Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପେଷ୍ଟ କଣ୍ଟ୍ରୋଲ
ପେଷ୍ଟ କଣ୍ଟ୍ରୋଲ
★★★★★

© Naresh Kumar Behera

Others

3 Minutes   7.3K    19


Content Ranking

ପିଲା ଦିନର କଥା । ସେତେବେଳେ ମୁଁ ଦଶମ ଶ୍ରେଣୀ ପାସ୍ କରିଥାଏ ଏବଂ ପ୍ରଥମ ଥର ଭୁବନେଶ୍ଵର ଆସିଥାଏ ମୋର ବଡଭାଇଙ୍କ ପାଖକୁ । ଭାଇ ମୋର ଥାନ୍ତି ଓଡିଶା ପୁଲିସ ରେ; ଆଉ ନୂଆ ନୂଆ ପୋଷ୍ଟିଂ ହୋଇଥାଏ ସେଠି । ସେ ଦିନର କଥା, ତାଙ୍କର ଡିଉଟି ଥାଏ ବିଧାନସଭାରେ । ମୋତେ କହିଲେ ମୋ ସହ ବିଧାନସଭା ଚାଲ, ସେଠି ଆମ ରାଜ୍ୟର ସବୁ ମନ୍ତ୍ରୀମାନଙ୍କୁ ଦେଖିବୁ । କଥାଟା ଶୁଣି ମନ ଭାରି ଉଚ୍ଛନ୍ନ ହେଲା। ସତରେ, ସବୁ ମନ୍ତ୍ରୀମଣ୍ଡଳ ସେଠି ଥିବେ । ଏକା ସଙ୍ଗେ ସମସ୍ତଙ୍କୁ ଦେଖିବାର ଏହା ଏକ ବଢିଆ ସୁଯୋଗ। ଦୁହେଁ ମିଶି ତାଙ୍କ ସାଇକେଲରେ ବାହାରିଲୁ ବିଧାନସଭାକୁ ।

ପ୍ରଥମ ଥର ବିଧାନସଭା ଦେଖି ମୋ ମନ ଭାରି ଖୁସି । ବିରାଟ ଅଟ୍ଟାଳିକା ଓ ତା ଚାରିପଟେ ସୁନ୍ଦର ଗାଲିଚା ଏବଂ ଗଛଲତା । ଭାଇ ତାଙ୍କର ପାସ୍ ଜରିଆରେ ମୋତେ ଭିତରକୁ ନେଇଗଲେ । ଗୋଟି ଗୋଟି କରି ସବୁ ବିଭାଗ ବୁଲେଇ ନେଇ ଆସିଲା ପରେ ମୋତେ ଏକ ବଡ ଗ୍ୟାଲେରୀରେ ଛାଡ଼ିଦେଲେ । ଭିତରେ ଗୋଲ ଟେବୁଲ ଭଳି ଚୌକି ସବୁ ପଡିଥାଏ । ପାଖାପାଖି ୧୫୦-୨୦୦, କି ତା’ଠୁ ଅଧିକ ଚୌକି ଥିଲା । ମୋତେ ଉପରେ ଥିବା ବାଲକୋନୀରେ ଛାଡ଼ି ଭାଇ ଚାଲିଗଲେ ଡିଉଟି କରିବାକୁ । କିଛି ସମୟ ପରେ ପତ୍ରପତ୍ରିକା ଏବଂ ଦୂରଦର୍ଶନର ସାମ୍ବାଦିକ ମାନେ ଆସି ନିଜର କାମେରା ଲଗାଇ ସଜବାଜ ହେଲେ । ଉପର ବାଲକୋନୀରେ କିନ୍ତୁ ବହୁତ କମ ଲୋକ ଥାନ୍ତି; ଅତିବେଶିରେ ୧୦-୧୨ଜଣ ।

ବୈଠକ ଆରମ୍ଭ ହେବାକୁ ବୋଧେ ସମୟ ଥିଲା । ବସି ବସି ବିରକ୍ତ ଲାଗୁଥାଏ । ଏପଟ ସେପଟ ଦେଖେ ତ କିଛି ଲୋକ ଶୋଇବି ଗଲେଣି । ତାଙ୍କୁ ଦେଖି ମୋତେ ବି ଟିକିଏ ନିଦ ମାଡ଼ି ଆସିଲା। ଆଉ, ଚୌକିରେ ଆଉଜି ମୁଁ ଟିକେ ଶୋଇଗଲି । ଏ.ସି. ପବନରେ ନିଦ ଜୋରରେ ଲାଗିଗଲା । ଦେଖୁ ଦେଖୁ ଦୁଇ ଘଣ୍ଟା ବିତିଯାଇଛି। ହଠାତ୍ ପ୍ୟାଣ୍ଟ ଭିତରେ କିଛି ଗୋଟାଏ କାମୁଡ଼ିବାର ଅନୁଭବ କଲି ଆଉ ତା ସଙ୍ଗେ ସଙ୍ଗେ ଗୁଡ଼ାଏ ଆବାଜ, ପାଟିତୁଣ୍ଡ ମୋ ନିଦକୁ ଭାଙ୍ଗିବାରେ ବିବଶ କରିଦେଲା । ଉଠି ଦେଖେ ତ, ହଲ ପୁରା ଭର୍ତ୍ତି ଆଉ ଗରମାଗରମ । ପାଟିତୁଣ୍ଡରେ ପୁରା ହଲଟି କମ୍ପି ଉଠୁଥାଏ । ମୋତେ କିନ୍ତୁ ଏହାର କୌଣସି କାରଣ ସ୍ପଷ୍ଟ ହେଉନଥାଏ । କହିବାକୁ ଗଲେ, ମୁଁ ପୁରା ବ୍ୟସ୍ତ ବିବ୍ରତ ହେଉଥାଏ – ଏକ ସାଧାରଣ ଓଡଶକୁ ନେଇ। ସେହି ସମୟରେ ସମସ୍ତେ ଟେବୁଲକୁ ବାଡେଇବାକୁ ଲାଗିଲେ । ବୁଝିପାରିଲିନି । କ’ଣ ସେଠି ବି ଓଡଶର ସମସ୍ୟା?

