ଜଣକ କହିଲା ଝିଅଟା ପଟିଯାଉ | ପଇସା ଉଠିଯିବନି | ଏହା ପରେ ସେମାନେ ଚାଲିଗଲେ | ମୁଁ ବି କିଣା ସାରି ଘରକୁ ଚାଲି ଆସିଲି | ଏବେ ବସି ଭାବୁଛି ସଂପର୍କ କ'ଣ ଏତେ ଶସ୍ତା | ବିଶ୍ଵାସକୁ କ'ଣ ବେଳେବେଳେ ଏମିତି ନିଲାମ କରାଯାଏ ???


Rate this content
Log in

Similar oriya story from Inspirational