ଏତିକି ବେଳେ, ଭାଇ ଆସି ପହଞ୍ଚିଲେ । ପଚାରିଲେ, ‘କ’ଣ ବୋର ହେଇଗଲୁଣି ବୋଧେ?’

ମୁଁ କହିଲି, ‘ବୋର ତ ନୁହଁ, ଏଠି ପେଷ୍ଟ କଣ୍ଟ୍ରୋଲର ଆବଶ୍ୟକତା ଅଛି। ଏତେ ଓଡଶ ଆଉ ଅସରପା ଅଛନ୍ତି... ମୁଁ ବିରକ୍ତ ହୋଇଗଲିଣି । ଆଉ ସେମାନଙ୍କୁ ବି ଦେଖ... ବିଚରା ... ରାଜ୍ୟ ସମ୍ଭାଳିବେ ନା’ ଓଡଶ ମାରିବେ ।ଭାଇ ମୋ କଥା ଶୁଣି ହସିଲେ । କହିଲେ, ‘ଆରେ ସେମାନେ ଓଡଶ ମାରୁନାହାନ୍ତି; ଦୁଇ ଦଳ ଭିତରେ ଯୁକ୍ତିତର୍କ ଚାଲିଛି... ଆଉ କିଛି ସମୟ ରହ ଦେଖିବୁ ଅସଲ ରାଜନୀତି । ଦେଖୁ ଦେଖୁ ଜଣେ ମନ୍ତ୍ରୀ ଚୌକି ଉପରେ ଛିଡ଼ା ହୋଇଗଲା ଆଉ ମେଞ୍ଚେ କାଗଜ ଫୋପାଡ଼ିବାରେ ଲାଗିଲା । ଅନ୍ୟ ଜଣେ ଏହାକୁ ବିରୋଧ କରି ଜୋତାବାହାର କରି ଫିଙ୍ଗିବାକୁ ଯାଉଥିଲା, ସମସ୍ତେ ତାକୁ ଅଟକାଇଲେ । ଉପରେ ବଡ ସାହିବ ବସି ଅର୍ଡର ଅର୍ଡର ସାଇଲେନ୍ଟ ସାଇଲେନ୍ଟ କହୁଥାନ୍ତି, କିନ୍ତୁ କାହାରିକୁ ଶୁଭୁ ନଥାଏ । ମାନେ ପୁରା ରାଜ୍ୟର ଗୁଣ୍ଡାଗର୍ଦ୍ଦୀ କରିବା ପାଇଁ ଏହା ହିଁ ଏକ ଉପଯୁକ୍ତ ସ୍ଥାନ । କାହିଁକି ନା’ ଏଠି ଏମାନେ ଯାହା କିଛି ବି କରିପାରିବେ । ନା କୌଣସି କେସ ନା ପୁଲିସର ଭୟ। ମୁଁ ଯଦି ସାମାନ୍ୟ ଓଡଶ ପାଇଁ ଏତେ ବିବ୍ରତ, ଏମାନେ ତ ସାରା ରାଜ୍ୟକୁ ବିବ୍ରତ କରିଦେଇଛନ୍ତି । ପ୍ରକୃତ ପେଷ୍ଟ କଣ୍ଟ୍ରୋଲ କାହାକୁ ଏବଂ କେଉଁଠି ହେବା ଦରକାର ଏବେ ମୁଁ ବୁଝିପାରୁଛି ହଁ, ଏବେ ଆମର କ୍ଲୀନଚିଟ୍ ମନ୍ତ୍ରୀ ଦୀର୍ଘ ୧୫ ବର୍ଷ ଧରି ଏହି ଫର୍ମୁଲାରେ ଚାଲିଛନ୍ତି । କେତେ ଯେ ଅନିଷ୍ଟକାରୀ କୀଟଙ୍କୁ ପେଷ୍ଟିସାଇଡ୍ ଦ୍ଵାରା ମାରିଲେଣି ହିସାବ ନାହିଁ । କିନ୍ତୁ, ହେବ କ’ଣ? ଏମାନେ ସତସତିକା କ’ଣ ମରୁଛନ୍ତି ଯେ! ଏ ଘରୁ ବାହାରି ଅନ୍ୟ ଘରେ ପସିବେ । ସେଇଠୁ ପୁଣି ଅସନା କରିବେ ଘରରୁ ଘର, ଗାଁରୁ ଗାଁ, ଜିଲ୍ଲାରୁ ଜିଲ୍ଲା... ଆଉ ପୁରା ରାଜ୍ୟ ।‘‘

ଭୁବନେଶ୍ଵର ବିଧାନସଭା ବୈଠକ

Rate the content


Originality
Flow
Language
Cover design

Comments

Post

Some text some message..